Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଶତାବ୍ଦୀ ସମାରୋହ ଏବଂ ସ୍ୱାମୀ ବିବେକାନନ୍ଦଙ୍କ ଚିକାଗୋ ବତ୍କୃତାର 125ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଛାତ୍ର ସମ୍ମେଳନରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ


ମତେ ଅବଗତ କରାଯାଇଛି ଯେ, ଏଠାରେ ସ୍ଥାନର ଅଭାବ ପଡିଲା ତେଣୁ ଅନ୍ୟ କୌଣସି କୋଠରୀରେ ବୋଧହୁଏ ବହୁତ ବଡ଼ ସଂଖ୍ୟାରେ ଲୋକ ବସିଛନ୍ତି । ସେମାନଙ୍କୁ ମଧ୍ୟ ମୁଁ ଆଦରର ସହିତ ସ୍ମରଣ କରୁଛି ।

ଆଜି ହେଉଛି 11 ସେପ୍ଟେମ୍ବର । ବିଶ୍ୱକୁ 2001 ପୂର୍ବରୁ ଏହା ଜଣା ନ ଥିଲା ଯେ 9/11ର ମହତ୍ୱ ହେଉଛି କ’ଣ । ଦୋଷ ଦୁନିଆର ନ ଥିଲା, ଦୋଷ ଆମର ଥିଲା କି ଆମେ ହିଁ ତାହାକୁ ଭୁଲି ଯାଇଥିଲୁ, ଆଉ ଯଦି ଆମେ ନ ଭୁଲିଥାନ୍ତେ ତ ବୋଧହୁଏ ଏକବିଂଶ ଶତାବ୍ଦୀର ଭୟାନକ 9/11ହୋଇ ନ ଥା’ନ୍ତା । ଶହେ ପଚିଶ ବର୍ଷ ପୂର୍ବେ ଏକ 9/11 ଥିଲା, ଯେଉଁଦିନ ଏହି ଦେଶର ଜଣେ ଯୁବକ, କଳ୍ପନା କରନ୍ତୁ ପାଖା-ପାଖି ଆପଣଙ୍କ ବୟସର, 5-7ବର୍ଷ ଆଗ ପଛ ହୋଇପାରେ । ପାଖା-ପାଖି ଆପଣଙ୍କ ବୟସର ଗେରୁଆବସ୍ତ୍ରଧାରୀ ଦୁନିଆ ଯେଉଁ ବସ୍ତ୍ର ସହିତ ପରିଚିତ ମଧ୍ୟ ନଥିଲା । ବିଶ୍ୱ ଯାହାକୁ ପରାଧୀନ ଭାରତର ପ୍ରତିନିଧି ରୂପେ ଦେଖୁଥିଲା । କିନ୍ତୁ ତାଙ୍କର ଆତ୍ମବିଶ୍ୱାସରେ ସେହି ଶକ୍ତି ଥିଲା ଯେ ପରାଧୀନତାର ଛାୟା ନା ତାଙ୍କର ଚିନ୍ତନରେ ଥିଲା, ନା ତାଙ୍କର ବ୍ୟବହାରରେ ଥିଲା, ନା ତାଙ୍କର ବାଣୀରେ ଥିଲା । ସେ କେଉଁ ପରମ୍ପରାକୁ ସେ ନିଜ ଭିତରେ ସଂରଚନା କରିଥିବେ ଯେ ପରାଧୀନତାର ହଜାରେ ବର୍ଷ ପରେ ମଧ୍ୟ ତାଙ୍କ ଭିତରେ ସେହି ଜ୍ୱାଳା ପ୍ରଜ୍ୱଳିତ ହେଉଥିଲା, ସେହି ବିଶ୍ୱାସ ତରଙ୍ଗାୟିତ ହେଉଥିଲା ଆଉ ବିଶ୍ୱକୁ ଦେବାର ସାମର୍ଥ୍ୟ ଏହି ମାଟିର ଅଛି, ଏଠାକାର ଚିନ୍ତନରେ ଅଛି, ଏଠାକାର ଜୀବନ ଶୈଳୀରେ ଅଛି । ଏହା ହେଉଛି ଅସାମାନ୍ୟ ଘଟଣା ।

ଆମେ ନିଜେ ଚିନ୍ତାକରିବା କି ଆମ ଚାରିପଟେ ଯେତେବେଳେ ନକରାତ୍ମକ ଭାବ ଚାଲିଥାଏ, ଆମର ଚିନ୍ତଧାରାର ବିପରୀତରେ ଚାଲିଥାଏ, ଚତୁଃପାଶ୍ୱର୍ରୁ ସ୍ୱର ଉଠୁଥାଏ ଆଉ ପୁଣି ଆମକୁ ନିଜ କଥା କହିବାକୁ ଥାଏ ତ କେତେ ଡ଼ର ଲାଗିଥାଏ । ଚାରିଥର ଚିନ୍ତା କରିଥାଉ ଜଣା ନାହିଁ କୌଣସି ଭୁଲ ଅର୍ଥ ତ ବାହାରି ପଡିବ ନାହିଁ । ଏପରି ଚାପ ଉତ୍ପନ୍ନ ହୋଇଥାଏ ଏହି ମହାପୁରୁଷଙ୍କର କେଉଁ ଶକ୍ତି ଥିଲା କି ଏହି ଚାପ କେବେ ସେ ଅନୁଭବ କରି ନ ଥିଲେ । ଭିତରର ଜ୍ୱାଳା, ଭିତରର ଉତ୍ସାହ, ଭିତରର ଆତ୍ମବିଶ୍ୱାସ ଏହି ମାଟିର ଶକ୍ତିକୁ ଭଲଭାବେ ଜାଣିଥିବା ଲୋକ ବିଶ୍ୱକୁ ସାମର୍ଥ୍ୟ ଦେବା, ସଠିକ ମାର୍ଗ ଦେଖାଇବା, ସମସ୍ୟା ଗୁଡିକର ସମାଧାନର ବାଟ ବତାଇବାର ସଫଳ ପ୍ରୟାସ କରିଥାଏ । ବିଶ୍ୱକୁ ଜଣା ନ ଥିଲା, କି ମହିଳା ଓ ଭଦ୍ର ବ୍ୟକ୍ତିମାନେ ବଦଳରେ ମଧ୍ୟ ଅନ୍ୟ କିଛି କଥା ହୋଇପାରେ । ଆଉ ଯେଉଁ ସମୟରେ ଆମେରିକାର ଭାଇ ଓ ଭଉଣୀମାନେ, ଏହି ଦୁଇ ଶବ୍ଦ ବାହାରିଲା ତ ବହୁ ମିନିଟ ପର୍ଯ୍ୟନ୍ତ ତାଳିର ଗୁଞ୍ଜରଣ ଶୁଭୁଥିଲା । ସେହି ଦୁଇଟି ଶବ୍ଦରେ ଭାରତର ସେହି ଶକ୍ତିର ପରିଚୟ ସେ କରାଇ ଦେଇଥିଲେ । ତାହା ଗୋଟିଏ 9/11 ଥିଲା । ଯେଉଁ ବ୍ୟକ୍ତି ନିଜ ତପସ୍ୟା ଦ୍ୱାରା ମାଆ ଭାରତୀର ପଦଯାତ୍ରା କରିବା ପରେ ଯିଏ ମାଆ ଭାରତୀକୁ ନିଜ ମଧ୍ୟରେ ସ୍ଥାନିତ କରିଥିଲେ । ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ, ସବୁ ଭାଷାକୁ ସବୁ ଉପଭାଷାକୁ ଯିଏ କଣ୍ଠସ୍ଥ କରିଥିଲେ । ଗୋଟିଏ ପ୍ରକାରରେ ଭାରତ ମାଆର ଯାଦୁକାରୀ ତପସ୍ୟାକୁ ଯିଏ ନିଜ ଭିତରେ ପାଇଥିଲେ । ଏଭଳି ଜଣେ ମହାପୁରୁଷ କିଛି କ୍ଷଣ ମଧ୍ୟରେ ସାରା ବିଶ୍ୱକୁ ନିଜର କରି ନେଇଥିଲେ । ସମଗ୍ର ବିଶ୍ୱକୁ ନିଜ ଭିତରେ ସମାହିତ କରି ନିଅନ୍ତି । ହଜାର ହଜାର ବର୍ଷର ବିକଶିତ ହୋଇଥିବା ଭିନ୍ନ-ଭିନ୍ନ ମାନବ ସଂସ୍କୃତିକୁ ସେ ନିଜ ମଧ୍ୟରେ ସମାହିତ କରି ବିଶ୍ୱକୁ ନିଜତ୍ୱର ପରିଚୟ ଦିଏ । ବିଶ୍ୱକୁ ଜିତି ଯାଇଥାଏ । ସେହି 9/11 ମୋ ପାଇଁ ଥିଲା ବିଶ୍ୱ ବିଜୟୀ ଦିବସ । ବିଶ୍ୱ ବିଜୟ ଦିବସ ଥିଲା ଏବଂ ଏକବିଂଶ ଶତାବ୍ଦୀର ପ୍ରାରମ୍ଭର ସେହି 9/11 ଯାହା ମଣିଷକୁ ବିନାଶର ମାର୍ଗ, ସଂହାରର ମାର୍ଗ, ସେହି ଆମେରିକା ମାଟିରେ ଗୋଟିଏ 9/11 ଭଲପାଇବା ଆଉ ନିଜତ୍ୱ ଭାବର ବାର୍ତ୍ତା ଦିଆ ଯାଇଥାଏ, ସେହି ଆମେରିକାର ମାଟିରେ ସେହି ବାର୍ତ୍ତାକୁ ଭୁଲିଯିବାର ପରିଣାମ ଥିଲା ଯେ ମାନବର ସଂହାର ରାସ୍ତାର ଏକ ବିକୃତ ରୂପ ବିଶ୍ୱକୁ ଥରହର କରିଦେଇଥିଲା । ସେହି 9/11ରେ ଆକ୍ରମଣ ହେଲା ଆଉ ତେବେ ଯାଇ ଦୁନିଆ ବୁଝି ପାରିଲା ଯେ ଭାରତରୁ ବାହାରି ଥିବା ସ୍ୱର 9/11କୁ କେଉଁ ରୂପରେ ଇତିହାସରେ ସ୍ଥାନ ଦେବେ ଏବଂ ବିନାଶ ଏବଂ ବିକୃତିର ମାର୍ଗରେ ଚାଲିପଡିଥିବା ଏହି 9/11 ବିଶ୍ୱର ଇତିହାସରେ କିଭଳି ଭାବେ ଆଙ୍କି ହୋଇ ରହିଯିବ ଆଉ ଏଥିପାଇଁ ଆଜି ଯେବେ 9/11 ଦିନରେ ଏହା ମୋତେ ଲାଗୁଛି ଯେ, ବିବେକାନନ୍ଦଙ୍କୁ ଅଲଗା ଭାବେ ବୁଝିବାର ଆବଶ୍ୟକତା ରହିଛି ।

ବିବେକାନନ୍ଦଙ୍କ ଦୁଇଟି ରୂପ, ଯଦି ଆପଣ ନିରିଖୀ ଦେଖିବେ ତ ଧ୍ୟାନରେ ଆସିବ । ବିଶ୍ୱରେ ଯେଉଁଠାକୁ ଗଲେ ସେଠାରେ, ଯେଉଁଠାରେ ମଧ୍ୟ କଥା କହିବାର ସୁଯୋଗ ମିଳିଲା ସେଠାରେ ବଡ଼ ବିଶ୍ୱାସର ସହିତ, ବଡ଼ ଗୌରବର ସହିତ ଭାରତର ମହିମା ମଣ୍ଡନ, ଭାରତର ମହାନ ପରମ୍ପରାର ମହିମା ମଣ୍ଡନ, ଭାରତର ମହାନ ଚିନ୍ତାଧାରାର ମହିମା ମଣ୍ଡନ ତାକୁ ବ୍ୟକ୍ତ କରିବାରେ ସେ କେବେ ହେଲେ ଥକି ଯାଉ ନ ଥିଲେ । ରହି ଯାଉ ନଥିଲେ, କେବେ ଅଡ଼ୁଆ ତଡ଼ୁଆ ଅନୁଭବ କରୁ ନଥିଲେ । ତାହା ଗୋଟିଏ ରୂପ ଥିଲା ବିବେକାନନ୍ଦଙ୍କର । ଆଉ ଅନ୍ୟ ରୂପଟି ତାହା ଥିଲା ଯେତେବେଳେ ଭାରତ ଭିତରେ କଥା ହେଉଥିଲେ ତ ଆମର କୁପ୍ରଥାଗୁଡ଼ିକୁ ଖୋଲା ଖୋଲି ଭାବେ ସମାଲୋଚନା କରୁଥିଲେ । ଆମ ଭିତରର ଦୁର୍ବଳତା ଉପରେ କୁଠାରଘାତ କରୁଥିଲେ ଆଉ ସେ ଯେଉଁ ଭାଷା ପ୍ରୟୋଗ କରୁଥିଲେ ତ ଆଜି ମଧ୍ୟ ଆମେ ଯଦି କରିବା ତ ବୋଧହୁଏ ଲୋକ ଆଶ୍ଚର୍ଯ୍ୟ ହେବେ କି ଏମିତି କିଭଳି କହୁଥିଲେ । ଏହି ସମାଜର ପ୍ରତ୍ୟେକ କୁପ୍ରଥା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିଲେ । ଆଉ ସେସମୟର ସମାଜର କଳ୍ପନା କରନ୍ତୁ ଯେତେବେଳେ ପ୍ରଥାର ମହତ୍ୱ ଅଧିକ ଥିଲା, ପୂଜା ପାଠ ପରମ୍ପରା ଏହା ସରଳ ସମାଜ ଜୀବନର ପ୍ରକୃତି ଥିଲା । ଏଭଳି ସମୟରେ 30 ବର୍ଷର ଏକ ଯୁବକ, ଏଭଳି ପରିବେଶରେ ଠିଆ ହୋଇ କହି ଦିଏ କି ପୂଜା-ପାଠ, ପୂଜା-ଅର୍ଚ୍ଚନା, ମନ୍ଦିରରେ ବସି ରହିଲେ କୌଣସି ଭଗବାନ ମିଳିବେ ନାହିଁ । ଜନ ସେବା ହିଁ ପ୍ରଭୁ ସେବା, ଯାଅ ଜନତା ଜନାର୍ଦ୍ଦନ ଗରିବଙ୍କ ସେବା କର ତେବେ ଯାଇ ପ୍ରଭୁ ପ୍ରାପ୍ତ ହେବେ… କେତେ ବଡ଼ ଶକ୍ତି ।

