ପିଏମଇଣ୍ଡିଆ
ଦେଶର ଭିନ୍ନ ଭିନ୍ନ କୋଣରେ ରାତି ଆଠଟା ସାଢେ ଆଠଟାରେ ଦେଶର ଉନ୍ନତି ପାଇଁ ମୋ ଦେଶର ଯୁବକମାନେ ଦେଶପାଇଁ ଏତେ ବଡ଼ ଯଜ୍ଞରେ ଯୋଡି ହୋଇଛନ୍ତି – ମୋ ଦେଶ ବଦଳୁଛି, ଆଗକୁ ବଢୁଛି ।
ଦେଶର ଭିନ୍ନ ଭିନ୍ନ କେନ୍ଦ୍ରରେ ଉପସ୍ଥିତ ମୋର ଯୁବ ସାଥୀମାନଙ୍କୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି । ସ୍ମାର୍ଟ ଇଣ୍ଡିଆ ହାକାଥନ, ଏହି ଆୟୋଜନ ପାଇଁ ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକର ମହାଶୟ ଏବଂ ତାଙ୍କର ସମ୍ପୂର୍ଣ୍ଣ ଟିମ୍ କୁ ବିଶେଷ ଅଭିନନ୍ଦନ ଜଣାଉଛି ।
ସ୍ମାର୍ଟ ଇଣ୍ଡିଆର ସ୍ମାର୍ଟ ନବସୃଜନକାରୀ(ଇନୋଭେଟର୍ସ)ଙ୍କ ମଧ୍ୟକୁ ଆସିବା ମୋ ପାଇଁ ସବୁବେଳେ ଏକ ସୁଖକର ଅନୁଭବ ରହିଛି । ଭିନ୍ନ ଭିନ୍ନ ସମସ୍ୟା ଗୁଡିକର ଟେକ୍ନୋଲଜି ମାଧ୍ୟମରେ ସମାଧାନ ଖୋଜିବାର ଯେଉଁ ପ୍ରୟାସ ଆପଣ ସମସ୍ତେ କରୁଛନ୍ତି, ତାହା ହେଉଛି ବହୁତ ପ୍ରଶଂସନୀୟ ।
ବିଗତ କିଛି ଧରି ଆପଣ ସମସ୍ତେ ନିଜ ଲକ୍ଷ୍ୟ ସାଧନ ପାଇଁ ଯୋଡି ହୋଇଛନ୍ତି, କିନ୍ତୁ ମୁଁ ମୋ ସାମ୍ନାରେ ପରଦାରେ ଦେଖି ପାରୁଛି କି ଆପଣ ସମସ୍ତଙ୍କର ଉତ୍ସାହ, ଉଦ୍ଦୀପନା, ଆପଣ ସମସ୍ତଙ୍କର ଦୃଢ ନିଶ୍ଚୟ ମନୋଭାବ, ଏପରି ଳାଗୁଛି କି ଆପଣମାନେ ହାଲିଆ ହୋଇ ପଡୁ ନାହାନ୍ତି, ଥକି ପଡୁ ନାହନ୍ତି, ନା ଆପଣ ମାନଙ୍କୁ କିଛି କଷ୍ଟ ଅନୁଭବ ହେଉଛି । ଏପରି ଲାଗୁଛି କି ଆପଣ ସମସ୍ତଙ୍କୁ ଦେଖି ମୋର ଥକା ପଣ କମ୍ ହୋଇଯାଉଛି । ଆଜିର ପିଢି ଯେତେବେଳେ ଦଶ ନିର୍ମାଣ ପାଇଁ ଏହି ଭଳି ପ୍ରୟାସରେ ଯୋଡି ହୋଇ ହୋଇଥାଏ, ତ ନିଉ ଇଣ୍ଡିଆ ବା ନୂଆ ଭାରତ ନିର୍ମାଣର ଲକ୍ଷ୍ୟ ଆହୁରି ମଜବୁତ ହୋଇଯାଇଥାଏ ।
ବନ୍ଧୁଗଣ,
