Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜନ୍ମ ବାର୍ଷିକୀରେ ଡଃ ରାମ ମନୋହର ଲୋହିଆଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି


ଡଃ ରାମ ମନୋହର ଲୋହିଆଙ୍କୁ ତାଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

“ଡଃ ରାମ ମନୋହର ଲୋହିଆ ଭାରତରେ ବିଂଶ ଶତାବ୍ଦୀର ଜଣେ ପ୍ରମୁଖ ବ୍ୟକ୍ତିତ୍ୱମାନଙ୍କ ମଧ୍ୟରୁ ଅନ୍ୟତମ । ସେ ତାଙ୍କ ବାଗ୍ମୀତାପୂର୍ଣ୍ଣ ଉତ୍ସାହ ଏବଂ ତୃଣମୂଳସ୍ତରୀୟ ରାଜନୀତି ପ୍ରତି ଥିବା ବିଶେଷ ରୁଚିକୁ ନେଇ ଏକ ସୁଷମ ସମନ୍ୱୟ ଘଟାଇଥିଲେ । ତାଙ୍କ ଉଚ୍ଚ ଚିନ୍ତାଧାରା ଏବେ ମଧ୍ୟ ସାମାଜିକ-ରାଜନୈତିକ ବିଚାରଧାରାକୁ ପ୍ରଭାବିତ କରୁଛି । ଜୟନ୍ତୀ ଅବସରରେ ମୁଁ ଡଃ ଲୋହିଆଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରୁଛି,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।

***