ଯେଉଁ ମଣିଷ ବିଶ୍ୱ ମଧ୍ୟକୁ ଯାଇ ଭାରତର ଗୁଣ ଗାନ କରୁଥିଲେ କିନ୍ତୁ ଭାରତକୁ ଆସୁଥିଲେ ତ ଭାରତ ଭିତରେ ଯେଉଁ କୁପ୍ରଥା ଥିଲା ସେହି କୁପ୍ରଥା ଉପରେ କଠୋର ପ୍ରହାର କରୁଥିଲେ । ସେ ସନ୍ଥ ପରମ୍ପରାରୁ ଥିଲେ କିନ୍ତୁ ଜୀବନରେ ସେ କେବେ ଗୁରୁ ଖୋଜିବା ପାଇଁ ବାହାରି ନ ଥିଲେ । ଏହା ହେଉଛି ଶିଖିବା ଆଉ ବୁଝିବାର ବିଷୟ । ସେ ଗୁରୁ ଖୋଜିବା ପାଇଁ ବାହାରି ନ ଥିଲେ । ସେ ସତ୍ୟର ଅନୁସନ୍ଧାନରେ ଥିଲେ । ମହାତ୍ମା ଗାନ୍ଧୀ ମଧ୍ୟ ସାରା ଜୀବନ ସତ୍ୟର ଅନୁସନ୍ଧାନରେ ଯୋଡ଼ି ହୋଇଥିଲେ । ସେ ସତ୍ୟର ଅନୁସନ୍ଧାନରେ ଥିଲେ । ପରିବାରର ଆର୍ଥିକ ସ୍ଥିତି ଜଟିଳ ଥିଲା । ରାମକୃଷ୍ଣ ଦେବ ମାଆ କାଳୀଙ୍କ ପାଖକୁ ପଠାଇଥିଲେ ଯାଅ ତୁମକୁ ଯାହା ଦରକାର ମାଆ କାଳୀଙ୍କୁ ମାଗ ଆଉ ପରେ ପଚାରିଲେ କ’ଣ ମାଗିଲ ତ କହିଲେ ମାଗିନାହିଁ । କିଭଳି ମନୋବୃତି ଥିବ ଯିଏ କାଳୀଙ୍କ ସମ୍ମୁଖରେ ମଧ୍ୟ ଠିଆ ହୋଇ ମାଗିବା ପାଇଁ ପ୍ରସ୍ତୁତ ନ ହେବ । ଭିତରେ ସେ କେଉଁ ଲୌହ ମାନବତ୍ୱ ଥିବ, ସେ କେଉଁ ଉର୍ଜ୍ଜା ଥିବ, ଯାହା ଦ୍ୱାରା ଏହି ସାମର୍ଥ୍ୟ ଉତ୍ପନ୍ନ ହେଲା ଏଥିପାଇଁ ବର୍ତ୍ତମାନ ସମାଜରେ ଯେଉଁ କୁପ୍ରଥା ଅଛି । କ’ଣ ଆମ ସମାଜର କୁପ୍ରଥା ବିରୁଦ୍ଧରେ ଆମେ ଲଢ଼ିବା ନାହିଁ । ଆମେ ସ୍ୱୀକାର କରି ନେବା । ଆମେରିକା ମାଟିରେ ବିବେକାନନ୍ଦ “ଆମେରିକାର ଭାଇ ଓ ଭଉଣୀମାନେ……….” ବୋଲି ନିଜ ସମ୍ବୋଧନରେ କହିଥିଲେ । ଆମେ ନିଜେ ନାଚି ଉଠିଲେ । କିନ୍ତୁ ମୋ ଦେଶରେ ହିଁ ମୁଁ ଯୁବକମାନଙ୍କୁ ବିଶେଷ ଭାବେ କହିବାକୁ ଚାହିଁବି କି କ’ଣ ଆମେ ନାରୀମାନଙ୍କର ସମ୍ମାନ କରୁଛୁ କି । ଆମେ ଝିଅମାନଙ୍କ ପ୍ରତି ଆଦରର ଭାବ ସହିତ ଦେଖୁଛୁ କି, ଯେଉଁ ମାନେ ଦେଖୁଛନ୍ତି ମୁଁ ସେମାନଙ୍କୁ 100 ଥର ପ୍ରଣାମ କରୁଛି । କିନ୍ତୁ ଯେଉଁମାନେ ସେମାନଙ୍କ ଭିତରେ ମଣିଷଭାବ ଦେଖିପାରୁ ନାହାଁନ୍ତି, ମଣିଷତ୍ୱ ଦେଖିପାରନ୍ତି ନାହିଁ । ତାହା ମଧ୍ୟ ହେଉଛି ଈଶ୍ୱରଙ୍କ ଏକ କୃତି, ନିଜର ସମକକ୍ଷ ଅଟନ୍ତି । ଏହି ଭାବରେ ଯଦି ନ ଦେଖିବା, ତ ପୁଣି ସ୍ୱାମୀ ବିବେକାନନ୍ଦଙ୍କ ସେହି ବିଶିଷ୍ଟ ଶବ୍ଦ “ଆମେରିକାର ପ୍ରିୟ ଭାଇ ଓ ଭଉଣୀମାନେ” ସେହି ଶବ୍ଦକୁ ନେଇ ଆମକୁ ତାଳି ବଜାଇବାର ଅଧିକାର ଅଛି କି ନାହିଁ । ଆମକୁ 50 ଥର ଭାବିବାକୁ ହେବ ।

ଆମେ କେବେ ଭାବିଛୁ କି ବିବେକାନନ୍ଦ କହୁଥିଲେ ଜନସେବା ପ୍ରଭୁଙ୍କ ସେବା । ଏବେ ଦେଖନ୍ତୁ ଜଣେ ମଣିଷ 30 ବର୍ଷ ବୟସରେ ସାରା ବିଶ୍ୱରେ ଏମିତି ଜୟ-ଜୟକାର କରି ଆସିଲେ ସେହି ପରାଧୀନତା ସମୟରେ ଦୁଇଜଣ ବ୍ୟକ୍ତିତ୍ୱ ଯେଉଁମାନେ ଭାରତରେ ଏକ ନୂତନ ଚେତନା ନୂଆ ଉର୍ଜ୍ଜା ପ୍ରକଟ କରିଥିଲେ । ଦୁଇଟି ଘଟଣା, ଗୋଟିଏ, ଯେତେବେଳେ ରବୀନ୍ଦ୍ରନାଥ ଟାଗୋରଙ୍କୁ ନୋବେଲ ପୁରସ୍କାର ମିଳିଲା ଆଉ ଯେତେବେଳେ ସ୍ୱାମୀ ବିବେକାନନ୍ଦଙ୍କର 9/11ର ଭାଷଣ ଦେଶ ଦୁନିଆରେ ଚର୍ଚ୍ଚା ହେବାରେ ଲାଗିଲା । ଭାରତର ପରାଧୀନତା ସମୟରେ ଏକ ନୂଆ ଚେତନାର ଗୋଟିଏ ଭାବ ସଂମ୍ପୂର୍ଣ୍ଣ ଭାରତରେ ଏହି ଦୁଇଟି ଘଟଣା ଜାଗ୍ରତ କରିଥିଲା । ଆଉ ଦୁଇଜଣ ବଙ୍ଗଳାର ସନ୍ତାନ ଥିଲେ । କେତେ ଗର୍ବ ହୋଇଥାଏ ଯେତେବେଳେ ମୁଁ ଦୁନିଆର କେଉଁ ସ୍ଥାନକୁ ଯାଇ କହେ ଯେ ମୋ ଦେଶର ରବୀନ୍ଦ୍ର ନାଥ ଟାଗୋର ଶ୍ରୀଲଙ୍କାର ଜାତୀୟ ସଙ୍ଗୀତ ମଧ୍ୟ ସେ ରଚନା କରିଛନ୍ତି, ଭାରତର ଜାତୀୟ ସଙ୍ଗୀତ ମଧ୍ୟ ସେ ରଚନା କରିଛନ୍ତି, ବାଂଲାଦେଶର ଜାତୀୟ ସଙ୍ଗୀତ ମଧ୍ୟ ସେ ରଚନା କରିଛନ୍ତି । କ’ଣ ଆମେ ଆମର ଏହି ପରମ୍ପରା ପ୍ରତି ଗର୍ବ କରୁଛୁ କି, ଆଉ ତାହା ଫମ୍ପା ନୁହେଁ । ଆଜି ହିନ୍ଦୁସ୍ଥାନରେ, ଦୁନିଆରେ ଆମେ ହେଉଛେ ଏକ ଯୁବରାଷ୍ଟ୍ର । 800 ନିୟୁତ ଲୋକ ଏହି ଦେଶରେ ସେହି ବୟସର ଅଛନ୍ତି ଯେଉଁ ବିବେକାନନ୍ଦ ଚିକାଗୋରେ ଭାଷଣ ଦେଇଥିଲେ ତାଙ୍କଠାରୁ ମଧ୍ୟ କମ୍ ବୟସର ଅଛନ୍ତି । ଏହି ଦେଶର 65 ପ୍ରତିଶତ ଜନ ସଂଖ୍ୟା ବିଶ୍ୱରେ ଉଦ୍ଘୋଷଣା କରିଥିବା ବିବେକାନନ୍ଦଙ୍କ ବୟସରୁ କମ୍ ବୟସର । 65 ପ୍ରତିଶତ ଜନ ସଂଖ୍ୟା ହେଉଛି ଯେଉଁ ଦେଶର ସେହି ଦେଶରେ ବିବେକାନନ୍ଦଙ୍କ ଠାରୁ ବଡ଼ ପ୍ରେରଣା ଆଉ କ’ଣ ହୋଇ ପାରେ ଆଉ ଏଥିପାଇଁ ବିବେକାନନ୍ଦ କିଭଳି କାମ କଲେ, ତାହା କେବଳ ଉପଦେଶ ଦେଲା ଭଳି ହୋଇ ରହି ନାହିଁ । ସେ ଚିନ୍ତାଧାରାକୁ ଆଦର୍ଶବାଦରେ ପରିବର୍ତ୍ତିତ କରିଥିଲେ ଏବଂ ଆଦର୍ଶବାଦ ଓ ଚିନ୍ତାଧାରାର ସମନ୍ୱୟ କରି ସାଙ୍ଗଠନିକ ଢାଞ୍ଚା ପ୍ରସ୍ତୁତ କରିଥିଲେ । ଆଜକୁ ପ୍ରାୟ 120 ବର୍ଷ ପୂର୍ବେ ଏହି ମହାପୁରୁଷ ରାମକୃଷ୍ଣ ମିଶନ ପ୍ରତିଷ୍ଠା କରିଥିଲେ । ବିବେକାନନ୍ଦ ମିଶନ ପ୍ରତିଷ୍ଠା କରି ନ ଥିଲେ । ରାମକୃଷ୍ଣ ମିଶନ ପ୍ରତିଷ୍ଠା କରିଥିଲେ । କଥା ଛୋଟ ହୋଇଥାଏ କିନ୍ତୁ ବୁଦ୍ଧିମାନଙ୍କୁ ସଙ୍କେତ ହିଁ ବହୁତ ହୋଇଥାଏ ଆଉ ସେ ରାମକୃଷ୍ଣ ମିଶନ ଯେଉଁ ଭାବର ସହିତ ପ୍ରତିଷ୍ଠା କରିଥିଲେ । ଆଜି 120 ବର୍ଷ ପରେ ମଧ୍ୟ ନା ତା’ର ବିଲୟ ଆସିଛି ନା ପଥ ହୁଡିଛି । ଏକ ଏଭଳି ସଂସ୍ଥା – ରାମକୃଷ୍ଣ ମିଶନ ପ୍ରତିଷ୍ଠା କରିଥିଲେ । ମୂଳଦୁଆ ସେ ତିଆରି କରିଥିଲେ । ମୂଳଦୁଆ କେତେ ମଜବୁତ ହୋଇଥିବ । ଦୃଷ୍ଟିଭଙ୍ଗୀ କେତେ ସ୍ପଷ୍ଟ ହୋଇଥିବ । କାର୍ଯ୍ୟାନ୍ୱୟନ କେତେ ସୁଦୃଢ ହୋଇଥିବ । ଭାରତର ପ୍ରତ୍ୟେକ ବିଷୟରେ କେତେ ଗଭୀର ଅନୁଭୂତି ଥିବ ତେବେ ଯାଇ ଗୋଟିଏ ସଂସ୍ଥା 120 ବର୍ଷ ପରେ ମଧ୍ୟ ସେହି ଆନ୍ଦୋଳନ ଆଜି ମଧ୍ୟ ସେହି ଭାବନା ସହିତ ଚାଲୁଅଛି ।

