Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଦାମନ ଏବଂ ଦିଉ ନଗରପାଳିକା (ସଂଶୋଧନ) ନିୟାମକ 2018, ଦାଦ୍ରା ଏବଂ ନଗର ହାବେଳୀ, ନଗରପାଳିକା ପରିଷଦ (ସଂଶୋଧନ) ନିୟାମକ, 2018, ଆଣ୍ଡାମାନ ଓ ନିକୋବାର ଦ୍ୱୀପ ସମୂହ (ନଗରପାଳିକା) ସଂଶୋଧନ ନିୟାମକ, 2018 ପ୍ରଣୟନକୁ କ୍ୟାବିନେଟ ଅନୁମୋଦନ


 

 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ନିମ୍ନଲିଖିତ ପ୍ରସ୍ତାବଗୁଡିକୁ ଲାଗୁ କରିବା ପାଇଁ ଅନୁମୋଦନ ମିଳିଛି ।

-ଦାମନ ଏବଂ ଦିଉ ନଗରପାଳିକା (ସଂଶୋଧନ) ନିୟାମକ, 2018

-ଦାଦ୍ରା ଏବଂ ନଗର ହାବେଳୀ, ନଗରପାଳିକା ପରିଷଦ (ସଂଶୋଧନ) ନିୟାମକ, 2018

-ଆଣ୍ଡାମାନ ଏବଂ ନିକୋବାର ଦ୍ୱୀପସମୂହ (ନଗରପାଳିକା) ସଂଶୋଧନ ନିୟାମକ 2018

ପ୍ରଭାବ :

ଉପରୋକ୍ତ ପ୍ରସ୍ତାବ ଦ୍ୱାରା କେନ୍ଦ୍ରଶାସିତ ଅଂଚଳ ଦାମନ ଏବଂ ଦିଉ, ଦାଦ୍ରା ଏବଂ ନଗର ହାବେଳୀ ଏବଂ ଆଣ୍ଡାମାନ ଓ ନିକୋବାର ଦ୍ୱୀପସମୂହର ନଗରପାଳିକାଗୁଡ଼ିକର ସମ୍ବିଧାନ, ପ୍ରଶାସନ ଏବଂ କ୍ଷମତା ସନ୍ଦର୍ଭରେ ଉନ୍ନତ ବ୍ୟବସ୍ଥା ସୁନିଶ୍ଚିତ କରିବାରେ ସହାୟତା ମିଳିପାରିବ ।

ବିବରଣୀ :

-ଦଳ ବଦଳ ବିରୋଧୀ, ସକାରାତ୍ମକ ଅବିଶ୍ୱାସ ପ୍ରସ୍ତାବ, ଲୋକପାଳଙ୍କ ପ୍ରତିଷ୍ଠା ଆଦି ସହ ସମ୍ପର୍କିତ ବ୍ୟବସ୍ଥାକୁ ଯଥାକ୍ରମେ ‘ଦାମନ ଏବଂ ଦିଉ ନଗରପାଳିକା ନିୟାମକ, 1968’, ‘ଦାଦ୍ରା ଏବଂ ନଗରପାଳିକା ପରିଷଦ ନିୟାମକ, 2004’ ଏବଂ ‘ଆଣ୍ଡାମାନ ଏବଂ ନିକୋବାର ଦ୍ୱୀପ ସମୂହ, (ନଗରପାଳିକା) ନିୟାମକ, 1994ରେ ସାମିଲ କରାଯିବ ।

ନିୟମରେ ଅନ୍ୟ ସଂଶୋଧନ ମଧ୍ୟ ସାମିଲ କରାଯିବ, ଯେପରିକି (1) ଔପନିବେଶିକ ସନ୍ଦର୍ଭ ହଟାଇବା ଲାଗି ‘ସେବକ’ ସ୍ଥାନରେ ‘କର୍ମଚାରୀ’ ଉଲ୍ଲେଖ କରାଯିବ, (2) ଇଲେକଟ୍ରୋନିକ ଭୋଟିଂ ମେସିନ ଜରିଆରେ ବ୍ୟବସ୍ଥା, (3) ସିସିଏସ (ସିସିଏ) ନିୟମ, 1965କୁ ଜୋରିମାନା ପ୍ରକ୍ରିୟାରେ ଲାଗୁ କରିବା ଏବଂ (4) ଅନେକ ବର୍ଷ ପୂର୍ବରୁ ନିର୍ଦ୍ଧାରିତ ଜୋରିମାନା ମୂଲ୍ୟର ସମୀକ୍ଷା କରିବା ।