ମୁଁ ଗତ ଥର ମଧ୍ୟ ସ୍ମାର୍ଟ ଇଣ୍ଡିଆ ହାକାଥନକୁ ଆସିଥିଲି । ଯେତେବେଳେ ମୋତେ ପଚରାଗଲା କି ଆପଣ ପୁଣି ଯିବେ, ତ ମୁଁ କହିଲି, କାହିଁକି ନୁହେଁ, ମୁଁ ନିଶ୍ଚୟ ଏହି ଯୁବକମାନଙ୍କୁ ଭେଟିବାକୁ ଚାହିଁବି, ଆପଣମାନଙ୍କୁ ସାକ୍ଷାତ କରିବି, ଆପଣମାନଙ୍କ କଥା ଶୁଣିବି, ଆପଣମାନଙ୍କ ଠାରୁ କିଛି ଶିଖିବାର ପ୍ରୟାସ କରିବି ।
ଯଦି କିଏ ଏହା ଭାବି ନିଏ କି ସେ ହେଉଛି ସର୍ବଜ୍ଞାନୀ, ତାଙ୍କୁ ସବୁକିଛି ଆସେ, ତ ମୁଁ ଭାବୁଛି ଜୀବନରେ ତା ଠାରୁ ବଡ଼ ଭୁଲ ଆଉ କିଛି ହୋଇ ନ ପାରେ । ଯଦି କୌଣସି ସରକାର ଏହା ଚିନ୍ତା କରିନିଅନ୍ତି ଆଉ ମନରେ ସ୍ଥିର କରି ବସି ଯାଆନ୍ତି କି ଯାହା ମଧ୍ୟ କରିବାର ଅଛି, ସରକାର ହିଁ କରିବେ, ସରକାର ଏକୁଟିଆ ନିଜ ଶକ୍ତି ଅନୁସାରେ କରିବେ, ଯଦି ସରକାର ମଧ୍ୟ ଏହା ଚିନ୍ତା କରିଥାନ୍ତି, ତ ମୁଁ ଭାବୁଛି କି ସରକାରଙ୍କର ଏହା ସବୁଠାରୁ ବଡ଼ ଭୁଲ ହେବ । ଆଉ ଏଥିପାଇଁ ମୁଁ ଅଧିକ ଗୁରୁତ୍ୱ ଦେଇଛି ଭାଗିଦାରୀ ଉପରେ ଏବଂ ଭାଗିଦାରୀ ଓ ସହଭାଗୀ ସରକାର ଉପରେ ।
ଦୁନିଆର କୌଣସି ମଧ୍ୟ ଆହ୍ୱାନ, ଏହି ଦେଶର ଶହେ ପଚିଶ କୋଟି ଲୋକଙ୍କର ଇଚ୍ଛାଶକ୍ତି ଏବଂ ଶ୍ରମଶକ୍ତି ଠାରୁ କେବେ ବଡ଼ ନୁହେଁ । ଯେଉଁଠାରେ 65 ପ୍ରତିଶତ ଜନସଂଖ୍ୟା ହେଉଛନ୍ତି 35 ବର୍ଷରୁ କମ୍ ବୟସର, ଯେଉଁଠାରେ ଜନସଂଖ୍ୟାଗତ ବିଭାଜନର ଏତେବଡ଼ ପରିବ୍ୟାପ୍ତ ଅଛି, ସେହି ଦେଶର ଲୋକ ସ୍ଥିର କରିନେବେ ତ କୌଣସି ମଧ୍ୟ ଲକ୍ଷ୍ୟ ଅସମ୍ଭବ ନୁହେଁ ।
ମୁଁ ବିଶେଷକରି ଯୁବକମାନଙ୍କର କଥା କହିବି ତ ଆପଣ ସମସ୍ତଙ୍କ ମଧ୍ୟରେ ଯେଉଁ ଆଗ୍ରହ, ଉତ୍ସାହ, ଯେଉଁ ଆଶା ରହିଛି ନିଉ ଇଣ୍ଡିଆ ପାଇଁ, ମୁଁ ଦେଖୁଛି, ତାହା ମୋ ନିଜ ଭରସାକୁ ଆହୁରି କେତେ ଗୁଣ ବଢାଇ ଦେଇଛି । ହଁ ଆମେ ସମସ୍ତେ ଏକବିଂଶ ଶତାବ୍ଦୀରେ ଭାରତକୁ ତାହାର ସେହି ସ୍ଥାନ ଦେଇ ପାରିବା, ହିନ୍ଦୁସ୍ଥାନ ହେଉଛି ଯାହାର ଅଧିକାରୀ ।
