ପିଏମଇଣ୍ଡିଆ

ବିଶାଳ ସଂଖ୍ୟାରେ ଏଠି ଉପସ୍ଥିତ ପ୍ରିୟ ଭାଇ ଓ ଭଉଣୀମାନେ ।
ଏହା ମୋର ସୌଭାଗ୍ୟ ଯେ ମୋତେ ଆଜି ଭଗବାନ ମଞ୍ଜୁନାଥଙ୍କ ଚରଣକୁ ଆସି ଆପଣମାନଙ୍କୁ ସମସ୍ତଙ୍କୁ ଦର୍ଶନ କରିବାର ସୁଯୋଗ ମିଳିଛି । ଗତ ସପ୍ତାହରେ କେଦାରନାଥରେ ଥିଲି । ଆଦି ଶଙ୍କରାଚାର୍ଯ୍ୟ ହଜାର ହଜାର ବର୍ଷ ପୂର୍ବରୁ ଉକ୍ତ ସ୍ଥାନରେ ରାଷ୍ଟ୍ରୀୟ ଏକତା ନିମନ୍ତେ କେତେ ବଡ଼ ଭବ୍ୟ ସାଧନ କରିଥିବେ । ଆଜି ମୋତେ ପୁଣିଥରେ ଦକ୍ଷିଣରେ ମଞ୍ଜୁନାଥେଶ୍ୱରଙ୍କ ଚରଣକୁ ଆସିବାର ସୌଭାଗ୍ୟ ମିଳିଛି ।
ମୁଁ ଭାବୁନି ଯେ ଡକ୍ଟର ବୀରେନ୍ଦ୍ର ହେଗଡେ ମଦୋଦୟଙ୍କ ସମ୍ମାନ କରିବାର ଅଧିକାର ନରେନ୍ଦ୍ର ମୋଦୀ ନାମକ କୌଣସି ବ୍ୟକ୍ତିଙ୍କ ଅଛି କି ନାହିଁ? ତାଙ୍କର ତ୍ୟାଗ, ତାଙ୍କର ତପସ୍ୟା, ତାଙ୍କର ଜୀବନ, ମାତ୍ର 20ବର୍ଷ ବୟସରେ ‘ଗୋଟିଏ ଜୀବନ, ଗୋଟିଏ ମିଶନ’ରେ ସେ ନିଜକୁ ସମର୍ପିତ କରିଥିଲେ । ଆଉ ଆଜି ବହୁ ବିଳମ୍ବରେ ଶୁଣିଲି, ଏହା ସ୍ୱାଭାବିକ ଥିଲା । ଏଭଳି ଏକ ବୃହତ୍ ଜୀବନ- ତାଙ୍କୁ ସମ୍ମାନିତ କରିବା ପାଇଁ ବ୍ୟକ୍ତି ଭାବେ ମୁଁ ବହୁତ ଛୋଟ । କିନ୍ତୁ 125 କୋଟି ଦେଶବାସୀଙ୍କ ପ୍ରତିନିଧି ଭାବେ ଯେଉଁ ପଦବୀରେ ମୋତେ ବସାଯାଇଛି, ସେହି ପଦବୀର ଗରିମା ପାଇଁ ଏହି କାମ କରି ମୁଁ ନିଜକୁ ବହୁତ ବଡ଼ ଭାଗ୍ୟଶାଳୀ ମନେ କରୁଛି ।
ସାର୍ବଜନୀନ ଜୀବନରେ ଆଉ ପୁଣି ଆଧ୍ୟାତ୍ମିକ ଅଧିଷ୍ଠାନରେ ଈଶ୍ୱରଙ୍କୁ ସାକ୍ଷୀ ରଖି, ଆଚରଣ ଓ ବିଚାରରେ ଏକସୂତ୍ରତା, ମନ-ବଚନ-କର୍ମରେ ସେହି ପବିତ୍ରତା ଓ ଯେଉଁ ଲକ୍ଷ୍ୟକୁ ଜୀବନରେ ନିର୍ଦ୍ଧାରଣ କରିଥିଲେ ସେହି ଲକ୍ଷ୍ୟକୁ ପ୍ରାପ୍ତ କରିବା ପାଇଁ, ନିଜ ପାଇଁ ନୁହେଁ ସମସ୍ତଙ୍କ ନିମନ୍ତେ, ଅହଂ ପାଇଁ ନୁହେଁ ବୈରାଗ୍ୟ ପାଇଁ, ମୁଁ ନୁହେଁ ତୁ, ସେହି ଜୀବନ ଜୀଇଁବା, ପ୍ରତିଟି ପାଦରେ ସଂଘର୍ଷ ମଧ୍ୟ ଦେଇ ଗତି କରିବାକୁ ପଡ଼ିଥାଏ । ପ୍ରତିଟି କ୍ଷେତ୍ରରେ, ପ୍ରତ୍ୟେକ ନିକିତିରେ, ନିଜର ପ୍ରତ୍ୟେକ କଥାକୁ, ନିଜର ପ୍ରତ୍ୟେକ କୃତିକୁ ମପାଯାଇଥାଏ । ଆଉ ସେଥିପାଇଁ 50ବର୍ଷର ଏହି ସାଧନା, ଏହା ଆପଣାଛାଏଁ ଆମ ଭଳି କୋଟି କୋଟି ଲୋକଙ୍କ ନିମନ୍ତେ ଏକ ପ୍ରେରଣାର ସ୍ରୋତ । ଆଉ ସେଥିପାଇଁ ମୁଁ ଆପଣଙ୍କୁ ଆଦରପୂର୍ବକ ବନ୍ଦନା କରୁଛି । ଆପଣଙ୍କୁ ମଥାନତ କରୁଛି ।
ଆଉ ଯେତେବେଳେ ମୋତେ ସମ୍ମାନ କରିବାର ସୌଭାଗ୍ୟ ମିଳିଲା, ହେଗଡେ ମହୋଦୟଙ୍କୁ ଯେତେଥର ମୁଁ ଦେଖିଛି, ତାଙ୍କ ଚେହେରାରେ ସବୁବେଳେ ହସ ଲାଗି ରହିଥାଏ । ତାଙ୍କଠାରେ କୌଣସି ବଡ଼ କାମର ବୋଝ ଦେଖିବାକୁ ମିଳେନି । ସରଳ-ସହଜ-ନିସ୍ପୃହ….ଯେମିତି ଗୀତାରେ କୁହାଯାଇଛି ନିଷ୍କାମ କର୍ମଯୋଗ । ଆଉ ଯେତେବେଳେ ସମ୍ମାନ କରୁଥିଲି, ସେ ସହଜ ଭାବେ ମୋତେ କହିଥିଲେ- ମୋଦିଜୀ ଏହି ସମ୍ମାନ 50ବର୍ଷ ପୂରା ହୋଇଗଲା ପାଇଁ ନୁହେଁ, ଆପଣ ତ ମୋତେ ଭବିଷ୍ୟତର 50ବର୍ଷ ଏଭଳି କାମ କରିବି, ତା’ର ଗ୍ୟାରେଂଟି ମାଗୁଛନ୍ତି । ଏତେ ମାନ-ସମ୍ମାନ, ପ୍ରତିଷ୍ଠା ପ୍ରାପ୍ତ ହୋଇଥିବ, ଈଶ୍ୱରଙ୍କ ଆଶୀର୍ବାଦ ଥିବ, 800ବର୍ଷର ମହାନ ତପସ୍ୟା ଉତ୍ତରାଧିକାର ସୂତ୍ରରେ ମିଳିଥାଏ, ଏହା ସତ୍ୱେ ଜୀବନକୁ ପ୍ରତିମୂହୁର୍ତରେ କର୍ମପଥରେ ଆଗେଇ ନେବା, ମୁଁ ଭାବୁଛି ହେଗଡେ ମହୋଦୟଙ୍କଠୁ ହିଁ ଶିଖିବାର ଅଛି । ତେଣିକି ଯୋଗର ବିଷୟ ହେଉ, ଶିକ୍ଷା ହେଉ, ସ୍ୱାସ୍ଥ୍ୟ ହେଉ, ଗ୍ରାମାଂଚଳ ବିକାଶ ହେଉ, ଗରିବଙ୍କ କଲ୍ୟାଣ ହେଉ, ଭାବି ପିଢ଼ିର ଉତ୍ଥାନ ପାଇଁ ଯୋଜନା ହେଉ, ଡାକ୍ତର ବୀରେନ୍ଦ୍ର ହେଗଡେ ମହୋଦୟଙ୍କ ନିଜର ଚିନ୍ତାଧାରା ଦ୍ୱାରା, ନିଜର କୌଶଳ ଦ୍ୱାରା, ସେ ଏସବୁ କଥାକୁ ଏଠାର ସ୍ଥାନ, କାଳ, ପରିସ୍ଥିତି ଅନୁସାରେ ଖାପ ଖୁଆଇ ଆଗକୁ ବଢ଼ାଇଛନ୍ତି । ମୁଁ ଏକଥା କହିବାରେ କୁଣ୍ଠାବୋଧ କରୁନାହିଁ ଯେ, କୌଣସି ରାଜ୍ୟରେ ଓ ଦେଶରେ ମଧ୍ୟ ଦକ୍ଷତା ବିକାଶକୁ ନେଇ ଯେତେ କାମ ଚାଲିଛି, ତା’ର କୌଶଳ, କାମ କରିବାର ପଦ୍ଧତି କ’ଣ ହେବ, କିଭଳି କରାଯିବ, ଏହାର ଅନେକ ମଡେଲ ଡାକ୍ତର ବୀରେନ୍ଦ୍ର ହେଗଡେ ମହୋଦୟ ଏଠି ଯେଉଁ ପ୍ରୟୋଗ କରିଛନ୍ତି, ସେଥିରୁ ମିଳିଛି ।