ମୋର ସୌଭାଗ୍ୟ ଥିଲା କି ମତେ ମଧ୍ୟ ସେହି ମହାନ ପରମ୍ପରାରେ କିଛି କ୍ଷଣ ଅଂଶ ଗ୍ରହଣ କରିବାର ସୌଭାଗ୍ୟ ମିଳିଥିଲା । ଯେତେବେଳେ ବିବେକାନନ୍ଦନଙ୍କର 9/11 ଭାଷଣର ଶତାବ୍ଦୀ ପାଳନ କରାଯାଉଥିଲା ତ ମତେ ସେହି ଦିନ ଚିକାଗୋ ଯିବାର ସୌଭାଗ୍ୟ ମିଳିଥିଲା । ସେହି ସଭାଗୃହକୁ ଯିବାର ସୌଭାଗ୍ୟ ମିଳିଥିଲା ଆଉ ସେହି ଶତାବ୍ଦୀ ସମାରୋହ ଅବସରରେ ମତେ ସାମିଲ ହେବାର ସୁଯୋଗ ମିଳିଥିଲା । ମୁଁ କଳ୍ପନା କରି ପାରୁଛି କି ବିଶ୍ୱରେ କିଭଳି ଭାବ ଥିଲା । ସେହି ମୁହୂର୍ତ୍ତରେ କିଭଳି ଭାବ ଥିଲା ।

କ’ଣ ଏବେ ଦୁନିଆରେ କିଏ ଭାବିଛନ୍ତି କି କୌଣସି ଉଦବୋଧନରର ଶହେ ପଚିଶ ବର୍ଷ ପାଳନ କରାଯାଏ । କିଛି କ୍ଷଣର ସେହି ବାଣୀ, କିଛି ମୂହୁର୍ତ୍ତର ସେହି ଶବ୍ଦ ଶହେ ପଚିଶ ବର୍ଷ ପରେ ମଧ୍ୟ ଜୀବନ୍ତ ହେବ, ଜାଗ୍ରତ ହେବ ଆଉ ଜାଗୃତି ଉତ୍ପନ୍ନ କରିବାର ସାମର୍ଥ୍ୟ ରଖିଥାଏ । ଏହା ନିଜକୁ ନିଜେ ଆମମାନଙ୍କ ପାଇଁ ଏକ ମହାନ ପରମ୍ପରା ରୂପରେ ପାଳନ କରିବାର ସୁଯୋଗ ।

ମୁଁ ଏଠାକୁ ଆସିଲି ଏତେ ସଂମ୍ପୂର୍ଣ୍ଣ ଶକ୍ତିର ସହିତ ବନ୍ଦେ ମାତରମ, ବନ୍ଦେ ମାତରମ, ବନ୍ଦେ ମାତରମ ଶୁଣୁଥିଲି । ରୁମ ଟାଙ୍କୁରି ଉଠେ । ହୃଦୟ ଭିତରେ ଭାରତ ଭକ୍ତିର ଏକ ଭାବ ସହଜ ରୂପରେ ଜାଗ୍ରତ ହୋଇଯାଏ । କିନ୍ତୁ ମୁଁ ସଭାଗୃହରେ ଥିବା ମହାନୁଭବଙ୍କୁ ପଚାରୁ ନାହିଁ ମୁଁ ସଂମ୍ପୂର୍ଣ୍ଣ ହିନ୍ଦୁସ୍ଥାନକୁ ପଚାରୁଛି କି କ’ଣ ଆମକୁ ବନ୍ଦେ ମାତରମ କହିବାର ଅଧିକାର ଅଛି କି । ମୁଁ ଜାଣିଛି କି ମୋ କଥା ବହୁତ ଲୋକଙ୍କୁ ଆଘାତ ପହଂଚାଇବ । ମୁଁ ଜାଣିଛି 50 ଥର, 50 ଥର ଚିନ୍ତା କରନ୍ତୁ କ’ଣ ଆମକୁ, ବନ୍ଦେ ମାତରମ କହିବାର ଅଧିକାର ଅଛି କି । ଆମେ ସେହି ଲୋକ ଯିଏ ପାନ ଖାଇ ସେହି ଭାରତ ମାଆ ଉପରେ ପିଚ୍କାରି ମାରୁଛୁ ଆଉ ପୁଣି ବନ୍ଦେ ମାତରମ କହୁଛୁ । ଆମେ ସେହି ଲୋକ ଯେଉଁମାନେ ପ୍ରତିଦିନ ସମସ୍ତ ଅଳିଆ ଆବର୍ଜନା ଭାରତ ମାଆ ଉପରେ ପକାଉଛୁ ଆଉ ପୁଣି ବନ୍ଦେ ମାତରମ କହୁଛୁ । ବନ୍ଦେ ମାତରମ କହିବା ପାଇଁ ଏହି ଦେଶରେ ଯଦି ସବୁଠାରୁ ପ୍ରଥମେ କାହାର ଅଧିକାର ଅଛି ତ ସାରା ଦେଶରେ ସଫାଇ କାମ କରୁଥିବା ଭାରତ ମାଆର ସେହି ସଚ୍ଚୋଟ ସନ୍ତାନମାନଙ୍କର ଯେଉଁମାନେ ସଫାଇ କରୁଛନ୍ତି । ଆଉ ଏଥିପାଇଁ, ଆଉ ଏଥିପାଇଁ, ଆମେ ଏହା ନିଶ୍ଚିତ ଚିନ୍ତା କରିବା କି ଆମର ଏହି ଭାରତମାତା ସୁଜଳାଂ ସୁଫଳାମ୍ ଭାରତମାତା । ଆମେ ସଫା କରୁ କିମ୍ବା ନକରୁ ଅପରିଷ୍କାର କରିବାର ଅଧିକାର ଆମର ନାହିଁ । ଗଙ୍ଗାଙ୍କ ପ୍ରତି ଶ୍ରଦ୍ଧା ଥାଏ, ଗଙ୍ଗାରେ ବୁଡ଼ ପକାଇଲେ ପାପ ଧୋଇଯାଏ । ପ୍ରତ୍ୟେକ ଯୁବକଙ୍କ ମନରେ ଥାଏ କି ମୁଁ ମୋ ମାଆ-ବାପାଙ୍କୁ ଥରେ ଗଙ୍ଗା ସ୍ନାନ କରାଇବି କିନ୍ତୁ କ’ଣ ସେହି ଗଙ୍ଗାକୁ ଅପରିଷ୍କାର କରିବାରେ ଆମେ ନିଜକୁ ନିଜେ ରୋକି ପାରୁଛୁ କି । କ’ଣ ଆଜି ବିବେକାନନ୍ଦ ମହାଶୟ ଥାଆନ୍ତେ ତ ଆମକୁ ଏହି କଥା ପାଇଁ ଗାଳି ଦିଅନ୍ତେ ନା ଗାଳି ଦିଅନ୍ତେ ନାହିଁ । ଆମକୁ କିଛି କହନ୍ତେ ନା କହନ୍ତେ ନାହିଁ ଆଉ ଏଥିପାଇଁ କେବେ-କେବେ ଆମମାନଙ୍କୁ ଲାଗିଥାଏ କି ଆମେ ଏଥିପାଇଁ ସୁସ୍ଥ ଅଛୁ କାରଣ ଅଧିକ ସଂଖ୍ୟାରେ ଡ଼ାକ୍ତର ଅଛନ୍ତି । ଆଜ୍ଞା ନାହିଁ ଆମେ ଏଥିପାଇଁ ସୁସ୍ଥ ଅଛୁ କି ଆମ ପାଖରେ ଭଲରୁ ଅତି ଭଲ ଡ଼ାକ୍ତର ଅଛନ୍ତି । ଆମେ ଏଥିପାଇଁ ସୁସ୍ଥ ଅଛୁ କି, କିଏ କାମ କରିଲା ବାଲା ଆମର ସଫାଇ କରୁଛି । ଡ଼ାକ୍ତରଙ୍କଠାରୁ ଯଦି ତା’ପ୍ରତି ମୋର ସମ୍ମାନ ଅଧିକ ରହେ ତେବେ ଯାଇ ବନ୍ଦେ ମାତରମ କହିବାର ଆନନ୍ଦ ଆସେ । ଆଉ ସେଥିପାଇଁ ମୋର ଠିକ୍ ଭାବେ ମନେ ଅଛି ମୁଁ ଥରେ କହି ଦେଇଥିଲି ଆଗେ ଶୌଚାଳୟ ପୁଣି ଦେବାଳୟ । ବହୁତ ଲୋକ ମୋର ଚୂଟି ଟାଣିଥିଲେ । କିନ୍ତୁ ଆଜି ମୋତେ ଖୁସି ଲାଗୁଛି ଯେ ଦେଶରେ ଏଭଳି ଝିଅମାନେ ଅଛନ୍ତି ଯିଏ ଶୌଚାଳୟ ନାହିଁ, ତ ବାହାଘର କରିବେ ନାହିଁ ଏଭଳି ନିଷ୍ପତ୍ତି କରି ନେଇଛନ୍ତି । ଆମେ ମାନେ ହଜାର ବର୍ଷରୁ ସ୍ଥିର ରହିଛେ ଏଭଳି କ’ଣ କାରଣ ରହିଛି । ଆମେ ହେଉଛୁ ସମୟାନୁକୂଳ ପରିବର୍ତ୍ତନ ଅନୁସାରେ ଚାଲୁଥିବା ଲୋକ । ଆମେ ଆମ ଭିତରୁ ଏଭଳି ଲୋକଙ୍କୁ ଜନ୍ମ ଦେଉଛୁ ଯିଏ ଆମର କୁପ୍ରଥାଗୁଡ଼ିକ ବିରୁଦ୍ଧରେ ଲଢ଼ିବାରେ ନେତୃତ୍ୱ ନିଅନ୍ତି ଆଉ ତାହା ହିଁ ହେଉଛି ଆମର ଶକ୍ତି । ଆଉ ସେଥିପାଇଁ ସ୍ୱାମୀ ବିବେକାନନ୍ଦଙ୍କୁ ଆମେ ସ୍ମରଣ କରୁଛୁ । ତେବେ ସେ 9/11 ଶବ୍ଦର ଭଣ୍ଡାର ନ ଥିଲେ । ତାହା ଜଣେ ତପସ୍ୱୀର ବାଣୀ ଥିଲା ତପ ବାଣୀ ଥିଲା, ତେବେ ଯାଇ ଏହା ବାହାରୁଥିଲା ଯାହା ଦୁନିଆକୁ ଅଭିଭୂତ କରି ଦେଉଥିଲା । ନହେଲେ ହିନ୍ଦୁସ୍ଥାନ ମନେ ଅଛି ସାପ-ସାପୁଆ କେଳାଙ୍କ ଦେଶ, ଗୁଣି-ଗାରେଡ଼ି ବାଲା ଦେଶ ଏକାଦଶୀରେ କ’ଣ ଖାଇବା ଆଉ ପୂର୍ଣ୍ଣମୀରେ କ’ଣ ଖାଇବା ନାହିଁ, ଏହି ଦେଶ ଏହା ଆମର ପରିଚୟ ଥିଲା । ବିବେକାନନ୍ଦ ଦୁନିଆ ସାମ୍ନାରେ କହି ଦେଇଥିଲେ ଆମେ ଆମ ପରମ୍ପରା ତଳେ ପରମ୍ପରା ଆମ ତଳେ ନୁହେଁ । କ’ଣ ଖାଇବା କ’ଣ ଖାଇବା ନାହିଁ ଏହା ମୋ ଦେଶର ସଂସ୍କୃତି ପରମ୍ପରା ନୁହେଁ, ତାହା ତ ଆମ ବ୍ୟବସ୍ଥାଗୁଡ଼ିକର ଅଂଶ ହେବ, ଆମର ସାଂସ୍କୃତିକ ବ୍ୟବସ୍ଥା ହେଉଛି ଅଲଗା । ଆତ୍ମବତ୍ ସର୍ବଭୂତେଷୁ ଏହା ହେଉଛି ଆମର ଚିନ୍ତାଧାରା । ଅହମ୍ ବ୍ରହ୍ମାସ୍ମି ଏଭଳି ବାହାରିଥିବା ଶବ୍ଦ ନୁହେଁ । ଗୁଣତମ୍ ବିଶ୍ୱ ମାରୟମ୍ ଏହି ଆର୍ଯ୍ୟ ଶବ୍ଦ ଆମେ ଓ ସଂପୂର୍ଣ୍ଣ ବିଶ୍ୱକୁ ସଂସ୍କୃତିମୟ କରିବା, ଏହି ଅର୍ଥରେ ଅଛି କି କୌଣସି ଜାତି ପରିବର୍ତ୍ତନ ବା ଧର୍ମ ପରିବର୍ତ୍ତନ ପାଇଁ ନୁହେଁ । ଆଉ ଏଥି ପାଇଁ ଯେଉଁ ମହାନ ପରମ୍ପରାରେ ଆମେ ଲାଳିତ ପାଳିତ ହେବାରେ ଲାଗିଛୁ ଏହା ସବୁ ଏହି ମାଟିରୁ ଉତ୍ପନ୍ନ ହୋଇଛି ।