ଏହା ହେଉଛି ଏକ ବହୁତ ବଡ଼ କାରଣ ଯେ, ମୁଁ ଯୁବ ବୃତ୍ତିଧାରୀ ମାନଙ୍କୁ, ଯୁବ ସିଇଓ ମାନଙ୍କୁ, ଯୁବ ବୈଜ୍ଞାନିକ ମାନଙ୍କୁ, ଯୁବ ଅମଲାତନ୍ତ୍ରିମାନଙ୍କୁ ସାକ୍ଷାତ କରିବାର କୌଣସି ସୁଯୋଗକୁ ଯିବାକୁ ଦିଏ ନାହିଁ । ଆପଣମାନଙ୍କର ଏହି ଉତ୍ସାହ, ଏହି ଶକ୍ତି ହିଁ ନିଉ ଇଣ୍ଡିଆକୁ ସାକାର କରିବାର ହେଉଛି ସବୁଠାରୁ ବଡ଼ ପରିଚାଳିତ ଶକ୍ତି ।
କିନ୍ତୁ ଏହା ମଧ୍ୟ ପ୍ରଶ୍ନ ଆସୁଛି ଯେ ନିଉ ଇଣ୍ଡିଆକୁ ପରିବର୍ତ୍ତିତ କରିବା କ’ଣ ଏହି ସୀମିତ ପ୍ରୟାସରେ ସମ୍ଭବ ହେବ? ତ ଉତ୍ତର ମିଳିବ, ଆଜ୍ଞା ନାହିଁ । ଏଥିପାଇଁ ଆବଶ୍ୟକ ହେଉଛି ସମସ୍ୟାଗୁଡିକର ମୂଳକୁ ଯାଇ ସାଧାରଣ ଚିନ୍ତାଧାରା ଭିତରୁ ବାହାରି ଆସି ନୂଆ ନୂଆ ପଦ୍ଧତି ଓ କୌଶଳ, ନୂଆ ନୂଆ ରାସ୍ତା ଖୋଜିବା ସମାଧାନ ପାଇଁ ।
ଆମ ସରକାରଙ୍କର ଏହି ପ୍ରୟାସ ଆମକୁ ସ୍ମାର୍ଟ ଇଣ୍ଡିଆ ହାକାଥନ ଭଳି ପଦକ୍ଷେପ ପର୍ଯ୍ୟନ୍ତ ଆଣି ପାରିଛି ।
ମୋତେ ଅବଗତ କରାଯାଇଛି କି ଗତ ଥର ହାକାଥନରେ ପାଖାପାଖି ଯେଉଁ 60 ଟି ପ୍ରକଳ୍ପ ଚୂଡାନ୍ତ ହୋଇଥିଲା ସେଥି ମଧ୍ୟରୁ ଅଧା ସଂମ୍ପୂର୍ଣ୍ଣ ହେବାକୁ ଯାଉଛି ଆଉ ଅବଶିଷ୍ଟ ବାକି ଦୁଇ ତିନି ମାସରେ ସଂମ୍ପୂର୍ଣ୍ଣ ହୋଇଯିବ ।
ମୁଁ ଖୁସି ଯେ ବିଗତ ବର୍ଷ ଯେତେବେଳେ 40 ହଜାରରୁ ଅଧିକ ଯୁବକମାନେ ଏଥିରେ ଭାଗ ନେଇଥିଲେ, ସେତେବେଳେ ଏହି ସଂଖ୍ୟା ଚଳିତ ବର୍ଷ ବଢି 1 ଲକ୍ଷରୁ ଅଧିକ ହୋଇଯାଇଛି । ଚଳିତ ବର୍ଷ କେନ୍ଦ୍ର ସରକାରଙ୍କର 27 ମନ୍ତ୍ରଣାଳୟଙ୍କ ସହିତ ରାଜ୍ୟ ସରକାରମାନେ ମଧ୍ୟ ଏହି ହାକାଥନରେ ଅଂଶ ପାଲଟିଛନ୍ତି । ମୋତେ ଅବଗତ କରାଯାଇଛି କି ହାକାଥନରେ ସଫ୍ଟୱେର ସଂସ୍କରଣ ସହିତ, ଆଗମୀ କିଛି ମାସ ମଧ୍ୟରେ ହାର୍ଡୱେର ସଂସ୍କରଣକୁ ମଧ୍ୟ ଯୋଡା ଯାଉଛି ।
ଏହି ପ୍ରୟାସ ପାଇଁ ମୁଁ ଆପଣ ସମସ୍ତ ଯୁବକମାନଙ୍କୁ ଏବଂ ଭିନ୍ନ ଭିନ୍ନ ମନ୍ତ୍ରଣାଳୟକୁ ଏବଂ ରାଜ୍ୟ ସରକାରମାନଙ୍କୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି ।