ଏବେ ଏକବିଂଶ ଶତାବ୍ଦୀରେ ବିଶ୍ୱର ସମୃଦ୍ଧରୁ ଅତି ସମୃଦ୍ଧ ଦେଶ ମଧ୍ୟ ଦକ୍ଷତା ବିକାଶର ଆଲୋଚନା କରୁଛନ୍ତି । ଦକ୍ଷତା ବିକାଶକୁ ପ୍ରାଥମିକ କ୍ଷେତ୍ର ଭାବେ ବିବେଚନା କରାଯାଉଛି । ଭାରତ ଭଳି ଦେଶ ଯାହାପାଖରେ 800 ନିୟୁତ, 65 ପ୍ରତିଶତ ଲୋକ 35ବର୍ଷ ବୟସରୁ କମ୍ ଅଛନ୍ତି, ଜନସଂଖ୍ୟାଗତ ପରିସଂଖ୍ୟାନକୁ ନେଇ ଆମେ ଗର୍ବ କରୁ, ଉକ୍ତ ଦେଶରେ ଦକ୍ଷତା ବିକାଶ, ତା’ ବି କେବଳ ପେଟପୂଜା ପାଇଁ ନୁହେଁ, ଭାରତର ଭବ୍ୟ ସ୍ୱପ୍ନକୁ ସାକାର କରିବା ପାଇଁ କୌଶଳକୁ ବୃଦ୍ଧି, ସମଗ୍ର ବିଶ୍ୱରେ ମାନବ ସମ୍ବଳର ଯେଉଁ ଆବଶ୍ୟକତା ହେବ, ଆଗାମୀ ଦିନରେ ତାକୁ ପୂରଣ କରିବା ପାଇଁ ନିଜ ବାହୁରେ ସେହି ସାମର୍ଥ୍ୟ ଆଣିବା, ନିଜ ହାତରେ ସେହି ସାମର୍ଥ୍ୟ ଆଣିବା, ସେହି କଳାକୁ ହାସଲ କରିବା, ତାହା ଡାକ୍ତର ବୀରେନ୍ଦ୍ର ହେଗଡେ ମହୋଦୟ ବହୁତ ବର୍ଷ ପୂର୍ବରୁ ଦେଖିଥିଲେ ଓ ସେହି କାମ ଆଗକୁ ବଢ଼ାଇଥିଲେ ।
ଆଉ ମୁଁ ଏହି କାମ, ଏହି ଗୁରୁତ୍ୱପୂର୍ଣ୍ଣ କାମକୁ ତ୍ୱରାନ୍ୱିତ କରିବା ପାଇଁ ଆମର ଏଠି ତୀର୍ଥ ସ୍ଥଳୀ କିଭଳି ହେବା ଉଚିତ୍ ? ସମ୍ପ୍ରଦାୟ, ଆସ୍ଥା, ପରମ୍ପରା, ତା’ର ଲକ୍ଷ୍ୟ କ’ଣ ହେବା ଉଚିତ୍? ସେ ବିଷୟରେ ଯେତିକି ଅଧ୍ୟୟନ ହେବା ଦରକାର, ଦୁର୍ଭାଗ୍ୟବଶତଃ ସେତିକି ହୋଇପାରିନି । ଆଜି ବିଶ୍ୱରେ ଭଲ ମାନର ବିଜିନେସ ମ୍ୟାନେଜମେଂଟ ସ୍କୁଲ କିଭଳି ଚାଲିଛି, ତା’ର ତ ଆଲୋଚନା ହେଉଛି । ତା’ର Ranking ମଧ୍ୟ ହେଉଛି । ଦେଶର ବଡ଼ ବଡ଼ ପତ୍ରିକା ବି ତା’ର Ranking ତାଲିକା କରୁଛନ୍ତି । କିନ୍ତୁ ଏବେ ଯେତେବେଳେ ମୁଁ ଧର୍ମସ୍ଥଳ ଭଳି ପବିତ୍ର ସ୍ଥାନକୁ ଆସିଛି, ଯେବେଠାରୁ ଶ୍ରୀ ବୀରେନ୍ଦ୍ର ହେଗଡେ ମହୋଦୟଙ୍କ ଶ୍ରୀଚରଣରେ ପହଂଚିଛି, ସେତେବେଳେ ମୁଁ ବିଶ୍ୱର ବଡ଼ ବିଶ୍ୱବିଦ୍ୟାଳୟକୁ ଆମନ୍ତ୍ରଣ କରୁଛି, ହିନ୍ଦୁସ୍ତାନର ବଡ଼ ବିଶ୍ୱବିଦ୍ୟାଳୟକୁ ନିମନ୍ତ୍ରଣ କରୁଛି କି ଆମେ ହସ୍ପିଟାଲର ସର୍ଭେ କରୁଛେ, ତା’ର କାର୍ଯ୍ୟଶୈଳୀକୁ ଅଧ୍ୟୟନ କରୁଛେ । ଆମେ ଇଞ୍ଜିନିୟରିଂ କଲେଜର Ranking କରୁଛେ, ବିଭିନ୍ନ ପ୍ରକାରର Ranking ଉପରେ ଚର୍ଚ୍ଚା ମଧ୍ୟ ହେଉଛି, କିନ୍ତୁ ସମୟର ଆବଶ୍ୟକତା ହେଉଛି, ଯୁଗଯୁଗ ଧରି ଆମ ଦେଶରେ ଆମର ଋଷି ମୁନି ପରମ୍ପରା କେଉଁଭଳି ଭାବେ ସଂସ୍ଥା ତିଆରି କରିଛନ୍ତି, କେଉଁଭଳି ଭାବେ ଆଗକୁ ନେଇଛନ୍ତି, ପିଢ଼ି ପରେ ପିଢ଼ିକୁ ସେହି ସଂସ୍କାର କିଭଳି ମିଳୁଛି, ସେମାନଙ୍କର ନିର୍ଣ୍ଣୟ ପ୍ରକ୍ରିୟା କେମିତି ହୋଇଥାଏ, ସେମାନଙ୍କର ଆର୍ଥିକ ପରିଚାଳନା କ’ଣ ହୁଏ । ପାରଦର୍ଶିତା ଓ ଏକତାକୁ ସେମାନେ କିଭଳି ଭାବେ ଆପଣାଇଛନ୍ତି, ଯୁଗାନୁକୂଳ ପରିବର୍ତ୍ତନ କେମିତି ଆଣୁଛନ୍ତି ? ସମୟ ଓ କାଳ ଅନୁସାରେ, ସମୟର ଆବଶ୍ୟକତା ଅନୁସାରେ ସେମାନେ ଏହି ସଂସ୍ଥାଗୁଡ଼ିକର ପ୍ରେରଣାକୁ କିଭଳି ଜୀବନ୍ତ ରଖୁଛନ୍ତି । ମୁଁ ଭାବୁଛି ହିନ୍ଦୁସ୍ତାନରେ ଏଭଳି ଗୋଟିଏ କିମ୍ବା ଦୁଇଟି ନୁହେଁ ହଜାର ହଜାର ସଂସ୍ଥା ରହିଛି, ହଜାର ହଜାର ଆନ୍ଦୋଳନ, ହଜାର ହଜାର ସଂଗଠନ ଅଛି ଯାହା ଏବେ ବି କୋଟି କୋଟି ଲୋକଙ୍କ ଜୀବନକୁ ପ୍ରେରଣା ଯୋଗାଉଛି । ନିଜ ଭିତରୁ ବାହାରି ସମସ୍ତଙ୍କୁ ବଂଚିବାର ପ୍ରେରଣା ଦେଇଥାନ୍ତି । ଆଉ ସେଥିରେ ଧର୍ମସ୍ଥଳ, 800ବର୍ଷର ସାମ୍ରାଜ୍ୟ, ଏହା ଆପଣାଛାଏଁ ଏକ ଉଦାହରଣ ନିଶ୍ଚିତ ।