ଶତାବ୍ଦୀ ଶତାବ୍ଦୀ ତପସ୍ୟାରୁ ବାହାରିଥିବା ଜିନିଷ.. ଏହି ଦେଶର ପ୍ରତିଟି ବ୍ୟକ୍ତି ଏହା ଭିତରେ କିଛି ନା କିଛି ଯୋଡ଼ିଛନ୍ତି । ଏହା ତ ହେଉଛି ସେହି ଦେଶ ଯେଉଁଠି ଭିକ ମାଗିଲା ବାଲା ମଧ୍ୟ ଜ୍ଞାନର ଭଣ୍ଡାରରେ ପରିପୂର୍ଣ୍ଣ । ଯେତେବେଳେ କିଏ ଆସିଥା’ନ୍ତି ତ କହିଥାଏ ଦେଲାବାଲାର ମଧ୍ୟ ଭଲ ହେଉ ନ ଦେଲାବାଲାର ମଧ୍ୟ ଭଲ ହୋଇଥାଉ । ଆଉ ଏଥିପାଇଁ ସ୍ୱାମୀ ବିବେକାନନ୍ଦଙ୍କ ସଫଳତାର ମୂଳ ଆଧାର ଏହା ଥିଲା ତାଙ୍କ ଭିତରେ ଆତ୍ମ ସମ୍ମାନ ଆଉ ଆତ୍ମ ଗୌରବର ଭାବ ଥିଲା । ଆଉ ଆତ୍ମ ଅର୍ଥାତ କୌଣସି ବ୍ୟକ୍ତି ନୁହେଁ ଯେଉଁ ଦେଶକୁ ସେ ପ୍ରତିନିଧିତ୍ୱ କରୁଥିଲେ ତାଙ୍କର ଏହି ମହାନ ପରମ୍ପରାକୁ ଆତ୍ମଗୌରବ, ଆତ୍ମ ସମ୍ମାନ ରୂପେ ସେ ପ୍ରସ୍ତୁତ କରିଥିଲେ । କ’ଣ ଆମେ କେବେ ଭାବିଛୁ କି ଆମେ କ’ଣ କହୁଛୁ । କୌଣସି ଭଲ ସ୍ଥାନକୁ ଆମେ ଚାଲିଯିବା, ସୁନ୍ଦର ପ୍ରାକୃତିକ ବାତାବରଣ ଥିବ, ପରିଷ୍କାର ପରିଚ୍ଛନ୍ନ ଥିବ, ବହୁତ ଭଲ ଲାଗିଥାଏ ତ ପ୍ରଥମ ଶବ୍ଦ ମୁହଁରୁ କ’ଣ ବାହାରିଥାଏ… ଏହା ଲାଗି ନଥାଏ କି ହେଉଛି ହିନ୍ଦୁସ୍ଥାନ… ଏମିତି କହିଥାଉ କି କହି ନଥାଉ । କୁହନ୍ତୁ ଏମିତି ହୋଇଥାଏ କି ହୋଇ ନ ଥାଏ । ଯଦି ଆତ୍ମ ସମ୍ମାନ ଆତ୍ମ ଗୌରବରେ ଲାଳିତ-ପାଳିତ ହୋଇଥିବା, ତ ଭିତରେ ଏହି ଭାବ ଆସି ନଥାଏ, ଗର୍ବ ହୋଇଥାଏ, ଚାଲନ୍ତୁ ଭାଇ କିଛି ମଧ୍ୟ ହେଉ ମୋ ଦେଶରେ ବି ଏହା ଅଛି, ଏଭଳି ଅଛି ।

ସ୍ଵାମୀ ବିବେକାନନ୍ଦ, ମୁଁ ସତ କହୁଛି ବନ୍ଧୁ ଆଜିର ସନ୍ଦର୍ଭରେ ବିବେକାନନ୍ଦଙ୍କୁ ଦେଖିବା… କିଛି ଲୋକଙ୍କୁ ଲାଗୁଥିବ ଯେବେ ମୁଁ କହୁଛି ମେକ୍ ଇନ୍ ଇଣ୍ଡିଆ, ମେକ୍ ଇନ୍ ଇଣ୍ଡିଆ ତ ବହୁତ ଲୋକ ଅଛନ୍ତି ଯେଉଁମାନେ କହୁଛନ୍ତି କି ଏହାର ବିରୋଧ କରିବାବାଲା ଲୋକ ମଧ୍ୟ ଅଛନ୍ତି । କିଛି କହୁଛନ୍ତି କି ମେକ୍ ଇନ୍ ଇଣ୍ଡିଆ ନୁହେଁ ମେଡ଼୍ ଇନ୍ ଇଣ୍ଡିଆ ଦରକାର । ଏମିତି ମଧ୍ୟ କହୁଛନ୍ତି କି ବଡ-ବଡ଼ ବୁଦ୍ଧିମାନ ଲୋକ ମଧ୍ୟ ଭିନ୍ନ-ଭିନ୍ନ ପ୍ରକାରର ଜିନିଷ ବାହାର କରି ନିଅନ୍ତି । କିନ୍ତୁ ଯାହାଙ୍କୁ ଜଣା ଥିବ କି ବିବେକାନନ୍ଦ ଏବଂ ଜାମଶେଦଜୀ ଟାଟାଙ୍କ ମଧ୍ୟରେ ଯେଉଁ ପତ୍ରାଳାପ ହୋଇଥିଲା ଯଦି ସେହି ଆଲୋଚନା ବିଷୟରେ ଜଣା ପଡ଼ିବ । ବିବେକାନନ୍ଦ ଏବଂ ଜାମଶେଦଜୀ ଟାଟାଙ୍କ ମଧ୍ୟରେ ଯେଉଁ ପତ୍ରାଳାପ ହୋଇଥିଲା ତାହା କେହି ଦେଖିଥିବ ତ ଜଣା ପଡ଼ିବ କି ସେ ସମୟର ହିନ୍ଦୁସ୍ଥାନ ଥିଲା ପରାଧୀନ । ସେତେବେଳେ, ବିବେକାନନ୍ଦ – 30 ବର୍ଷର ଜଣେ ଯୁବକ ଜାମଶେଦଜୀ ଟାଟାଙ୍କ ଭଳି ବ୍ୟକ୍ତିଙ୍କୁ କହୁଛନ୍ତି ଯେ ଭାରତରେ ଉଦ୍ୟୋଗ ସ୍ଥାପନ କରନ୍ତୁ ନା । ମେକ୍ ଇନ୍ ଇଣ୍ଡିଆ ତିଆରି କରନ୍ତୁ ନା । ଆଉ ସ୍ୱୟଂ ଜାମଶେଦଜୀ ଟାଟା ଲେଖିଥିଲେ, ସ୍ୱୟଂ କହିଥିଲେ କି ବିବେକାନନ୍ଦଙ୍କ ସେହି ଶବ୍ଦ, ସେହି କଥା ମୋ ପାଇଁ ପ୍ରେରଣାଦାୟୀ ଥିଲା । ସେହି କାରଣରୁ ମୁଁ ଏହି ଭାରତ ଭିତରେ ଭାରତର ଉଦ୍ୟୋଗ ପ୍ରତିଷ୍ଠା କରିବାରେ ଲାଗି ପଡ଼ିଲି ।

ଆପଣ ଆଶ୍ଚର୍ଯ୍ୟ ହେବେ କି ଆମ ଦେଶରେ ପ୍ରଥମ କୃଷି ବିପ୍ଳବ ବିବେକାନନ୍ଦଙ୍କ ଚିନ୍ତାଧାରାରୁ ବାହାରିଥିଲା କି ଭାରତରେ ପ୍ରଥମ କୃଷି ବିପ୍ଳବ କିପରି ହେବା ଦରକାର ଆଉ ଡକ୍ଟର ସେନ୍ ଯିଏ ପ୍ରଥମ କୃଷି ବିପ୍ଳବର ମୁଖ୍ୟ ଭାବେ ମାନ୍ୟତା ପାଆନ୍ତି । ସେ ଏହି ପ୍ରତିଷ୍ଠାନ ତିଆରି କରିଥିଲେ ଆଉ ପ୍ରତିଷ୍ଠାନର ନାମ ବିବେକାନନ୍ଦ କୃଷି ଗବେଷଣା ଅନୁଷ୍ଠାନ ରଖା ଯାଇଥିଲା । ଅର୍ଥାତ ହିନ୍ଦୁସ୍ଥାନର କୃଷିକୁ ଆଧୁନିକ କରିବା ଦରକାର, ବୈଜ୍ଞାନିକ ଗବେଷଣା ଆଧାରରେ ତିଆରି ହେବା ଦରକାର, ଏହି ଚିନ୍ତାଧାରାର କଥା ବିବେକାନନ୍ଦ ସେହି ବୟସରେ କରୁଥିଲେ ।

