Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀରେ ଓଏନଜିସିକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ବାର୍ଷିକୀ ଉପଲକ୍ଷେ ଏକ ଆହ୍ୱାନ ଗ୍ରହଣ କରିବା ଲାଗି ତୈଳ ଏବଂ ପ୍ରାକୃତିକ ଗ୍ୟାସ ନିଗମ – ଓଏନଜିସିକୁ ଆମନ୍ତ୍ରଣ ଜଣାଇଥିଲେ  । ସୌଭାଗ୍ୟ ଯୋଜନା ଶୁଭାରମ୍ଭ କରିବା ଅବସରରେ ଓଏନଜିସିର ଅଧିକାରୀ ଏବଂ କର୍ମଚାରୀଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଦକ୍ଷ ବୈଦ୍ୟୁତିକ ଚୁଲା ପ୍ରସ୍ତୁତ କରିବା ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ  । ଏହି ଚୁଲା ବିଦ୍ୟୁତ ଶକ୍ତିର ଉପଯୋଗ କରି ରୋଷେଇ କାର୍ଯ୍ୟ ସମ୍ପାଦନ କରିପାରିବ  ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ନବସୃଜନ, ଏକାଥରକେ, ଇନ୍ଧନ ଆମଦାନୀ ଉପରେ ଦେଶର ନିର୍ଭରଶୀଳତା ପ୍ରତି ଗୁରୁତ୍ୱପୂର୍ଣ୍ଣ ଓ ସକାରାତ୍ମକ ପ୍ରଭାବ ପକାଇବ  । ସେ କହିଥିଲେ ଯେ ବିଶ୍ୱ ବିଦ୍ୟୁତଚାଳିତ କାର ନିର୍ମାଣ ଦିଗରେ କାର୍ଯ୍ୟ କରୁଛି, ଭାରତରେ, ବିଦ୍ୟୁତ ଚାଳିତ କାର ସହିତ ବୈଦ୍ୟୁତିକ ଚୁଲା  ଦୀର୍ଘ ସମୟ ପର୍ଯ୍ୟନ୍ତ ଲୋକମାନଙ୍କ ଆବଶ୍ୟକତାକୁ ପୂରଣ କରିପାରିବ  । ଏହି କ୍ଷେତ୍ରରେ ନବସୃଜନ ପାଇଁ ଷ୍ଟାର୍ଟଅପ୍ ଏବଂ ଯୁବକମାନଙ୍କ ଠାରୁ ଆମନ୍ତ୍ରଣ ଆହ୍ୱାନ କରିବା ଲାଗି ସେ ଓଏନଜିସିଙ୍କୁ ପରାମର୍ଶ ଦେଇଥିଲେ  ।

 

**********