ଭଲ ହେବ ବିଶ୍ୱର ବିଶ୍ୱବିଦ୍ୟାଳୟଗୁଡ଼ିକ, ଭାରତର ଏହି ଆନ୍ଦୋଳନକୁ ଅଧ୍ୟୟନ କରନ୍ତୁ । ଦେଖିବେ ଦୁନିଆଁକୁ ଆଶ୍ଚର୍ଯ୍ୟ ଲାଗିବ କି ଆମର ଏଠି କିଭଳି ବ୍ୟବସ୍ଥାମାନ ଥିଲା । କିଭଳି ବ୍ୟବସ୍ଥାମାନ ଚାଲୁଥିଲା । ସମାଜ ଭିତରେ ଆଧ୍ୟାତ୍ମିକ ଚେତନାର ପରମ୍ପରାକୁ କିଭଳି ଗ୍ରହଣ କରାଯାଉଥିଲା । ଆମ ଭିତରେ ଯେଉଁ ଯୁଗଯୁଗ ଧରି ଭଲ ଗୁଣ ରହି ଆସିଛି, ସେହି ଭଲଗୁଣ ପ୍ରତି ଆମେ ଗର୍ବ କରି ସମାନୁକୂଳ ଓ ଭଲ ହେବା ପାଇଁ ଏକ ବହୁତ ବଡ଼ ସୁଯୋଗ ଆମ ସମ୍ମୁଖରେ ରହିଛି । ଆଉ ମୋର ବିଶ୍ୱାସ ଅଛି ଯେ ନା କେବଳ ଆସ୍ଥା ମଧ୍ୟରେ ସୀମିତ ନରହି ତା’ର ବୈଜ୍ଞାନିକ ଜ୍ଞାନକୌଶଳ ପ୍ରତି ଦେଶର ଯୁବ ପିଢିକୁ ଆକର୍ଷିତ କରିବାର ଆବଶ୍ୟକତା ରହିଛି ।
ଆଜି ମୋତେ ଏଠି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ସେମାନଙ୍କର ରୂପେ କାର୍ଡ (RuPay Card) ଦେବାର ସୁଯୋଗ ମିଳିଲା । ଯେଉଁ ଲୋକମାନେ ସଂସଦରେ ଗତ ନଭେମ୍ବର, ଡିସେମ୍ବର, ଜାନୁୟାରୀ, ଫେବୃୟାରୀ ମାସରେ ଦେଇଥିବା ଭାଷଣକୁ ଯଦି କେହି ଶୁଣିଥିବେ, ଶୁଣିନଥିଲେ ରେକର୍ଡକୁ ଯାଇ ପଢ଼ି ନିଅନ୍ତୁ । ଆମର ବଡ଼ ବଡ଼ ପ୍ରଭାବଶାଳୀ ଲୋକ, ନିଜକୁ ବଡ଼ ବୁଦ୍ଧିମାନ ଓ ଚତୁର ଭାବୁଥିବା ଲୋକ, ବିଜ୍ଞତାରେ ନିଜକୁ ସବୁଠୁ ଶ୍ରେଷ୍ଠ ମାନୁଥିବା ଲୋକ- ସଂସଦରେ କହୁଥିଲେ କି ହିନ୍ଦୁସ୍ତାନରେ ତ ନିରକ୍ଷରତା ଅଛି, ଦାରିଦ୍ର୍ୟ ଅଛି ଏଠି ଡିଜିଟାଲ ଦେଣନେଣ କିଭଳି ହେବ? ଲୋକମାନେ ସ୍ୱଳ୍ପନଗଦ କାରବାର କେମିତି କରିବେ । ଏହା ଅସମ୍ଭବ । ଲୋକଙ୍କ ପାଖରେ ମୋବାଇଲ ଫୋନ୍ ମଧ୍ୟ ନାହିଁ । ଯେତେ ଖରାପ କହିହେବ, ଯେତେ ଖରାପ ଭାବିହେବ, ତା’ର କୌଣସି ସୁଯୋଗ ସେମାନେ ହାତଛଡ଼ା କରିନଥିଲେ । କିନ୍ତୁ ଆଜି ଡକ୍ଟର ବୀରେନ୍ଦ୍ର ହେଗଡେ ମହୋଦୟ ସଂସଦରେ ଉଠିଥିବା ସ୍ୱରକୁ ଜବାବ ଦେଇଛନ୍ତି ।
ଗାଁରେ ରହୁଥିବା ମୋର ମାଆ ଓ ଭଉଣୀମାନେ ଶିକ୍ଷିତ ଅଛନ୍ତି କି ନାହାନ୍ତି,ପଢ଼ାଲେଖା ଜାଣିଛନ୍ତି କି ନାହିଁ । ଆଜି ସେମାନେ ସଂକଳ୍ପ କରିଛନ୍ତି, ଆଉ 12ଲକ୍ଷ ଲୋକ । କମ୍ ନୁହେଁ । 12ଲକ୍ଷ ଲୋକ ସଂକଳ୍ପ ନେଇଛନ୍ତି କି ସେମାନେ ନିଜ ସ୍ୱୟଂ ସହାୟକ ଗୋଷ୍ଠୀର ପୁରା କାରବାରକୁ Cashless କରିବେ । ଡିଜିଟାଲ ଦେଣନେଣ କରିବେ, ରୂପେ କାର୍ଡରେ କରିବେ, ଭୀମ ଆପ୍ ରେ କରିବେ । ଯଦି ଭଲ କରିବାର ଉଦ୍ଦେଶ୍ୟ ରହିବ, ତା’ହେଲେ ପ୍ରତିବନ୍ଧକ ବି ବେଳେବେଳେ ଦ୍ରୁତ ଗତିକୁ ପାଇବାର ସୁଯୋଗ ପ୍ରଦାନ କରିଥାଏ । ଆଉ ତାହା ଆଜି ଡାକ୍ତର ବୀରେନ୍ଦ୍ର ହେଗଡେ ମହୋଦୟ ଦେଖାଇ ଦେଇଛନ୍ତି ।
ମୁଁ ଆପଣଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି କି ଆପଣମାନେ ଭାବୀ ଭାରତର ମଞ୍ଜି ବୁଣିବାର ଏକ ଉତ୍ତମ ପ୍ରୟାସ ଡିଜିଟାଲ ଇଣ୍ଡିଆ, Cashless ସୋସାଇଟି ଆଡ଼କୁ ଦେଶକୁ ନେଇଯିବା ପାଇଁ ଓ ଉକ୍ତ କ୍ଷେତ୍ରରେ ଲୋକଙ୍କୁ ଛୁଇଁ ପାରିଛନ୍ତି । ଯେଉଁଠି ବୋଧହୁଏ ସରକାର ଅବା ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଭିତରକୁ ଯିବା ପାଇଁ କେତେ ଦଶନ୍ଧି ଲାଗିଯିବ ।
କିନ୍ତୁ ଆପଣ ତଳୁ ଏହି ବ୍ୟବସ୍ଥା ଆରମ୍ଭ କରିଥିଲେ ଓ ଆଜି ଏହାକୁ ସଫଳ କରି ଦେଖାଇଛନ୍ତି । ମୁଁ ଉକ୍ତ ସ୍ୱୟଂ ସହାୟକ ଗୋଷ୍ଠୀର ଭଉଣୀମାନଙ୍କୁ ଅଭିନନ୍ଦନ ଜଣାଉଛି, ଡାକ୍ତର ବୀରେନ୍ଦ୍ର ହେଗଡେ ମହୋଦୟଙ୍କୁ ଅଭିନନ୍ଦନ ଜଣାଉଛି କି ଆଜି ସେମାନେ ଦେଶ ପାଇଁ ଉପଯୋଗୀ ବହୁତ ବଡ଼ ଅଭିଯାନର ପ୍ରାରମ୍ଭ କରିଥିଲେ । ଏବେ ସମୟ ବଦଳି ଗଲାଣି ଓ ଏ ଯେଉଁ ମୁଦ୍ରା ଅଛି, ନଗଦ ଅଛି, ପ୍ରତ୍ୟେକ ଯୁଗରେ ବଦଳିଥାଏ । କେବେ ପଥରର ମୁଦ୍ରା ହେଉଥିଲା ତ କେବେ ଚମଡ଼ାର ମୁଦ୍ରା ହେଉଥିଲା ।, କେବେ ସୁନା ଓ ରୂପାର ହେଉଥିଲା । କେବେ ହୀରା-ଅଳଙ୍କାର ଭାବେ ହେଉଥିଲା । କେବେ କାଗଜରେ ବି ଆସିଥିଲା, କେବେ ପ୍ଲାଷ୍ଟିକରେ ଆସିଥିଲା । ସବୁ ବଦଳି ଯାଇଛି । ସମୟ ଥାଇ ବଦଳି ଯାଇଛି । ଏବେ ଡିଜିଟାଲ ମୁଦ୍ରାର ଯୁଗ ଆରମ୍ଭ ହୋଇସାରିଛି । ଭାରତ ଏଥିରେ ବିଳମ୍ବ କରିବା ଅନୁଚିତ୍ ।
