Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଦାମନ ଏବଂ ଦିଉରେ 1 ହଜାର କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ;

ଦାମନ ଏବଂ ଦିଉରେ 1 ହଜାର କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ;

ଦାମନ ଏବଂ ଦିଉରେ 1 ହଜାର କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ;


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦାମନ ଏବଂ ଦିଉରେ 1 ହଜାର କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଶୁଭାରମ୍ଭ କରିଛନ୍ତି । ସେ ବିଭିନ୍ନ ଯୋଜନାର ହିତାଧିକାରୀମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରିବା ସହିତ ଦାମନ ମହାବିଦ୍ୟାଳୟ ପଡ଼ିଆରେ ଆୟୋଜିତ ସାଧାରଣ ସଭାରେ ଉଦ୍ବୋଧନ ଦେଇଥିଲେ ।

କେବଳ ତାଙ୍କ ସହ ଯୋଗଦେଇଥିବା ଲୋକମାନଙ୍କ ସଂଖ୍ୟା ଦୃଷ୍ଟିରୁ ନୁହେଁ ବରଂ ସେଠାରେ ଶୁଭାରମ୍ଭ ହୋଇଥିବା ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଦୃଷ୍ଟିରୁ ଏହି ସାଧାରଣ ସଭାକୁ ଦାମନର ଏକ ଐତିହାସିକ କାର୍ଯ୍ୟକ୍ରମ ବୋଲି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଥିଲେ ।

ସ୍ୱଚ୍ଛତା ପ୍ରତି ବିଶେଷ ଗୁରୁତ୍ୱ ଦେବା ଲାଗି ଦାମନର ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଥିଲେ । କାରଣ ସ୍ୱଚ୍ଛତା ପର୍ଯ୍ୟଟନର ଅଭିବୃଦ୍ଧି ପାଇଁ ସୁଯୋଗ ସୃଷ୍ଟି କରିଥାଏ । ଦାମନକୁ ଖୋଲା ମଳମୁକ୍ତ ଅଂଚଳରେ ପରିଣତ କରିବା ଲାଗି ପ୍ରଧାନମନ୍ତ୍ରୀ ସ୍ଥାନୀୟ ପ୍ରଶାସନକୁ ଅଭିନନ୍ଦନ ଜଣାଇଥିଲେ । ସେ କହିଥିଲେ ଯେ ଦାମନ ଯେପରି ଭାବେ ସ୍ୱଚ୍ଛତାକୁ ଏକ ଜନ ଆନ୍ଦୋଳନ ଭାବେ ଗ୍ରହଣ କରି ଇ-ରିକ୍ସା ଏବଂ ସିଏନଜିର ଉପଯୋଗ କରିଥିଲା ଏହା ଆମ ପାଇଁ ଏକ ଉଜ୍ଜ୍ୱଳ ଉଦାହରଣ ।

ଦାମନର ସାମଗ୍ରୀକ ସଂସ୍କୃତିର ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦାମନ ଏକ କ୍ଷୁଦ୍ର-ଭାରତରେ ପରିଣତ ହୋଇଛି ଏବଂ ସାରା ଦେଶରୁ ଲୋକମାନେ ଆସି ଏଠାରେ ରହୁଛନ୍ତି ଓ କାର୍ଯ୍ୟ କରୁଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ମତ୍ସ୍ୟଜୀବୀଙ୍କ କଲ୍ୟାଣ ପାଇଁ ବ୍ୟାପକ ପଦକ୍ଷେପ ନେଉଛନ୍ତି । ମତ୍ସ୍ୟଜୀବୀଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବାର ପ୍ରତିବଦ୍ଧତା ଦ୍ୱାରା ଅନୁପ୍ରାଣୀତ ହୋଇ ସେ “ନୀଳ ବିପ୍ଳବ” ପ୍ରତି ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ।

ଉଡାନ ଯୋଜନାରେ ଅହମ୍ମଦାବାଦରୁ ଦିଉକୁ ଯୋଗାଯୋଗ କରୁଥିବା ଏୟାର ଓଡ଼ିଶାର ବିମାନକୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିଥିଲେ । ସେ ଭିଡିଓ ଲିଙ୍କ ଜରିଆରେ ଦାମନରୁ ଦିଉ ପର୍ଯ୍ୟନ୍ତ ପୱନ ହଂସ ହେଲିକପ୍ଟର ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ବେଟୀ ବଚାଓ, ବେଟୀ ପଢ଼ାଅ ଯୋଜନା ଅନ୍ତର୍ଗତ ନବଜାତ ଶିଶୁକନ୍ୟାଙ୍କୁ ପ୍ରଧାନମନ୍ତ୍ରୀ “ବଢ଼ାଇ କିଟ” ପ୍ରଦାନ କରିଥିଲେ । ସେ ଦାମନ ଏବଂ ଦିଉ ପ୍ରଶାସନ ଦ୍ୱାରା ମାଗଣା ଡ୍ରାଇଭିଂ ତାଲିମ ଦିଆଯାଇଥିବା ମହିଳାମାନଙ୍କୁ ପ୍ରମାଣପତ୍ର ଏବଂ ସ୍କୁଲ ଛାତ୍ରୀଙ୍କୁ ସାଇକେଲ ବଣ୍ଟନ କରିଥିଲେ । ପ୍ରଧାନମନ୍ତ୍ରୀ ସିଏନଜି ପରିଚାଳିତ ଯାନ ଚଳାଚଳ ପାଇଁ ଅନୁମତିପତ୍ର ବିତରଣ କରିଥିଲେ । ଏଥିସହିତ ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଏବଂ ସହରାଂଚଳ, ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ସୁରକ୍ଷା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ମୂଦ୍ରା ଯୋଜନାର ହିତାଧିକାରୀମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରିଥିଲେ । ପ୍ରଧାନମନ୍ତ୍ରୀ ଇ-ରିକ୍ସା, ପେହଲୀ ସବାରୀ ଏବଂ ଆମ୍ବୁଲାନ୍ସ ସେବାକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

 

**********