ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ହରିୟାଣାର ଗୁରୁଗ୍ରାମସ୍ଥିତ ଭାରତୀୟ ପ୍ରତିରକ୍ଷା ବିଶ୍ୱବିଦ୍ୟାଳୟ ଜମି ନିକଟରେ ବସ୍ ବେ’ ସ୍ଥାପନ ପାଇଁ ଏନ୍ଏଚ୍ଏଆଇ ସହ ରହିଥିବା 03 ମର୍ଲା ଜମିର ଅଧିସୂଚନାକୁ ରଦ୍ଦ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏହା ସହିତ ହରିୟାଣା ସରକାରଙ୍କ ଦ୍ୱାରା ପ୍ରତିରକ୍ଷା ମନ୍ତ୍ରଣାଳୟକୁ 03 ମର୍ଲା ଜମିର ଅଧିସୂଚନା ରଦ୍ଦ ନିମନ୍ତେ 1,82,719 ଟଙ୍କା ଫେରସ୍ତ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମଞ୍ଜୁର କରିଛନ୍ତି । 2011 ମସିହାରେ ଜମି ଅଧିଗ୍ରହଣ ସମୟରେ ଏହି ଅର୍ଥ ହରିୟାଣା ସରକାରଙ୍କୁ ପ୍ରଦାନ କରାଯାଇଥିଲା ।