ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପାରଦ ଉପରେ ମିନାମାତା ବୁଝାମଣାର ପୋଷଣକୁ ଅନୁମୋଦନ ମିଳିଛି । ଏହାସହିତ ଅନୁସମର୍ଥନ କରାଯାଇଥିବା ବୁଝାମଣାକୁ ହସ୍ତାନ୍ତର ଜରିଆରେ ଭାରତ ବୁଝାମଣାର ପକ୍ଷ ହୋଇପାରିଛି ।
ପାରଦ ଉପରେ ମିନାମାତା ବୁଝାମଣାର ଅନୁସମର୍ଥନକୁ ମଞ୍ଜୁରି ଅନ୍ତର୍ଗତ ପାରଦ ଆଧାରିତ ଉତ୍ପାଦ ଏବଂ ପାରଦ ଯୌଗିକ ସମ୍ବନ୍ଧୀୟ ପ୍ରକ୍ରିୟା ସମ୍ପର୍କରେ 2025 ପର୍ଯ୍ୟନ୍ତ ଅବଧି ନିର୍ଦ୍ଧାରଣ କରାଯାଇଛି ।
ପାରଦ ଉପରେ ମିନାମାତା ବୁଝାମଣା ଏକ ନିରନ୍ତର ବିକାଶ ସମ୍ପର୍କରେ କାର୍ଯ୍ୟାନ୍ୱୟନ କରାଯିବ, ଯାହାର ଉଦ୍ଦେଶ୍ୟ ମାନବ ସ୍ୱାସ୍ଥ୍ୟ ଏବଂ ପରିବେଶକୁ ପାରଦ ଏବଂ ପାରଦର ଯୌଗିକ ଉତ୍ସର୍ଜନରୁ ରକ୍ଷା କରିବା ।
ବୁଝାମଣା ଅନ୍ତର୍ଗତ ପାରଦର ଦୁଷ୍ପରିଣାମରୁ ରକ୍ଷା ମିଳିପାରିବ ଏବଂ ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ବିକାଶ ସୁରକ୍ଷିତ ହୋଇପାରିବ ।
ପାରଦ ଉପରେ ମିନାମାତା ବୁଝାମଣାରୁ ଉପକ୍ରମଗୁଡ଼ିକୁ ପ୍ରେରଣା ମିଳିପାରିବ, ସେମାନେ ପାରଦମୁକ୍ତ ବିକଳ୍ପକୁ ଆପଣାଇବା ଏବଂ ନିଜ ନିର୍ମାଣ ପ୍ରକ୍ରିୟାରେ ପାରଦ ମୁକ୍ତ ପ୍ରଯୁକ୍ତିର ବ୍ୟବହାର କରିବେ । ଏହାଦ୍ୱାରା ଗବେଷଣା ଏବଂ ବିକାଶ ତ୍ୱରାନ୍ୱିତ ହେବ ଏବଂ ନବସୃଜନକୁ ପ୍ରୋତ୍ସାହନ ମିଳିବ ।
**********