ଆଉ ମୁଁ ଦେଖିଛି କି ଅଧିକାଂଶ ନଗଦ ସାମାଜିକ କୁକାର୍ଯ୍ୟକୁ ଆକର୍ଷିତ କରିଥାଏ । ପରିବାରରେ ଯଦି ପୁଅ ଓ ଝିଅ ବଡ଼ ଥାନ୍ତି, ମା-ବାପା ସୁଖୀ ଥାନ୍ତି, ସମ୍ପନ୍ନ ଥାନ୍ତି ଓ ପଇସାର କୌଣସି ଅଭାବ ନଥାଏ, ତଥାପି ଗୋଟିଏ ସୀମା ଭିତରେ ସେମାନଙ୍କୁ ପଇସା ଦେଇଥାନ୍ତି । ଏଥିପାଇଁ ନୁହେଁ ଯେ- ଟଙ୍କା ଖର୍ଚ୍ଚ କରିବାକୁ ସେମାନେ ଭୟ କରନ୍ତି । ବରଂ ସେମାନେ ଭାବନ୍ତି ଯଦି ଅଧିକ ଟଙ୍କା ପିଲାର ପକେଟରେ ରହିବ ତା’ହେଲେ ପିଲାର ଅଭ୍ୟାସ ଖରାପ ହୋଇଯିବ । ଆଉ ସେଥିପାଇଁ ଟିକେ ଟିକେ ଦେଇଥାନ୍ତି । ଆଉ ପଚାରିବାରେ ଲାଗନ୍ତି ଠିକ୍ ଠାକ୍ ଖର୍ଚ୍ଚ କଲା କି ନାହିଁ । ଯେଉଁ ପରିବାରରେ ସନ୍ତାନର ଚିନ୍ତା କରୁଥିବା ମା-ବାପା ଅଛନ୍ତି ସେମାନେ ଭଲଭାନେ ଜାଣନ୍ତି ଯେ ଯଦି ପକେଟ୍ରେ ପଇସା ରହିବ,ପିଲା କେଉଁଆଡ଼େ ବାଟ ହୁଡ଼ିପାରେ । ଆଉ ସେଥିପାଇଁ ଏହି ବହୁତ ବଡ଼ କାମ, ସମାଜକୁ ନିଜେ ନିଜର ଉତ୍ତରଦାୟିତ୍ୱ ନେବା ବହୁତ ବଡ଼ କଥା ।
ଆଜି ଯେଉଁ ଦିଗରେ ଡାକ୍ତର ହେଗଡେ ମହୋଦୟ ନେଇ କରି ଯାଉଛନ୍ତି, ମୁଁ ଭାବୁଛି ପରବର୍ତ୍ତୀ ସମୟ ପାଇଁ ବହୁତ ବଡ଼ ମହାମାର୍ଗ ଖୋଲୁଛନ୍ତି । ଆଜି ଆଉ ମଧ୍ୟ ଏକ କାମ ହେଲା । ଏହି ଲୋଗୋର ଲୋକାର୍ପଣ ହୋଇଛି ଓ ଆଉ ତା ବି ପୃଥିବୀ ପ୍ରତି, ଏ ଧରତ୍ରୀ ମାଆ ପ୍ରତି ଆମକୁ ଆମର ଋଣ ଶୁଝିବାର ପ୍ରେରଣା ଦେଇଥାଏ । ଆମେ ତ ଭାବୁ, ଏ ଗଛର ଦାୟିତ୍ୱ ହେଲା ସିଏ ଆମକୁ ଅମ୍ନଜାନ ଦେଇ ଚାଲିଥିବ, ଆମର ଦାୟିତ୍ୱ ନୁହେଁ ସେହି ଗଛକୁ ବଂଚାଇବା । ଆମେ ହକ୍ ନେଇ ଆସିଛୁ କି ସେ ସେଠି ଛିଡ଼ା ହୋଇ ରହିବ ଆଉ ଆମକୁ ଅମ୍ଳଜାନ ଦେବ । ଆମେ ତ ଯେମିତି ହକ୍ ନେଇ କରି ଆସିଛୁ ଯେ ଏହି ଧରିତ୍ରୀ ମଆର ଦାୟିତ୍ୱ ହେଉଛି ଆମର ପେଟ ପୂରଣ କରିବା । ଆଜ୍ଞା ନୁହେଁ । ଯଦି ଏହି ଧରିତ୍ରୀ ମା’ର ଦାୟିତ୍ୱ ଅଛି, ତା’ହେଲେ ତା’ର ପୁଅ ଓ ସନ୍ତାନ ଭାବେ ଆମର ବି ଦାୟିତ୍ୱ ରହିଛି । ଯଦି ଗଛ ଆମକୁ ଅମ୍ଲଜାନ ଦେବା ତା’ର ଦାୟିତ୍ୱ ତା’ହେଲେ ଆମର ବି କର୍ତ୍ତବ୍ୟ ହେଉଛି ତା’ର ପାଳନପୋଷଣ କରିବା । ଯେତେବେଳେ ଏଭଳି ସୌଦା ଥାଏ, ଆଉ ଏଭଳି ଦାୟିତ୍ୱରେ ଅସନ୍ତୁଳନ ସୃଷ୍ଟି କରାଏ । ଦେବାବାଲା ତ ଦେଉଛି, ନେବାବାଲା ତ କିଛି କରୁନି, କେବଳ ଭୋଗ କରୁଛି । ସେତେବେଳେ ସମାଜରେ ଅସନ୍ତୁଳନ ସୃଷ୍ଟି ହୋଇଥାଏ । ବ୍ୟବସ୍ଥାରେ ଅସନ୍ତୁଳନ ସୃଷ୍ଟି ହୋଇଥାଏ । ପ୍ରକୃତିରେ ଅସନ୍ତୁଳନ ଉତ୍ପନ୍ନ ହୋଇଥାଏ । ଆଉ ସେତେବେଳେ ଯାଇ ଗ୍ଲୋବାଲ ୱାର୍ମିଂ ଭଳି ସମସ୍ୟା ସୃଷ୍ଟି ହୋଇଥାଏ ।
ଏବେ ସାରା ଦୁନିଆଁ କହୁଛି କି ଜଳ ସଙ୍କଟ ମାନବ ଜାତି ପାଇଁ ବହୁତ ବଡ଼ ଚ୍ୟାଲେଞ୍ଜ ହେବାକୁ ଯାଉଛି । ଆଉ ଆମେ ମାନେ ଏହା ଭୁଲିବା ଅନୁଚିତ୍ ଯେ ଆମେ ଆଜି ଗୋଟିଏ ଗ୍ଲାସ ପାଣି ପିଉଥିଲାବେଳେ ବାଲ୍ଟି ପାଣିରେ ସ୍ନାନ କରୁଛୁ । ଏହା ଆମର ପରିଶ୍ରମର ଫଳ ନୁହେଁ ନା ତାହା ଆମର ଅଧିକାରର । ଆମର ପୂର୍ବଜମାନେ ସଚେତନ ହୋଇ କାମ କରିଥିଲେ ଓ ଆମ ପାଇଁ କିଛି ଛାଡ଼ି କରି ଯାଇଛନ୍ତି । ସେହି କାରଣରୁ ଏହା ପ୍ରାପ୍ତ ହୋଇଛି ଓ ଆମର ଭାବୀ ପିଢିର ତା’ଉପରେ ଅଧିକାର ରହିଛି । ଆଜି ମୁଁ ଓ ମୋର ଭାବି ପିଢି ଖାଉଛୁ । ମୋର ବି ଦାୟିତ୍ୱ ଅଛି କି ମୋର ପୂର୍ବଜମାନେ ଯେଭଳି ମୋ’ ପାଇଁ ଛାଡ଼ିକି ଯାଇଥିଲେ, ଠିକ୍ ସେମିତି ଭବିଷ୍ୟ ପିଢି ପାଇଁ କିଛି ଛାଡ଼ି କରି ଯିବି । ଏହି ଭାବନାକୁ ଜାଗ୍ରତ କରିବାର ପ୍ରୟାସ, ପରିବେଶର ରକ୍ଷାକୁ ଏକ ବହୁତ ବଡ଼ ଆନ୍ଦୋଳନ ଧର୍ମସ୍ଥଳରୁ ଆରମ୍ଭ ହେଉଛି । ମୁଁ ଭାବୁଛି ଏହା ପୁରା ବ୍ରହ୍ମାଣ୍ଡ ସେବାର କାର୍ଯ୍ୟ ।
