ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅର୍ଥନୈତିକ ବ୍ୟାପାର ବିଭାଗ (ଭାରତୀୟ ଆର୍ଥିକ ସେବା କ୍ୟାଡର) ଏବଂ ଅଷ୍ଟ୍ରେଲିଆ ସରକାରଙ୍କ କୋଷାଗାର ମଧ୍ୟରେ 3 ମାସିଆ ଅସ୍ଥାୟୀ ବଦଳି କାର୍ଯ୍ୟକ୍ରମ ଲାଗି ସ୍ୱାକ୍ଷରିତ ବୁଝାମଣାପତ୍ର (ଏମଓୟୁ)କୁ ଅନୁମୋଦନ ପ୍ରଦାନ କରିଛନ୍ତି ।
ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଅଷ୍ଟ୍ରେଲିଆ ସରକାରଙ୍କ କୋଷାଗାରର ଜଣେ ଅଧିକାରୀଙ୍କୁ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଅଧୀନ ଅର୍ଥନୈତିକ ବ୍ୟାପାର ବିଭାଗକୁ ବଦଳି କରାଯିବ ଏବଂ ଅର୍ଥନୈତିକ ବ୍ୟାପାର ବିଭାଗର ଭାରତୀୟ ଆର୍ଥିକ ସେବା କ୍ୟାଡର ଦ୍ୱାରା ନାମିତ ଭାରତୀୟ ଆର୍ଥିକ ସେବାର ଜଣେ ଅଧିକାରୀ (ଉପ ସଚିବ/ନିର୍ଦ୍ଦେଶକ ପାହ୍ୟାର)ଙ୍କୁ ଅଷ୍ଟ୍ରେଲିଆ ସରକାରଙ୍କ କୋଷାଗାରକୁ ବଦଳି କରାଯିବ । ଏହି ବୁଝାମଣା 3 ମାସ ଲାଗି ଏବଂ 15.01.2018 କିମ୍ବା ଏହାର ପର ଠାରୁ ଆରମ୍ଭ ହେବ । ଦୁଇ ବୁଝାମଣାପତ୍ରର ଅବଧି ତିନି ମାସର କାର୍ଯ୍ୟ।ବଧି ପୂରଣ ହେବା ପରେ ଶେଷ ହୋଇଯିବ ଏବଂ ଏହାର ସମ୍ପ୍ରସାରଣ କରାଯିବ ନାହିଁ । ଉଭୟ ପକ୍ଷର ମଧ୍ୟରେ ଆପୋସ ପରାମର୍ଶ ଏବଂ ଚୁକ୍ତି ପରେ ଏହି କାର୍ଯ୍ୟକ୍ରମକୁ ପରବର୍ତ୍ତୀ ବର୍ଷରେ ଦୋହରାଇବା ସମ୍ଭବ ହୋଇପାରିବ ।
ପ୍ରମୁଖ ପ୍ରଭାବ :
ଅଷ୍ଟ୍ରେଲିଆ ଭାରତର ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ସହଯୋଗୀ ଅଟେ । ପ୍ରସ୍ତାବିତ କାର୍ଯ୍ୟକ୍ରମ ଦ୍ୱାରା ଉଭୟ ଦେଶ ମଧ୍ୟରେ ବର୍ତ୍ତମାନର ଆର୍ଥିକ ନୀତି ସମ୍ପର୍କିତ ବିଷୟରେ ବୁଝାମଣା ଗଭୀର ହେବ ଏବଂ ଏଥିସହିତ ଭବିଷ୍ୟତରେ ସହଯୋଗର ସୁଯୋଗ ପାଇଁ ଦ୍ୱାରା ଉନ୍ମୁକ୍ତ ହେବ । ଏହି କାର୍ଯ୍ୟକ୍ରମ ଦ୍ୱାରା ପରବର୍ତ୍ତୀ ଅଧିକାରୀମାନଙ୍କୁ ବହୁମୂଲ୍ୟ ଏବଂ ଉତ୍କୃଷ୍ଟ ବିକାଶ ଲାଗି ସୁଯୋଗ ମିଳିବ ଏବଂ ସେମାନଙ୍କୁ ବିଶ୍ୱର ଶ୍ରେଷ୍ଠ କାର୍ଯ୍ୟଶୈଳୀର ସୂଚନା ମଧ୍ୟ ମିଳିବ ।