ପିଏମଇଣ୍ଡିଆ
ଦନ୍ତ ଚିକିତ୍ସକ ଆଇନ 1948ରେ ସଂଶୋଧନ କରାଯିବ । ଏଥିଲାଗି କେନ୍ଦ୍ର ସରକାର ସଂସଦରେ ଦନ୍ତ ଚିକିତ୍ସକ ସଂଶୋଧନ ବିଲ 2017 ଆଗତ କରିବେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏ ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ।
ନିମ୍ନଲିଖିତ ଦୁଇଟି ବିଭାଗରେ ସଂଶୋଧନ ଲାଗି ଏହି ବିଲ ଆଗତ କରାଯିବ ।
1) ଭାରତୀୟ ଡେଂଟାଲ ପରିଷଦର ସଦସ୍ୟତା ସଂକ୍ରାନ୍ତ ପ୍ରାବଧାନର ଧାରା 3 ଅନ୍ତର୍ଗତ ଉପଧାରା ‘ଏଫ୍’ ରେ ସଂଶୋଧନ କରାଯିବ ।
2) ରାଜ୍ୟ ଏବଂ ଯୁଗ୍ମ ରାଜ୍ୟ ଡେଂଟାଲ ପରିଷଦର ସଦସ୍ୟତା ସଂକ୍ରାନ୍ତ ପ୍ରାବଧାନର ଧାରା 21 ଅନ୍ତର୍ଗତ ଉପଧାରା ‘ବି’ ଏବଂ ଧାରା 23 ଅନ୍ତର୍ଗତ ଉପଧାରା ‘ବି’ ରେ ସଂଶୋଧନ ହେବ ।
ଏହି ଦୁଇଟି ପ୍ରାବଧାନର ସଂଶୋଧନ / ଉଚ୍ଛେଦ ହେତୁ ଏଣିକି ଭାରତୀୟ ଡେଂଟାଲ ପରିଷଦରେ କେନ୍ଦ୍ର ସରକାରଙ୍କ ପ୍ରତିନିଧିତ୍ୱ ରହିବା ଆଉ ବାଧ୍ୟତାମୂଳକ ହେବ ନାହିଁ ।
******