ଆମେ କେଉଁ ପ୍ରକାର ପ୍ରକୃତି ସହ ଜଡ଼ିତ ହେବା । 2022, ଭାରତ ସ୍ୱାଧୀନତାର 75ବର୍ଷ ପୂରଣ ହେଉଛି । ଧର୍ମସ୍ଥଳରୁ ଏତେ ବଡ଼ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଆଉ ପୁଣିଥରେ ଧର୍ମସ୍ଥଳରୁ ଆନ୍ଦୋଳନ ଆରମ୍ଭ ହେଉ, ଡାକ୍ତର ହେଗଡେ ମହୋଦୟଙ୍କ ଆଶୀର୍ବାଦ ମିଳିଲେ, ମୋର ଭରସା ଅଛି ଯେ ସଫଳତା ନିଶ୍ଚିତ ମିଳିଯିବ ।
ଆଜି ଆମେ ଆମର ବୁଦ୍ଧି, ଶକ୍ତି, ଲୋଭ ଯୋଗୁ ଏହି ଧରିତ୍ରୀ ମାତାକୁ ଶୋଷଣ କରିଚାଲିଛୁ । ଆମେ କେବେ ଏହି ମା’ର ପରବାୟ କରିନେ କି ଏ ମୋର ମା’ ଅସୁସ୍ଥ ହୋଇ ପଡ଼ିନାହାନ୍ତି ତ? ପୂର୍ବରୁ ଗୋଟିଏ ଥର ଫସଲ ହେଉଥିଲା । ଦୁଇଥର ଲାଗିଲାଣି । 3 ଥର ନେବା ଆରମ୍ଭ କଲେଣି । ଭଳିକି ଭଳିକି ନେବା ଆରମ୍ଭ ହୋଇଗଲାଣି । ଅଧିକ ପାଇବା ପାଇଁ ଔଷଧ ପକାଉଛନ୍ତି, କେମିକାଲ ପକାଯାଉଛି, ସାର ପକାଯାଉଛି । ତତ୍କାଳ ଲାଭ ମିଳିବା ଆଶାରେ ଆମେ ଚାଲିଛେ । ଯଦି ଏହି ସ୍ଥତି ଜାରି ରହିଲା ତା’ହେଲେ ଆମେ କେଉଁଠି ଯାଇ ବନ୍ଦ ହେବକୁ ତାହା ଜଣାନାହିଁ ।
କ’ଣ ଧର୍ମସ୍ଥଳରୁ ଡାକ୍ତର ହେଗଡେ ମହୋଦୟଙ୍କ ନେତୃତ୍ୱରେ ଆମେ ଆଜି ଏକ ସଂକଳ୍ପ ନେଇପାରିବା ? ଆମର ଏହି ପୁରା ଅଚଂଳରେ ସମସ୍ତ ଚାଷୀ ଏହି ସଂକଳ୍ପ କରିପାରିବେ କି? 2022, ଯେତେବେଳେ ସ୍ୱାଧୀନତାର 75ବର୍ଷ ପାଳନ ହେବ, ଆମେ ଯେଉଁ ୟୁରିଆ ଉପଯୋଗ କରୁଛୁ ତାକୁ 50 ପ୍ରତିଶତକୁ ହ୍ରାସ କରିବୁ । ଏବେ ଯେତିକି ଉପଯୋଗ କରୁଛୁ, ତାକୁ ଅଧା କରିଦେବୁ । ଆପଣ ଦେଖିବେ ଧରିତ୍ରୀ ମା’ର ରକ୍ଷା ପାଇଁ କେତେ ବଡ଼ ସେବା ହେବ । ଚାଷୀଙ୍କ ଟଙ୍କା ବଂଚିବ, ତା’ର ଖର୍ଚ୍ଚ ବଂଚିବ, ଉତ୍ପାଦନରେ କୌଣସି ଅଭାବ ହେବ ନାହିଁ ଓ ଏହା ସତ୍ୱେ ମଧ୍ୟ ତା’ର ଜମି ଓ କ୍ଷେତ ଅଧିକ ଅତିରିକ୍ତ ଲାଭର କାରଣ ପାଲଟିବ । ସେହି ଧରିତ୍ରୀ ମା’ ଆମକୁ ଆଶୀର୍ବାଦ ବି ଦେବ ।
ସେହିପରି ପାଣି, ଆମେ ଜାଣିଛେ କର୍ଣ୍ଣାଟକ ଭିତରେ ଅକାଳ ଯୋଗୁ କିଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ବିନା ପାଣି କିଭଳି ସଙ୍କଟ ଆସିଥିଲା । ମୁଁ ଦେଖିଛି, ଏ ଆମର ୟେଦୁରପ୍ପା ମହୋଦୟଙ୍କୁ । ଗୁଆର ଦାମ ହ୍ରାସ ପାଇଲେ, ସେ ମୋତେ ଆସି ଗଳାକୁ ଧରୁଥିଲେ । ସେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି । ସେ କହୁଥିଲେ ମୋଦୀଜୀ , ଆପଣ ଏହାକୁ କିଣି ନିଅନ୍ତୁ କିନ୍ତୁ ଆମର ମାଙ୍ଗାଲୋର ଅଂଚଳକୁ ବଂଚାନ୍ତୁ । ଦୌଡ଼ିକି ଆସୁଥିଲେ ।
ପାଣି, କ’ଣ ଆମର ଚାଷୀ କ୍ଷୁଦ୍ର ଜଳସେଚନ ପ୍ରତି 2022 ସୁଦ୍ଧା, ବୁନ୍ଦା ବୁନ୍ଦା ଜଳସେଚନ, ପ୍ରତିଟି ବୁନ୍ଦା-ଅଧିକ ଫସଲ ଏଭଳି ସଂକଳ୍ପକୁ ନେଇ ଆଗକୁ ବଢ଼ି ହେବ ନାହିଁ । ବୁନ୍ଦା ବୁନ୍ଦା ପାଣି ଏକ ମୋତି ଭଳି ଏହାର ଉପଯୋଗ କିଭଳି ହେବ, ମୋତିଠାରୁ ମୂଲ୍ୟବାନ ବୁନ୍ଦା ବୁନ୍ଦା ଜଳର ମୂଲ୍ୟକୁ ବୁଝି କେମିତି କାମ କରିବା, ଯଦି ଏସବୁ କଥାକୁ ନେଇ ଆମେ ଆଗକୁ ଯିବା ତା’ହେଲେ ମୋର ବିଶ୍ୱାସ ଯେ ଆମେ ଏକ ବହୁତ ବଡ଼ ପରିବର୍ତ୍ତନ ଆଣିପାରିବା ।
