Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଅଭିନେତ୍ରୀ ଶ୍ରୀଦେବୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକପ୍ରକାଶ


ଚଳଚ୍ଚିତ୍ର ଅଭିନେତ୍ରୀ ଶ୍ରୀଦେବୀଙ୍କ ଆକସ୍ମିକ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକପ୍ରକାଶ କରିଛନ୍ତି ।

“ପ୍ରଖ୍ୟାତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଆକସ୍ମିକ ବିୟୋଗରେ ମୁଁ ମର୍ମାହତ । ଚଳଚ୍ଚିତ୍ର ଜଗତର ସେ ଜଣେ ବରିଷ୍ଠ ଅଭିନେତ୍ରୀ ଥିଲେ ଯାହାଙ୍କର ଲମ୍ବା କ୍ୟାରିଅର ବିବିଧ ଭୂମିକା ଏବଂ ସ୍ମରଣୀୟ ପ୍ରଦର୍ଶନରେ ସମୃଦ୍ଧ ଥିଲା । ଏହି ଦୁଃଖଦ ମୁହୂର୍ତ୍ତରେ ତାଙ୍କ ପରିବାର ବର୍ଗ ଏବଂ ପ୍ରଶଂସକଙ୍କୁ ମୁଁ ସମବେଦନା ଜଣାଉଛି । ତାଙ୍କ ଆତ୍ମାର ସଦ୍ଗତି ହେଉ,”ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

****