Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆସନ୍ତାକାଲି ବିହାର ଗସ୍ତ କରିବେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର 14, 2017ରେ ବିହାର ଗସ୍ତରେ ଯିବେ ।

ପ୍ରଧାନମନ୍ତ୍ରୀ ପାଟନା ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାରୋହରେ ଉଦ୍ବୋଧନ ଦେବେ ।

ମୋକାମାଠାରେ ପ୍ରଧାନମନ୍ତ୍ରୀ ନମାମୀ ଗଙ୍ଗେ କାର୍ଯ୍ୟକ୍ରମ ଅଧୀନରେ 4ଟି ସ୍ୱେରେଜ ପ୍ରକଳ୍ପ ଏବଂ 4ଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହି ପ୍ରକଳ୍ପ ଲାଗି ମୋଟ 3700 କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ସେଠାରେ ସେ ସାଧାରଣ ସଭାରେ ଉଦ୍ବୋଧନ ଦେବେ ।

ଏହି 4ଟି ସ୍ୱେରେଜ ପ୍ରକଳ୍ପ ମଧ୍ୟରେ ରହିଛି ବେଉରଠାରେ ଥିବା ସ୍ୱେରେଜ ବିଶୋଧନ ପ୍ଳାଣ୍ଟ, ବେଉର ସିୱେଜ ନେଟୱାର୍କ ସହିତ ସ୍ୱେରେଜ ସିଷ୍ଟମ ଏବଂ କର୍ମାଲୀ ଛକରେ ଥିବା ସିୱେଜ ବିଶୋଧନ ପ୍ଳାଣ୍ଟ ଏବଂ ସଇଦପୁରଠାରେ ଥିବା ସିୱେଜ ନେଟୱାର୍କ । ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା 120 ଏମ୍ଏଲଡିର ନୂଆ ଏସଟିପି କ୍ଷମତା ବୃଦ୍ଧି ପାଇବ ଏବଂ ପୂର୍ବରୁ ବେଉରରେ ଥିବା 20ଟି ଏମ୍ଏଲଡିକୁ ସମ୍ପ୍ରସାରଣ କରାଯିବା ସମ୍ଭବ ହୋଇପାରିବ ।

ଯେଉଁ 4ଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରାଯିବ ସେଗୁଡ଼ିକ ହେଲା :

– 31 ନମ୍ବର ଜାତୀୟ ରାଜପଥର ଅଉନ୍ତା-ସିମିରିୟା ସଡ଼କକୁ 4 ଲେନ କରିବା ଏବଂ 6 ଲେନ ବିଶିଷ୍ଟ ଗଙ୍ଗା ସେତୁ ନିର୍ମାଣ ।

– 31 ନମ୍ବର ଜାତୀୟ ରାଜପଥର ବଖତିଆରପୁର-ମୋକାମା ସଡ଼କର 4 ଲେନକୁ ସମ୍ପ୍ରସାରଣ ।

– 107 ନମ୍ବର ଜାତୀୟ ରାଜପଥର ମହେଶଖୁଣ୍ଟ-ସାହର୍ସା-ପୁରୁନିଆ କ୍ଷେତ୍ର ସଡ଼କର 2 ଲେନକୁ ସମ୍ପ୍ରସାରଣ ।

– 82 ନମ୍ବର ରାଜପଥର ବିହାରଶରିଫ-ବଡ଼ବିଘା-ମୋକାମା କ୍ଷେତ୍ରରେ 2 ଲେନ ବିଶିଷ୍ଟ ସଡ଼କ ନିର୍ମାଣ ।

**********