ପିଏମଇଣ୍ଡିଆ
ଅଂଶଗ୍ରହଣ କରିବେ 17-ବର୍ଷରୁ କମ ବୟସର ଯୁବ ପ୍ରତିଭା;
199 ସ୍ୱର୍ଣ୍ଣ, 199 ରୌପ୍ୟ, 275 ବ୍ରୋଞ୍ଜ ପଦକ ପାଇଁ ହେବ ପ୍ରତିଯୋଗୀତା
ପ୍ରଥମ ଖେଲୋ ଇଣ୍ଡିଆ ବିଦ୍ୟାଳୟ କ୍ରୀଡା ପ୍ରତିଯୋଗୀତା ଆସନ୍ତାକାଲି (ବୁଧବାର) ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମଠାରେ ଆରମ୍ଭ ହେଉଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷର ଏହି ପ୍ରଥମ ଜାତୀୟ ସ୍କୁଲ କ୍ରୀଡାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବେ ।
ଖେଲୋ ଇଣ୍ଡିଆ ବିଦ୍ୟାଳୟ ପ୍ରତିଯୋଗୀତା 31 ଜାନୁୟାରୀରୁ 8 ଫେବୃୟାରୀ 2018 ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ । 17-ବର୍ଷରୁ କମ ବୟସର ଯୁବ ଛାତ୍ର ପ୍ରତିଭାମାନେ 16ଟି କ୍ରୀଡା ବିଭାଗରେ ଅଂଶଗ୍ରହଣ କରିବେ । କ୍ରୀଡା ବିଭାଗଗୁଡିକ ହେଲା – ତୀରଚାଳନା, ଦୌଡକୁଦ, ବ୍ୟାଡମିଣ୍ଟନ, ବାସ୍କେଟବଲ, ବକ୍ସିଂ, ଫୁଟବଲ, ଜିମ୍ନାଷ୍ଟିକ୍ସ, ହକି, ଜୁଡୋ, କବାଡି, ଖୋଖୋ, ବନ୍ଧୁକଚାଳନା, ସନ୍ତରଣ, ଭଲିବଲ, ଭାରୋତ୍ତଳନ ଏବଂ କୁସ୍ତିଯୁଦ୍ଧ । ଏହି ପ୍ରତିଯୋଗୀତାରେ ଭାରତର ଯୁବ ପ୍ରତିଭାମାନଙ୍କର କ୍ରୀଡା ନୈପୁଣ୍ୟ ପ୍ରଦର୍ଶୀତ ହେବ ।
ଖେଲୋ ଇଣ୍ଡିଆ ବିଦ୍ୟାଳୟ କ୍ରୀଡାରେ ବିଭିନ୍ନ ବିଭାଗ ପାଇଁ 199ଟି ସ୍ୱର୍ଣ୍ଣ, 199ଟି ରୌପ୍ୟ ଏବଂ 275ଟି ବ୍ରୋଞ୍ଜ ପଦକ ଲାଗି ପ୍ରତିଯୋଗୀତା ହେବ ।
ଦେଶରେ ତୃଣମୂଳ ସ୍ତରରୁ କ୍ରୀଡା ସଂସ୍କୃତିକୁ ଉଜ୍ଜିବିତ କରିବା ଲାଗି ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଭାରତ ଭଳି ଏକ ଦେଶକୁ କ୍ରୀଡା ପ୍ରତିଭାର ଏକ ବିଶାଳ ଓ ମହାନ କେନ୍ଦ୍ର ଭାବେ ଗଢ଼ିବା ଏବଂ ଏଥିଲାଗି ସବୁ ପ୍ରକାର କ୍ରୀଡାର ଆବଶ୍ୟକ ଭିତ୍ତିଭୂମି ଢ଼ାଂଚା ପ୍ରସ୍ତୁତ କରିବା ହେଉଛି ଏହି କାର୍ଯ୍ୟକ୍ରମର ଅନ୍ୟତମ ଉଦ୍ଦେଶ୍ୟ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନକୁ ସାକାର କରିବା ଲାଗି ଖେଲୋ ଇଣ୍ଡିଆ ଅଭିଯାନ ମାଧ୍ୟମରେ ବିଦ୍ୟାଳୟ ସ୍ତରରୁ ବାଳ ପ୍ରତିଭାମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଭବିଷ୍ୟତର ଚାମ୍ପିୟନ ରୂପେ ବିକଶିତ କରାଯିବ ।
ଏକ ଉଚ୍ଚସ୍ତରୀୟ କମିଟି ଦ୍ୱାରା ପ୍ରମୁଖ କ୍ରୀଡା କ୍ଷେତ୍ର ପାଇଁ ଚିହ୍ନଟ / ମନୋନୀତ ହୋଇଥିବା ଛାତ୍ରଛାତ୍ରୀ ଓ ଯୁବ ପ୍ରତିଭାମାନଙ୍କୁ ବାର୍ଷିକ 5 ଲକ୍ଷ ଟଙ୍କା କରି 8 ବର୍ଷ ଯାଏଁ କ୍ରୀଡା ବୃତ୍ତି ପ୍ରଦାନ କରାଯିବ ।
**********
Prime Minister @narendramodi will launch the first Khelo India School Games at Indira Gandhi Indoor Stadium in New Delhi tomorrow.
— PMO India (@PMOIndia) January 30, 2018
The Khelo India programme has been introduced to revive the sports culture in India at the grass-root level by building a strong framework for all sports played in our country and establishing India as a great sporting nation.
— PMO India (@PMOIndia) January 30, 2018
In keeping with Prime Minister's vision, Khelo India is expected to help find young talent from the schools in various disciplines and groom them as future sports champions.
— PMO India (@PMOIndia) January 30, 2018
Talented players identified in priority sports disciplines at various levels by a High-Powered Committee will be provided annual financial assistance of Rs. 5 lakh per annum for 8 years.
— PMO India (@PMOIndia) January 30, 2018
The Khelo India School Games are being held from 31st January to 8th February, 2018 in New Delhi. Under-17 athletes have been invited to participate across 16 disciplines.
— PMO India (@PMOIndia) January 30, 2018
The games will highlight India’s young sporting talent and showcase India's sports potential.
— PMO India (@PMOIndia) January 30, 2018
199 gold medals, 199 silver medals and 275 bronze medals are at stake in the Khelo India School Games. The country’s brightest talent in the under-17 age group will compete in the Games.
— PMO India (@PMOIndia) January 30, 2018