Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆର୍ଥିକ ଅଧିନିୟମ 2007 ର ଧାରା 136ର ଅନ୍ତର୍ଗତ ମାଧ୍ୟମିକ ଏବଂ ଉଚ୍ଚ ଶିକ୍ଷା ଉପଟିକସର ଅବଶିଷ୍ଟ ଅର୍ଥରାଶିରେ ମାଧ୍ୟମିକ ଏବଂ ଉଚ୍ଚଶିକ୍ଷା ପାଇଁ ଏକକ ଅଣପରିସମାନୀୟ କର୍ପସ ପାଣ୍ଠି ଗଠନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଆଜି ‘ମାଧ୍ୟମିକ ଏବଂ ଉଚ୍ଚତର ଶିକ୍ଷା ପାଣ୍ଠି (ଏମୟୁଏସକେ) ରୂପରେ ମାଧ୍ୟମିକ ଏବଂ ଉଚ୍ଚତର ଶିକ୍ଷା ନିମନ୍ତେ ସାର୍ବଜନୀନ ଏକାଉଣ୍ଟରେ ଅଣପରିସମାପନୀୟ ପାଣ୍ଠିର ନିର୍ମାଣ ପ୍ରସ୍ତାବକୁ ମଞ୍ଜୁରି ମିଳିଛି, ଯେଉଁଥିରେ ‘ମାଧ୍ୟମିକ ଏବଂ ଉଚ୍ଚତର ଶିକ୍ଷା ଉପଟିକସର ସମସ୍ତ ଅର୍ଥରାଶିକୁ ଜମା କରାଯିବ ।

ଏମୟୁଏସକେ ରୁ ମିଳୁଥିବା ସମସ୍ତ ପାଣ୍ଠିର ପ୍ରୟୋଗ ସାରା ଦେଶରେ ମାଧ୍ୟମିକ ଏବଂ ଉଚ୍ଚତର ଶିକ୍ଷାର ଛାତ୍ରଛାତ୍ରୀଙ୍କ ପାଇଁ ଲାଭକାରୀ ଯୋଜନାରେ ବ୍ୟବହାର କରାଯିବ ।

ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଏହି ପାଣ୍ଠି ପରିଚାଳିତ ହେବ ।