Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସ୍ୱାସ୍ଥ୍ୟ ଏବଂ ଔଷଧ କ୍ଷେତ୍ରରେ ଭାରତ-ଇଟାଲୀ ସହଯୋଗ ବୁଝାମଣାକୁ କ୍ୟାବିନେଟର ଅନୁମୋଦନ


ସ୍ୱାସ୍ଥ୍ୟ ଏବଂ ଔଷଧ କ୍ଷେତ୍ରରେ ଭାରତ ଓ ଇଟାଲୀ ମଧ୍ୟରେ ସହଯୋଗ ପାଇଁ ସ୍ୱାକ୍ଷରିତ ବୁଝାମଣା(ଏମଓୟୁ)କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପିଛିଲା ଭାବେ ମଞ୍ଜୁରି ମିଳିଛି । ଏହି ଏମଓୟୁ ନଭେମ୍ବର 29, 2017ରେ ନୂଆଦିଲ୍ଲୀଠାରେ ସ୍ୱାକ୍ଷରିତ ହୋଇଥିଲା ।

ଏମଓୟୁରେ ନିମ୍ନଲିଖିତ କ୍ଷେତ୍ରରେ ସହଯୋଗ ପାଇଁ ବ୍ୟବସ୍ଥା ରହିଛି-

  1. ଦୁଇ ଦେଶର ଡାକ୍ତର, ଅଧିକାରୀ, ଅନ୍ୟ ସ୍ୱାସ୍ଥ୍ୟ ପେଶାଦାର ଏବଂ ବିଶେଷଜ୍ଞମାନଙ୍କ ମଧ୍ୟରେ ବିନିମୟ ଏବଂ ପ୍ରଶିକ୍ଷଣ
  2. ମାନବ ସମ୍ବଳ ଏବଂ ସ୍ୱାସ୍ଥ୍ୟ ସେବାର ବିକାଶ ତଥା ସ୍ୱାସ୍ଥ୍ୟ ସୁବିଧା କେନ୍ଦ୍ରଗୁଡ଼ିକର ପ୍ରତିଷ୍ଠାରେ ସହାୟତା
  3. ସ୍ୱାସ୍ଥ୍ୟରେ ମାନବ ସମ୍ବଳର ସ୍ୱଳ୍ପକାଳୀନ ପ୍ରଶିକ୍ଷଣ
  4. ଔଷଧ, ଚିକିତ୍ସା ଉପକରଣ ଏବଂ ସୂଚନା ବିନିମୟ ପାଇଁ ନିୟମ
  5. ପକ୍ଷମାନଙ୍କ ମଧ୍ୟରେ ଔଷଧ ଏବଂ ଅନ୍ୟ ଚିହ୍ନଟ କ୍ଷେତ୍ରରେ ବ୍ୟବସାୟ ବିକାଶ ସୁଯୋଗକୁ ପ୍ରୋତ୍ସାହନ
  6. ଜେନେରିକ ଏବଂ ଜରୁରୀ ଔଷଧର ଉପଲବ୍ଧତା ଏବଂ ଔଷଧ ଯୋଗାଣ ପାଇଁ ସହାୟତା
  7. ସ୍ୱାସ୍ଥ୍ୟ ଉପକରଣ ଏବଂ ଔଷଧୀୟ ଉତ୍ପାଦର ଉପଲବ୍ଧତା
  8. ନ୍ୟୁରୋ-କାର୍ଡିଓଭାସ୍କୁଲାର ରୋଗ, କ୍ୟାନସର, ସିଓପିଡି, ମାନସିକ ସ୍ୱାସ୍ଥ୍ୟ ଏବଂ ବିସ୍ମରଣଜନିତ ସ୍ୱାସ୍ଥ୍ୟ ଜଟିଳତା ଭଳି କ୍ଷେତ୍ରରେ ସହଯୋଗ ଏବଂ ଦ୍ୱିପାକ୍ଷିକ ସ୍ୱାର୍ଥ ସମ୍ବନ୍ଧରେ ଅଣ-ସଂକ୍ରାମକ ରୋଗର ନିରାକରଣ ସହଯୋଗ । ଏଥିରେ ଏସଡିଜି-3 ଏବଂ ତତସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯାଇଛି ।
  9. ସଂକ୍ରାମକ ରୋଗ ଏବଂ ଜୀବାଣୁଜନିତ ରୋଗ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସମ୍ପର୍କିତ ସହଯୋଗ
  10. ଏସଡିଜି-2 ଏବଂ ପୋଷଣ ସେବା ସମ୍ପର୍କରେ ଅପପୁଷ୍ଟି (ଅତିପୋଷଣ ଏବଂ କମପୋଷଣ) ସହିତ ଭୋଜନର ପୋଷକ ପକ୍ଷ
  11. ଉତ୍ପାଦନ, ସ୍ଥାନାନ୍ତରଣ, ବିତରଣ ଏବଂ ଖାଦ୍ୟ ଯୋଗାଣର ସୁରକ୍ଷା
  12. ଖାଦ୍ୟ ଉଦ୍ୟୋଗ ପରିଚାଳକଙ୍କ ପ୍ରଶିକ୍ଷଣ ଏବଂ ଅନୁସନ୍ଧାନ
  13. ସ୍ୱଚ୍ଛତା ଏବଂ ଖାଦ୍ୟ ସୁରକ୍ଷା ତଥା ସୁସ୍ଥ ଭୋଜନ ଅଭ୍ୟାସ ଉପରେ ନାଗରିକମାନଙ୍କୁ ସୂଚିତ କରିବା ଏବଂ ସୂଚନା ଦେବା
  14. ପାରସ୍ପରିକ ନିଷ୍ପତ୍ତି ଅନୁଯାୟୀ ସହଯୋଗର ଅନ୍ୟ କ୍ଷେତ୍ର ବାଛିବା ।

ଏହି ଏମଓୟୁର କାର୍ଯ୍ୟାନ୍ୱୟନ ଅନୁଧ୍ୟାନ କରିବା ଏବଂ ବୁଝାମଣର ଅନ୍ୟ ବିବରଣୀ ପାଇଁ ଏକ ମିଳିତ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରାଯିବ  ।

 

**********