Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନୀତି ଆୟୋଗଙ୍କ ଦ୍ୱାରା ପଛୁଆ ଜିଲ୍ଲାର ବିକାଶ ପାଇଁ ଆୟୋଜିତ ସମ୍ମିଳନୀକୁ ଆସନ୍ତାକାଲି ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଦେଶର ଅତି ଅନଗ୍ରସର ଜିଲ୍ଲାମାନଙ୍କର ସମ୍ମିଳନୀରେ ଉଦ୍ବୋଧନ ଦେବେ । ନୂଆଦିଲ୍ଲୀର ଡଃ ଆମ୍ବେଦକର ଆନ୍ତର୍ଜାତିକ କେନ୍ଦ୍ରରେ ନୀତି ଆୟୋଗଙ୍କ ଦ୍ୱାରା ଏହି ସମ୍ମିଳନୀ ଆୟୋଜିତ ହେଉଛି । ସମ୍ମିଳନୀରେ ଦେଶର 100ଟି ଅତି ଅନଗ୍ରସର  ଜିଲ୍ଲାର ପ୍ରଭାରୀ ଅଧିକାରୀମାନେ ଅଂଶଗ୍ରହଣ କରୁଛନ୍ତି । ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀ କାଳରେ ସବୁ ପ୍ରଭାରୀ ଅଧିକାରୀମାନଙ୍କ ସହ ପ୍ରତ୍ୟକ୍ଷ ଭାବେ ବିକାଶ ପ୍ରସଙ୍ଗ ନେଇ ମତ ବିନିମୟ କରିବେ ।

2022 ସୁଦ୍ଧା ନିଉ ଇଣ୍ଡିଆ ବା ନବ ଭାରତ ନିର୍ମାଣ ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯେଉଁ ସ୍ୱପ୍ନ ଓ ପରିକଳ୍ପନା କରିଛନ୍ତି ତାକୁ ଦୃଷ୍ଟିରେ ରଖି ନୀତି ଆୟୋଗଙ୍କ ପକ୍ଷରୁ ଏହି ସମ୍ମିଳନୀ ଆୟୋଜିତ ହେଉଛି । ଦେଶର ଅନେକଗୁଡିଏ ଅଂଚଳ ବିଶେଷ କରି 100ଟି ଅତି ଅନଗ୍ରସର ଜିଲ୍ଲାର ବିକାଶ ଲାଗି ଅଗ୍ରାଧିକାର ଦେଇ କେନ୍ଦ୍ର ସରକାର ପଦକ୍ଷେପ ନେବେ । ବିଭିନ୍ନ ପରିମାପକର ମୂଲ୍ୟାୟନ ଆଧାରରେ 100 ଟି ଅତି ଅନଗ୍ରସର ଜିଲ୍ଲାକୁ ବଛା ଯାଇଛି । ଏହିସବୁ ଜିଲ୍ଲାଗୁଡିକର ବିକାଶ ଲାଗି ଜଣେ ଜଣେ ସ୍ୱତନ୍ତ୍ର ବରିଷ୍ଠ ପଦାଧିକାରୀଙ୍କୁ ଦାୟିତ୍ୱ ଦିଆଯିବ । ଏବେ କେନ୍ଦ୍ର ସରକାରଙ୍କ ନିଷ୍ପତି ଅନୁଯାୟୀ ଜଣେ ଜଣେ ଅତିରିକ୍ତ ସଚିବ ଅଥବା ଯୁଗ୍ମ-ସଚିବ ପାହ୍ୟାର ବରିଷ୍ଠ ଅଧିକାରୀମାନଙ୍କୁ ଏହି 100 ଟି ଜିଲ୍ଲାର ପ୍ରଭାରୀ ଭାବେ ନିୟୋଜିତ କରାଯାଉଛି । ସେମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ମଙ୍ଗଳ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ନିଆଯାଉଥିବା ପଦକ୍ଷେପଗୁଡିକର ଉପଯୁକ୍ତ ତଦାରଖ ଓ ସମନ୍ୱୟ କରିବେ । ଏହିସବୁ ଜିଲ୍ଲାର ଆବଶ୍ୟକତା ଅନୁଯାୟୀ କି କି କଲ୍ୟାଣମୂଳକ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ସେଥିନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହ ଅହରହ ସମନ୍ୱୟ ଓ ସମ୍ପର୍କରେ ରହିବେ ।

 

**********