Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରେଳବାଇ କ୍ଷେତ୍ରରେ ଭାରତ-ସ୍ୱିଜରଲାଣ୍ଡ ବୈଷୟିକ ବୁଝାମଣା ନେଇ କ୍ୟାବିନେଟକୁ ଅବଗତ କରାଗଲା


ରେଳ କ୍ଷେତ୍ରରେ ଜ୍ଞାନକୌଶଳ ସହଯୋଗ ପାଇଁ ଭାରତର ରେଳ ମନ୍ତ୍ରଣାଳୟ ଓ ସ୍ୱିସ୍ କନଫେଡେରେସନର ଫେଡ଼େରାଲ ଡିପାର୍ଟମେଣ୍ଟ ଅଫ ଦି ଏନଭର୍ଣ୍ଣମେଣ୍ଟ, ଟ୍ରାନ୍ସପୋର୍ଟ, ଏନର୍ଜି ଏଣ୍ଡ କମ୍ୟୁନିକେସନ ମଧ୍ୟରେ ଏକ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଛି । ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟକୁ ଏହି ବୁଝାମଣା ନେଇ ଅବଗତ କରାଯାଇଛି  । ଏହି ଏମଓୟୁ 2017 ଅଗଷ୍ଟ 31 ତାରିଖରେ ସ୍ୱାକ୍ଷର ହୋଇଥିଲା ।

ଏହି ଏମଓୟୁ ଦ୍ୱାରା ନିମ୍ନଲିଖିତ କ୍ଷେତ୍ରରେ ଜ୍ଞାନକୌଶଳ ସହଯୋଗ ମିଳିବ ।

କ- ଟ୍ରାକ୍ସନ ରୋଲିଂ ଷ୍ଟକ

ଖ- ଇଏମୟୁ ତଥା ଟ୍ରେନ ସେଟସ

ଗ- ଟ୍ରାକ୍ସନ ପ୍ରୋପଲସନ ଉପକରଣ

ଘ- ଭଡ଼ା ଓ ଯାତ୍ରୀ କାର

ଙ- ଟିଲିଙ୍ଗ ଟ୍ରେନ

ଚ- ରେଳବାଇ ବିଦ୍ୟୁତକରଣ ଲାଗି ଉପକରଣ

ଛ- ଟ୍ରେନ ସିଡ୍ୟୁଲିଙ୍ଗ ଓ ପରିଚାଳନାରେ ଉନ୍ନତି

ଜ- ରେଳ ଷ୍ଟେସନ ଆଧୁନିକୀକରଣ

ଝ  ମଲଟିମଡାଲ ଟ୍ରାନ୍ସପୋର୍ଟ

ଞ୍ଜ- ସୁଡ଼ଙ୍ଗ ନିର୍ମାଣ ସମ୍ବନ୍ଧୀୟ ପ୍ରଯୁକ୍ତିବିଦ୍ୟା

 

**********