ମୁଁ ଡିଜିଟାଲ ଇଣ୍ଡିଆ କଥା କହୁଛି, ଭାରତ ସରକାର ଏବେ ଏକ ନୂଆ ପଦକ୍ଷେପ ନେଇଛନ୍ତି । ତାହା ହେଉଛି ଜିଇଏମ୍ (GeM) । ଏହା ଏଭଳି ଏକ ବ୍ୟବସ୍ଥା ଯାହା ବିଶେଷକରି ଆମର ଯେଉଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଅଛନ୍ତି, ସେମାନଙ୍କୁ ମୁଁ ନିମନ୍ତ୍ରଣ କରୁଛି କି ଯାହା କିଛି ବି ଉତ୍ପାଦନ କରୁଛନ୍ତି ଓ ସେମାନେ ନିଜର ଉତ୍ପାଦିତ ସାମଗ୍ରୀକୁ ବିକ୍ରି କରିବାକୁ ଚାହୁଁଥଲେ ତାହେଲେ ଭାରତ ସରକାରଙ୍କ ଏହି ଯେଉଁ ଜିଇଏମ୍ ପୋର୍ଟାଲ ଅଛି ସେଥିରେ ନିଜର ପଞ୍ଜିକରଣ କରାଇପାରିବେ । ଅନ୍-ଲାଇନରେ । ଆଉ ଭାରତ ସରକାରଙ୍କୁ ଯେଉଁ ସାମଗ୍ରୀର ଆବଶ୍ୟକତା ପଡ଼ିବ, ରାଜ୍ୟ ସରକାରଙ୍କ ଯେଉଁ ସାମଗ୍ରୀର ଆବଶ୍ୟକତା ହେବ ସେମାନେ ବି ସେଠାକୁ ଯାଉଛନ୍ତି । କହୁଛନ୍ତି ଭାଇ ଆମକୁ ଏତେ ଚେୟାର ଦରକାର, ଏତେ ଟେବୁଲ ଦରକାର । ଏତେ ଗ୍ଲାସ ଦରକାର । ଆମକୁ ରେଫି୍ରଜିରେଟର ଦରକାର । ଯାହାବି ସେମାନଙ୍କର ଆବଶ୍ୟକତା ହେବ ସେମାନେ ସେଥିରେ ଅବଗତ କରାଇଥାନ୍ତି । ଆଉ ଯେଉଁମାନେ ଜିଇଏମ୍ ପଞ୍ଜିକୃତ ହୋଇଥାନ୍ତି, ଗାଁର ଲୋକ ବି ଆସନ୍ତି କି ଭାଇ ମୋର ବି ସାମଗ୍ରୀ ଅଛି, ମୋ’ ପାଖରେ 5ଟି ସାମଗ୍ରୀ ଅଛି ବିକ୍ରି କରିବାକୁ ଚାହୁଁଛି । ଏ ସମସ୍ତ କଥା ପାରଦର୍ଶୀ ବ୍ୟବସ୍ଥା ।
ଗତବର୍ଷ ଅଗଷ୍ଟ 9ତାରିଖରେ ମୁଁ ଏହାର ଆରମ୍ଭ କରିଥିଲୁ, ନୂଆ କଥା ଥିଲା । କିନ୍ତୁ ଦେଖୁ ଦେଖୁ ଦେଶର ପ୍ରାୟ 40ହଜାର ଏଭଳି ଉତ୍ପାଦନକାରୀ ଏହି ଜିଇଏମ୍ ସହ ଜଡ଼ିତ ହୋଇଥିଲେ । ଦେଶର 15ଟି ରାଜ୍ୟ, ସେମାନେ ଏମ୍ଓୟୁ ମଧ୍ୟ କଲେ ଓ ହଜାର କୋଟି ଟଙ୍କାର କାରବାର, ସରକାର ଯାହା କିଣିଥାନ୍ତି ତାହା ଏହି ଜିଇଏମ୍ ମାଧ୍ୟମରୁ ଆସୁଛି ।
ଟେଣ୍ଡର ହୁଏ ନାହିଁ । ପରଦା ପଛରେ ବି କିଛି ହୁଏ ନାହିଁ । ସବୁ କଥା କମ୍ପ୍ୟୁଟର ସାମ୍ନାରେ ହୋଇଥାଏ । ଯେଉଁ ସାମଗ୍ରୀ ପୂର୍ବରୁ 100ଟଙ୍କାରେ ମିଳୁଥିଲା, ଏବେ ଏଭଳି ସ୍ଥିତି ହେଲାଣି ଯେ ସରକାରକୁ ତାହା 50ରୁ 60ଟଙ୍କାରେ ମିଳିବା ଆରମ୍ଭ ହୋଇଯାଇଛି ।
ବାଛିବା ପାଇଁ ବି ସୁଯୋଗ ମିଳୁଛି ଓ ପୂର୍ବରୁ ବଡ଼ ବଡ଼ ଲୋକମାନେ ସପ୍ଲାଇ କରୁଥିଲେ । ଏବେ ଗାଁର ଜଣେ ଗରିବ ବ୍ୟକ୍ତି ଯଦି କିଛି ସାମଗ୍ରୀ ପ୍ରସ୍ତୁତ କରିଛି ସେ ବି ସରକାରଙ୍କ ସପ୍ଲାଇ କରିପାରିବ । ଏ ସଖି, ଏ ଆମର ଯେଉଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଅଛନ୍ତି, ସେମାନେ ନିଜର ଉତ୍ପାଦ ସାମଗ୍ରୀ ବିକ୍ରି କରିପାରିବେ । ମୁଁ ସେମାନଙ୍କୁ ନିମନ୍ତ୍ରଣ କରୁଛି ।
ଆଉ ମୁଁ କର୍ଣ୍ଣାଟକ ସରକାରଙ୍କୁ ଆଗ୍ରହ କରୁଛି କି ହିନ୍ଦୁସ୍ତାନର 15ଟି ରାଜ୍ୟ, ସେମାନେ ଭାରତ ସରକାରଙ୍କ ସହ ଜିଇଏମ୍ ର ଏମ୍ଓୟୁ କରିଛନ୍ତି । କର୍ଣ୍ଣାଟକ ସରକାର ବି ବିଳମ୍ବ ନକରନ୍ତୁ, ଆଗକୁ ଆସନ୍ତୁ । ଏଥିରେ କର୍ଣ୍ଣାଟକ ଭିତରେ ଯେଉଁ ସାଧାରଣ ଲୋକ ଉତ୍ପାଦନ କରୁଛି ତାକୁ ବହୁତ ବଡ଼ ବଜାର ମିଳିଯିବ । ସରକାର ଏକ ପ୍ରମୁଖ ଭାଗିଦାରୀ ହୋଇପାରୁଛି । ଯାହାର ଲାଭ ଏଠାର ଗରିବରୁ ଅତି ଗରିବ ବ୍ୟକ୍ତି ଯେଉଁ ସାମଗ୍ରୀ ଉତ୍ପାଦନ କରୁଛି, ତାକୁ ଏକ ଭଲ ନିଶ୍ଚିତ ବଜାର ମିଳିଯିବ ଆଉ ତାକୁ ନିଶ୍ଚିତ ପରିମାଣ ବି ମିଳିବ ।
ମୁଁ ଚାହୁଁଛି କି କର୍ଣ୍ଣାଟକ ସରକାର ଏହି ନିମନ୍ତ୍ରଣକୁ ସ୍ୱୀକାର କରିବେ ଓ କର୍ଣ୍ଣାଟକର ଯେଉଁ ସାଧାରଣ ଲୋକ ଅଛନ୍ତି ସେମାନଙ୍କ ଫାଇଦାରେ ଯାହା ହେଉଛି, ତା’ର ଫାଇଦା ସେମାନଙ୍କୁ ମିଳିବ ।
ଆପଣ ଆଜି ଦେଖିଥିବେ ରୂପେ କାର୍ଡକୁ ଆଧାର ସହ ଯୋଡ଼ାଯାଇଛି । ମୋବାଇଲ ଫୋନ୍ ସହ ଯୋଡ଼ା ଯାଇଛି । ବ୍ୟାଙ୍କ ସେବା ମଧ୍ୟ ମିଳୁଛି । ଆମ ଦେଶରେ ଗରିବଙ୍କୁ ଲାଭ ମିଳିବା ପାଇଁ ଏଭଳି କେତେକ ଯୋଜନା ଚାଲିଛି । କିନ୍ତୁ ଜଣାପଡ଼ୁନି ଯେଉଁମାନଙ୍କ ପାଇଁ ଯୋଜନା ତାହା ସେମାନଙ୍କୁ ମିଳୁଛି କି ନାହିଁ । ଅନ୍ୟ କେଉଁଠି କି ଯାଉଛି କି? ମଝିରେ କେଉଁଠି ଲିକ୍ ହେଉନି ତ?
