ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଜିଏସଟି ଅଧୀନରେ ଜାତୀୟ ମୁନାଫା ବିରୋଧୀ ରାଷ୍ଟ୍ରୀୟ ପ୍ରାଧିକରଣ (ଏନ୍ଏଏ)ର ଅଧ୍ୟକ୍ଷ ଓ ବୈଷୟିକ ସଦସ୍ୟ ପଦବୀ ସୃଷ୍ଟି ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଗତକାଲି(15.11.2017) ସାଧାରଣ ଲୋକଙ୍କ ଦ୍ୱାରା ଉପଯୋଗ ବହୁ ସଂଖ୍ୟକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ ଜିଏସଟି ଦର ହ୍ରାସର ଠିକ୍ ପରେ ଏହି ପଦବୀ ସୃଷ୍ଟି ପାଇଁ କ୍ୟାବିନେଟ ଅନୁମତି ଦେଇଛନ୍ତି । ଏହି ମଞ୍ଜୁରି ଦ୍ୱାରା ଉକ୍ତ ଶୀର୍ଷ ପ୍ରାଧିକରଣର ତତ୍କାଳ ସ୍ଥାପନ ଲାଗି ମାର୍ଗ ପ୍ରଶସ୍ତ ହେବ । ବସ୍ତୁ ଓ ସେବା ଉପରେ ଜିଏସଟି ଦରରେ ହ୍ରାସର ଲାଭ ଶେଷ ଖାଉଟି ପର୍ଯ୍ୟନ୍ତ ମୂଲ୍ୟ ହ୍ରାସ ମାଧ୍ୟମରେ ଯେପରି ଉପଲବ୍ଧ ହୋଇପାରିବ ତାହା ସୁନିଶ୍ଚିତ କରିବା ହେଉଛି ଏହି ପ୍ରାଧିକରଣ ଗଠନର ମୂଳ ଉଦ୍ଦେଶ୍ୟ ।
ଭାରତ ସରକାରଙ୍କ ସଚିବସ୍ତରୀୟ ଜଣେ ବରିଷ୍ଠ ଅଧିକାରୀ ଓ କେନ୍ଦ୍ର ଅବା ରାଜ୍ୟରୁ 4ଜଣ ବୈଷୟିକ ସଦସ୍ୟ ଏହି ମୁନାଫା ବିରୋଧୀ ରାଷ୍ଟ୍ରୀୟ ପ୍ରାଧିକରଣରେ ସଦସ୍ୟ ରହିବେ । ଏହି ପ୍ରାଧିକରଣ ସ୍ଥାପନ ମାଧ୍ୟମରେ, ଜିଏସଟି ଦର ହ୍ରାସ ଓ ଜିଏସଟି କାର୍ଯ୍ୟକାରିତାର ଲାଭ ଖାଉଟିଙ୍କ ନିକଟରେ ପହଂଚାଇବା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ନେବା ନିମନ୍ତେ ସରକାର ପୂର୍ଣ୍ଣତଃ ପ୍ରତିଶ୍ରୁତିବଦ୍ଧ ।
ସୂଚନାଯୋଗ୍ୟ ଯେ 2017 ନଭେମ୍ବର 14ତାରିଖ ମଧ୍ୟରାତ୍ରୀରୁ 178ଟି ସାମଗ୍ରୀ ଉପରେ ଜିଏସଟି ଦରକୁ 28 ପ୍ରତିଶତରୁ 18 ପ୍ରତିଶତକୁ ହ୍ରାସ କରିଦିଆଯାଇଛି । ଏବେ କେବଳ ଏଭଳି 50ଟି ସାମଗ୍ରୀ ରହିଛି ଯାହା ଉପରେ 28 ପ୍ରତିଶତ ଜିଏସଟି ଲାଗିବ । ସେହିଭଳି ଅନେକ ସାମଗ୍ରୀରେ ମଧ୍ୟ ଜିଏସଟି ଦରରେ 18ରୁ 12 ପ୍ରତିଶତକୁ ହ୍ରାସ ହୋଇଛି । ଏପରିକି କିଛି ସାମଗ୍ରକୁ 5ପ୍ରତିଶତରୁ ହଟାଇ ଜିଏସଟି ପରିସରରୁ ସମ୍ପୂର୍ଣ୍ଣ ମୁକ୍ତ କରିଦିଆଯାଇଛି ।