ମୋତେ ଅବଗତ କରାଯାଇଛି କି ଗତ ଚଳିତ ଥର ଆପଣମାନେ ବନ୍ୟା ପରିଚାଳନା ଏବଂ ଜଙ୍ଗଲରେ ନିଆଁ ଭଳି କେତେ ବଡ଼ ଆହ୍ୱାନ ଗୁଡିକର ସମାଧାନ ଖୋଜିବାର ପ୍ରୟାସ କରୁଛନ୍ତି । ମୋର ବିଶ୍ୱାସ ଯେ ବୈଷୟିକ ଜ୍ଞାନ କୌଶଳରେ ପରିବର୍ତ୍ତନର ଯେଉଁ ପଥରେ ଆମେ ଚାଲୁଛୁ ତାହା ନିଶ୍ଚୟ ଆମକୁ ଲକ୍ଷ୍ୟ ନିକଟକୁ ନେଇଯିବ ।
ସାଥୀଗଣ,
ଜ୍ଞାନ ହିଁ ଶକ୍ତି, ଏହି ଯୁଗରେ ନବସୃଜନ ହିଁ ଅଭିବୃଦ୍ଧିର ପରିଚାଳକ ଅର୍ଥାତ ଜ୍ଞାନ ଆମ ପାଇଁ ଶକ୍ତି ଭଳି କାର୍ଯ୍ୟ କରୁଛି, କିନ୍ତୁ ସେହି ଜ୍ଞାନକୁ ପରିବ୍ୟାପ୍ତ କରିବା ପାଇଁ ଆମେ ଯେତେ ସୃଜନଶୀଳ ହେବା, ଦେଶର ବିକାଶ ସେତେ ଅଧିକ ହେବ ।
ଆମେ ଯେତେବେଳେ ନବସୃଜନ କଥା କହୁଛୁ ତାହା କେବଳ ଏକ ଶବ୍ଦ ନୁହେଁ । ନବସୃଜନ ମଧ୍ୟ ଏକ କାର୍ଯ୍ୟକ୍ରମ ନୁହେଁ କି କିଛି ପ୍ରତିଯୋଗିତା ହେଲା, ନିଷ୍ପତ୍ତି ଆସିଲା, ପୁରସ୍କାର ବଣ୍ଟା ହେଲା ଆଉ ପୁଣି ଉତ୍ସବ ପାଳନ କରିବା ପରେ ସମସ୍ତେ ନିଜ-ନିଜ ଘରକୁ ଚାଲିଗଲେ । ନବସୃଜନ ହେଉଛି ଏକ ପ୍ରକ୍ରିୟା ଯାହା ନିରନ୍ତର ଚାଲୁ ରହିଥାଏ । ଆପଣ ସେତେବେଳେ ନବସୃଜନ କରି ପାରିବେ, ଯେତେବେଳେ ଆପଣ ସମସ୍ୟାକୁ ବୁଝିବେ, କିଛି ପ୍ରଶ୍ନ କରିବେ, ନୂତନ ଚିନ୍ତାଧାରାଗୁଡ଼ିକୁ ସାମ୍ନାରେ ରଖିବେ ଆଉ ପୁଣି ସେହି ଚିନ୍ତାଧାରାଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ଭରପୂର ପ୍ରୟାସ କରିବେ ।
ଏଥିପାଇଁ ମୁଁ କହୁଛି – ଆଇ ଟ୍ରିପଲ୍ ପି (ଆଇପିପିପି)ଏଥିରେ ନିଜର ମଧ୍ୟ ଆଇ ଯୋଡ଼ି ହୋଇଯାଏ, ଆଇ ଟ୍ରିପଲ୍ ପି ଅର୍ଥାତ୍ ନବସୃଜନ, ସ୍ଵତ୍ତ୍ଵାଧିକାର ପଞ୍ଜିକରଣ/ପେଟେଣ୍ଟିଂ, ଉତ୍ପାଦନ ଏବଂ ପ୍ରଗତି । ଏ ହେଉଛି ଚାରୋଟି ସିଡି ଯାହା ଉପରେ ଚାଲି ଆମ ଦେଶର ବିକାଶ ଆହୁରି ଦ୍ରୁତ ଗତିରେ ହୋଇ ପାରିବ । ଆମେ ଯେତେ ଅଧିକ ନବସୃଜନ କରିବା, ଯେତେ ଶୀଘ୍ର ସେହି ନବସୃଜନଗୁଡ଼ିକୁ ଆମେ ପେଟେଣ୍ଟିଂ କରାଇବା, ସେଗୁଡ଼ିକର ଉତ୍ପାଦନ ମାର୍ଗକୁ ଯେତେ ସହଜ କରାଇବା, ଯେତେ ଶୀଘ୍ର ତାକୁ ଲୋକଙ୍କ ପାଖରେ ପହଂଚାଇବା, ଦେଶର ସେତେ ଅଧିକ ପ୍ରଗତି ହେବ ।
