Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

“କୃଷି-2022: କୃଷକଙ୍କ ଆୟ ଦ୍ୱିଗୁଣିତ କରିବା” ଶୀର୍ଷକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

“କୃଷି-2022: କୃଷକଙ୍କ ଆୟ ଦ୍ୱିଗୁଣିତ କରିବା” ଶୀର୍ଷକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

“କୃଷି-2022: କୃଷକଙ୍କ ଆୟ ଦ୍ୱିଗୁଣିତ କରିବା” ଶୀର୍ଷକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

“କୃଷି-2022: କୃଷକଙ୍କ ଆୟ ଦ୍ୱିଗୁଣିତ କରିବା” ଶୀର୍ଷକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ପୁସାସ୍ଥିତ ଏନଏଏସି କମ୍ପ୍ଲେକ୍ସ ପରିସରରେ ଆୟୋଜିତ ହୋଇଥିବା “କୃଷି-2022 : କୃଷକଙ୍କ ଆୟ ଦ୍ୱିଗୁଣିତ କରିବା” ସମ୍ମିଳନୀରେ ଯୋଗ ଦେଇଥିଲେ ।

ନିମ୍ନୋକ୍ତ ବିଷୟଗୁଡ଼ିକରେ 7ଟି ବିଷୟବସ୍ତୁ ଗୋଷ୍ଠୀ ଉପସ୍ଥାପନା ରଖିଥିଲେ ।

  • ନୀତି ଏବଂ ପ୍ରଶାସନିକ ସଂସ୍କାର
  • କୃଷି ବାଣିଜ୍ୟ ନୀତି ଏବଂ ରପ୍ତାନି ପ୍ରୋତ୍ସାହନ; ବଜାର ଢାଂଚା ଏବଂ ବିପଣନ ଦକ୍ଷତା
  • କୃଷି କ୍ଷେତ୍ରରେ ମୂଲ୍ୟ ଶୃଙ୍ଖଳା ଏବଂ ଯୋଗାଣ ଶୃଙ୍ଖଳା ପରିଚାଳନା ବିଜ୍ଞାନ ଏବଂ ପ୍ରଯୁକ୍ତି ଏବଂ ଷ୍ଟାର୍ଟଅପ
  • ନିରନ୍ତର ଏବଂ ସମାନ ବିକାଶ ଏବଂ ଦକ୍ଷ ସେବା ଯୋଗାଣ
  • ପୁଞ୍ଜିନିବେଶ ଏବଂ କୃଷକଙ୍କୁ ସଂସ୍ଥାଗତ ଋଣ
  • ଅଭିବୃଦ୍ଧିର ସଂଚାଳକ ଭାବେ ପଶୁପାଳନ, ଗୋପାଳନ, କୁକୁଡ଼ା ପାଳନ ଏବଂ ମତ୍ସ୍ୟଚାଷକୁ ପ୍ରୋତ୍ସାହନ

