Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବାର୍ମେରରେ ନବନିର୍ମିତ ରାଜସ୍ଥାନ ତୈଳ ବିଶୋଧନାଗାର ଶୁଭାରମ୍ଭ କାର୍ଯ୍ୟରେ ଯୋଗଦେବେ ପ୍ରଧାନମନ୍ତ୍ରୀ


ରାଜସ୍ଥାନର ବାର୍ମେର ଜିଲ୍ଲାର ପଚପଦ୍ରାଠାରେ ନବନିର୍ମିତ ରାଜସ୍ଥାନ ତୈଳ ବିଶୋଧନାଗାର 2018 ଜାନୁଆରୀ 16 ତାରିଖରେ କାର୍ଯ୍ୟାରମ୍ଭ କରିବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ଲାଣ୍ଟକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିବେ । ସେ ଏହି ଅବସରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ ।

ରାଜସ୍ଥାନରେ ପ୍ରଚୁର ପରିମାଣର ତୈଳ ଏବଂ ଗ୍ୟାସ ମହଜୁଦ ରହିଛି । ତେବେ ରାଜସ୍ଥାନ ବିଶୋଧନାଗାର ରାଜ୍ୟ ପାଇଁ ପ୍ରଥମ ହେବ । ଏହି ବିଶୋଧନାଗାର ବାର୍ଷିକ 9 ନିୟୁତ ଟନ କ୍ଷମତା ବିଶିଷ୍ଟ ଏକ ସମନ୍ଵିତ ରିଫାଇନେରୀ ଓ ପେଟ୍ରୋରସାୟନ କମ୍ପ୍ଲେକ୍ସର ଅଂଶବିଶେଷ । ବିଶୋଧନାଗାରରୁ ମିଳିବାକୁ ଥିବା ଉତ୍ପାଦ ଅତ୍ୟାଧୁନିକ ବିଏସ-6 ଅଙ୍ଗାରକ ଉତ୍ସର୍ଜନ ମାନଦଣ୍ଡ ଅନୁରୂପ ହେବ । ହିନ୍ଦୁସ୍ତାନ ପେଟ୍ରୋଲିୟମ ନିଗମ ଏବଂ ରାଜସ୍ଥାନ ସରକାରଙ୍କ ମିଳିତ ଉଦ୍ୟମରେ ନିର୍ମିତ ହେଉଥିବା ଏହି ସମନ୍ଵିତ ଯୌଥ ପ୍ରକଳ୍ପ ପାଇଁ 43,000 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।

ଏହି ଅବସରରେ ଆୟୋଜିତ ସମାରୋହରେ ରାଜସ୍ଥାନର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ତଥା ଅନ୍ୟ କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ଯୋଗଦେବେ ।

***