Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଅକ୍ଷୟ ଶକ୍ତି କ୍ଷେତ୍ରରେ ସହଯୋଗ ଲାଗି ଭାରତ, ଗୁଏନା ମଧ୍ୟରେ ବୁଝାମଣାକୁ କ୍ୟାବିନେଟ ଅନୁମୋଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅକ୍ଷୟ/ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ ସହଯୋଗ ଲାଗି ଭାରତ ଏବଂ ଗୁଏନା ମଧ୍ୟରେ ବୁଝାମଣାକୁ ଅନୁମୋଦନ ମିଳିଛି । 30 ଜାନୁଆରୀ, 2018ରେ ଦିଲ୍ଲୀରେ କେନ୍ଦ୍ର ଶକ୍ତି ଏବଂ ନୂତନ ଓ ଅକ୍ଷୟ ଶକ୍ତି(ସ୍ୱାଧୀନ)ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଆର.କେ ସିଂହ ଏବଂ ଗୁଏନାର ଦ୍ୱିତୀୟ ଉପରାଷ୍ଟ୍ରପତି ତଥା ବିଦେଶ ମନ୍ତ୍ରୀ ମହାମହିମ ଶ୍ରୀ କାର୍ଲ ବି ଗ୍ରିନିଜଙ୍କ ଦ୍ୱାରା ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା ।

ଏହି ବୁଝାମଣାପତ୍ରର ଉଦ୍ଦେଶ୍ୟ ଉଭୟ ଦେଶ ମଧ୍ୟରେ ଆପୋସ ଲାଭ, ସମାନତା ଏବଂ ପାରସ୍ପରିକ ବିନିମୟ ଆଧାରରେ ନୂତନ ଏବଂ ଅକ୍ଷୟ/ନବୀକରଣଯୋଗ୍ୟ ଶକ୍ତି ପ୍ରସଙ୍ଗରେ ବୈଷୟିକ ଦ୍ୱିପାକ୍ଷିକ ସହଯୋଗକୁ ପ୍ରୋତ୍ସାହନ ଦିଆଯିବ । ଏଥିପାଇଁ ସହକାରୀ ସଂସ୍ଥାଗତ ସମ୍ପର୍କର ଢାଂଚା ପ୍ରସ୍ତୁତ କରାଯିବ । ବୁଝାମଣାପତ୍ରରେ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରିବା ପ୍ରସ୍ତାବ ରହିଛି । ଏହାଦ୍ୱାରା ସହଯୋଗ ସମ୍ବନ୍ଧୀୟ ବିଷୟଗୁଡ଼ିକର ସମୀକ୍ଷା, ଅନୁଧ୍ୟାନ କରାଯାଇପାରିବ ଏବଂ ତାହା ଉପରେ ବିଚାର-ବିମର୍ଶ କରାଯାଇପାରିବ । ବୁଝାମଣାପତ୍ରରେ ବିଶେଷଜ୍ଞଙ୍କ ମଧ୍ୟରେ ବିନିମୟ ଏବଂ ସୂଚନା ନେଟୱାର୍କିଂର ବ୍ୟବସ୍ଥା ରହିଛି । ଏହି ବୁଝମଣାପତ୍ର ଦ୍ୱାରା ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ମଜବୁତ ହେବ ।