ତେଣୁ ଆମ ସରକାର ଲଗାତାର ଭାବେ ନବସୃଜନକୁ ପ୍ରୋତ୍ସାହିତ କରୁଛନ୍ତି । ଅଟଳ ନବସୃଜନ ମିଶନ – ଏଆଇଏମ ମାଧ୍ୟମରେ ଦେଶରେ ନବସୃଜନ ଏବଂ ଉଦ୍ୟୋଗୀତା ସଂସ୍କୃତି ପ୍ରସ୍ତୁତ କରାଯାଉଛି । ଆମର ଉଦ୍ଦେଶ୍ୟ ହେଉଛି ଏଭଳି ଏକ ଅନୁକୂଳ ବାତାବରଣ ପ୍ରସ୍ତୁତ କରିବା ଯାହାକି ଛାତ୍ରମାନଙ୍କୁ କମ୍ ବୟସରେ ହିଁ ଭବିଷ୍ୟତର ଟେକ୍ନିକ୍ ସହିତ ପରିଚିତ କରାଇବ । ଆମର ପ୍ରୟାସ ରହିଛି କି ଇଣ୍ଟରନେଟ ଅଫ ଥିଙ୍ଗ୍ସ, କୃତ୍ରିମ ଧୀଶକ୍ତି, ବ୍ଲକ ଚେନ ଟେକ୍ନୋଲଜି, 3D ଏବଂ ରବୋଟିକ୍ସ (Internet of Things, Artificial Intelligence, Block chain Technology, 3D और Robotics) ର ଅନୁଭବ ଛାତ୍ରମାନଙ୍କୁ ନେବା ପାଇଁ ଇଂଜିନିୟରିଂ କଲେଜ ପର୍ଯ୍ୟନ୍ତ ପହଂଚିବା ପାଇଁ ଅପେକ୍ଷା କରିବାକୁ ନ ପଡ଼ୁ ।
କମ ବୟସରେ ହିଁ ନବସୃଜନର ମସ୍ତିଷ୍କ ସ୍ଥିରତା ପ୍ରସ୍ତୁତ କରିବା ଦିଗରେ ଆମେ ସାରା ଦେଶର ପାଖା-ପାଖି 2400 ସ୍କୁଲକୁ ଚିହ୍ନଟ କରିଛୁ । ଭବିଷ୍ୟତରେ ଏହି ସ୍କୁଲ ଗୁଡ଼ିକର ସଂଖ୍ୟାକୁ ବଢ଼ାଇ ଆମ ସରକାର 30 ହଜାର ପର୍ଯ୍ୟନ୍ତ ନେବାକୁ ଚାହୁଁଛନ୍ତି । ଅଟଳ ଟିଙ୍କରିଂ ଗବେଷଣାଗାର ଯୋଜନାରେ ଷଷ୍ଠ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀର ଛାତ୍ରମାନଙ୍କ ଉପରେ ଫୋକସ/କେନ୍ଦ୍ରୀଭୂତ କରାଯାଉଛି । ଏହି ପରୀକ୍ଷାଗାରଗୁଡ଼ିକରେ ଶିକ୍ଷା ଏବଂ ଶିକ୍ଷଣର ଚିନ୍ତନ ଉପରେ କାର୍ଯ୍ୟକାରୀ କରାଯାଇ ପିଲାମାନଙ୍କୁ ଆଧୁନିକ ଟେକ୍ନିକ୍ /କୌଶଳ ଅବଲମ୍ବନ କରାଯାଉଛି ।
