Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଯୁବ ବ୍ୟାପାର କ୍ଷେତ୍ରରେ ଭାରତ, ଟ୍ୟୁନିସିଆ ସହଯୋଗ ବୁଝାମଣାକୁ କ୍ୟାବିନେଟ ଅନୁମୋଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଯୁବ ବ୍ୟାପାର କ୍ଷେତ୍ରରେ ସହଯୋଗ ଲାଗି ଭାରତ ଏବଂ ଟ୍ୟୁନିସିଆ ମଧ୍ୟରେ ହୋଇଥିବା  ବୁଝାମଣାପତ୍ରକୁ ଅନୁମୋଦନ ମିଳିଛି । ଏହି ବୁଝାମଣାପତ୍ର ନୂଆଦିଲ୍ଲୀ ଠାରେ 30-10-2017 ରେ ସ୍ୱାକ୍ଷରିତ ହୋଇଥିଲା ।

ଏହି ବୁଝାମଣାପତ୍ର 5 ବର୍ଷ ଲାଗି କାର୍ଯ୍ୟକାରୀ ହେବ । ଏଥିରେ ସହଯୋଗ ଲାଗି ନିମ୍ନଲିଖିତ କ୍ଷେତ୍ର ସାମିଲ କରାଯାଇଛି:-

-ଯୁବ ବିନିମୟ କାର୍ଯ୍ୟକ୍ରମର ଆୟୋଜନ ।

-ଅନ୍ତର୍ଜାତୀୟ ସମ୍ମିଳନୀ ଏବଂ ଗୋଷ୍ଠୀ ଲାଗି ନିମନ୍ତ୍ରଣର ଆଦାନପ୍ରଦାନ

-ମୂଦ୍ରିତ ସାମଗ୍ରୀ, ଫିଲ୍ମ, ଅଭିଜ୍ଞତା, ଗବେଷଣା ଏବଂ ଅନ୍ୟ ସୂଚନାର ଆଦାନପ୍ରଦାନ

-ଯୁବ ଶିବିର, ଯୁବ ଉତ୍ସବ ଏବଂ ଅନ୍ୟ ସହଯୋଗୀ ଯୁବ ଗତିବିଧି, ଅଧ୍ୟୟନ ଯାତ୍ରା, ଲଘୁ କର୍ମଶାଳା ଏବଂ ଯୁବ ବ୍ୟାପାରରେ ଆୟୋଜିତ ଗୋଷ୍ଠି ଆଦିରେ ଭାଗିଦାରୀ ।

 

***********