Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତ-ବେଲାରୁସ ନିବେଶ ସମ୍ବନ୍ଧୀୟ ଦ୍ୱିପାକ୍ଷିକ ଚୁକ୍ତି ସ୍ୱାକ୍ଷର ଓ ଅନୁସମର୍ଥନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତ ଏବଂ ବେଲାରୁସ ମଧ୍ୟରେ ନିବେଶ ସମ୍ବନ୍ଧୀୟ ଦ୍ୱିପାକ୍ଷିକ ଚୁକ୍ତି ସ୍ୱାକ୍ଷର ଏବଂ ଅନୁସମର୍ଥନ ପ୍ରସ୍ତାବକୁ ମଞ୍ଜୁରି ମିଳିଛି ।

ଏହି ଚୁକ୍ତିର ଫଳସ୍ୱରୂପ ଦୁଇ ଦେଶ ମଧ୍ୟରେ ନିବେଶର ପ୍ରବାହ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏହି ଚୁକ୍ତି ଦ୍ୱାରା ନିବେଶକଙ୍କ ବିଶ୍ୱାସରେ ସୁଧାର ଆସିବାର ସମ୍ଭାବନା ରହିଛି ଯାହାର ଫଳସ୍ୱରୂପ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫଡିଆଇ) ଏବଂ ଦରିଆପାରି ପ୍ରତ୍ୟକ୍ଷ ନିବେଶ(ଓଡିଆଇ)ର ସୁଯୋଗ ବୃଦ୍ଧି ପାଇବ । ଏଥିସହିତ ରୋଜଗାର ସୃଷ୍ଟି ଉପରେ ଏହାର ସକାରାତ୍ମକ ଲାଭ ମିଳିବ ।

ଦୁଇ ଦେଶର ବିଓଟିରେ ସ୍ୱାକ୍ଷର ଏବଂ ଅନୁମୋଦନ ଏକ ନୀତିଗତ ପଦକ୍ଷେପ ଭଳି କାର୍ଯ୍ୟ କରିବ । କାରଣ ବେଲାରୁସ ୟୁରେଶିଆନ ଆର୍ଥିକ ୟୁନିଅନ (ଇଏୟୁ)ର ସଦସ୍ୟ ଅଟେ । ଭାରତ ପୂର୍ବରୁ ହିଁ କିର୍ଗିଜ ଗଣତନ୍ତ୍ର ସହିତ ଦ୍ୱିପାକ୍ଷିକ ନିବେଶ ଚୁକ୍ତି ପ୍ରସଙ୍ଗରେ ପ୍ରୟାସ କରିସାରିଛି ଏବଂ ମଡେଲ ବିଓଟି ବିଷୟ ଆଧାରରେ ଏକ ନୂଆ ଦ୍ୱିପାକ୍ଷିକ ନିବେଶ ଚୁକ୍ତି ନିମନ୍ତେ ରୁଷୀୟ ଫେଡେରେସନ ସହିତ ଆଲୋଚନା ଜାରି ରଖିଛି ।

******