କୈଶୋର ବୟସରେ ଯଦି ଥରେ ନବସୃଜନ ନିମନ୍ତେ ମସ୍ତିଷ୍କ ସ୍ଥିରତା ଆସିଗଲା, ତ ବୁଝି ଯାଆନ୍ତୁ ଆପଣଙ୍କର ଅଧା କାମ ହୋଇଗଲା । ଏହା ପରେ କଥା ଆସିଥାଏ ଗବେଷଣା ରାସ୍ତାକୁ ଦୃଢ଼ କରିବାର । ଆଉ ଏଥିପାଇଁ ଉଚ୍ଚ ବୈଷୟିକ ଶିକ୍ଷା ସମୟରେ ରିସର୍ଚ୍ଚକୁ ପ୍ରୋତ୍ସାହିତ କରିବା ପାଇଁ ଏକ ପ୍ରମୁଖ ନିଷ୍ପତ୍ତିର ଘୋଷଣା ଏହି ବଜେଟରେ କରାଯାଇଛି ।
ସରକାର ପିଏମଆରଏଫ ଅର୍ଥାତ ପ୍ରଧାନମନ୍ତ୍ରୀ ରିସର୍ଚ୍ଚ ଫେଲୋସିପ ପାଇଁ ଘୋଷଣା କରିଛନ୍ତି, ଆଉ ମୁଁ ଚାହିଁବି କି ଆପଣମାନେ ସମସ୍ତେ ଏହାର ଲାଭ ଉଠାନ୍ତୁ । ଏହା ମାଧ୍ୟମରେ ଆଇଆଇଟି, ଆଇଆଇଏସସି, ଏନଆଇଟି ଭଳି ସଂସ୍ଥାଗୁଡ଼ିକର ବିଟେକ୍, ଏମଟେକ୍ ଏବଂ ଏମଏସିର ଶ୍ରେଷ୍ଠ ଛାତ୍ରଛାତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀ ଫେଲୋସିପ୍ ଦିଆଯିବ । ପ୍ରତ୍ୟେକ ବର୍ଷ ଏକ ହଜାର ଛାତ୍ରଛାତ୍ରୀଙ୍କୁ ଏଥିପାଇଁ ବଛାଯିବ । ସେମାନଙ୍କୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ ମାସରେ 70 ରୁ 80 ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ମଧ୍ୟ ଦିଆଯିବ । ଅନ୍ତରାଷ୍ଟ୍ରୀୟ କର୍ମଶାଳା ଏବଂ ସଂଗୋଷ୍ଠୀ ମାନଙ୍କରେ ସେମାନେ ନିଜର ରିସର୍ଚ୍ଚ ପେପର ଉପସ୍ଥାପନ କରି ପାରିବେ, ଏଥିପାଇଁ 2 ଲକ୍ଷ ଟଙ୍କାର ଗବେଷଣା ଅନୁଦାନ ମଧ୍ୟ ସରକାରଙ୍କ ଦ୍ୱାରା ଦିଆଯିବ ।
ସାଥୀଗଣ,
ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଯେଉଁ ଦେଶମାନେ ଦ୍ରୁତ ଗତିରେ ପ୍ରଗତି ହାସଲ କରିଛନ୍ତି, ସେମାନଙ୍କ ପାଖରେ ଗୋଟିଏ ସାଧାରଣ କଥା ଥିଲା । ସେହି ଦେଶ ଗୁଡ଼ିକରେ ଉଚ୍ଚଶିକ୍ଷା ପ୍ରତିଷ୍ଠାନର ବିକାଶ ଉପରେ ବହୁତ ଗୁରୁତ୍ୱ ଦିଆଗଲା, ସେଗୁଡ଼ିକୁ ପ୍ରାଥମିକତା ଦିଆଗଲା । ବଡ଼ ସଂସ୍ଥାନଗୁଡ଼ିକରେ ହେଉଥିବା ନବସୃଜନ, ଅର୍ଥନୈତିକ ବିକାଶର ଏକ ବଡ଼ ଆଧାର ପାଲଟିଲା ।