ଜିଏସଟି ଆଇନରେ ଦର୍ଶାଯାଇଥିବା ମୁନାଫା ନିରୋଧୀ ଉପାୟ ଏହା ସୁନିଶ୍ଚିତ କରିବା ପାଇଁ ସଂସ୍ଥାଗତ ଢାଂଚାର ବ୍ୟବସ୍ଥା କରାଯାଉଛି । ଯାହାଫଳରେ ସାମଗ୍ରୀ ଓ ସେବାର ଯୋଗାଣ ଉପରେ ଇନ୍ପୁଟ ଟିକସ କ୍ରେଡିଟ୍ ଓ ଜିଏସଟି ହ୍ରାସ ହୋଇଥିବା ଦରର ସମ୍ପୂର୍ଣ୍ଣ ଲାଭ ଖାଉଟିଙ୍କ ପାଖରେ ପହଂଚିବ । ଏହି ସଂସ୍ଥାଗତ ଢାଂଚାରେ ଏନ୍ଏଏ, ଏକ ସ୍ଥାୟୀ ସମିତି, ପ୍ରତ୍ୟେକ ରାଜ୍ୟରେ ସ୍କ୍ରିନିଂ କମିଟି ଓ କେନ୍ଦ୍ରୀୟ ଉତ୍ପାଦ ଓ ସୀମା ଶୁଳ୍କ ବୋର୍ଡ(ସିବିଇସି)ରେ ସେଫ୍ ଗାର୍ଡସ୍ ମହାନିର୍ଦ୍ଦେଶାଳୟ ସାମିଲ ଅଛି ।
ବସ୍ତୁ ଅବା ସେବା କ୍ରୟ ଉପରେ ସେମାନଙ୍କୁ ଜିଏସଟି ଦରର ହ୍ରାସର ଲାଭ ମିଳୁନି ବୋଲି ଯେଉଁ ଖାଉଟି ଅନୁଭବ କରିବେ ସେମାନେ ନିଜର ସମ୍ବନ୍ଧିତ ରାଜ୍ୟରେ ଥିବା ସ୍କ୍ରିନିଂ କମିଟି ପାଖରେ ଏଥିପାଇଁ ଆବେଦନ କରିପାରିବେ । ଅବଶ୍ୟ ମୁନାଫାଖୋର ସ୍ଥିତି ସର୍ବଭାରତୀୟ ସ୍ତରରେ ପ୍ରଭାବ ପକାଉଥିବା ସାମଗ୍ରୀ ସମ୍ବନ୍ଧିତ ଆବେଦନକୁ ସିଧାସଳଖ ସ୍ଥାୟୀ ସମିତି ନିକଟକୁ ପଠାଯାଇପାରିବ । ଯଦି ବେଆଇନ ଲାଭର ଫାଇଦା ଉପଭୋକ୍ତାଙ୍କୁ ନମିଳିପାରୁଛି ତା’ହେଲେ ତାହା ଖାଉଟି କଲ୍ୟାଣ ପାଣ୍ଠିରେ ଜମା ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇପାରିବ । ଅତି ଜରୁରୀ କ୍ଷେତ୍ରରେ ତ୍ରୁଟି କରିଥିବା ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଏନ୍ଏଏ ଜୋରିମାନା ଲାଗୁ କରିପାରିବେ ଓ ଜିଏସଟି ଅନ୍ତର୍ଗତ ଏହାର ପଞ୍ଜିକରଣ ମଧ୍ୟ ରଦ୍ଦ କରିପାରିବେ ।
ଏନ୍ଏଏର ଗଠନ ଖାଉଟିଙ୍କ ବିଶ୍ୱାସ ବୃଦ୍ଧି କରିବ କାରଣ ବିଶେଷକରି ଜିଏସଟି ଦରରେ ନିକଟରେ ହୋଇଥିବା ହ୍ରାସ ଓ ସାଧାରଣତଃ ଜିଏସଟିର ଲାଭ ସେମାନଙ୍କ ପାଖରେ ପହଂଚି ପାରିବ ।
**********
GST anti-profiteering authority gets Cabinet approval. https://t.co/w2ePB3q0LU
— PMO India (@PMOIndia) November 17, 2017
via NMApp pic.twitter.com/gk1wLPuQWS