Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ତିନି ତଲାକ ପ୍ରସଙ୍ଗ ଉପରେ ସୁପ୍ରୀମ କୋର୍ଟଙ୍କ ରାୟକୁ ଐତିହାସିକ କହିଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତିନି ତଲାକ ପ୍ରସଙ୍ଗ ଉପରେ ସୁପ୍ରୀମ କୋର୍ଟଙ୍କ ରାୟକୁ ସ୍ୱାଗତ କରିଛନ୍ତି । ଆଜିର ରାୟକୁ ଐତିହାସିକ ଆଖ୍ୟା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହା ମୁସଲିମ ମହିଳାମାନଙ୍କୁ ସମାଜରେ ସମାନତାର ଅଧିକାର ପ୍ରଦାନ କରିଛି ଏବଂ ମହିଳା ସଶକ୍ତିକରଣ ଦିଗରେ ଏକ ମହନୀୟ ଓ ସଶକ୍ତ ପଦକ୍ଷେପ ।

“ତିନି ତଲାକ ପ୍ରସଙ୍ଗ ଉପରେ ମାନ୍ୟବର ସୁପ୍ରୀମ କୋର୍ଟଙ୍କ ରାୟ ଐତିହାସିକ । ଏହା ମୁସଲିମ ମହିଳାମାନଙ୍କୁ ସମାନତାର ଅଧିକାର ପ୍ରଦାନ କରିଛି ଏବଂ ମହିଳା ସଶକ୍ତିକରଣ ଦିଗରେ ଏକ ଶକ୍ତିଶାଳୀ ପଦକ୍ଷେପ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।