Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସୁସ୍ଥ ଜୀବନଶୈଳୀ ପାଇଁ ବିଶ୍ୱ ମଧୁମେହ ଦିବସରେ ଶପଥ ନେବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନ


ମଧୁମେହ ଭଳି ସ୍ୱାସ୍ଥ୍ୟଗତ ସମସ୍ୟାଠାରୁ ଦୂରେଇ ରହିବା ଲାଗି ସୁସ୍ଥ ଜୀବନଯାପନ ଶୈଳୀ ଆପଣେଇବାକୁ ହେବ । ଏଥିଲାଗି ବିଶ୍ୱ ମଧୁମେହ ଦିବସରେ ଶପଥ ନେବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କୁ ଆହ୍ଵାନ କରିଛନ୍ତି ।

“ଆଜି ବିଶ୍ୱ ମଧୁମେହ ଦିବସରେ ଆସନ୍ତୁ ସୁସ୍ଥ ଜୀବନଶୈଳୀ ଆପଣେଇବା ପାଇଁ ଶପଥ ନେବା ଯେପରିକି ଆମେ ମଧୁମେହକୁ ଦୂରେଇ ପାରିବା । ଗତ ମାସରେ ମୁଁ ‘ମନ କି ବାତ’ କାର୍ଯ୍ୟକ୍ରମରେ ଯୁବକମାନଙ୍କ ମଧ୍ୟରେ ମଧୁମେହ ବୃଦ୍ଧି ପାଉଥିବା ସମ୍ବନ୍ଧରେ ଉଦବେଗ ପ୍ରକାଶ କରିଥିଲି,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।