Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନର୍ମଦା ଆନିକଟ ପ୍ରକଳ୍ପର ଆଧାରଶିଳା ରଖିଲେ ପ୍ରଧାନମନ୍ତ୍ରୀ; ଭାରୁଚ ଜନସଭାରେ ଦେଲେ ଉଦ୍ବୋଧନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନର୍ମଦା ନଦୀ ଉପରେ ଭଦଭୂତ ଆନିକଟ ପ୍ରକଳ୍ପର ଶିଳାନ୍ୟାସ ପାଇଁ ଫଳକ ଉନ୍ମୋଚନ କରିଥିଲେ । ଏହି ଅବସରରେ ଭାରୁଚଠାରେ ଆୟୋଜିତ ଏକ ସମାରୋହରେ ପ୍ରଧାନମନ୍ତ୍ରୀ ଉଧନା (ସୁରତ, ଗୁଜରାଟ)ରୁ ଜୟନଗର (ବିହାର) ପର୍ଯ୍ୟନ୍ତ ଅନ୍ତ୍ୟୋଦୟ ଏକ୍ସପ୍ରେସ୍ ଚଳାଚଳକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସେ ମଧ୍ୟ ଗୁଜରାଟ ନର୍ମଦା ସାର ନିଗମ ଲିଃର ବିଭିନ୍ନ ପ୍ଲାଂଟ ଉଦଘାଟନ ଏବଂ ଶିଳାନ୍ୟାସ ପାଇଁ ଫଳକ ଉନ୍ମୋଚନ କରିଥିଲେ ।

ଏକ ସାଧାରଣ ସଭାରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅନ୍ତ୍ୟୋଦୟ ଏକ୍ସପ୍ରେସ ଏକ ପ୍ରଶଂସାଯୋଗ୍ୟ ପଦକ୍ଷେପ, ଯାହା ଲୋକମାନଙ୍କୁ ଯୋଡ଼ିବ । ବିଶେଷ କରି ଘର ଠାରୁ ଦୂରରେ ରହି କାମ କରୁଥିବା ଉତ୍ତର ପ୍ରଦେଶ ଏବଂ ବିହାରର ଜନସାଧାରଣ ଏହାଦ୍ୱାରା ଉପକୃତ ହୋଇପାରିବେ । ସେ କହିଥିଲେ ଯେ ଏହି ଟ୍ରେନ୍ ଚଳାଚଳ ଦ୍ୱାରା ଉତ୍ତର ପ୍ରଦେଶ ଏବଂ ବିହାରର ଲୋକମାନେ ଛଟ୍ ପୂଜାରେ ସେମାନଙ୍କ ଘରେ ସହଜରେ ପହଂଚିପାରିବେ ।

ନିମ୍ବ ପ୍ରଲେପିତ ୟୁରିଆ କୃଷକଙ୍କୁ ସହାୟତା କରିବ ଏବଂ ସାର ଯୋଗାଣରେ ଦୁର୍ନୀତି ଏବଂ ବାଟମାରଣାକୁ ରୋକିପାରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ପଶୁପାଳନ କ୍ଷେତ୍ରରେ ଗୁଜରାଟର ଉତ୍ଥାନ କୃଷକଙ୍କୁ ସହାୟକ ହୋଇଛି । ସେ କହିଥିଲେ ଯେ ଗୁଜରାଟକୁ ଏକ ଦଳ ପଠାଇ ପଶୁ ଆରୋଗ୍ୟ ମେଳାର ଅନୁଧ୍ୟାନ କରିବା ଲାଗି ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ କହିଛନ୍ତି । ସେ ଆହୁରି ଉଲ୍ଲେଖ କରିଥିଲେ ଯେ ଏହିପରି ଏକ ମେଳା ନିକଟରେ ବାରଣାସୀରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ଏହି ମେଳା ପରିଦର୍ଶନ କରିବାର ସୁଯୋଗ ପାଇଥିଲେ ।

***