Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ହାଇଦ୍ରାବାଦରେ ଆନ୍ତର୍ଜାତିକ ଅପରେସନାଲ ସାମୁଦ୍ରିକ ବିଜ୍ଞାନ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା ଲାଗି ୟୁନେସ୍କୋ ସହ ବୁଝାମଣାକୁ କ୍ୟାବିନେଟ ମଞ୍ଜୁରି


ୟୁନେସ୍କୋର ଶ୍ରେଣୀ-2 କେନ୍ଦ୍ର (ସି2ସି) ଭାବେ ହାଇଦ୍ରାବାଦଠାରେ ଅନ୍ତର୍ଜାତୀୟ ଅପରେସନାଲ ସାମୁଦ୍ରିକ ବିଜ୍ଞାନ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରାଯିବ । ଏ ସଂକ୍ରାନ୍ତ ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ମଞ୍ଜୁରି ମିଳିଛି ।

ୟୁନେସ୍କୋ ସହ ହୋଇଥିବା ବୁଝାମଣାର ଉଦ୍ଦେଶ୍ୟ ହେଉଛି ଭାରତ ମହାସାଗର ଉପକୂଳ (ଆଇଓଆର), ଭାରତ ଏବଂ ଆଟଲାଣ୍ଟିକ ମହାସାଗର ସହ ସଂଯୁକ୍ତ ଆଫ୍ରିକୀୟ ରାଷ୍ଟ୍ର, ୟୁନେସ୍କୋ ଢାଂଚା ଅନ୍ତର୍ଗତ ଲଘୁ ଦ୍ୱୀପ ରାଷ୍ଟ୍ର ନିମନ୍ତେ ଦକ୍ଷତା ବିକାଶ ଦିଗରେ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରିବା । ଅପରେସନାଲ ସାମୁଦ୍ରିକ ବିଜ୍ଞାନ ମତ୍ସ୍ୟଜୀବୀ, ବିପର୍ଯ୍ୟୟ ପରିଚାଳନା, ଜାହାଜ ଚଳାଚଳ, ବନ୍ଦର, ଉପକୂଳବର୍ତ୍ତୀ ରାଜ୍ୟ, ନୌସେନା, ତଟରକ୍ଷୀ, ପରିବେଶ, ଦୈନିକ ପରିଚାଳନାକୁ ସୂଚାରୁ ରୂପେ ତୁଲାଇବା ଲାଗି ଦୂର-ଉପକୂଳ ଉଦ୍ୟୋଗ ଭଳି ବିଭିନ୍ନ କ୍ଷେତ୍ରକୁ ସୂଚନା ଉପଲବ୍ଧ କରାଇବା ଦିଗରେ ବ୍ୟବସ୍ଥାଗତ ସାମୁଦ୍ରିକ ବିଜ୍ଞାନ ଅଧ୍ୟୟନ ଆୟୋଜନ କରିବା ଦିଗରେ ଏକ ଉପଯୋଗୀ ଗତିବିଧି ଅଟେ ।

କେନ୍ଦ୍ର ସରକାରଙ୍କ ଦକ୍ଷତା ବିକାଶ ଏବଂ ପ୍ରଶିକ୍ଷଣ, ଜ୍ଞାନ ଆଦାନପ୍ରଦାନ କରିବା ଏବଂ ସୂଚନାର ଆଦାନପ୍ରଦାନ ଭଳି ବିଭିନ୍ନ କ୍ଷେତ୍ରରେ ସହାୟତା ଉପଲବ୍ଧ କରାଇବ । ଭାରତ ୟୁନେସ୍କୋ କାର୍ଯ୍ୟ ଯୋଜନାର ପ୍ରଭାବ ଏବଂ ଦୃଶ୍ୟତାକୁ ବୃଦ୍ଧି କରି ୟୁନେସ୍କୋ ଏବଂ ଏହାର ଆନ୍ତଃସରକାରୀ ସାମୁଦ୍ରିକ ବିଜ୍ଞାନ ଆୟୋଗ (ଆଇଓସି) ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସକୁ ପ୍ରତିନିଧିତ୍ୱ କରିପାରିବ ।