ଏହି ପ୍ରକାର ଉପସ୍ଥାପନାଗୁଡ଼ିକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ବିଶେଷ କରି ଅଧିକ ପରିମାଣରେ ଡାଲି ଉତ୍ପାଦନ କରିଥିବା କାରଣରୁ ସେ ଭାରତର କୃଷକମାନଙ୍କୁ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ କୃଷକଙ୍କ ଆୟ ବୃଦ୍ଧି ଲାଗି ସରକାର ଏକାଧିକ ସମନ୍ୱିତ ପଦକ୍ଷେପ ନେଉଛନ୍ତି । ଏହି ପରିପ୍ରେକ୍ଷୀରେ, ସେ ଚାରିଟି ଦିଗ ସମ୍ପର୍କରେ ଉଲ୍ଲେଖ କରିଥିଲେ : ଇନପୁଟ/ଉତ୍ପାଦନ ଖର୍ଚ୍ଚ ହ୍ରାସ, ଉତ୍ପାଦ ପାଇଁ ଉପଯୁକ୍ତ ମୂଲ୍ୟ ସୁନିଶ୍ଚିତ କରିବା; ଉତ୍ପାଦ ନଷ୍ଟର ପରିମାଣ ହ୍ରାସ; ଏବଂ ଆୟର ବିକଳ୍ପ ଉତ୍ସ ସୃଷ୍ଟି କରିବା ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶତପ୍ରତିଶତ ନିମ-ପ୍ରଲେପ ଦ୍ୱାରା ୟୁରିଆର ଦକ୍ଷତା ବୃଦ୍ଧି ପାଇବା ସହିତ ଉତ୍ପାଦନରେ ମଧ୍ୟ ବୃଦ୍ଧି ଘଟିଛି । ସେ କହିଥିଲେ ଯେ ମୃର୍ତ୍ତିକା ସ୍ୱାସ୍ଥ୍ୟ କାର୍ଡ ପ୍ରଚଳନ କରାଯିବା ଯୋଗୁ ରସାୟନିକ ସାର ଉପଯୋଗ ହ୍ରାସ ପାଇଛି, ଏହା ଉତ୍ପାଦନ ବୃଦ୍ଧିରେ ସହାୟକ ହୋଇଛି ।

 

ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ କେନ୍ଦ୍ର ସରକାର 99ଟି ଅସମ୍ପୂର୍ଣ୍ଣ  ଜଳସେଚନ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବା ଦିଗରେ କାର୍ଯ୍ୟ କରୁଛନ୍ତି । ଚଳିତ ବର୍ଷ ଏଥିମଧ୍ୟରୁ 5ଟି ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରତ୍ୟେକ ଜଳସେଚନ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ସହିତ କୃଷକଙ୍କ ଉତ୍ପାଦନ ଖର୍ଚ୍ଚ ହ୍ରାସ ପାଇବ । ସେ କହିଥିଲେ ଯେ 20 ଲକ୍ଷ ହେକ୍ଟର ଚାଷ ଜମି ବର୍ତ୍ତମାନ ସୁଦ୍ଧା ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା ଅଧୀନରେ କ୍ଷୁଦ୍ର ଜଳସେଚନ ବ୍ୟବସ୍ଥା ମଧ୍ୟକୁ ଅଣାଯାଇସାରିଲାଣି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ନୀଳ ଅଭିଯାନ ଚଳିତ ବର୍ଷ ବଜେଟରେ ଘୋଷଣା କରାଯାଇଛି । ଏହା ଟମାଟୋ, ପିଆଜ ଏବଂ ଆଳୁ ଚାଷୀଙ୍କୁ ଲାଭାନ୍ୱିତ କରିବ । ସେ କହିଥିଲେ ଯେ 22,000 ଗ୍ରାମୀଣ ହାଟକୁ ଆବଶ୍ୟକ ଭିତ୍ତିଭୂମି ସହ ଉନ୍ନତିକରଣ କରାଯିବ ଏବଂ ଇ-ନାମ ପ୍ଲାଟଫର୍ମ ସହ ଏହାକୁ ଯୋଡ଼ାଯିବ । କୃଷକଙ୍କୁ ସେମାନଙ୍କ ଜମି ଠାରୁ 5ରୁ 15 କିମି ମଧ୍ୟରେ ବଜାର ସୁବିଧା ପାଇପାରିବେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କୃଷି ଋଣ ପାଇଁ ଆବଣ୍ଟିତ ଅର୍ଥରାଶି ସଂଖ୍ୟା ବଢ଼ାଇ ଦିଆଯାଇଛି । ଏହାଦ୍ୱାରା କୃଷକଙ୍କ ପାଇଁ ଅଧିକ ଋଣ ଉପଲବ୍ଧତା ସୁନିଶ୍ଚିତ ହୋଇପାରିବ ।

ସେ କହିଥିଲେ ଯେ କୃଷି ଆବର୍ଜନାକୁ ସମ୍ପତ୍ତିରେ ପରିଣତ କରିବା ଲାଗି ବିଭିନ୍ନ ପଦକ୍ଷେପ ନିଆଯାଉଛି ।

 

**********