Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଦ୍ୱୈତ ଟିକସ ଏଡ଼ାଇବା, ଟିକସ ଚୋରି ରୋକିବା ଲାଗି ଭାରତ ଏବଂ ଇରାନ ମଧ୍ୟରେ ଚୁକ୍ତିକୁ କ୍ୟାବିନେଟ ଅନୁମୋଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଦ୍ୱୈତ ଟିକସ ଏଡ଼ାଇବା ଏବଂ ଟିକସ ଚୋରି ରୋକିବା ଲାଗି ଭାରତ ଏବଂ ଇରାନ ମଧ୍ୟରେ ହୋଇଥିବା ଚୁକ୍ତିକୁ ଅନୁମୋଦନ କରାଯାଇଛି ।

ଏହି ଚୁକ୍ତି ଦ୍ୱାରା ନିବେଶ, ପ୍ରଯୁକ୍ତି ଏବଂ ଭାରତରୁ ଇରାନ ଏବଂ ଇରାନରୁ ଭାରତକୁ କର୍ମଚାରୀଙ୍କ ପ୍ରବାହ ବୃଦ୍ଧି ପାଇବ । ଏହି ଚୁକ୍ତି ନବୀନତମ ଅନ୍ତର୍ଜାତୀୟ ମାନକ ଅନୁଯାୟୀ ଦୁଇ ଚୁକ୍ତିପକ୍ଷଙ୍କ ମଧ୍ୟରେ ସୂଚନାର ଆଦାନପ୍ରଦାନ ବ୍ୟବସ୍ଥା କରିବ ଏବଂ ଦ୍ୱୈତ ଟିକସକୁ ରୋକିବ । ସେହିପରି ଏହି ଚୁକ୍ତି ଟିକସ ବ୍ୟାପାରରେ ପାରଦର୍ଶୀତାରେ ସୁଧାର ଆଣିପାରିବ ଏବଂ ଟିକସ ଚୋରି ଏବଂ ଟିକସ ଏଡ଼ାଇବା ଉପରେ ନିୟନ୍ତ୍ରଣ କରିବା ଲାଗି ସହାୟକ ସାବ୍ୟସ୍ତ ହେବ ।

ଏହି ଚୁକ୍ତି ସେହି ଆଧାରରେ ହୋଇଛି ଯେଉଁ ଆଧାରରେ ଭାରତ ଅନ୍ୟ ଦେଶଗୁଡ଼ିକ ସହିତ ଚୁକ୍ତି କରିଛି । ପ୍ରସ୍ତାବିତ ଚୁକ୍ତି ଜି-20 ଆଇସିଡି ବେସ ଇରୋଜନ ଏଣ୍ଡ ପ୍ରଫିଟ ଶିଫ୍ଟିଙ୍ଗ (ବିଇପିଏସ) ପ୍ରକଳ୍ପ ଅନ୍ତର୍ଗତ ଚୁକ୍ତି ସହ ସମ୍ବନ୍ଧୀୟ ସର୍ବନିମ୍ନ ମାନକକୁ ପୂରଣ କରୁଛି । ଏହି ପ୍ରକଳ୍ପରେ ସମାନ ସମାନ ସହଭାଗୀ ରୂପରେ ଭାରତ ଭାଗ ନେଇଛି ।

ଯେତେଦୂର ପର୍ଯ୍ୟନ୍ତ ଭାରତର ସମ୍ପର୍କ ରହିଛି, କେନ୍ଦ୍ର ସରକାର ଆୟକର ଅଧିନିୟମ, 1961ର ଧାରା 90 ଅନ୍ତର୍ଗତ କୌଣସି ଦେଶ କିମ୍ବା ନିର୍ଦ୍ଦିଷ୍ଟ ଭୂଭାଗ ସହିତ ବୁଝାମଣା କରିପାରନ୍ତି । ଏହାର ଅନ୍ତର୍ଗତ କେନ୍ଦ୍ର ସରକାର ଆୟ ଉପରେ ଦ୍ୱୈତ ଟିକସ ଏଡ଼ାଇବା, ଟିକସ ଫାଙ୍କି ସମ୍ବନ୍ଧୀୟ ସୂଚନା ଆଦାନପ୍ରଦାନ କିମ୍ବା ଆୟକର ଅଧିନିୟମ 1961 ଅନ୍ତର୍ଗତ ଟିକସଯୋଗ୍ୟ ଆୟ ସମ୍ପର୍କରେ ବୁଝାମଣା କରିପାରିବେ ।

 

**********