Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଗୁରୁ ଗୋବିନ୍ଦ ସିଂଙ୍କ ୩୫୦ତମ ପ୍ରକାଶ ପର୍ବ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି


ଦଶମ ଶିଖଗୁରୁ ଶ୍ରୀ ଗୁରୁ ଗୋବିନ୍ଦ ସିଂଙ୍କ 350ତମ ପ୍ରକାଶ ପର୍ବ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, “ଆମେ 350ତମ ପ୍ରକାଶ ପର୍ବ ପାଳନ କରିବା ଅବସରରେ ପୂଜ୍ୟ ଶ୍ରୀ ଗୁରୁ ଗୋବିନ୍ଦ ସିଂଙ୍କ ସ୍ମୃତି ପ୍ରତି ମୁଁ ଶ୍ରଦ୍ଧା ସୁମନ ଅର୍ପଣ କରୁଛି । ସେ ଅସାଧାରଣ ସାହସ ଏବଂ ଗଭୀର ପ୍ରଜ୍ଞାର ମୂର୍ତ୍ତୀମନ୍ତ ପ୍ରତୀକ ଥିଲେ । ତାଙ୍କର ସାହସିକ କାର୍ଯ୍ୟାବଳୀ ଏବଂ ପବିତ୍ର ଭାବନା ପିଢ଼ି ପରେ ପିଢ଼ି ଜନସାଧାରଣଙ୍କୁ ଅନୁପ୍ରାଣିତ କରିଆସୁଛି ।

ଶ୍ରୀ ଗୁରୁ ଗୋବିନ୍ଦ ସିଂ ସମତାର ଶକ୍ତି ଉପରେ ବିଶ୍ୱାସ କରୁଥିଲେ । ସମସ୍ତ ପ୍ରକାର ସାମାଜିକ ବିଭେଦକୁ ସେ ବିରୋଧ କରୁଥିଲେ ଏବଂ ତାଙ୍କ ନ୍ୟାୟପରାୟଣତା ଏବଂ ଭଦ୍ରତା ପାଇଁ ପୂଜ୍ୟ ହୋଇଥିଲେ ।”

*****