Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆଇଏନଏସଭି ତାରିଣୀରେ ବିଶ୍ଵ ପରିକ୍ରମା କରୁଥିବା ମହିଳା ନାବିକଙ୍କୁ ପ୍ରଧାନମନ୍ତ୍ରୀଙ୍କ ଦୀପାବଳି ଅଭିନନ୍ଦନ


ଭାରତୀୟ ନୌସେନା ଜାହାଜ INSV ତାରିଣୀରେ ବିଶ୍ଵ ପରିକ୍ରମା ଅଭିଯାନରେ ଥିବା ମହିଳା ନାବିକମାନଙ୍କୁ ଭିଡିଓ କଲ ଯୋଗେ ପ୍ରଧାନମନ୍ତ୍ରୀ କଥାବାର୍ତ୍ତା କରିଛନ୍ତି ।

ପ୍ରଧାନମନ୍ତ୍ରୀ ସମଗ୍ର ଦେଶବାସୀଙ୍କ ତରଫରୁ INSV ତାରିଣୀର ମହିଳା ନୌଯାତ୍ରୀମାନଙ୍କୁ ଦୀପାବଳି ଅଭିନନ୍ଦନ ଜଣାଇଛନ୍ତି । ଏହି ଦୁଃସାହସିକ ଅଭିଯାନରେ ସଫଳ ହେବାକୁ ପ୍ରଧାନମନ୍ତ୍ରୀ ଶୁଭକାମନା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ପୂର୍ବରୁ 16 ଅଗଷ୍ଟ 2017ରେ INSV ତାରିଣୀର ମହିଳା ନାବିକମାନଙ୍କୁ ଭେଟିଥିଲେ । ସେମାନେ ବିଶ୍ଵ ପରିକ୍ରମା କାଳରେ 22,100 ନଟିକାଲ ମାଇଲ ସାମୁଦ୍ରିକ ପଥ ଅତିକ୍ରମ କରିବେ । ସର୍ବେଶେଷ ଖବର ଅନୁଯାୟୀ INSV ତାରିଣୀ ଏବେ ଅଷ୍ଟ୍ରେଲିଆର ଫ୍ରିମେଣ୍ଟଲ ବନ୍ଦର ପାଖାପାଖି ପହଞ୍ଚିଗଲାଣି । ଏହି ନୌଯାତ୍ରା 22 ଅକ୍ଟୋବର 2017 ସୁଦ୍ଧା ପ୍ରାୟ 4,770 ନଟିକାଲ ମାଇଲ ସମୁଦ୍ର ପଥ ଅତିକ୍ରମ କରିସାରିଥିବ ।

ଏହି ନୌଯାତ୍ରାରେ ସାମିଲ ହୋଇଥିବା ମହିଳା ନାବିକ ଲେଫ୍ଟନାଣ୍ଟ କମୋଡର ବର୍ତ୍ତିକା ଯୋଶୀ ଏବଂ ଲେଫ୍ଟନାଣ୍ଟ ପାୟଲ ଗୁପ୍ତାଙ୍କୁ ପ୍ରଧାନମନ୍ତ୍ରୀ ଆଗୁଆ ଜନ୍ମ ଦିନର ଶୁଭେଚ୍ଛା ଜଣାଇଥିଲେ ।

******