ପିଏମଇଣ୍ଡିଆ
ଉତ୍ତର-ପୂର୍ବାଞ୍ଚଳ କ୍ଷେତ୍ର ବିକାଶ (ଡୋନର)ମନ୍ତ୍ରଣାଳୟର ନିମ୍ନଲିଖିତ ଯୋଜନାଗୁଡ଼ିକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି ।
-ଏନଇସିର ଯୋଜନା ଅନ୍ତର୍ଗତ- ବର୍ତ୍ତମାନ ଜାରି ରହିଥିବା ପ୍ରକଳ୍ପ ଲାଗି ବର୍ତ୍ତମାନର ଅନୁଦାନର ଧାରା (90:10 ଆଧାର) ଏବଂ ନୂଆ ପ୍ରକଳ୍ପ ଲାଗି 100 ପ୍ରତିଶତ କେନ୍ଦ୍ରୀୟ ଅନୁଦାନ ସହିତ ସ୍ୱତନ୍ତ୍ର ବିକାଶ ପ୍ରକଳ୍ପ ।
-ଏନଇସି ଦ୍ୱାରା ଅନୁଦାନ ଯୋଗାଇ ଦିଆଯାଉଥିବା ଅନ୍ୟ ପ୍ରକଳ୍ପ ଲାଗି-ରାଜସ୍ୱ ଏବଂ ପୁଞ୍ଜିଗତ ଉଭୟ- 100 ପ୍ରତିଶତ କେନ୍ଦ୍ରୀୟ ଅନୁଦାନ ଆଧାରରେ, ବର୍ତ୍ତମାନର ଧାରା ଅନୁଯାୟୀ ଜାରି ରହିବ ।
-100 ପ୍ରତିଶତ କେନ୍ଦ୍ରୀୟ ଅନୁଦାନପ୍ରାପ୍ତ ଉତ୍ତର-ପୂର୍ବାଞ୍ଚଳ ସଡ଼କ କ୍ଷେତ୍ରର ବିକାଶ ଯୋଜନା (ଏନଇଆରଏସଡିଏସ) ର ସମ୍ପ୍ରସାରଣ ।
-ଫେରିଯାଉନଥିବା କେନ୍ଦ୍ରୀୟ ସମ୍ବଳ ଭଣ୍ଡାର (ଏନଏସିପିଆର-ସି)କୁ କାର୍ଯ୍ୟାନ୍ୱୟନ ଲାଗି ଏନଇସିକୁ ସ୍ଥାନାନ୍ତର କରାଗଲା ।
-ବିଭିନ୍ନ ମନ୍ତ୍ରଣାଳୟ/ବିଭାଗଗୁଡ଼ିକର ପ୍ରୟାସରେ ସାମଞ୍ଜସ୍ୟ ଜରିଆରେ ସମ୍ବଳର ଅନୁକୁଳନ ସୁନିଶ୍ଚିତ କରିବାର ପ୍ରସ୍ତାବ
ଏନଇସିର ବର୍ତ୍ତମାନ ଯୋଜନାଗୁଡ଼ିକ ଅଧୀନ ପ୍ରକଳ୍ପ ଏନଏଲସିପିଆର (କେନ୍ଦ୍ରୀୟ) ଏବଂ ଏନଇଆରଏସଡିଏସ ଉତ୍ତର-ପୂର୍ବାଞ୍ଚଳ କ୍ଷେତ୍ରର ଲୋକମାନଙ୍କ ସାମାଜିକ-ଆର୍ଥିକ ଲାଭ ବଢ଼ାଇବ, ଯାହାଦ୍ୱାରା ଏହି ଲୋକମାନଙ୍କ କ୍ଷମତା ଓ ଜୀବନ ଜୀବିକାରେ ଉନ୍ନତି ଆସିବ ।
ବର୍ତ୍ତମାନ 72.12 ପ୍ରତିଶତ ମଞ୍ଜୁରିପ୍ରାପ୍ତ ବ୍ୟୟବିଶିଷ୍ଟ ଅଧିକାଂଶ ପ୍ରକଳ୍ପ (840ଟି ମଧ୍ୟରୁ 599 ପ୍ରକଳ୍ପ) ଏବଂ ସମସ୍ତ ଜାରି ପ୍ରକଳ୍ପ ଲାଗି ଆବଶ୍ୟକ ଦେୟତାର 66 ପ୍ରତିଶତ (2299.72 କୋଟି ଟଙ୍କା ମଧ୍ୟରୁ 1518.64କୋଟି ଟଙ୍କା)ର ଅର୍ଥ ଯୋଗାଣ ‘ଏନଇସିର ଯୋଜନା-ସ୍ୱତନ୍ତ୍ର ବିକାଶ ପ୍ରକଳ୍ପ’ ଜରିଆରେ ହୋଇଥାଏ ଯାହା ଅନ୍ତର୍ଗତ ଚୟନ କରାଯାଇଥିବା ପ୍ରକଳ୍ପ ଲାଗି ଅର୍ଥରାଶିକୁ 90:10 ଆଧାରରେ କେନ୍ଦ୍ର ଏବଂ ରାଜ୍ୟଗୁଡ଼ିକ ମଧ୍ୟରେ ଭାଗ କରାଯାଇଥାଏ । ସମ୍ପୃକ୍ତ ରାଜ୍ୟ ସରକାର ଏହାକୁ କାର୍ଯ୍ୟକାରୀ କରିଥା’ନ୍ତି । ଏହା ବ୍ୟତୀତ କେତେକ ଅର୍ଥରାଶି-ରାଜସ୍ୱ ଏବଂ ପୁଞ୍ଜିଗତ ଉଭୟ-କୁ 100 ପ୍ରତିଶତ କେନ୍ଦ୍ରୀୟ ଅନୁଦାନ ଆଧାରରେ ଉପଲବ୍ଧ କରାଯାଇଥାଏ । କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ଏହାକୁ କାର୍ଯ୍ୟକାରୀ କରିଥା’ନ୍ତି ।
ଏନଇସିର ଯୋଜନା : ସ୍ୱତନ୍ତ୍ର ବିକାଶ ପ୍ରକଳ୍ପ ପୂର୍ବର 90:10ଆଧାରରେ ସମୂହ ଅନୁାଦନ ସ୍ଥାନରେ 100 ପ୍ରତିଶତ ଅନୁଦାନ ସହିତ ଏକ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ଆକାରରେ ପରିବର୍ତ୍ତିତ ହୋଇଯିବ । ଅବଶିଷ୍ଟ ଉପାଦାନକୁ ବର୍ତ୍ତମାନ ଭଳି 100 ପ୍ରତିଶତ କେନ୍ଦ୍ରୀୟ ଫଣ୍ଡିଂ ଆଧାରରେ ଅର୍ଥଯୋଗାଣ ଜାରି ରହିବ ।
ଉପରୋକ୍ତ ପ୍ରସଙ୍ଗ ବ୍ୟତୀତ, ଏନଇସି ଗୁରୁତ୍ୱପୂର୍ଣ୍ଣ ଏବଂ ରଣନୈତିକ ଆନ୍ତଃରାଜ୍ୟ ରାସ୍ତାର ଉନ୍ନତିକରଣ ଲାଗି ‘ଉତ୍ତର-ପୂର୍ବ ସଡ଼କ କ୍ଷେତ୍ର ବିକାଶ ଯୋଜନା-କାର୍ଯ୍ୟକ୍ରମ ଉପାଦାନ’କୁ ମଧ୍ୟ କାର୍ଯ୍ୟକାରୀ କରୁଅଛି । ଏହାକୁ କାର୍ଯ୍ୟକାରୀ କରିବା ଲାଗି ଏନଇସି ଠାରୁ ଡୋନରକୁ ସ୍ଥାନାନ୍ତରିତ ଏହି ଯୋଜନା 100 ପ୍ରତିଶତ କେନ୍ଦ୍ରୀୟ ଅନୁଦାନପ୍ରାପ୍ତ । ଏହି ଯୋଜନା ଅନ୍ତର୍ଗତ ଏକ ହଜାର କୋଟି ଟଙ୍କାର ଅର୍ଥରାଶି ଆବଂଟନ କରାଯାଇଛି ।
“ସମ୍ବଳ ଫେରିଯାଉନଥିବା କେନ୍ଦ୍ରୀୟ ଭଣ୍ଡାର-କେନ୍ଦ୍ରୀୟ (ଏନଏଲସିପିଆର-କେନ୍ଦ୍ରୀୟ) ନାମକ ଅନ୍ୟ ଏକ ଯୋଜନା ଯାହା ବର୍ତ୍ତମାନ ମେସର୍ସ ଡୋନର ଦ୍ୱାରା ଅନୁଦାନ ପ୍ରାପ୍ତ, ମାଜୁଲୀ ଦ୍ୱିପରେ କ୍ଷରଣକୁ ନିୟନ୍ତ୍ରଣ କରୁଥିବା ଅଗରତାଲା-ଅଖୋରା ରେଳ ଲିଙ୍କ ଭଳି ପ୍ରକଳ୍ପ ଲାଗି ସମ୍ପୃକ୍ତ ମନ୍ତ୍ରଣାଳୟ/ସେଗୁଡ଼ିକର ଏଜେନ୍ସିଗୁଡ଼ିକୁ ସମ୍ବଳ ଉପଲବ୍ଧ କରାଉଛି । ଏହି ଯୋଜନାକୁ ମଧ୍ୟ କାର୍ଯ୍ୟକାରୀ କରିବା ଲାଗି ଏନଇସିକୁ ସ୍ଥାନାନ୍ତର କରିଦିଆଯିବ ।
