ପିଏମଇଣ୍ଡିଆ
ଭାରତ ଓ ଟ୍ୟୁନିସିଆ ମଧ୍ୟରେ ନ୍ୟାୟିକ କ୍ଷେତ୍ରରେ ସହଯୋଗ ଲାଗି ଉଦ୍ଦିଷ୍ଟ ବୁଝାମଣା ପତ୍ରକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଗତ କିଛି ବର୍ଷ ହେଲା ଭାରତ ଓ ଟ୍ୟୁନିସିଆ ମଧ୍ୟରେ ସାମାଜିକ, ସାଂସ୍କୃତିକ ଓ ବାଣିଜ୍ୟିକ ସମ୍ପର୍କ ସକାରାତ୍ମକ ଭାବେ ଗଢ଼ି ଉଠିଛି । ଏବେ ନ୍ୟାୟିକ କ୍ଷେତ୍ରରେ ବୁଝାମଣା ହେବା ଫଳରେ ଦୁଇ ଦେଶ ମଧ୍ୟରେ ସମ୍ପର୍କର ଆଉ ଏକ ଅଧ୍ୟାୟ ଯୋଡି ହୋଇଯାଇଛି ।