ୟୁନେସ୍କୋର ଶ୍ରେଣୀ-2 କେନ୍ଦ୍ରର ପ୍ରତିଷ୍ଠା ଭାରତ ମହାସାଗରରେ ଭାରତକୁ ଏକ ଅଗ୍ରଣୀ ଦେଶ ଭାବେ ଉଭା ହେବା ଲାଗି ସୁଯୋଗ ପ୍ରଦାନ କରିବ । ଏହା ଭାରତକୁ ଭାରତ ମହାସାଗରର ସୀମା ସହିତ ଜଡ଼ିତ ଦକ୍ଷିଣ ଏସୀୟ ଏବଂ ଆଫ୍ରିକୀୟ ରାଷ୍ଟ୍ର ସହିତ ଭାରତ ମହାସାଗର ଅନ୍ତର୍ଗତ ଆସୁଥିବା ଦେଶଗୁଡ଼ିକ ସହିତ ସହଯୋଗ ବୃଦ୍ଧି କରିବା ଏବଂ ସମ୍ପର୍କ ସୁଧାରିବାରେ ମଧ୍ୟ ସହାୟକ ହେବ । କେନ୍ଦ୍ର ସମୁଦ୍ର ଏବଂ ଉପୂକଳ ସ୍ଥିରତା ସହ ଜଡ଼ିତ ପ୍ରସଙ୍ଗର ସମାଧାନ ବାହାର କରିବା ଦିଗରେ ସାରା ବିଶ୍ୱରେ ବୈଷୟିକ ଏବଂ ପରିଚାଳନା କ୍ଷମତାକୁ ନିର୍ମାଣ କରିବାର ଆବଶ୍ୟକତାକୁ ପୂରଣ କରିବା ଏବଂ ସମୁଦ୍ର ସହ ଜଡ଼ିତ ପ୍ରାକୃତିକ ବିପତ୍ତିର କୌଶଳପୂର୍ଣ୍ଣ ଭାବେ ମୁକାବିଲା କରିବା ଲାଗି ଉପଯୁକ୍ତ ପରିବେଶ ସୃଷ୍ଟି କରିବ । ଏହି କେନ୍ଦ୍ର ସାମୁଦ୍ରିକ ବିଜ୍ଞାନ ଅନୁସନ୍ଧାନ କ୍ଷମତା ନିର୍ମାଣ ସହ ଜଡ଼ିତ ନିରନ୍ତର ବିକାଶ ଲକ୍ଷ୍ୟ-14 (ଏସଡିଜି-14) ହାସଲ କରିବାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇପାରିବ, ଯାହା ଲଘୁ ଦ୍ୱୀପ ବିକାଶଶୀଳ ରାଷ୍ଟ୍ର ଏବଂ ସବୁଠୁ କମ ବିକଶିତ ଦେଶକୁ ସହାୟତା କରିବା ଲାଗି ଭାରତର ପ୍ରତିଶ୍ରୁତିକୁ ମଧ୍ୟ ପୂରଣ କରିବ ।

ସି2ସି ଛାତ୍ରଛାତ୍ରୀ ଏବଂ ଅନ୍ୟ ଅଂଶଗ୍ରହଣକାରୀଙ୍କ ଦକ୍ଷତାରେ ବିକାଶ କରିବା ପ୍ରତି ଦୃଢ଼ସଂକଳ୍ପ ଅଟେ, ଯାହାଦ୍ୱାରା ଦେଶ ଭିତରେ ଏବଂ ବାହାରେ ନିଯୁକ୍ତିର ସୁଯୋଗ ବୃଦ୍ଧି ପାଇବ । ସି2ସିର ପ୍ରତିଷ୍ଠା ଦ୍ୱାରା ଭାରତରେ ରୋଜଗାର ସୁଯୋଗ ସୃଷ୍ଟି ନିମନ୍ତେ ସହାୟକ ବିକାଶର ଦିଗ ମଧ୍ୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ବର୍ତ୍ତମାନ ଏହି କେନ୍ଦ୍ର ହାଇଦ୍ରାବାଦରେ ଭାରତୀୟ ସାମୁଦ୍ରିକ ସୂଚନା ସେବା କେନ୍ଦ୍ର (ଆଇଏନସିଓଆଇଏସ)ରେ ଉପଲବ୍ଧ ଷ୍ଟେଟ ଅଫ ଆର୍ଟ ସୁବିଧା ସହିତ ପରିଚାଳିତ ହେଉଛି । ବର୍ତ୍ତମାନ ସୁଦ୍ଧା ଏହି କେନ୍ଦ୍ରରୁ ଅପରେସନାଲ ସାମୁଦ୍ରିକ ବିଜ୍ଞାନର ବିଭିନ୍ନ ପାଠ୍ୟକ୍ରମରେ 681 ବୈଜ୍ଞାନିକଙ୍କୁ ପ୍ରଶିକ୍ଷିତ କରାଯାଇସାରିଛି, ଏମାନଙ୍କ ମଧ୍ୟରୁ 576 ଜଣ ବୈଜ୍ଞାନିକ ଭାରତୀୟ ଏବଂ 105 ଜଣ ବୈଜ୍ଞାନିକ ବିଶ୍ୱର ଅନ୍ୟ ଦେଶରୁ ଆସିଛନ୍ତି । ଏହି କେନ୍ଦ୍ରରେ ଅଟ୍ଟାଳିକା ଏବଂ ପ୍ରଶିକ୍ଷଣ ଛାତ୍ରାବାସ ଭଳି ଅନ୍ୟ  ମୌଳିକ ଭିତ୍ତିଭୂମି ସୁବିଧା ପ୍ରତିଷ୍ଠା କରାଯାଉଛି । ଏହି ସମ୍ପୂର୍ଣ୍ଣ ଯୋଜନା ଏବଂ ବୁଝାମଣା ଅଧୀନରେ ସାରା ବିଶ୍ୱରୁ ବିଶ୍ୱସ୍ତରର ପ୍ରତିଭାମାନଙ୍କୁ ଏବଂ ପ୍ରଶିକ୍ଷାର୍ଥୀମାନଙ୍କୁ ଆମନ୍ତ୍ରଣ କରିବା ଏବଂ ଦୀର୍ଘ ଅବଧିର ପାଠ୍ୟ (3-9ମାସ) ଖସଡ଼ା ତିଆରି କରିବା ଲାଗି ବ୍ୟବସ୍ଥା ମଧ୍ୟ କରାଯାଇଛି ।

*********