ପୂର୍ବରୁ ପାଣ୍ଠିକୁ ରାଜ୍ୟ କିମ୍ବା କେନ୍ଦ୍ରୀୟ ଉପାଦାନରେ ବିତରଣ କରିବା ଲାଗି କୌଣସି ବ୍ୟବସ୍ଥା ନଥିଲା । ଏବେ, ଏନଇସିକୁ ମିଳୁଥିବା ମୋଟ ପାଣ୍ଠିକୁ ଦୁଇଟି ଉପାଦାନ (ରାଜ୍ୟ ଉପାଦାନ-60 ପ୍ରତିଶତ ଏବଂ କେନ୍ଦ୍ରୀୟ ଉପାଦାନ-40 ପ୍ରତିଶତ)ରେ ଭାଗ କରିଦିଆଯାଇଛି । ରାଜ୍ୟ ଉପାଦାନର ଉପଯୋଗ ପ୍ରତ୍ୟେକ ରାଜ୍ୟରେ ମାନଦଣ୍ଡ ସମ୍ବନ୍ଧୀୟ ଆବଂଟନ ଆଧାରରେ ସେମାନଙ୍କ ଭାଗ ଅନୁଯାୟୀ ପ୍ରକଳ୍ପ ଲାଗି କରାଯିବ । କେନ୍ଦ୍ରୀୟ ଉପାଦାନ ଲାଗି କ୍ଷେତ୍ରୀୟ ଗୁଣ ବିଶିଷ୍ଟ, ଆନ୍ତଃମନ୍ତ୍ରଣାଳୟ ଯୋଜନାର ଆବଶ୍ୟକତା ଥିବା ପ୍ରକଳ୍ପ ଆରମ୍ଭ କରାଯିବ । ବାଉଁଶ, ଘୁଷୁରି ପାଳନ, କ୍ଷେତ୍ରୀୟ ପର୍ଯ୍ୟଟନ, ଉଚ୍ଚଶିକ୍ଷା, ପଛୁଆ କ୍ଷେତ୍ରରେ ସ୍ୱତନ୍ତ୍ର ହସ୍ତକ୍ଷେପ, ସ୍ୱାସ୍ଥ୍ୟ ଏବଂ ବିଶେଷ ଯୁକ୍ତି, ଆଜୀବିକା ପ୍ରକଳ୍ପ, ଏନଇଆରରେ ବିଜ୍ଞାନ ଏବଂ ପ୍ରଯୁକ୍ତି ହସ୍ତକ୍ଷେପ, ସର୍ବେକ୍ଷଣ ଏବଂ ଯାଞ୍ଚ ତଥା ଏନଇଆର ପ୍ରୋତ୍ସାହନ ଭଳି ପ୍ରାଥମିକ କ୍ଷେତ୍ର ଚିହ୍ନଟ କରାଯାଇଛି ।
ଉପରୋକ୍ତ ଜରିଆରେ, ଦୋହରୀକରଣ ରୋକିବା ଲାଗି ଡୋନର ଏବଂ ଏନଇସି ମଧ୍ୟରେ ଏକ ସ୍ପଷ୍ଟ ବିଭାଜନ ଏବଂ କ୍ଷେତ୍ରଗୁଡ଼ିକ ମଧ୍ୟରେ ବିଭାଜନ ସୁନିଶ୍ଚିତ କରାଯାଇପାରିବ ।
ଉତ୍ତର-ପୂର୍ବାଞ୍ଚଳ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ଲାଗି ଅନ୍ୟ ପ୍ରସଙ୍ଗଗୁଡ଼ିକ ବ୍ୟତୀତ, ଗନ୍ତବ୍ୟ ଏବଂ ସର୍କିଟ ଲାଗି ଉତ୍ପାଦ ଭିତ୍ତିଭୂମି ବିକାଶ (ପିଆଇଡିଡିସି) ଅନ୍ତର୍ଗତ ପର୍ଯ୍ୟଟନ କ୍ଷେତ୍ରରେ ବକେୟା ଦେୟତା ଉପରେ ମଧ୍ୟ ବିଚାର କରାଯାଇପାରେ ।
ଏତଦବ୍ୟତୀତ, ସମ୍ପୃକ୍ତ ମନ୍ତ୍ରଣାଳୟ ଠାରୁ ଏବଂ ଡୋନର ମନ୍ତ୍ରଣାଳୟ ଠାରୁ ପ୍ରତିନିଧିମାନଙ୍କ ସହିତ ସ୍ଥାୟୀ ଅର୍ଥ ସମିତି (ଏସଏଫସି) ଆଧାରରେ ଏନଇସିର ଅଧ୍ୟକ୍ଷତାରେ 5-15 କୋଟି ଟଙ୍କା ବ୍ୟୟବିଶିଷ୍ଟ ପ୍ରକଳ୍ପର ଅନୁମୋଦନ ଲାଗି ଏକ ବ୍ୟବସ୍ଥାର ମଧ୍ୟ ନିର୍ମାଣ କରାଯିବ । ଏହାର ଉଦ୍ଦେଶ୍ୟ ଅନ୍ୟ କେନ୍ଦ୍ରୀୟ ମନ୍ତ୍ରଣାଳୟର କାର୍ଯ୍ୟକ୍ରମଗୁଡ଼ିକ ସହିତ ସମନ୍ୱୟ ପ୍ରତିଷ୍ଠା କରିବା ଏବଂ ଏସଏଫସି ପ୍ରକ୍ରିୟା ଜରିଆରେ ଦୋହରୀକରଣରୁ ବର୍ତ୍ତିବା ।
***