ଆମ ଦେଶର ଜଣେ ପ୍ରଧାନମନ୍ତ୍ରୀ କେବେ କହିଥିଲେ କି ଦିଲ୍ଲୀରୁ ଏକ ଟଙ୍କା ଗଲେ, ତାହା ଗାଁରେ ପହଂଚିବା ବେଳକୁ 15 ପଇସା ହୋଇଯାଉଛି । ଏହି ଟଙ୍କାଟିଏକୁ ଘୋରୁଥିବା ହାତ କିଏ । କାହାର ପାପୁଲି ଏହି ଟଙ୍କାଟିଏକୁ ଘୋରି ଘୋରି 15ପଇସା କରିଦେଉଥିଲା । ତେଣୁ ଆମେ ସ୍ଥିର କଲୁ କି ଦିଲ୍ଲୀରୁ ଏକ ଟଙ୍କା ଗଲେ ତାହା ଗରିବଙ୍କ ହାତରେ 100 ରୁ 100 ପଇସା ପହଂଚିବ, 99 ନୁହେଁ । ଆଉ ସେହି ଗରିବ ହାତରେ ହିଁ ପହଂଚିବ । ଯାହାର ତା’ ଉପରେ ଅଧିକାର । ଆମେ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ବା ପ୍ରତ୍ୟକ୍ଷ ନଗଦ/ସବସିଡି ହସ୍ତାନ୍ତର ସୁବିଧା ବ୍ୟବସ୍ଥା ଚଳାଇଲୁ । ପଞ୍ଜିକରଣ କଲୁ । ଆଉ ମୁଁ ଏହି ପବିତ୍ର ସ୍ଥାନରେ ବସିଛି, ଡାକ୍ତର ବୀରେନ୍ଦ୍ର ହେଗଡେ ମହୋଦୟଙ୍କ ପାର୍ଶ୍ଵରେ ବସିଛି । ଏଠାର ପବିତ୍ରତା ପ୍ରତି ମୋର ଅନ୍ଦାଜା ଅଛି, ସଚ୍ଚୋଟତା ପ୍ରତି ଅନୁମାନ ଅଛି । ଆଉ ଏହି ପବିତ୍ର ସ୍ଥଳରେ କହୁଛି କି ଆମର ଏହି ଗୋଟିଏ ପ୍ରୟାସ ଯୋଗୁ ଅଦ୍ୟାବଧି, ଏବେ ତ ସବୁ ରାଜ୍ୟ ଆମ ସହ ଜଡ଼ିତ ହୋଇନାହାନ୍ତି, କିଛି ରାଜ୍ୟ ପଦକ୍ଷେପ ନେଇଛନ୍ତି । ଭାରତ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଅଦ୍ୟାବଧି 57ହଜାର କୋଟି ଟଙ୍କା, ଯାହା ବେଆଇନ ଲୋକଙ୍କ ହାତକୁ ଚାଲି ଯାଉଥିଲା, ଚୋରି ହୋଇଯାଉଥିଲା, ସେସବୁ ବନ୍ଦ ହୋଇଯାଇଛି । ସଠିକ୍ ଲୋକଙ୍କ ହାତକୁ ସଠିକ୍ ପଇସା ଯାଉଛି ।
ଏବେ ମୋତେ କୁହନ୍ତୁ ଯେଉଁମାନଙ୍କ ପକେଟକୁ ପ୍ରତିବର୍ଷ 50ରୁ 60ହଜାର କୋଟି ଟଙ୍କା ଯାଉଥିଲା, ସେମାନଙ୍କ ପକେଟକୁ ଯିବା ବନ୍ଦ ହୋଇଗଲା-ସେମାନେ ମୋଦୀକୁ ପସନ୍ଦ କରିବେ କି? ସେମାନେ ମୋଦୀ ଉପରେ ରାଗିବେ କି ନାହିଁ? ମୋଦୀଙ୍କୁ ସମାଲୋଚନା କରିବେ କି ନାହିଁ?
ବନ୍ଧୁଗଣ, ମୁଁ ଏଭଳି ଏକ ପବିତ୍ର ସ୍ଥାନରେ ଛିଡ଼ା ହୋଇ କହୁଛି କି ଆମେ ରହୁ କି ନରହୁ, ଏ ଦେଶକୁ ନଷ୍ଟ ହେବାକୁ ଦେବୁ ନାହିଁ । ଆମେ ନିଜ ପାଇଁ ବଂଚିବା ଶିଖି ନାହୁଁ । ଆମେ ପିଲାବେଳୁ ଅନ୍ୟ ପାଇଁ ବଂଚିବା ଶିଖି କରି ଆସିଛୁ ।
ତେଣୁ ଭାଇ ଓଭଉଣୀମାନେ, ମୋ ପାଇଁ ସୌଭାଗ୍ୟର କଥା ଯେ – ଗୋଟିଏ ବିଚାର ମୋ ମନରେ ଆସେ- ଆଉ ତାକୁ ମୁଁ ଡକ୍ଟର ବୀରେନ୍ଦ୍ର ମହୋଦୟଙ୍କ ସମ୍ମୁଖରେ ରଖିବାକୁ ସାହାସ କରୁଛି । ମୁଁ ଏହାର ବୈଜ୍ଞାନିକ ଦିଗକୁ ଅଧିକ ଜାଣିନାହିଁ । ଜଣେ ଅଜଣା ଲୋକ ଭାବେ କହୁଛି । ଆଉ ମୁଁ ଭାବୁଛି ଆପଣ କରିକି ଦେଖାଇବେ । ଆମର ଯେଉଁ ସମୁଦ୍ର କୂଳ ରହିଛି- ମାଙ୍ଗାଲୋର ଉପକୂଳରେ ସମୁଦ୍ର ତଟ । ସମୁଦ୍ର ଉପକୂଳରେ ଆମର ଯେଉଁ ମତ୍ସ୍ୟଜୀବୀ ଭାଇଭଉଣୀମାନେ କାମ କରୁଛନ୍ତି – ସେମାନଙ୍କୁ ବର୍ଷର କିଛିମାସ କାମ ମିଳିଥାଏ । ପରେ ବର୍ଷା ହୋଇଯାଏ । ତାଙ୍କର ଛୁଟି ସମୟ ହୋଇଯାଏ । ଗୋଟିଏ କାମ ଆମେ ସମୁଦ୍ର କୂଳରେ କରିପାରିବା, ଭଲ ଭାବେ କରିପାରିବା । ଆଉ ତାହା ହେଉଛି ସମୁଦ୍ର ଗୁଳ୍ମ (ଶୈବାଳ) ଚାଷ । କାଠରେ ଗୋଟିଏ ତିଆରି କରିବାକୁ ପଡେ ଖୋଳ- ସେଥିରେ କିଛି ଗୁଳ୍ମ ପକାଇ ସମୁଦ୍ର କୂଳରେ ପାଣି ଭିତରେ ଛାଡ଼ି ଦେବାକୁ ହେବ । ସେ ଭାସି ଭାସି ରହିବ ଓ ୪୫ଦିନରେ ଫସଲ ପ୍ରସ୍ତୁତ ହୋଇଯିବ । ଦେଖିବାକୁ ବହୁତ ସୁନ୍ଦର ହୋଇଥାଏ । ଭରପୂର ପାଣିରେ ଭର୍ତ୍ତି ହୋଇଥାଏ ।
ଏବେ ଔଷଧୀୟ ଜଗତ ପାଇଁ ଏହା ବହୁତ ବଡ଼ ଶକ୍ତିଶାଳୀ ଗଛ ଭାବେ ବିବେଚନା ହୁଏ । କିନ୍ତୁ ମୁଁ ଆଉ ଏକ କାମ ପାଇଁ ପରାମର୍ଶ ଦେବି । ଆମର ଏଠି ସମୁଦ୍ର କୂଳରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ଏଭଳି ପ୍ରକାରର ସାମୁଦ୍ରିକ ଗୁଳ୍ମ ଚାଷ ଆରମ୍ଭ କରାଯାଉ । 45ଦିନରେ ଫସଲ ଆସିବା ଆରମ୍ଭ ହୋଇଯିବ । 12 ମାସ ଫସଲ ମିଳିବ ଓ ସେହି ଯେଉଁ ଗଛ ମିଳିବ, ଯେତେବେଳେ ଚାଷୀ ବିଲକୁ ଯିବ ତାକୁ ମାଟିରେ ମିକ୍ସ କରିଦେବ । ତା’ଭିତରେ ଭରପୁର ପାଣି ଥାଏ । ବହୁତ ପୁଷ୍ଟିସାର ମଧ୍ୟ ରହିଥାଏ । ଥରେ ଆମେ ଏହି ଧର୍ମସ୍ଥଳର ପାଖାପାଖି ଗାଁରେ ପ୍ରୟୋଗ କରି ଦେଖିପାରିବା । ମୋର ବିଶ୍ୱାସ ଯେ ଏଠାକାର ମାଟିକୁ ସୁଧାରିବା ପାଇଁ ସାମୁଦ୍ରିକ ଗୁଳ୍ମର ଗଛ ବହୁତ ବଡ଼ ସେବା କରିପାରିବ । ମାଗଣାରେ ମଧ୍ୟ ପ୍ରସ୍ତୁତ ହୋଇଯିବ । ଏଥିରେ ଆମର ମତ୍ସ୍ୟଜୀବୀ ଭାଇମାନଙ୍କୁ ବି ଉପାର୍ଜନ ମିଳିବ ଓ ସେଥିରେ ଯେଉଁ ଜଳର ଯେଉଁ ଉପାଦାନ ରହିଛି ତାହା ମାଟିକୁ ଉର୍ବର କରିଥାଏ । ମାଟିକୁ ଶକ୍ତିଶାଳୀ କରାଇଥାଏ । ମୁଁ ଚାହିଁବି କି ଧର୍ମସ୍ଥଳରୁ ଏହି ପ୍ରୟୋଗ ହେଉ । ଯଦି ଏଠାରେ କିଛି ପ୍ରୟୋଗ ହେବ, ତା’ହେଲେ ଆପଣଙ୍କ ବୈଜ୍ଞାନିକମାନେ ଅଛନ୍ତି, ଶିକ୍ଷା ଜଗତର ଲୋକ ଅଛନ୍ତି, ଏହାର ସେମାନେ ଅଧ୍ୟୟନ କରିବେ, ଆଉ ମୋତେ ନିଶ୍ଚିତ ରିପୋର୍ଟ ପଠାନ୍ତୁ । ସରକାରଙ୍କୁ ଏହି କାମ କରିବାକୁ ମୁଁ କେବେ କହିନାହିଁ । ମୁଁ ପ୍ରଥମଥର ଏଠି କହୁଛି । କାରଣ ଏହି ଜାଗା ଏଭଳି କି ମୋତେ ଲାଗୁଛି ଆପଣମାନେ ପ୍ରୟୋଗ କରନ୍ତୁ । ଖୋଲା ମନରେ କରିପାରିବେ । ସରକାରଙ୍କ ନୀତି ନିୟମର ବନ୍ଧନ ରହିଛି । ଆପଣ ଦେଖିବେ ସେହି ମାଟି ଏତେ ବଦଳିଯିବ । ଉତ୍ପାଦନ ଏତେ ବଢ଼ିଯିବ କି ମରୁଡ଼ି ସ୍ଥିତିକୁ ନେଇ ଆମର ଚାଷୀ କେବେ ବି ଚିନ୍ତାରେ ରହିବ ନାହିଁ । ଧରିତ୍ରୀ ମାତାର ରକ୍ଷା ପାଇଁ ଆମର ଅନେକ ପ୍ରକଳ୍ପ ରହିଛି, ସେସବୁ ନେଇକରି ଚାଲିବା ।
