Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରାଏବରେଲି ଏନଟିପିସି ପ୍ଳାଣ୍ଟ ଦୁର୍ଘଟଣା ପ୍ରଭାବିତଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଅନୁକମ୍ପା ରାଶି ଘୋଷଣା


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ପ୍ରଦେଶର ରାଏବରେଲିସ୍ଥିତ ଏନଟିପିସି ପ୍ଳାଣ୍ଟ ଦୁର୍ଘଟଣାରେ ମୃତାହତଙ୍କ ପାଇଁ ଅନୁକମ୍ପା ରାଶି ମଞ୍ଜୁର କରିଛନ୍ତି । ଘୋଷଣା ଅନୁଯାୟୀ ପ୍ରତି ମୃତକଙ୍କ ପରିବାରର ନିକଟ ସମ୍ପର୍କୀୟଙ୍କୁ ଦୁଇ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ ।

ଏହା ବ୍ୟତୀତ ଦୁର୍ଘଟଣାରେ ଆହତମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ 50 ହଜାର ଟଙ୍କା ଲେଖାଏଁ ଅନୁକମ୍ପା ଅର୍ଥ ମଞ୍ଜୁର କରିଛନ୍ତି ।