Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମଣିପୁରରେ ବିକାଶମୂଳକ ପ୍ରକଳ୍ପଗୁଡ଼ିକର ଶୁଭାରମ୍ଭ କରିବା ସହିତ ଜନସଭାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ମଣିପୁରରେ ବିକାଶମୂଳକ ପ୍ରକଳ୍ପଗୁଡ଼ିକର ଶୁଭାରମ୍ଭ କରିବା ସହିତ ଜନସଭାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ମଣିପୁରରେ ବିକାଶମୂଳକ ପ୍ରକଳ୍ପଗୁଡ଼ିକର ଶୁଭାରମ୍ଭ କରିବା ସହିତ ଜନସଭାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ମଣିପୁରରେ ବିକାଶମୂଳକ ପ୍ରକଳ୍ପଗୁଡ଼ିକର ଶୁଭାରମ୍ଭ କରିବା ସହିତ ଜନସଭାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଣିପୁରରେ 750 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ସେହିସବୁ କାର୍ଯ୍ୟକ୍ରମ ମଧ୍ୟରେ ଜାତୀୟ କ୍ରୀଡା ବିଶ୍ଵବିଦ୍ୟାଳୟ, 1000 ଅଙ୍ଗନୱାଡି କେନ୍ଦ୍ର ଏବଂ ଅନ୍ୟ କେତେଗୁଡିଏ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀ ଲୁୱାଙ୍ଗପୋକ୍ପା ବହୁମୂଖୀ କ୍ରୀଡା ପରିସର, ରାଣୀ ଗାଇଡିନଲିଉ ପାର୍କ ଏବଂ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ବିକାଶ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ସେ ଲୁୱାଙ୍ଗପୋକ୍ପା ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି ।

ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କୁ ତାଙ୍କର ଗତ ଏକ ବର୍ଷର ସଫଳ କାର୍ଯ୍ୟ ସମ୍ପାଦନ ପାଇଁ ଅଭିନନ୍ଦନ ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ଯେଉଁ ପ୍ରକଳ୍ପଗୁଡ଼ିକର ଶୁଭାରମ୍ଭ ହୋଇଛି ତାହା ରାଜ୍ୟର ଯୁବ ଗୋଷ୍ଠୀଙ୍କ ଆଶାଆକାଂକ୍ଷା ପୂରଣ କରିବ, ସେମାନଙ୍କୁ ନିଯୁକ୍ତି ଦେବ, ମହିଳାମାନଙ୍କୁ ସଶକ୍ତ କରିବ ଏବଂ ଯୋଗାଯୋଗକୁ ସୁଗମ କରିବ । ଜାତୀୟ କ୍ରୀଡା ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠାର କାରଣ ହେଉଛି ରାଜ୍ୟର ଯୁବ ପ୍ରତିଭାମାନଙ୍କ କ୍ରୀଡା ଦକ୍ଷତା ବୃଦ୍ଧି କରିବା ଏବଂ ଉତ୍ତର-ପୂର୍ବାଞ୍ଚଳର କ୍ଷମତାର ବିକାଶ କରିବା । ଏହି ଅବସରରେ ସେ ମଣିପୁରର ଯୁବ ଗୋଷ୍ଠୀଙ୍କୁ “ଖେଲୋ ଭାରତ” ଉଦ୍ୟମରୁ ସର୍ବାଧିକ ଫାଇଦା ଉଠାଇବାକୁ ଆହ୍ଵାନ ଜଣାଇଥିଲେ । ନିକଟରେ ଅନୁଷ୍ଠିତ ଖେଲୋ ଭାରତ କ୍ରୀଡାରେ ମଣିପୁରର ଯୁବକମାନଙ୍କ ସାଫଲ୍ୟ ପାଇଁ ସେ ବଧେଇ ଜଣାଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବହୁମୂଖୀ କ୍ରୀଡା କମ୍ପ୍ଲେକ୍ସ ସେମାନଙ୍କୁ ତାଲିମ ଏବଂ ପ୍ରତିଯୋଗିତାର ପର୍ଯ୍ୟାପ୍ତ ସୁଯୋଗ ପ୍ରଦାନ କରିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ମଣିପୁର ସମସ୍ତଙ୍କୁ ଦେଖାଇ ଦେଇଛି ଯେ, କ୍ରୀଡା କିଭଳି ଭାବେ ମହିଳାମାନଙ୍କୁ ସଶକ୍ତ କରିପାରେ । ମୀରାବାଈ ଚାନୁ ଏବଂ ସରିତା ଦେବୀଙ୍କ ସମେତ ରାଜ୍ୟର ପ୍ରସିଦ୍ଧ କ୍ରୀଡା ତାରକାମାନଙ୍କୁ ପ୍ରଶଂସା କରିଥିଲେ । ଏହି ପରିପ୍ରେକ୍ଷୀରେ ସେ 1000 ଅଙ୍ଗନୱାଡି କେନ୍ଦ୍ରର ଆଜି ଶିଳାନ୍ୟାସ କରିଛନ୍ତି । ନିକଟରେ ଆରମ୍ଭ ହୋଇଥିବା ଜାତୀୟ ପୌଷ୍ଟିକ ଅଭିଯାନ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, କେନ୍ଦ୍ର ସରକାର ଉତ୍ତର-ପୂର୍ବାଞ୍ଚଳ ପାଇଁ “ପରିବହନ ଦ୍ଵାରା ପରିବର୍ତ୍ତନ” ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଭାରତ ବିକାଶର ଇଞ୍ଜିନ ଏବେ ଉତ୍ତର-ପୂର୍ବାଞ୍ଚଳ କ୍ଷେତ୍ର ହେବାକୁ ଯାଉଛି । ଦେଶର ଅନ୍ୟ ଭାଗ ସହ ବିକାଶ ଧାରାକୁ ସମାନ କରିବା ଉଦ୍ଦେଶ୍ୟରେ ଉତ୍ତର-ପୂର୍ବାଞ୍ଚଳର ସମସ୍ତ ସ୍ଵତନ୍ତ୍ର ଆବଶ୍ୟକତା ସରକାର ପୂରଣ କରୁଛନ୍ତି । ସେ ନିଜେ ଗତ 4 ବର୍ଷ ମଧ୍ୟରେ ଉତ୍ତର-ପୂର୍ବାଞ୍ଚଳକୁ 25 ଥର ଗସ୍ତ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି କ୍ଷେତ୍ରର ଭିତ୍ତିଭୂମି ବିକାଶ ନିମନ୍ତେ କେନ୍ଦ୍ର ସରକାର ବିପୁଳ ଗୁରୁତ୍ଵ ପ୍ରଦାନ କରିଛନ୍ତି । ଏହି କ୍ଷେତ୍ର ସହ ସଡକ ଓ ରେଳ ସଂଯୋଗ ସ୍ଥାପନ ନିମନ୍ତେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସେ ସୁଚାଇଥିଲେ ।

ରାଜ୍ୟ ସରକାରଙ୍କ ଜନ କୈନ୍ଦ୍ରିକ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ଭୂୟସୀ ପ୍ରସଂଶା କରିଥିଲେ । ସେଥିମଧ୍ୟରେ ଜନସାଧାରଣଙ୍କ ସମସ୍ୟା ସମାଧାନ ଏବଂ ଭାବ ବିନିମୟ ସାମିଲ ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ସ୍ମରଣ କରାଇଦେଇଥିଲେ ଯେ, 1944 ମସିହା ଏପ୍ରିଲ ମାସରେ ସୁଭାଷ ଚନ୍ଦ୍ର ବୋଷଙ୍କ ଆଇଏନଏ ମଣିପୁରଠାରୁ ହିଁ ସ୍ଵାଧିନତାର ବିଗୁଲ ବଜାଇଥିଲେ । ସେହିଭଳି ନୂତନ ଭାରତର ଅଭ୍ୟୁତ୍ଥାନରେ ମଣିପୁର ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ନିଷ୍ପତ୍ତି କରିଛି ବୋଲି ପ୍ରଧାନମନ୍ତ୍ରୀ ସୂଚାଇଥିଲେ ।

**********