Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନାଇରୋବୀ, କେନିଆସ୍ଥିତ ଶ୍ରୀ କଚ୍ଛି ଲେଭା ପଟେଲ ସମାଜର ରୌପ୍ୟ ଜୟନ୍ତୀ ସମାରୋହକୁ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ


ଭିଡିଓ କନଫରେନ୍ସିଂ ଜରିଆରେ ନାଇରୋବୀ, କେନିଆସ୍ଥିତ ଶ୍ରୀ କଚ୍ଛି ଲେଭା ପଟେଲ ସମାଜର ରୌପ୍ୟ ଜୟନ୍ତୀ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦ୍ବୋଧନ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ତାଙ୍କ ଉଦ୍ବୋଧନରେ, ପୂର୍ବ ଆଫ୍ରିକାର ବିକାଶ ଏବଂ କଲ୍ୟାଣମୂଳକ କାର୍ଯ୍ୟରେ କଚ୍ଛି ଲେଭା ପଟେଲ ସମାଜର ଯୋଗଦାନକୁ ପ୍ରଶଂସା କରିଥିଲେ । କେନିଆର ସ୍ୱାଧୀନତା ଆନ୍ଦୋଳନରେ ଭାରତୀୟ ସମୁଦାୟର ଭୂମିକା ସମ୍ପର୍କରେ ମଧ୍ୟ ସେ ଉଲ୍ଲେଖ କରିଥିଲେ ।
ସାମଗ୍ରୀକ ବିକାଶ ଦିଗରେ ବିଶେଷ କରି 2001 ଭୂମିକମ୍ପ ପରେ ପୁନଃନିର୍ମାଣ ଏବଂ ଥଇଥାନ କାର୍ଯ୍ୟରେ କଚ୍ଛି ସମାଜର ଯୋଗଦାନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ସେ କହିଥିଲେ, “ପୂର୍ବରୁ ଏକ ମରୁଭୂମି ଭାବେ ବିବେଚନା କରାଯାଉଥିବା କଚ୍ଛ ଏବେ ପ୍ରମୁଖ ପର୍ଯ୍ୟଟନ ଲକ୍ଷ୍ୟସ୍ଥଳୀରେ ପରିଣତ ହୋଇଛି” । କଚ୍ଛ ଅଂଚଳର ଦୂରଦୂରାନ୍ତ କ୍ଷେତ୍ରରେ ନର୍ମଦା ଜଳ ପହଁଚାଇବା ଲାଗି ସେ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ସରକାରଙ୍କ ନିରନ୍ତର ପ୍ରୟାସ ସମ୍ପର୍କରେ ଆଲୋକପାତ କରିଥିଲେ ।

ଏହି କ୍ଷେତ୍ରରେ ବିକାଶମୂଳକ କାର୍ଯ୍ୟକୁ ଆଗେଇ ନେବା ଲାଗି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଉଥିବା ଡବଲ ଇଞ୍ଜିନ ସାମର୍ଥ୍ୟର ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । “ଏହି କ୍ଷେତ୍ରରେ ଗତ କିଛି ବର୍ଷ ମଧ୍ୟରେ ହଜାର ହଜାର କୋଟି ଟଙ୍କାର ନିବେଶ ହୋଇଛି” ବୋଲି ସେ କହିଥିଲେ । କଚ୍ଛ ଏବଂ ଜାମନଗର ମଧ୍ୟରେ ପ୍ରସ୍ତାବିତ ରୋ-ରୋ ଫେରୀ ସେବା ବିଷୟରେ ମଧ୍ୟ ସେ ଉପସ୍ଥିତ ଶ୍ରୋତାମାନଙ୍କୁ ସୂଚନା ଦେଇଥିଲେ ।

ଆଫ୍ରକୀୟ ଦେଶ ଏବଂ ଭାରତ ମଧ୍ୟରେ ସମ୍ପର୍କ ଉତଥାନ ପଥରେ ରହିଥିବା ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ନିକଟରେ ଭାରତ ଆଫ୍ରିକା ଶିଖର ସମ୍ମିଳନୀ ଏବଂ ଆଫ୍ରିକୀୟ ବିକାଶ ବ୍ୟାଙ୍କର ଏକ ବୈଠକ ଭାରତରେ ଅନୁଷ୍ଠିତ ହୋଇଥିବା ମଧ୍ୟ ସେ କହିଥିଲେ । ବର୍ତ୍ତମାନର ସରକାରଙ୍କ ସମୟରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ଭାରତର ପ୍ରଧାନମନ୍ତ୍ରୀ ଭାବେ ସେ ନିଜେ 20ରୁ ଅଧିକ ଥର ଆଫ୍ରିକୀୟ ରାଷ୍ଟ୍ର ଗସ୍ତ କରିଥିବା ପ୍ରଧାନମନ୍ତ୍ରୀ କହିଥିଲେ ।

ନିଜର ଅଭିଭାଷଣ ସମୟରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ଶ୍ରୋତାମାନଙ୍କୁ ଭାରତ ଆସିବା ଲାଗି ଆମନ୍ତ୍ରଣ ଜଣାଇଥିଲେ । ବିଶେଷ କରି ଯେଉଁମାନେ ଭାରତ ଆସିନାହାନ୍ତି, ସେମାନେ 2019 ଜାନୁଆରୀରେ ଆୟୋଜନ ହେବାକୁ ଥିବା କୁମ୍ଭ ମେଳାରେ ଭାରତର ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ପରମ୍ପରାକୁ ଉପଭୋଗ କରିବା ଲାଗି ଆସିବା ନିମନ୍ତେ ପ୍ରଧାନମନ୍ତ୍ରୀ ନିମନ୍ତ୍ରଣ ଜଣାଇଥିଲେ ।
ଶ୍ରୀ କଚ୍ଛି ଲେଭା ପଟେଲ ସମାଜର ନାଇରୋବୀ-ୱେଷ୍ଟ କମ୍ପ୍ଲେକ୍ସର ରୌପ୍ୟ ଜୟନ୍ତୀ ସମାରୋହ ଅବସରରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ଶ୍ରୋତାମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ।

***