ଆଜି ଯାହାକୁ ନେଇ ଚର୍ଚ୍ଚା ହେଉଛି ଆମର ଯୁବକମାନେ ବିଶ୍ୱବିଦ୍ୟାଳୟ ଯାଉଛନ୍ତି ଆଉ ଆଲୋଚନା କରୁଛନ୍ତି । ଆଜି 9/11 ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଶତାବ୍ଦୀ ସମାରୋହ ସହିତ ମଧ୍ୟ ଯୋଡ଼ି ହୋଇଛନ୍ତି ଆଉ ଆଜି 9/11 ଯେଉଁ ମହାପୁରୁଷ ଗାନ୍ଧିଜୀଙ୍କୁ କରି ଦେଖାଇଥିଲେ, ଆଚାର୍ଯ୍ୟ ବିନୋବା ଭାବେଙ୍କର ମଧ୍ୟ ଜନ୍ମ ଜୟନ୍ତୀ ଅଟେ । ଆଉ ଆଜି ଯେବେ ମୁଁ ଏହି କଥା କହୁଛି ସେତେବେଳେ ଦୀନଦୟାଲଜୀଙ୍କ ବିଚାରଧାରାକୁ ଯିଏ ଦେଖିଥିବେ, ଶୁଣିଥିବେ, ପଢ଼ିଥିବେ । ଏହି ଭାବଗୁଡ଼ିକର ଆଧୁନିକ ସନ୍ଦର୍ଭରେ ହେଉଛି ପ୍ରଗତିକରଣ, ହେଉଛି ଅନ୍ତ୍ୟୋଦୟ, ଜନସେବା ହିଁ ପ୍ରଭୁଙ୍କ ସେବା ଏହା ମଧ୍ୟ ବିବେକାନନ୍ଦ କହୁଥିଲେ । ଆଚାର୍ଯ୍ୟ ବିନୋବାଙ୍କ ବଡ଼ ନିକଟତମ ସାଥୀ ଦାଦା ଧର୍ମାଧିକାରୀ… ଗାନ୍ଧିଜୀ ଯାହା ଚିନ୍ତା କରୁଥିଲେ, କହୁଥିଲେ ତାହାକୁ ବ୍ୟକ୍ତ କରିବାର କାମ ଜୀବନ ମାଧ୍ୟମରେ ବିନୋବାଜୀ କରିଛନ୍ତି । ଆଉ ବିନୋବାଜୀ ଯାହା ଭାବୁଥିଲେ, ତାକୁ ଶବ୍ଦରେ ରୂପ ଦେବା କାମ ଦାଦା ଧର୍ମାଧିକାରୀଙ୍କ ଚିନ୍ତାଧାରାରେ ଦେଖାଯାଏ । ଦାଦା ଧର୍ମାଧିକାରୀ ଗୋଟିଏ ପୁସ୍ତକରେ ଲେଖିଥିଲେ ବଡ଼ ମଜାଦାର ଭାବେ ଲେଖିଛନ୍ତି । କୌଣସି ଜଣେ ଯୁବକ ତାଙ୍କ ପାଖକୁ ଆସି ଚାକିରି ପାଇଁ କୌଣସି ଏକ ପରିଚୟ ପତ୍ର ନେଇ ଆସିଥାଏ । ସେ ଚାହୁଁଥିଲା କି ଧର୍ମାଧିକାରୀ ମହୋଦୟ କିଛି ସୁପାରିଶ କରିବେ, କିଛି ସାହାଯ୍ୟ କରିବେ ତ କେଉଁଠାରେ କାମ ମିଳି ଯିବ । ଦାଦା ଧର୍ମାଧିକାରୀ ଲେଖିଛନ୍ତି “….ତାକୁ ମୁଁ ପଚାରିଲି ଯେ ତୁମକୁ କ’ଣ ଆସେ, ତ ସେ କହିଲା ମୁଁ ସ୍ନାତକ । ସେ ଦ୍ୱିତୀୟ ଥର ପଚାରିଲେ ଯେ ତୁମକୁ କ’ଣ ଆସେ, ସେ ଦ୍ୱିତୀୟ ଥର କହିଲା ଯେ ମୁଁ ସ୍ନାତକ…….” । ସେ ବୁଝିପାରିଲା ନାହିଁ ଯେ ଦାଦା ଧର୍ମାଧିକାରୀ କହୁଛନ୍ତି ନା ପଚାରୁଛନ୍ତି । ତୃତୀୟଥର ପଚାରିଲେ କି ଭାଇ ତୁମକୁ କ’ଣ ଆସେ? ନା, କହିଲେ କି ମୁଁ ହେଉଛି ସ୍ନାତକ । ଧର୍ମାଧିକାରୀ ପଚାରିଲେ ଯେ ତୁମକୁ ଟାଇପ୍ କରିବା ଆସେ କି? ତ କହିଲେ ନା, ଖାଇବା ତିଆରି କରି ଆସେ? ସେ କହିଲେ ନା, ଆସବାବପତ୍ର ତିଆରି କରି ଆସେ ? କହିଲେ ନା, ଚା’ ଜଳଖିଆ ତିଆରି କରି ଆସେ? ଆଜ୍ଞା ନାଇଁ ମତେ ଆସେ ନାହିଁ, ମୁଁ ତ ହେଉଛି ସ୍ନାତକ । ଏବେ ଦେଖନ୍ତୁ ବିବେକାନନ୍ଦ କ’ଣ କହିଥିଲେ, ବିବେକାନନ୍ଦଙ୍କର ପ୍ରତ୍ୟେକଟି କଥା ଆମ ମସ୍ତିଷ୍କକୁ ବହୁତ ବଡ଼ ଚହଲେଇଦେଲା ଭଳି ତାଙ୍କ ପ୍ରକୃତି ଥିଲା । ଏବେ ସେ ସେହି ଭାଷାରେ କଥା କହୁଥିଲେ । ଆଉ ସେ ବଡ଼ ମଜାଦାର କଥା କହିଥିଲେ – ‘ଶିକ୍ଷା ଆମ ମସ୍ତିଷ୍କରେ ଦିଆଯାଇଥିବା ସୂଚନାର ପରିମାଣ ନୁହେଁ ବରଂ ତାହା ଆମ ଜୀବନକୁ ପରିଚାଳିତ କରିବାରେ ଚାଳକର ଭୂମିକା ତୁଲାଇ ଥାଏ’ । ଏଭଳି ଜ୍ଞାନର ଭଣ୍ଡାର ଭରି ଦିଅନ୍ତି ଯେ ତାହା ବଦହଜମ ହୋଇ ରହିଯାଏ । ଏହା ପାଞ୍ଚଟି ବିଚାରଧାରାକୁ ଗ୍ରହଣ କରିନିଏ ଏବଂ ଆପଣଙ୍କର ଜୀବନ ଓ ଚରିତ୍ରର ତୁଳନା ଅନ୍ୟ କୌଣସି ହୃଦୟବାନ ବ୍ୟକ୍ତିଙ୍କଠାରୁ ଅଧିକ ଶିକ୍ଷିତ କରିଥାଏ । ଅର୍ଥାତ ସମ୍ପୂର୍ଣ୍ଣ ପୁସ୍ତକାଳୟ ଭର୍ତ୍ତି ହୋଇ ପଡିଛି ସମସ୍ତଙ୍କ ମନ ମସ୍ତିଷ୍କରେ ପାଞ୍ଚଟି ବିଚାରଧାରାକୁ ନେଇ ଜୟଯୁକ୍ତ ହୋଇଛନ୍ତି… କହିବାର ଅର୍ଥ ହେଉଛି ସେ ଜ୍ଞାନ ଆଉ କୌଶଳକୁ ଅଲଗା କଲେ । ଆଜି ସମଗ୍ର ବିଶ୍ୱ ହାତରେ ରହିଛି ସାର୍ଟିଫିକେଟ । ତାହାର ମହତ୍ୱ ହେଉଛି ଯେ ହାତରେ କଳା ରହିଛି, ତାହାର ମହତ୍ୱ ରହିଛି । ଏହି ସରକାର ସେହି ବିଚାରକୁ ଆଗକୁ ବଢ଼ାଇବାର ଚେଷ୍ଟା କରିଛନ୍ତି- ଦକ୍ଷତା ବିକାଶ ।

ଆମ ଦେଶରେ ଦକ୍ଷତା ବିକାଶ ନୂଆ ବିଷୟ ନୁହେଁ କିନ୍ତୁ ଆଗରୁ ବିଭାଗ ଗୁଡିକରେ ଖେଳାଇ ହୋଇ ପଡିଥିଲା କେହି ତାହାର ମାଲିକ ନ ଥିଲେ । ଯାହାର ଯାହା ଇଚ୍ଛା ସେହି ଦିଗରେ ଚଲାଉଥିଲେ । ଆମେ ଆସି ଏ ସମସ୍ତ ଦକ୍ଷତା ବିକାଶକୁ ଗୋଟିଏ ଜାଗାକୁ ଆଣିଲୁ ତାହାର ଅଲଗା ମନ୍ତ୍ରଣାଳୟ କଲୁ ଅଲଗା ବିଭାଗ କଲୁ ଏବଂ ଦୃଷ୍ଟି ନିବଦ୍ଧ କରି ଦକ୍ଷତା ବିକାଶ ଯାହା କି ଦେଶରେ ଏଭଳି ଯୁବକଙ୍କୁ ପ୍ରସ୍ତୁତ କରିବ ଯାହାଙ୍କୁ କେବେ କାହା ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ । ମୋ ଦେଶର ଯୁବକ ନିଯୁକ୍ତି ଅନ୍ୱେଷଣକାରୀ ନୁହେଁ ବରଂ ନିଯୁକ୍ତି ପ୍ରଦାନକାରୀ ହେବା ଦରକାର । ମୋ ଦେଶର ଯୁବକ ମାଗିଲାବାଲା ନ ହୋଇ ଦେଲାବାଲା ହେବା ଦରକାର ଆଉ ଏଥିପାଇଁ ମୁଁ ଆଜି ଯେତେବେଳେ ସ୍ୱାମୀ ବିବେକାନନ୍ଦଙ୍କ ବିଚାରଧାରାଗୁଡ଼ିକୁ ମନେ ପକାଉଛି ତେବେ ସେହି ନବସୃଜନ ପରେ, ଅନୁସନ୍ଧାନ ପରେ ସେହି ଚିରାଚରିତ ଭଙ୍ଗା ଦଦରା ଜିନିଷକୁ ବହିଷ୍କାର କରିବାପାଇଁ ଆହ୍ୱାନ କରୁଛି । କେତେ ମହାନ କାହିଁକି ନା ହେଉ, କେତେ ଭଲ କାହିଁକି ନା ଲାଗୁ କିନ୍ତୁ ଛାଡ଼ିବା ପାଇଁ ସେ ଆହ୍ୱାନ କରୁଛି ।

ସମାଜ ଜୀବନ ମଧ୍ୟ ସେତେବେଳେ ପ୍ରଗତି କରି ପାରିବ କି ଯେବେ ନିତ୍ୟ ନୂତନ ହେବ, ନିତ୍ୟ ନୂତନ ପ୍ରାଣବାନ ହେବ ତେବେ ଯାଇ ଆମେ ସଫଳ ହେବା ଆଉ ଏଥିପାଇଁ ଆମ ଦେଶର ଯୁବ ପିଢି ତାଙ୍କ ପାଖରେ ସେହି ସାହସ ଦରକାର, ସେହି ନିଷ୍ଠା ଦରକାର ଯେଉଁଥିରେ ନବସୃଜନ କମ୍ ହେଉ ମନୋବୃତି ରହୁ । କିଛି ଲୋକଙ୍କୁ ଏହା ଡର ଲାଗେ ଯେ ବନ୍ଧୁ କରିବି କିନ୍ତୁ ବିଫଳ ହେବି, ତ କରିବି ବିଫଳ ହେବି ତ, ଦୁନିଆରେ କୌଣସି ଲୋକ ଦେଖିଛନ୍ତି ଆପଣମାନେ ଯିଏ ବିଫଳତା ବିନା ସଫଳ ହୋଇଛନ୍ତି । କେବେ ନା କେବେ ତ ବିଫଳତା ହିଁ ତିଆରି କରିଥାଏ ସଫଳତାର ରାସ୍ତା, ଆଉ ଏଥିପାଇଁ ବିଫଳତାକୁ ଡରି ଏହି ଜୀବନ ହୋଇ ନ ଥାଏ ବନ୍ଧୁ! ଯିଏ କୂଳରେ ଠିଆ ହୋଇଥାଏ ସେ ବୁଡ଼ି ଯାଇ ନଥାଏ ବନ୍ଧୁ, ଯିଏ ପାଣିକୁ ଲମ୍ଫ ପ୍ରଦାନ କରିଥାଏ ବୁଡ଼ିଥାଏ ମଧ୍ୟ ଆଉ ବୁଡ଼ିକରି ପହଁରା ଶିଖି ନେଇଥାଏ ଆଜ୍ଞା । କୂଳରେ ଠିଆ ହୋଇ ଲହଡ଼ି ଗଣୁଥିବା ଲୋକ ଜୀବନ ପୂରା କରି ନେଇ ଥାଏ ଆଜ୍ଞା, ଯିଏ ଲହଡ଼ିକୁ ପାର କରିବାର ସାମର୍ଥ୍ୟ ନେଇ ଆସିଥାଏ । ପୋଖରୀକୁ, ନଦୀକୁ, ସମୁଦ୍ରକୁ ଡେଇଁବାର ଦୃଢ଼ ଇଚ୍ଛା ଶକ୍ତି ନେଇ ଚାଲିଥାଏ । ସ୍ୱାମୀ ବିବେକାନନ୍ଦ ଏଭଳି ଯୁବକ ଆଶା କରନ୍ତି, ଏଭଳି ଯୁବକଙ୍କୁ ଆଶା କରନ୍ତି ।

