Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କ କର୍ଣ୍ଣାଟକ ଗସ୍ତ ଆସନ୍ତାକାଲି 29-10-2017


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି 29.10.2017 ରେ କର୍ଣ୍ଣାଟକ ଗସ୍ତରେ ଯିବେ  । ସେ ଏହି ଦିନିକିଆ ଗସ୍ତରେ 3 ଟି ସାଧାରଣ ସଭାରେ ଉଦ୍ବୋଧନ ଦେବେ ।

ଧର୍ମସ୍ଥଳଠାରେ ଥିବା ଶ୍ରୀ ମଞ୍ଜୁନାଥ ସ୍ୱାମୀ ମନ୍ଦିରରେ ପ୍ରାର୍ଥନା କରିବା ପରେ ପ୍ରଧାନମନ୍ତ୍ରୀ ତାଙ୍କର କର୍ଣ୍ଣାଟକ ଗସ୍ତ ଆରମ୍ଭ କରିବେ । ଉଜିର ଠାରେ ଥିବା ଶ୍ରୀ କ୍ଷେତ୍ର ଧର୍ମସ୍ଥଳ ଗ୍ରାମାଞ୍ଚଳ ଉନ୍ନୟନ ପ୍ରକଳ୍ପରେ ଅନୁଷ୍ଠିତ ସାଧାରଣ ସଭାରେ ଉଦବୋଧନ ଦେବା ସହିତ ହିତାଧିକାରୀମାନଙ୍କୁ ରୂପେ କାର୍ଡ (RuPay Card) ବଣ୍ଟନ କରିବେ । ଏହାଦ୍ୱାରା ସ୍ୱୟଂ ସହାୟିକା ଗୋଷ୍ଠୀଗୁଡ଼ିକ ନଗଦବିହୀନ କାରବାର କରିପାରିବେ ।

ପ୍ରଧାନମନ୍ତ୍ରୀ ଏହାପରେ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରିବେ । ସେଠାରେ ସେ ଦଶମ ସୌନ୍ଦର୍ଯ୍ୟ ଲହରୀ ପରାୟନୋତ୍ସବ ମହାସର୍ମାପନେଠାରେ ସମବେତ ଜନତାଙ୍କୁ ଉଦ୍ବୋଧନ ଦେବେ ।

ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ସୌନ୍ଦର୍ଯ୍ୟ ଲହରୀ ଶ୍ଳୋକାବଳି ରଚନା କରାଯାଇଥିଲା । ସୌନ୍ଦର୍ଯ୍ୟ ଲହରୀ ଶ୍ଳୋକଗୁଡ଼ିକୁ ସମତାନରେ ସମବେତ ଗାନ ନିମନ୍ତେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି  ।

ଗସ୍ତର ପରବର୍ତ୍ତୀ ପର୍ଯ୍ୟାୟରେ ବିଦାରଠାରେ ପ୍ରଧାନମନ୍ତ୍ରୀ ବିଦାର-କାଲବୁରଗୀ ନୂଆ ରେଳ ଲାଇନ ଉଦ୍ଘାଟନ କରିବେ । ଏହି ଅବସରରେ ସେଠାରେ ସେ ଏକ ସାଧାରଣ ସଭାରେ ମଧ୍ୟ ଉଦ୍ବୋଧନ ଦେବେ  ।