Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବାରଣାସୀ-ପାଟନା ଟ୍ରେନ ଚଳାଚଳ ଏବଂ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ; ବାରଣାସୀ ଜନସଭାରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ବାରଣାସୀ-ପାଟନା ଟ୍ରେନ ଚଳାଚଳ ଏବଂ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ;
ବାରଣାସୀ ଜନସଭାରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ବାରଣାସୀ-ପାଟନା ଟ୍ରେନ ଚଳାଚଳ ଏବଂ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ;
ବାରଣାସୀ ଜନସଭାରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ବାରଣାସୀ-ପାଟନା ଟ୍ରେନ ଚଳାଚଳ ଏବଂ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ;
ବାରଣାସୀ ଜନସଭାରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବାରଣାସୀର ମଦୁଆଦିହ ରେଳ ଷ୍ଟେସନ ଓ ପାଟନା ମଧ୍ୟରେ ଏକ ରେଳ ଚଳାଚଳକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ସେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ କରିବା ସହ ବାରଣାସୀର ଡିଏଲଡବ୍ଲ୍ୟୁ ପଡିଆରେ ଏକ ଜନସଭାକୁ ସମ୍ବୋଧିତ କରିଥିଲେ ।

ଫ୍ରାନ୍ସ ରାଷ୍ଟ୍ରପତି ଶ୍ରୀ ଇମାନୁଏଲ ମାକରୋଂଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିବାରୁ ପ୍ରଧାନମନ୍ତ୍ରୀ କାଶୀର ଜନସାଧାରଣଙ୍କୁ ଅଶେଷ ଧନ୍ୟବାଦ ଜଣାଇଥିଲେ । ସେ କହିଥିଲେ ଯେ, ବାରଣାସୀରେ ଶିଳ୍ପ ବିକାଶର ପ୍ରତୀକ ଭାବେ ଉଦ୍ଦିଷ୍ଟ ଡିଏଲଡବ୍ଲ୍ୟୁର ଉନ୍ନତିକରଣ ତଥା ନିରନ୍ତର ବିକାଶ ଲାଗି ଭାରତ ସରକାର ପ୍ରତିଶ୍ରୁତିବଦ୍ଧ ।

ଉତ୍ତରପ୍ରଦେଶରେ ଆବାସ ନିର୍ମାଣ ଓ ଯୋଗାଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପ୍ରୟାସକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ, ଅଧିକରୁ ଅଧିକ ଲୋକଙ୍କୁ ଆବାସ ସୁବିଧା ସୁନିଶ୍ଚିତ କରାଇବାକୁ ପଡିବ ।

ଡିଏଲଡବ୍ଲ୍ୟୁ ପ୍ରାଙ୍ଗଣରେ “ବର୍ଜ୍ୟରୁ ସମ୍ପଦ” ଅଭିଯାନ ଅଧୀନରେ ଚାଲିଥିବା ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ବେଶ ପସନ୍ଦ କରିଥିଲେ ।

ସେ କହିଥିଲେ ଯେ, ବାରଣାସୀରେ ପର୍ଯ୍ୟଟନର ବିକାଶ ଲାଗି ଅପାର ସମ୍ଭାବନା ରହିଛି, ତେବେ ଏହି ସହରକୁ ଏକ ସ୍ଵଚ୍ଛ ଓ ସୁନ୍ଦର ପୌରାଞ୍ଚଳ କରିବା ଦିଗରେ ସବୁ ପ୍ରକାର ପ୍ରୟାସ ହେବା ଆବଶ୍ୟକ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସମ୍ପ୍ରତି ଉଦ୍ଘୋଷିତ ଆୟୁଷ୍ମାନ ଭାରତ ଯୋଜନା ଦେଶର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବାକୁ ଯାଉଛି । ଏହା ଗରିବ ଲୋକଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ବୋଲି ସେ କହିଥିଲେ ।

ଉତ୍ତରପ୍ରଦେଶ ସରକାର ରାଜ୍ୟରେ ବିଭିନ୍ନ ଯୋଜନାକୁ ଅତ୍ୟନ୍ତ ଫଳପ୍ରଦ ଢଙ୍ଗରେ କାର୍ଯ୍ୟକାରୀ କରୁଥିବାରୁ ପ୍ରଧାନମନ୍ତ୍ରୀ ସେଠାକାର ସରକାରଙ୍କୁ ସାଧୁବାଦ ଜଣାଇଥିଲେ ।

**********