ଏହି କାରଣରୁ ସରକାର ଦେଶରେ ଥିବା ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକୁ ଅଧିକରୁ ଅଧିକ ସ୍ୱାୟତ୍ତତା ଅର୍ଥାତ ଅଟୋନମି ଦେବାର ଅଛି । ସରକାର ଦେଶରେ ବିଶ୍ୱସ୍ତରୀୟ 20 ଟି ଉତ୍କର୍ଷ ଅନୁଷ୍ଠାନ ପ୍ରତିଷ୍ଠା କରିବା ଉପରେ ମଧ୍ୟ କାର୍ଯ୍ୟ କରୁଛନ୍ତି । ଏଥିରୁ ଘରୋଇ କ୍ଷେତ୍ରରୁ 10 ଟିକୁ ମୋଟ 10 ହଜାର କୋଟି ଟଙ୍କାର ସହାୟତା ମଧ୍ୟ ସରକାରଙ୍କ ଦ୍ୱାରା ପ୍ରଦାନ କରାଯିବ ।
ଗୋଟିଏ ପଟେ ଆମେ ଭବିଷ୍ୟତ ପାଇଁ ଇକୋ ସିଷ୍ଟମ ପ୍ରସ୍ତୁତ କରୁଛୁ ଅନ୍ୟ ପକ୍ଷରେ ଷ୍ଟାର୍ଟ-ଅପ୍ ଇଣ୍ଡିଆ ଭଳି ସ୍କିମ ଅଧୀନରେ ନୂତନ ଷ୍ଟାର୍ଟ-ଅପ୍ ଆଉ ଉଦ୍ୟୋଗୀ ପ୍ରସ୍ତୁତ କରିବାର କାର୍ଯ୍ୟ କରାଯାଉଛି । ଆପଣମାନଙ୍କୁ କହିବାକୁ ଚାହେଁ କି ଯେବେଠାରୁ ଏହି ଯୋଜନା ଶୁଭାରମ୍ଭ ହୋଇଛି, ସେତେବେଳେ ଠାରୁ 6ହଜାର ଷ୍ଟାର୍ଟ-ଅପ୍ କୁ ମଞ୍ଜୁରି ଦିଆଯାଇ ସାରିଛି । ଏହି ଷ୍ଟାର୍ଟ-ଅପ୍ କୁ ସରକାର ଆର୍ଥିକ ସହାୟତା ଦେଉଛନ୍ତି ।
ବନ୍ଧୁଗଣ,
ନବସୃଜନର ସଂସ୍କୃତି ସହିତ ବିଶ୍ୱସ୍ତରୀୟ ଆହ୍ୱାନକୁ ଦୃଷ୍ଟିରେ ରଖି ନିଜକୁ ପ୍ରସ୍ତୁତ କରିବାର ମଧ୍ୟ ବହୁତ ଆବଶ୍ୟକତା ରହିଛି । ମୋର ମନେ ଅଛି, ଯେତେବେଳେ ହଳଦୀ, ନିମ, ବାସୁମତି ଭଳି ପେଟେଣ୍ଟ କ୍ଷେତ୍ରରେ ମଧ୍ୟ ଅନ୍ୟ ଦେଶମାନେ କରାଇ ନେଇଥିଲେ ତ କେତେ କଷ୍ଟକର ସମୟ ଥିଲା । ଏଥିପାଇଁ ଆମ ସରକାର ବୌଦ୍ଧିକ ସ୍ଵତ୍ତ୍ଵାଧିକାର ଏବଂ କପିରାଇଟର ବ୍ୟବସ୍ଥାରେ ମଧ୍ୟ ସଂସ୍କାର ଆଣିବା ପାଇଁ ଅନେକ ନିଷ୍ପତ୍ତି ନେଲେ ।
ଏହାର ପରିଣାମ ହେଉଛି କି 2013-14 ବର୍ଷରେ ଯେତେବେଳେ 4 ହଜାର ପାଖାପାଖି ପେଟେଣ୍ଟ ପଞ୍ଜିକୃତ ହୋଇଥିଲା ସେତେବେଳେ ଚଳିତ ବର୍ଷ ଫେବୃୟାରୀ ପର୍ଯ୍ୟନ୍ତ 11 ହଜାର 300 ରୁ ଅଧିକ ପେଟେଣ୍ଟ ପଞ୍ଜିକୃତ ହୋଇଛି । ଆଉ ମୋର ବିଶ୍ୱାସ ଅଛି କି ଏହା ଶୁଣି ଆପଣମାନେ ଗର୍ବ ଅନୁଭବ କରିବେ, ଆପଣମାନେ ଖୁସି ହେବେ । ଅର୍ଥାତ୍ ପୂର୍ବ ସରକାର ତୁଳନାରେ ପାଖାପାଖି ତିନି ଗୁଣ ଅଧିକ ପେଟେଣ୍ଟର ପଞ୍ଜିକରଣ ଏହି ସରକାରଙ୍କ ସମୟରେ ହୋଇଛି । ଟ୍ରେଡମାର୍କ ପଞ୍ଜିକରଣ ମଧ୍ୟ ତିନି ବର୍ଷରେ ତିନି ଗୁଣ ବଢ଼ିଯାଇଛି । 