ଆଜି ଭାରତ ସରକାର ଅଭିଯାନ ଚଳାଉଛନ୍ତି ଷ୍ଟାର୍ଟ-ଅପ୍ ଇଣ୍ଡିଆ, ଷ୍ଟାଣ୍ଡ-ଅପ୍ ଇଣ୍ଡିଆ, ମୁଦ୍ରା ଯୋଜନାରେ ବିନା ବ୍ୟାଙ୍କ ଗ୍ୟାରେଣ୍ଟିରେ ଟଙ୍କା ମିଳୁଛି । ମୁଁ ଚାହିଁବି ମୋ ଦେଶର ଯୁବକ ମୋ ଦେଶର ସମସ୍ୟାଗୁଡ଼ିକର ସମାଧାନ କରିବା ପାଇଁ ନୂତନ ନବସୃଜନ, ନୂତନ ଉତ୍ପାଦ ନେଇ କରି ଆସନ୍ତୁ ଆଉ ଲୋକଙ୍କ ପାଖକୁ ଯାଆନ୍ତୁ ହିନ୍ଦୁସ୍ଥାନ ହେଉଛି ବହୁତ ବଡ଼ ବଜାର । ମୋ ଦେଶ ଯୁବକଙ୍କ ବୁଦ୍ଧି ଆଉ ସାମର୍ଥ୍ୟକୁ ଅପେକ୍ଷା କରି ରହିଛି । ଆଉ ବିବେକାନନ୍ଦଜୀ ଯେଉଁ ଜ୍ଞାନ ଆଉ ଦକ୍ଷତାକୁ ଯେଉଁ ଅଲଗା କରିଛନ୍ତି ଆଜି ସମୟର ଆବଶ୍ୟକତା ହେଉଛି ସେହି ଭାବର ସହିତ ଆମେ ଦକ୍ଷତାର ମହତ୍ୱ ବଢ଼ାଇ ଚାଲିବୁ । ରାତାରାତି ହୋଇ ନ ଥାଏ – ବଢ଼ାଇ ଚାଲିବା । ଆପଣ ଦେଖନ୍ତୁ ପରିଣାମ କିଛି ଅଲଗା ହେବ । ନବସୃଜନ-ଆମେ ଆମର ନୀତି ଆୟୋଗ ଦ୍ୱାରା ଅଟଳ ନବସୃଜନ ମିଶନ ଆପ୍ ଚଳାଇ ରଖିଛୁ । ତା’ ସହିତ ଅଟଳ Tinkering Labs ତାହାକୁ ଦେଶର ଛୋଟ ଛୋଟ ବାଳକ ଯେଉଁମାନେ ଏହି ପ୍ରକାରର ନବସୃଜନ କରୁଛନ୍ତି ସେମାନଙ୍କୁ ପ୍ରୋତ୍ସାହନ ଦେବାର ଏକ ସମ୍ପୂର୍ଣ୍ଣ ଆନ୍ଦୋଳନ ଚାଲୁ ରହିଛି । ନିରବ ଆନ୍ଦୋଳନ ହେଉଛି, କିନ୍ତୁ ଚାଲୁ ରହିଛି । ଆଉ ବହୁତ ପ୍ରତିଭାବାନ ପିଲା ନୂଆ-ନୂଆ ଜିନିଷ ନେଇ କରି ଆସନ୍ତୁ । ମୁଁ ରାଷ୍ଟ୍ରପତି ଭବନରେ ଯେବେ ପ୍ରଣବ ଦା’ ରାଷ୍ଟ୍ରପତି ଥିଲେ ତ ସାରା ଦେଶରୁ ଏହି ପ୍ରକାରର ପିଲାଙ୍କୁ ଥରେ ସେ ଡାକିଥିଲେ 12-15ଜଣ ଆସିଥିଲେ । ସେମାନେ ନିଜ ନିଜର ନବସୃଜନ ଜିନିଷ ଆଣିଥିଲେ ତ ପ୍ରଣବ ଦା’ ମୋତେ ଅନୁରୋଧ କରିଥିଲେ କି ଟିକେ ଏହି ପିଲାଙ୍କୁ ସାକ୍ଷାତ କରନ୍ତୁ, ମୁଁ ଦେଖିବାକୁ ଯାଇଥିଲି । ମୁଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି 12-15 ଜଣ ପିଲା ଥିଲେ ସେମାନଙ୍କ ମଧ୍ୟରୁ ଅଧେରୁ ଅଧିକ ଏଭଳି ଜିନିଷ ଆବିଷ୍କାର କରି ଆଣିଥିଲେ ଆଉ ଅଷ୍ଟମ, ନବମ, ଦଶମ ଶ୍ରେଣୀର ପିଲା ଥିଲେ । ଅଳିଆ ଆବର୍ଜନାର ଅନାବଶ୍ୟକ ଜିନିଷରୁ କିଭଳି ଶ୍ରେଷ୍ଠ ଜିନିଷ ପ୍ରସ୍ତୁତ କରାଯାଇ ପାରିବ ତାହାର ପ୍ରକଳ୍ପକୁ ନେଇ ଆସିଥିଲେ ଦେଖନ୍ତୁ ସ୍ୱଚ୍ଛତା ଅଭିଯାନର ପ୍ରଭାବ କିଭଳି ଥିଲା । ସେମାନେ ସେହି ଜିନିଷକୁ ନେଇ ଆସିଥିଲେ କି ଅଳିଆ-ଆବର୍ଜନାରୁ କ’ଣ ତିଆରି ହୋଇ ପାରିବ । ମୋର କହିବାର ତାତ୍ପର୍ଯ୍ୟ ଏହା କି ଭାରତରେ ପ୍ରତିଭାର କୌଣସି ଅଭାବ ନାହିଁ । ଆଉ ତାହା ଉପରେ ଆମକୁ ଚିନ୍ତା କରିବା ଦରକାର । ଆଜି ସମଗ୍ର ବିଶ୍ୱରେ ବିଦେଶ ନୀତି ଉପରେ ବହୁତଗୁଡ଼ିଏ ଚର୍ଚ୍ଚା ହେଉଛି । ଏହି ତୃଟି, ସେହି ତୃଟି, ଏହି ଗୋଷ୍ଠୀ, ସେହି ଗୋଷ୍ଠୀ, ଶୀତଳ ଯୁଦ୍ଧ ବିଷୟରେ ଭଲ ବଢ଼ିଆ ବଢ଼ିଆ କ’ଣ କ’ଣ ଶବ୍ଦ ବାଛୁଛନ୍ତି । କେବେ ବିବେକାନନ୍ଦ ମହାଶୟଙ୍କୁ କିଏ ପଢ଼ିଛନ୍ତି ତ ତାଙ୍କର ବିଦେଶ ନୀତି କ’ଣ ଥିଲା । ସ୍ୱାମୀ ବିବେକାନନ୍ଦ ସେ ସମୟରେ କହିଥିଲେ ଆଉ ଆଜି 120 ବର୍ଷ ପରେ ଦୁନିଆ ସମ୍ମୁଖରେ ଦୃଷ୍ଟିଗୋଚର ହେଉଛି । ସେ କହିଥିଲେ ଏକ ଏସିଆ, ଏକ ଏସିଆର ପରିକଳ୍ପନା ଦେଇଥିଲେ ଆଉ ଏକ ଏସିଆର ପରିକଳ୍ପନା ଦ୍ୱାରା ସେ କହିଥିଲେ କି ବିଶ୍ୱ ଯେତେବେଳେ ସଙ୍କଟରେ ଘେରି ହୋଇଥିବ ସେତେବେଳେ ତାଙ୍କୁ ରାସ୍ତା ଦେଖାଇବାର ଶକ୍ତି ଯଦି କାହା ପାଖରେ ଥିବ ତ ଏକ ଏସିଆ One Asia ପାଖରେ ଥିବ । ଗୋଟିଏ ସାଂସ୍କୃତିକ ପରମ୍ପରାରେ ଧନୀ-ଏକ ଏସିଆ । କିଏ କହୁଛି ଚୀନର ଶତାବ୍ଦୀ, କିଏ କହୁଛି ଭାରତର ଶତାବ୍ଦୀ କିନ୍ତୁ ଆଜି ସାରା ଦୁନିଆ କହୁଛି କି ଏକବିଂଶ ଶତାବ୍ଦୀ ହେଉଛି ଏସିଆର ଶତାବ୍ଦୀ ।

125 ବର୍ଷ ପୂର୍ବେ ଯେଉଁ ମହାପୁରୁଷ ଏହି ଦର୍ଶନ ଦେଇଥିଲେ ଏକ ଏସିଆର କଳ୍ପନା କରିଥିଲେ ଆଉ ବିଶ୍ୱର ଏହି ସଂମ୍ପୂର୍ଣ୍ଣ ଚିତ୍ର ଭିତରେ ଏକ ଏସିଆର ଭୂମିକା ତୁଲାଇ ପାରିବ, ସମସ୍ୟାଗୁଡିକର ସମାଧାନ କରିବାର ମୌଳିକ ଶକ୍ତି ଏହି ଏକ ଏସିଆରେ କ’ଣ ପଡ଼ି ରହିଛି । ଏହାର ହଜାର ବର୍ଷର ପରମ୍ପରା, ଏହା ପାଖରେ କ’ଣ ଅଛି ଏହି ଦର୍ଶନ ବିବେକାନନ୍ଦଙ୍କ ପାଖରେ ଥିଲା । ଆଉ ଏଥିପାଇଁ ଆଧୁନିକ ସନ୍ଦର୍ଭରେ ଆମକୁ ବିବେକାନନ୍ଦଙ୍କୁ ଦେଖିବା ଦରକାର । ସେ ଉଦ୍ଯୋଗକୁ ପ୍ରୋତ୍ସାହନ ଦେବାର କଥା କହୁଥିଲେ । ତାଙ୍କର ପ୍ରତ୍ୟେକ କଥାବାର୍ତ୍ତାରେ ଭାରତ ସାମର୍ଥ୍ୟବାନ, ସଶକ୍ତ ହେଉ ସେହି ଆଧାର କ’ଣ ତ କୃଷି ବିପ୍ଳବର କଥା କହୁଥିଲେ ତ ଦ୍ୱିତୀୟ ପକ୍ଷରେ ନବସୃଜନର କଥା କହୁଥିଲେ । ପୁଣି ତୃତୀୟ ପକ୍ଷରେ ଉଦ୍ୟମିତା କଥା କହୁଥିଲେ । ଆଉ ସମାଜ ଭିତରେ ଦୋଷ ଅଛି ତା ବିରୁଦ୍ଧରେ ଲଢାଇ ଲଢ଼ିବା କଥା ମଧ୍ୟ କହୁଥିଲେ । ଛୁଆଁ-ଅଛୁଆଁ ବିରୁଦ୍ଧରେ ସେ ଏତେ କଥା କହୁଥିଲେ, କହୁଥିଲେ-କି ଏହି ଛୁଆଁ-ଅଛୁଆଁ, ଉଚ୍ଚ-ନିଚ୍ଚର ଭାବ ଏକ ପାଗଳାମି । ଯେଉଁ ମହାପୁରୁଷ ଏତେ ସବୁ ଦେଲେ ଆଜି ଦୀନଦୟାଲଜୀଙ୍କର ଜନ୍ମ ଶତାବ୍ଦୀ ପାଳନ କରୁଛୁ ସେତେବେଳେ ସେ ମଧ୍ୟ ଅନ୍ତ୍ୟୋଦୟର କଥା କହୁଥିଲେ ।

ମହାତ୍ମା ଗାନ୍ଧୀ ମଧ୍ୟ କହୁଥିଲେ କୌଣସି ମଧ୍ୟ ନିର୍ଣ୍ଣୟ କରନ୍ତୁ ତ ସମାଜର ଯିଏ ଶେଷ ଧାଡିରେ ବସିଛି ତାହାର କଲ୍ୟାଣ ହେବ କି ନାହିଁ ଏତିକି ଦେଖି ନିଅନ୍ତୁ । ଆପଣଙ୍କ ନିର୍ଣ୍ଣୟ ଠିକ୍ ହେବ ।