ମୁଁ ପୁଣିଥରେ ଆଜି ଏହି ସ୍ଥାନକୁ ଆସିଛି, ଡକ୍ଟର ବୀରେନ୍ଦ୍ର ମହୋଦାୟଙ୍କର ମୋତେ ଆଶୀର୍ବାଦ ମିଳିଛି । ମଞ୍ଜୁନାଥେଶ୍ୱରଙ୍କ ଆଶୀର୍ବାଦ ମିଳିଛି । ଏକ ନୂଆ ପ୍ରେରଣା ମିଳିଛି, ନୂଆ ଉତ୍ସାହ ମିଳିଛି । ଯଦି ଏହି ଅଂଚଳର ସାଧାରଣ ପଢ଼ାଲେଖା ମା’ ଓ ଭଉଣୀମାନେ – 12ଲକ୍ଷ ଭଉଣୀ ଯଦି Cashless ବ୍ୟବସ୍ଥାକୁ ଆଗକୁ ନେଇ ଯାଆନ୍ତି ତା’ହେଲେ ସମଗ୍ର ଜିଲ୍ଲାକୁ ଆହ୍ୱାନ କରିବି କି ଆମେ ଏହି ଭଉଣୀମାନଙ୍କଠାରୁ ପଛରେ ରହିବା ଉଚିତ୍ ନୁହେଁ । ସେହି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଠାରୁ । ଆମେ ବି ଭୀମ ଆପ୍ ଉପଯୋଗ କରିବା ଶିଖିବା । ଆମେ ବି କ୍ୟାସଲେସ୍ ଦେଣନେଣ ଶିଖିବା । ଆପଣ ଦେଖନ୍ତୁ ଦେଶରେ ସଚ୍ଚୋଟତାର ଯୁଗ ଆରମ୍ଭ ହୋଇଛି । ସଚ୍ଚୋଟତାକୁ ଯେତେ ଆମେ ଶକ୍ତିଶାଳୀ କରିବା, ବେଇମାନୀଙ୍କ ସଂଖ୍ୟା କମ୍ ହେବା ବହୁତ ସ୍ୱାଭାବିକ ହୋଇଯିବ । ଏକଦା ସମୟ ଥିଲା ଯେତେବେଳେ ବୋଇମାନୀଙ୍କୁ ଶକ୍ତି ମିଳୁଥିଲା । ଏବେ ସମୟ ଆସିଛି ସଚ୍ଚୋଟଙ୍କୁ ଶକ୍ତି ମିଳିବ । ଆଉ ଏହି ଶକ୍ତି ହେଉଛି ଯଦି ଆମେ ଦୀପ ଜଳାଇଲେ ଅନ୍ଧକାର ଯିବା ନିଶ୍ଚିତ । ଯଦି ଆମେ ସଚ୍ଚୋଟତାକୁ ଶକ୍ତି ଦେବା ତା’ହେଲେ ବେଇମାନୀଙ୍କ ହଟିବା ନିଶ୍ଚିତ ହୋଇଯିବ । ଏହି ଗୋଟିଏ ସଂକଳ୍ପ ସହ ଆଗକୁ ବଢ଼ିବା । ମୋର ଆପଣ ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା । ଡକ୍ଟର ବୀରେନ୍ଦ୍ର ହେଗଡେ ମହୋଦୟଙ୍କୁ ମୋର ବହୁତ ବହୁତ ଶୁଭକାମନା ଓ ତାଙ୍କୁ ମୁଁ ପ୍ରଣାମ କରୁଛି । 50ବର୍ଷର ସୁଦୀର୍ଘକାଳ ଓ ଆଗାମୀ 50ବର୍ଷ ସେ ଦେଶକୁ, ଏହି ଅଂଚଳକୁ ସେମିତି ହିଁ ସେବା କରୁଥାନ୍ତୁ ।
ବହୁତ ବହୁତ ଧନ୍ୟବାଦ ।
**********
I am happy that I got the opportunity to pray to Lord Manjunatha: PM @narendramodi
— PMO India (@PMOIndia) October 29, 2017
This century is about skill development. A nation like India is youthful and hence, we must harness our demographic dividend: PM @narendramodi
— PMO India (@PMOIndia) October 29, 2017
Our saints and seers created as well as nurtured institutions which have helped society for centuries: PM @narendramodi
— PMO India (@PMOIndia) October 29, 2017
I got the opportunity to hand over RuPay cards to women self help groups. Happy to see enthusiasm towards digital transactions: PM @narendramodi
— PMO India (@PMOIndia) October 29, 2017
Conservation of water is a major challenge for us in this day and age. We also need to give importance towards living in harmony with nature and not think about short term gains: PM @narendramodi
— PMO India (@PMOIndia) October 29, 2017
I have seen how hard @BSYBJP works for the welfare of farmers. Even when I was serving as Chief Minister, he would be talking to me about issues relating to farmers: PM @narendramodi
— PMO India (@PMOIndia) October 29, 2017
I urge the farmers of Karnataka to embrace methods like drip irrigation that help conserve water: PM @narendramodi
— PMO India (@PMOIndia) October 29, 2017
Every rupee, every resource from the Government of India is devoted for the welfare of Indians. We are ensuring the fruits of development reach the intended beneficiaries without any scope of corruption: PM @narendramodi
— PMO India (@PMOIndia) October 29, 2017
I urge people to use Bhim App and embrace cashless transactions. This is the era of honesty and integrity. There is no place for those who cheat the system: PM @narendramodi
— PMO India (@PMOIndia) October 29, 2017