Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆନ୍ତର୍ଜାତିକ ଅଦାଲତକୁ ପୁନଃନିର୍ବାଚିତ ହେବାପରେ ବିଚାରପତି ଦଲବୀର ଭଣ୍ଡାରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ଆନ୍ତର୍ଜାତିକ ଅଦାଲତକୁ ପୁନଃନିର୍ବାଚିତ ହୋଇଥିବାରୁ ନ୍ୟାୟମୂର୍ତ୍ତି ଦଲବୀର ଭଣ୍ଡାରୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

“ଆନ୍ତର୍ଜାତିକ ଅଦାଲତକୁ ପୁନଃନିର୍ବାଚିତ ହୋଇଥିବାରୁ ମୁଁ ବିଚାରପତି ଦଲବୀର ଭଣ୍ଡାରୀଙ୍କୁ ଅଭିନନ୍ଦନ ଜଣାଉଛି । ତାଙ୍କ ପୁନଃନିର୍ବାଚନ ଆମ୍ଭମାନଙ୍କ ପାଇଁ ଗୌରବର ମୁହୂର୍ତ୍ତ ।

ଆଇସିଜେରେ ଭାରତର ପୁନଃନିର୍ବାଚନକୁ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ତଥା କୁଟନୈତିକ ମିଶନରେ ଥିବା ତାଙ୍କ ସମଗ୍ର ଦଳକୁ ମଧ୍ୟ ସେମାନଙ୍କ ଅବିଶ୍ରାନ୍ତ ପ୍ରୟାସ ପାଇଁ ଅଭିନନ୍ଦନ । ଭାରତ ପ୍ରତି ଦୃଢ ସମର୍ଥନ ଓ ବିଶ୍ୱାସ ପାଇଁ ଜାତିସଂଘ ସାଧାରଣ ପରିଷଦ ଏବଂ ନିରାପତ୍ତା ପରିଷଦର ସମସ୍ତ ସଦସ୍ୟଙ୍କୁ ମଧ୍ୟ ଗଭୀର କୃତଜ୍ଞତା,”ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

************