ବିଗତ ଦିନରେ କିଛି ଯୁବକମାନେ କାର୍ଯ୍ୟକ୍ରମ କରିଥିଲେ ଆଉ ସେହି କାର୍ଯ୍ୟକ୍ରମ ଥିଲା ଯାହା ଅଟଳଜୀଙ୍କ ସମୟରେ ସୁବର୍ଣ୍ଣ ଚତୁର୍ଭୁଜ ତିଆରି ହୋଇଥିଲା ତାହା ଉପରେ ଯାତ୍ରା କରିବାର, ସାଇକେଲ ନେଇକରି ଗଲେ ଆଉ ରିଲେ ରେସ୍ କଲେ ସେମାନେ ବୋଧହୁଏ 6000 କିଲୋମିଟର ସାଇକେଲରେ ରିଲେ ରେସ୍ କରି ଅତିକ୍ରମ କରିଥିଲେ । ତାଙ୍କର ବଡ଼ ଉଚ୍ଚ ମନ୍ତ୍ର ଥିଲା, ସେ କହିଥିଲେ ଭାରତର ନିୟମକୁ ଅନୁସରଣ କରନ୍ତୁ ଆଉ ଭାରତ ଆପଣଙ୍କ ଉପରେ ରାଜତ୍ୱ କରିବ । ଆମେ 125 କୋଟି ଦେଶବାସୀ ଏତିକି କରିନେବେ ନିୟମକୁ ଅନୁସରଣ କରନ୍ତୁ ପୁଣି ବିବେକାନନ୍ଦଙ୍କର ଯେଉଁ ସ୍ୱପ୍ନ ଥିଲା ମୋ ଭାରତ ବିଶ୍ୱଗୁରୁ ହେବ ନିଜକୁ ନିଜେ ଭାରତ ଶାସନ କରିବ କିନ୍ତୁ ଆମେ ନିଶ୍ଚିତ ନିୟମକୁ ଅନୁସରଣ କରିବା । ଆଉ ଏଥିପାଇଁ ଏହି ଭାବକୁ ନେଇ କରି ଆମେ ଆଜି ବିବେକାନନ୍ଦଙ୍କର ବତ୍କୃତାର 125 ବର୍ଷ ଏବଂ ପଣ୍ଡିତ ଦୀନଦୟାଲଜୀଙ୍କର ଶତାବ୍ଦୀ ଆଉ ସୌଭାଗ୍ୟ କ୍ରମେ ବିନୋବାଙ୍କର ଜନ୍ମଦିନ, ଆଉ ଦ୍ୱିତୀୟରେ ସେହି ଭୟାନକ 9/11 ଯାହା ସଂହାର କଲା, ବିନାଶ କଲା ଦୁନିଆକୁ ଆତଙ୍କବାଦ ଭିତରକୁ ଠେଲି ଦେଲା । ମଣିଷ ମଣିଷର ଶତ୍ରୁ ହୋଇଗଲା । ଏପରି ସମୟ ବସୁଧୈବ କୁଟୁମ୍ବକମର ଚିନ୍ତାଧାରା ନେଇ କରି ଚାଲୁଥିବା ଆମେମାନେ ପ୍ରକୃତିରେ ମଧ୍ୟ ପରମାତ୍ମା ଦେଖିଲାବାଲା ଆମେମାନେ, ଗଛପତ୍ରରେ ପରମେଶ୍ୱର ଦେଖିଲାବାଲା ଆମେମାନେ, ନଦୀକୁ ମଧ୍ୟ ମାଆ ଭାବୁଥିବା ଆମେମାନେ, ପୂରା ବ୍ରହ୍ମାଣ୍ଡକୁ ପରିବାର ଭାବୁଥିବା ଲୋକ ସଂକଟରେ ଘେରି ହୋଇଥିବା ମାନବତାକୁ, ସଂକଟରେ ଘେରି ହୋଇଥିବା ବିଶ୍ୱକୁ ଆମେ ସବୁ କିଛି ଦେଇ ପାରିବା ଯେତେବେଳେ ଆମେ ନିଜ କଥାରେ ଗର୍ବ କରିବା ଆଉ ସମୟାନୁକୂଳ ପରିବର୍ତ୍ତନ କରିବା । ଯାହା ଭୁଲ, ସମାଜ ପାଇଁ ବିନାଶକ ହୋଇଥାଏ କେତେ ବି ମାନ୍ୟତାଗୁଡିକ ନିଜ ନିଜ ସମୟରେ ଠିକ୍ ଥିବ, ଯଦି ଆଜିର ସମୟରେ ତାହା ନାହିଁ ତା ବିରୁଦ୍ଧରେ ସ୍ୱର ଉଠାଇ ତାକୁ ନଷ୍ଟ କରିବା ପାଇଁ ବାହାର କରିବା ଦରକାର ।

କିନ୍ତୁ ମୋ ଯୁବକମାନେ, ସ୍ୱାମୀ ବିବେକାନନ୍ଦ ଯେଉଁ ରାମକୃଷ୍ଣ ମିଶନର ନାମକୁ ଆରମ୍ଭ କରିଥିଲେ ତାକୁ 125 ବର୍ଷ ହୋଇଗଲା । 2022 ଭାରତର ସ୍ୱାଧୀନତାର 75 ବର୍ଷ ହେବ । ଆମେ କୌଣସି ସଂକଳ୍ପ ନେଇ ପାରିବା କି । ଆଉ ସଂକଳ୍ପ… ମୋର ଜୀବନର ବ୍ରତ ହେବା ଦରକାର । ଏହାକୁ ମୁଁ କରିବି ଆଉ ଆପଣ ଦେଖିବେ ଜୀବନ ବଂଚିବାର ଅଲଗା ଅନ୍ଦାଜ ହେବ । କେବେ କେବେ ଆମ ଦେଶରେ ଏହି ବିବାଦ ହୁଏ କି ଯେଉଁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛାତ୍ର ଥା’ନ୍ତି ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ପଦରେ ବସିଥିବା ସମସ୍ତ ନିର୍ବାଚନ ଜିତି ଆସିଥିବା ଛାତ୍ରନେତା ହୁଅନ୍ତୁ, ସମସ୍ତେ… ଛାତ୍ର ରାଜନୀତି କେଉଁଠାରୁ ଆରମ୍ଭ ଆଉ କେଉଁଠାରେ ପହଂଚିଲା ଏହା ହେଉଛି ଚିନ୍ତନର ବିଷୟ । କିନ୍ତୁ ମୁଁ କେବେ କେବେ ଦେଖେ ଯେ ଛାତ୍ର ରାଜନୀତି କରୁଥିବା ଲୋକ ଯେବେ ନିର୍ବାଚନ ଲଢ଼ନ୍ତି ତ ଆମେ ଏୟା କରିଦେବୁ, ସେୟା କରିଦେବୁ… ଏହି ସବୁ କହନ୍ତି କିନ୍ତୁ ଏ ପର୍ଯ୍ୟନ୍ତ ମୁଁ ଦେଖିନାହିଁ ଯେ କୌଣସି ନିର୍ବାଚନରେ ପ୍ରାର୍ଥୀ ଏହା କହିଛନ୍ତି ଯେ ଆମେ କ୍ୟାମ୍ପସ ସଫା ରଖିବୁ । ଆମର ବିଶ୍ୱବିଦ୍ୟାଳୟର ଯେଉଁ ପରିସର ଅଛି ଆପଣ କୌଣସି ମଧ୍ୟ ବିଶ୍ୱବିଦ୍ୟାଳୟର ନିର୍ବାଚନ ହେବାର ପରଦିନ ଯାଆନ୍ତୁ କ’ଣ ପଡିଥାଏ ସେଠି? କ’ଣ ହୁଏ… ପୁଣି ବନ୍ଦେ ମାତରମ … କ’ଣ ଏକବିଂଶ ଶତାବ୍ଦୀକୁ ହିନ୍ଦୁସ୍ଥାନର ଶତାବ୍ଦୀ କରିବାକୁ ହେବ 2022 ସ୍ୱାଧୀନତାର 75 ବର୍ଷ ପାଳନ କରିବା ତ ଗାନ୍ଧିଙ୍କ ସ୍ୱପ୍ନର ହିନ୍ଦୁସ୍ଥାନ, ଭଗତ ସିଂହ, ସୁଖଦେବ, ରାଜଗୁରୁଙ୍କ ସ୍ୱପ୍ନର ହିନ୍ଦୁସ୍ଥାନ, ସୁଭାଷ ବାବୁଙ୍କ ସ୍ୱପ୍ନର ହିନ୍ଦୁସ୍ଥାନ, ବିବେକାନନ୍ଦଙ୍କ ସ୍ୱପ୍ନର ହିନ୍ଦୁସ୍ଥାନ, କ’ଣ ଆମମାନଙ୍କର ଏହା ଦାୟିତ୍ୱ ନୁହେଁ । ଯେଉଁମାନେ ମେନେଜମେଂଟର ବିଦ୍ୟାର୍ଥୀ ସେମାନେ ପଢିଥିବେ ଆଉ ପ୍ରକାରାନ୍ତରେ କିଛି ନାହିଁ ଆଉ ଏଥିପାଇଁ ଏହା ଆବଶ୍ୟକ ଯେ ମୁଁ ଏହା କରିବି ଏହା ହେଉଛି ମୋର ଦାୟିତ୍ୱ । ଆଉ ଦେଖନ୍ତୁ ଯେ ହିନ୍ଦୁସ୍ଥାନକୁ ବଦଳିବାକୁ ଡେରି ଲାଗିବ ନାହିଁ । ଯଦି 125କୋଟି ହିନ୍ଦୁସ୍ଥାନୀ ଗୋଟିଏ ପାଦ ଚାଲିବେ ତ ହିନ୍ଦୁସ୍ଥାନ 125 କୋଟି ପାଦ ଆଗକୁ ବଢିଯିବ ।

ମୁଁ ଦେଖିଛି କଲେଜରେ କାହାକୁ ଭଲ ଲାଗୁ କାହାକୁ ଖରାପ ଲାଗୁ ଲୋକମାନେ ତାହାର ବିରୋଧ ମଧ୍ୟ କରନ୍ତି ଏଭଳି କଛି ଲୋକ ମଧ୍ୟ ଅଛନ୍ତି । କଲେଜମାନଙ୍କରେ ଦିବସ ପାଳନ କରନ୍ତି ଅଲଗା-ଅଲଗା ଦିବସ ପାଳନ କରନ୍ତି ଆଜି ପ୍ରତ୍ୟେକ ଦିନ କିଛି ଦିବସ ରହିଛି କିଛି ଲୋକଙ୍କ ବିଚାର ଏହାର ବିରୋଧୀ ଏଠାରେ ମଧ୍ୟ ବସିଥିବେ ମୁଁ ତାହାର ବିରୋଧୀ ନୁହେଁ । ଦେଖନ୍ତୁ ଆମକୁ ରୋବଟ/ଯନ୍ତ୍ର ମାନବ ପ୍ରସ୍ତୁତ କରିବାର ନାହିଁ, ଆମକୁ ସୃଜନଶିଳତା ଆବଶ୍ୟକ । ଆମ ଭିତରର ମଣିଷ ଆମର ସମ୍ବେଦନାଗୁଡିକ ଯାହା ଦ୍ୱାରା ପ୍ରକଟିତ ହେବା ପାଇଁ ବିଶ୍ୱବିଦ୍ୟାଳୟ ପରିସରଠାରୁ କୌଣସି ବଡ ଜାଗା ନାହିଁ । କିନ୍ତୁ କ’ଣ ଆମକୁ କେବେ ବିଚାର ଆସେ ଯେ ହରିୟାଣାର କଲେଜ ହେଉ ଏବଂ ନିଶ୍ଚୟ କରିବା ଯେ ଆଜି ତାମିଲ-ଦିବସ ପାଳନ କରିବା । ପଞ୍ଜାବର କଲେଜ ହେଉ ଏବଂ ନିଶ୍ଚୟ କରିବା ଯେ ଆଜି କେରଳ-ଦିବସ ପାଳନ କରିବା । ଦୁଇଟି ଗୀତ ତାହାର ଗାଇବା ଦୁଇଟି ଗୀତ ତାହାର ଶୁଣିବା ତାଙ୍କ ଭଳି ବେଶ ପୋଷାକ ପିନ୍ଧି ସେହିଦିନ କଲେଜ ଆସିବା । ହାତରେ ଭାତ ଖାଇବାର ଅଭ୍ୟାସ କରିବା । କଲେଜରେ କୌଣସି ମାଲୟାଲମ ଫିଲ୍ମ ଦେଖିବା, ତାମିଲ ଫିଲ୍ମ ଦେଖିବା, ସେଠାରୁ କିଛି ଯୁବକଙ୍କୁ ଡାକିବା ଭାଇ ତୁମର ତାମିଲନାଡୁ ଭିତରେ ଥିବା ଗାଁରେ କିଭଳି ଖେଳ ଖେଳାଯାଏ ଆସ ଖେଳିବା । ମତେ କୁହନ୍ତୁ ଦିବସ ପାଳନ ହୋଇପାରିବ କି ହୋଇପାରିବ ନାହିଁ । ସେହି ଦିବସ ଉତ୍ପାନକ୍ଷମ ହେବ କି ହେବ ନାହିଁ । ଏକ ଭାରତ ଶ୍ରେଷ୍ଠ ଭାରତ ହେବ ନା ହେବ ନାହିଁ । ଆମକୁ ବିବିଧତା ଆପଣମାନେ ତ ବହୁତ ସ୍ଲୋଗାନ ମଧ୍ୟ ଦିଅନ୍ତି ବିବିଧତା ମଧ୍ୟରେ ଏକତାକୁ ନେଇ, କ’ଣ ଏହି ବିବିଧତାର ଗୌରବ ନେଇ ବଂଚିବାର ପ୍ରୟାସ ଆମେ କରୁଛେ କି? ଯେ ପର୍ଯ୍ୟନ୍ତ ହିନ୍ଦୁସ୍ଥାନରେ ଆମର ପ୍ରତ୍ୟେକ ରାଜ୍ୟ ପ୍ରତି ଗୌରବର ଭାବନା ସୃଷ୍ଟି ନ କରିବା, ପ୍ରତ୍ୟେକ ଭାଷା ପ୍ରତି ଗୌରବର ଭାବନା ସୃଷ୍ଟି ନ କରିବା.. ମୋର ମନେ ଅଛି ଏବେ ମୋତେ, ତାମିଲ ବିଶ୍ୱବିଦ୍ୟାଳୟର ଯୁବକ ଉପରକୁ ଆସିଲେ ମୁଁ ତାଙ୍କୁ ୱଣାକ୍କମ୍ କହିଲି, ଏକଦମ ଖୁସି ହୋଇଗଲେ । ଏକଦମ ତାଙ୍କ ମନକୁ ଛୁଇଁଗଲା, ସେମାନେ ହେଉଛନ୍ତି ନିଜର । କ’ଣ ଆମ ମନ କରୁ ନାହିଁ କି ଆମେ ଏପରି ପରିବେଶ ତିଆରି କରିବା କି ଆମର ବିଶ୍ୱବିଦ୍ୟାଳୟରେ ଏଭଳି ମଧ୍ୟ ଦିନ କ’ଣ କେବେ ପାଳନ କରିବା ନାହିଁ କି ଆମ ବିଶ୍ୱବିଦ୍ୟାଳୟରେ ଶିଖ୍ ଗୁରୁମାନଙ୍କର ଦିବସ ପାଳନ କରି ପଞ୍ଜାବର ଶିଖ୍ ଗୁରୁମାନେ କିପରି ତ୍ୟାଗ ତପସ୍ୟା ବଳିଦାନ ଦେଇଛନ୍ତି ଦେଖିବା ତ ଖାଲି ଭାଙ୍ଗଡ଼ାରେ ଅଟକି ଯିବା କି । ପରାଠା ଆଉ ଭାଙ୍ଗଡ଼ା, ସେଥିରେ ମଧ୍ୟ ବହୁତ ଆଗରେ ଅଛି ଆଉ ଏଥିପାଇଁ ଆମେ କିଛି କରିବା ତ ଦେଖିବା ସେଥିରେ ସୃଜନଶୀଳତା ବିନା ଜୀବନ ନାହିଁ । ଆମେ ରୋବଟ ହୋଇ ପାରିବା ନାହିଁ ଆମ ଭିତରର ମଣିଷ ପ୍ରତିକ୍ଷଣରେ ଉଜାଗର ହୋଇ ରହିବା ଦରକାର । କିନ୍ତୁ ତାହା କରିବା ଯେଉଁଥିରେ ଦେଶର ଶକ୍ତି ବଢ଼ିବ ଦେଶର ସାମର୍ଥ୍ୟ ବଢ଼ିବ ଆଉ ଯାହା ଦେଶର ଆବଶ୍ୟକତା ଅଛି ତାହା ପୂରଣ ହେବ । ଯେ ପର୍ଯ୍ୟନ୍ତ ଆମେ ଏହି ଜିନିଷ ଠାରୁ ଦୂରେଇ ହୋଇ ରହିବା ଆମେ ଧୀରେ ଧୀରେ ସଙ୍କୁଚିତ ହୋଇଯିବା ।

