Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

‘ଭାରତ-ଇସ୍ରାଏଲ ଔଦ୍ୟୋଗିକ ଅନୁସନ୍ଧାନ, ବିକାଶ ଓ ପ୍ରଯୁକ୍ତି ନବସୃଜନ ପାଣ୍ଠି’କୁ କ୍ୟାବିନେଟର ଅନୁମୋଦନ


‘ଭାରତ-ଇସ୍ରାଏଲ ଔଦ୍ୟୋଗିକ ଅନୁସନ୍ଧାନ, ବିକାଶ ତଥା ପ୍ରଯୁକ୍ତି ନବସୃଜନ ପାଣ୍ଠି’ ଗଠନ ପାଇଁ ଭାରତ ଏବଂ ଇସ୍ରାଏଲ ମଧ୍ୟରେ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ବୁଝାମଣାକୁ ସବୁଜ ସଂକେତ ପ୍ରଦାନ କରାଯାଇଛି । ଗତ ମାସରେ ଦୁଇ ଦେଶ ମଧ୍ୟରେ ଏହି ରାଜିନାମା ହୋଇଥିଲା ।

ଭାରତ ଏବଂ ଇସ୍ରାଏଲ ଉଭୟ ଏହି ପାଣ୍ଠି ନିମନ୍ତେ 4 ନିୟୁତ ଆମେରିକୀୟ ଡଲାର ପରିମାଣର ସମାନ ଅର୍ଥ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ପ୍ରଦାନ କରିବେ । ନବସୃଜନ ପାଣ୍ଠିକୁ ଏକ ସଂଯୁକ୍ତ ବୋର୍ଡ ଦ୍ୱାରା ପରିଚାଳିତ କରାଯିବ । ଯେଉଁଥିରେ ଉଭୟ ରାଷ୍ଟ୍ରର 4 ଜଣ ଲେଖାଏଁ ସଦସ୍ୟ ରହିବେ ।

ଏହି ଏମଓୟୁରେ ଦ୍ୱିପାକ୍ଷିକ ଔଦ୍ୟୋଗିକ ଅନୁସନ୍ଧାନ ଏବଂ ବିକାଶ ତଥା ବିଜ୍ଞାନ ଏବଂ ପ୍ରଯୁକ୍ତି କ୍ଷେତ୍ରରେ ନବସୃଜନର ସମ୍ପାଦନ ଉପରେ ବିଚାର କରାଯିବ । ଯେଉଁଥିରେ ପ୍ରଯୁକ୍ତି ଚାଳିତ ନୂଆ ଅଥବା ଉନ୍ନତ ଉତ୍ପାଦ, ସେବା ଏବଂ ପ୍ରକ୍ରିୟା ନିମନ୍ତେ ମିଳିତ ପରିଯୋଜନାର ସହଯୋଗ ପ୍ରଦାନ କରାଯିବ । ଏପରି ପ୍ରକ୍ରିୟା ଦ୍ୱାରା ଜଳ, କୃଷି, ଶକ୍ତି ଏବଂ ଡିଜିଟାଲ ପ୍ରଯୁକ୍ତି ଭଳି ପାରସ୍ପରିକ ସ୍ୱାର୍ଥ ବହନ କରୁଥିବା କ୍ଷେତ୍ରରେ ବହନଯୋଗ୍ୟ ପ୍ରାଦ୍ୟୋଗୀକି ପ୍ରସ୍ତୁତ କରାଯିବ । ଭାରତ ଏବଂ ଇସ୍ରାଏଲର ଘରୋଇ ଉଦ୍ୟୋଗ, ଉଦ୍ୟୋଗୀ ତଥା ଅନୁସନ୍ଧାନ ଏବଂ ବିକାଶ ପ୍ରତିଷ୍ଠାନ ସହିତ ସମବାୟଭିତିକ ନିର୍ମାଣ ହେବ, ଯେଉଁମାନେ ଏହି ସହଯୋଗାତ୍ମକ ପରିଯୋଜନା ମାଧ୍ୟମରେ ଲାଭାନ୍ୱିତ ହୋଇପାରିବେ ।

ମିଳିତ ପାଣ୍ଠିରେ ପରିଚାଳିତ ଗତିବିଧି ଦ୍ୱାରା ମିଳିତ ଭାବେ ବିକଶିତ ପ୍ରଯୁକ୍ତି ପରିଯୋଜନାରେ ଦୁଇ ଦେଶ ମଧ୍ୟରେ ବୈଷୟିକ-ଆର୍ଥିକ ସହଯୋଗ ଏବଂ ପ୍ରଯୁକ୍ତିଭିତ୍ତିକ ନବସୃଜନ ଆଧାରିତ ସହଯୋଗ ବିକଶିତ ହେବ । ଏହାଦ୍ୱାରା ଇସ୍ରାଏଲ ଏବଂ ଭାରତର ଅନୁପୂରକ ଶକ୍ତି ଗତିଶୀଳ ହେବ, ଯାହା ଦ୍ୱିପାକ୍ଷିକ ମିଳିତ ପରିଯୋଜନାକୁ ପ୍ରୋତ୍ସାହିତ କରିବ । ଏହା ମଧ୍ୟ ଜାତୀୟ ଏବଂ ବିଶ୍ୱ ବଜାରରେ ପୁଞ୍ଜିନିବେଶ କରାଇବ । ଏହାଦ୍ୱାରା ମିଳିତ ପରିଯୋଜନାକୁ ପ୍ରୋତ୍ସାହିତ କରିବା ଲାଗି ବ୍ୟାପକ ସମର୍ଥ ପ୍ରାପ୍ତ ହେବ ଏବଂ ‘ଅଭିଜ୍ଞାନ’କୁ ପ୍ରଦର୍ଶନରେ ରୂପାନ୍ତରିତ କରାଯାଇପାରିବ । ଆଶା ଯେ ଭାରତରେ ନବୋନ୍ମେଷ, ନବସୃଜନର କାର୍ଯ୍ୟ ପରିବେଶରେ ବୃଦ୍ଧି ଓ ସୁଦୃଢ଼ୀକରଣ ହେବ ତଥା ଏହା ଷ୍ଟାର୍ଟଅପ ଇଣ୍ଡିଆ କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ଯୋଗଦାନ କରିବ ।