ସ୍ଵାମୀ ବିବେକାନନ୍ଦ କୂପମଣ୍ଡୁକତା ଉପରେ ଗୋଟିଏ ବଡ଼ କଥା ଶୁଣାଉଥିଲେ । କୂଅରେ ଥିବା ବେଙ୍ଗର କଥା କହୁଥିଲେ । ଆମେ ସେମିତି ହୋଇ ପାରିବା ନାହିଁ । ଆମେ ତ ହେଉଛୁ ଜୟ ଜଗତବାଲା ଲୋକ ସମ୍ପୂର୍ଣ୍ଣ ବିଶ୍ୱକୁ ନିଜ ଭିତରେ ସମାହିତ କରିବାର ଅଛି ଆଉ ଆମେ ଏକ ଛୋଟ ଜଳାଶୟ ମଧ୍ୟରେ ବାନ୍ଧି ହୋଇ ରହିଯିବା ଏହି କଥା କେହି ଭାବି ପାରିବେ ନାହିଁ । ଉପନିଷଦରୁ ଉପଗ୍ରହ ପର୍ଯ୍ୟନ୍ତ ଆମର ଯାତ୍ରା ଆମେ ବିଶ୍ୱର ପ୍ରତ୍ୟେକ ବିଚାରକୁ ଯଦି ଆମ ପାଇଁ ଅନୁକୂଳ ଅଟେ ମାନବତା ପାଇଁ ଅନୁକୂଳ ଅଟେ ତ ସ୍ୱୀକାର କରିବାରେ ସଙ୍କୋଚ କରି ନାହୁଁ । ଆଉ ଆମେ ଡରି ଯାଇ ନାହୁଁ କି କିଏ ଆସିବ ଆମକୁ ଦଳି ଦେଇ ଯିବ, ଆଜ୍ଞା ନୁହେଁ, ଯିଏ ଆସିବ ଆମେ ତାକୁ ହଜମ କରି ନେବା ଏହା ହେଉଛି ଆମ ଲୋକଙ୍କ ଚିନ୍ତାଧାରା । ତାକୁ ନିଜର କରିନେବା ତାହାର ଯେଉଁ ଭଲଗୁଣ ଅଛି ତାହାକୁ ଆପଣେଇ ନେଇ ଆଗକୁ ଚାଲିବା ତେବେ ତ ଭାରତ ବିଶ୍ୱକୁ କିଛି ଦେବାର ସାମର୍ଥ୍ୟବାନ ହେବ । ଆଉ ଏଥିପାଇଁ କୌଣସି ଗୋଟିଏ କାଳଖଣ୍ଡ ଥିଲା ଯେତେବେଳେ ପରାଧୀନତାର ଜୀବନ ଜୀଉଁ ଥିଲେ । ସେତେବେଳେ ଆମେ ସୁରକ୍ଷିତ ପ୍ରକୃତି ସହିତ ନିଜକୁ ଚଳାଇ ନେଇଥିବା । ଆଜି ଆମେ ନିଜ ଭିତରେ ଏତେ ସାମର୍ଥ୍ୟ ରଖିବା ଦରକାର କି ବାହାରର ଜିନିଷରୁ ଆମକୁ କୌଣସି ଅସୁବିଧା ହୋଇଯିବ ଚିନ୍ତା କରିବାର ଆବଶ୍ୟକତା ନାହିଁ ବନ୍ଧୁ! ଆଉ ମୁଁ ତ ଆଜି ଦୁନିଆରେ ଯେଉଁଠାକୁ ଯାଉଛି ମୁଁ ଅନୁଭବ କରୁଛି କି ହିନ୍ଦୁସ୍ଥାନ ପ୍ରତି ଦେଖିବାର ଦୃଷ୍ଟିଭଙ୍ଗୀ ବଦଳି ଯାଇଛି । ଏହି ଶକ୍ତି ରାଜନୈତିକ ଶକ୍ତିରୁ ନୁହେଁ ଏହା ଜନ ଶକ୍ତିରୁ ହୋଇଛି । ଏହା ଶହେ ପଚିଶ କୋଟି ଦେଶବାସୀଙ୍କର ଶକ୍ତିର କାରଣ । କିନ୍ତୁ ଆମକୁ ଆମର କୁପ୍ରଥାକୁ ଏବେ ଆମେ ଦରୀ ତଳେ ପକାଇ ଚାଲିଯିବା ତ କେବଳ ଗନ୍ଧ ଆଉ ପଚିବା ବିନା ଆଉ କିଛି ହେବାର ନାହିଁ । ଆମକୁ ଏହି କୁପ୍ରଥା ବିରୁଦ୍ଧରେ ଲଢ଼ିବାକୁ ହେବ । ଆମ ଭିତରର କୁପ୍ରଥା ବିରୁଦ୍ଧରେ ଲଢ଼ିବାକୁ ହେବ । ଭାରତକୁ ଆଧୁନିକ କରିବା ଆମମାନଙ୍କର ସ୍ୱପ୍ନ ହେବା ଆବଶ୍ୟକ । ମୋ ଦେଶ କାହିଁକି ଆଧୁନିକ ନ ହେବ । ମୋ ଦେଶର ଯୁବକ କାହିଁକି ଦୁନିଆର ସମକକ୍ଷ ନ ହେବେ । ଏଭଳି ସାମର୍ଥ୍ୟ କାହିଁକି ନ ହେବା ଦରକାର ଆଉ ଏଥିପାଇଁ କେବେ ମୁଁ ଥରେ କୌଣସି ମହାପୁରୁଷଙ୍କୁ ଭେଟିଥିଲି । ବହୁତ ସମୟ ପୂର୍ବର କଥା ତ ସେ କେଉଁଠାରେ ମୋ ଭାଷଣ ପଢ଼ିଥିବେ ତ ତାହାର ଚର୍ଚ୍ଚା କଲେ । ସେତେବେଳେ ମୁଁ ରାଜନୀତିରେ ନଥିଲି । ସେ ମୋତେ କହିଲେ କି ଦେଖ ଭାଇ ଆପଣଙ୍କୁ ଜଣା ଅଛି କି ଆମ ହିନ୍ଦୁସ୍ଥାନର ଏକ ଅସୁବିଧା ହେଉଛି କ’ଣ? ମୁଁ କହିଲି କ’ଣ? କହିଲେ ଆମେମାନେ ଆମର ଏଠି ପାଞ୍ଚ ହଜାର ବର୍ଷ ପୂର୍ବେ ଏପରି ଥିଲା, ଦୁଇ ହଜାର ବର୍ଷ ପୂର୍ବରୁ ଏପରି ଥିଲା…ବୁଦ୍ଧଙ୍କ ସମୟରେ ଏପରି ଥିଲା ରାମଙ୍କ ସମୟରେ ଏପରି ଥିଲା । ଏଥିରୁ ବାହାରି ନାହେଁ । କହିଲେ ଦୁନିଆ ଆଜି ଆପଣ କେଉଁଠି ଅଛନ୍ତି ସେହି ଆଧାରରେ ଆପଣଙ୍କ ମୂଲ୍ୟାଙ୍କନ କରିଥାଏ । ଆମେ ଭାଗ୍ୟବାନ ଅଟୁ କି ଆମ ପାଖରେ ଏକ ମହାନ ପରମ୍ପରା ଅଛି । କିନ୍ତୁ ଆମର ଦୁର୍ଭାଗ୍ୟ କି ଆମେ ତାହାର ଗୌରବଗାନ ଛଡା ଆଉ ଆଗକୁ ବଢ଼ିବା ପାଇଁ ପ୍ରସ୍ତୁତ ନୋହୁଁ । ଗୌରବଗାନ ଆଗକୁ ବଢ଼ିବା ପାଇଁ ପ୍ରେରଣା ହେବା ଦରକାର, ଗୌରବଗାନ ପଛକୁ ହଟି ଅଟକି ଯିବା ପାଇଁ ନୁହେଁ । ଆମକୁ ଗୌରବଗାନ ଠାରୁ ଆଗକୁ ବଢ଼ିବାର ଅଛି । ଆଉ ଯୁବକ, ଯୁବକ ଏକ ପରିସ୍ଥିତିର ନାମ ନୁହେଁ ବନ୍ଧୁ, ଯୁବକ ହେଉଛି ଏକ ମନୋସ୍ଥିତିର ନାମ । ଯିଏ ବିଗତ ଦିନମାନଙ୍କରେ ହଜି ଯାଇ ରହେ, ତାକୁ ଯୁବକ ବୋଲି ମାନି ପାରିବା ନାହିଁ । କିନ୍ତୁ ଯାହା ବିଗତ ଦିନର କଥା ସେଥିରୁ ଯାହା ଶ୍ରେଷ୍ଠ ତାକୁ ନେଇ କରି ଆଗକୁ ଆସି ଆସନ୍ତାକାଲି ପାଇଁ ଚିନ୍ତା କରିଥାଏ, ବୁଝିଥାଏ, ଶୁଣିଥାଏ ସେ ହେଉଛି ଯୁବକ । ସେହି ଯୁବକ ଭାବକୁ ଭିତରେ ଏକାଠି କରି କିପରି ଆଗକୁ ବଢ଼ି ପାରିବା ତାହାର ସଙ୍କଳ୍ପ ନେଇ ଆପଣ ଚାଲନ୍ତୁ । ଏହି ଭାବନାର ସହିତ ଦୀନଦୟାଲ ଉପାଧ୍ୟାୟଙ୍କୁ ଆଜି ମୁଁ ପ୍ରଣାମ କରୁଛି, ସ୍ୱାମୀ ବିବେକାନନ୍ଦଙ୍କୁ ଆଜି ମୁଁ ପ୍ରଣାମ କରୁଛି, ଶ୍ରୀମାନ ବିନୋବା ଭାବେଙ୍କୁ ପ୍ରଣାମ କରୁଛି ଆଉ ଆପଣ ସମସ୍ତେ ମୋ ଦେଶବାସୀ ଯୁବକମାନଙ୍କୁ ବହୁତ ବହୁତ ଶୁଭକାମନା ଦେଉଛି ।

ଧନ୍ୟବାଦ!