2013-14 ରେ ପ୍ରାୟ 68 ହଜାର ଟ୍ରେଡମାର୍କ ପଞ୍ଜିକରଣ ହୋଇଥିଲା । ଏବେ ଏହି ପରିସଂଖ୍ୟାନ ଅଢ଼େଇ ଲକ୍ଷ ଉପରକୁ ଯାଇ ସାରିଛି ।
ନବସୃଜନ ଏବଂ ବୌଦ୍ଧିକ ସ୍ଵତ୍ତ୍ଵାଧିକାର ସହିତ ଉତ୍ପାଦନ ଉପରେ ମଧ୍ୟ ଆମ ସରକାର ସମ୍ପୂର୍ଣ୍ଣ ଗୁରୁତ୍ୱ ଦେଉଛନ୍ତି । ମେକ୍ ଇନ୍ ଇଣ୍ଡିଆ ଏଭଳି ଏକ ବ୍ରାଣ୍ଡ ହୋଇ ଯାଇଛି ଯାହାର ଚର୍ଚ୍ଚା ସାରା ଦୁନିଆରେ ହେଉଛି । ଆପଣଙ୍କୁ କେବଳ ଗୋଟିଏ କ୍ଷେତ୍ରର ଉଦାହରଣ ଦେବି ତ ଆପଣ ମଧ୍ୟ ସମଗ୍ର ଚିତ୍ରକୁ ବୁଝି ପାରିବେ ।
ବନ୍ଧୁଗଣ, ଚାରି ବର୍ଷ ପୂର୍ବେ ଆମ ଦେଶରେ ମୋବାଇଲ ଫୋନ ତିଆରି କରିବା ଭଳି କେବଳ ଦୁଇଟି କାରଖାନା ଥିଲା । ଆଉ ଆପଣ ସମସ୍ତ ଯୁବକମାନେ ଏହି କ୍ଷେତ୍ରରେ ଅଛନ୍ତି, ଆପଣମାନେ ଜାଣି ଖୁସି ହେବା ଦରକାର କି ଚାରି ବର୍ଷ ପୂର୍ବେ ଆମ ଦେଶରେ ମୋବାଇଲ ଫୋନ ତିଆରି କରିବା ଭଳି କେବଳ ଦୁଇଟି କାରଖାନା ଥିଲା, ବର୍ତ୍ତମାନ ଆଜି ଚାରି ବର୍ଷ ମଧ୍ୟରେ ଦେଶ ଯେଭଳି ଭାବେ ଅଗ୍ରଗତି କରିଛି, ମେକ୍ ଇନ୍ ଇଣ୍ଡିଆ ଗତି କରୁଛି, ଦୁଇଟି କାରଖାନାରୁ ବାହାରି ଆଜି ହିନ୍ଦୁସ୍ଥାନରେ ମୋବାଇଲ ଫୋନ ତିଆରି କରିବା ଭଳି 120 ଟି କାରଖାନା ଆଜି ଦେଶରେ କାର୍ଯ୍ୟ କରୁଛନ୍ତି ।
ଯେତେବେଳେ ନବସୃଜନ, ପେଟେଣ୍ଟ ଏବଂ ଉତ୍ପାଦନ ନିଜେ ସଂପୂର୍ଣ୍ଣ ଗତିଶୀଳ ହୁଅନ୍ତି, ସେତେବେଳେ ପ୍ରଗତି-ସମୃଦ୍ଧି ଆସିବାର ଗତି ମଧ୍ୟ ଦ୍ରୁତ ହୋଇ ଯାଇଥାଏ । କିନ୍ତୁ ସାଥୀଗଣ, ଏଥିରେ ଆଉ ଏକ ମହତ୍ୱପୂର୍ଣ୍ଣ ପ୍ରଶ୍ନ ମଧ୍ୟ ଯୋଡ଼ି ହୋଇ ରହିଛି । ଶେଷରେ ନବସୃଜନ କାହା ପାଇଁ? କ’ଣ ଆମେ ନିଜ ପାଇଁ ଆମ ଦେଶ ପାଇଁ କିମ୍ବା ଆମ ଦେଶର ଗରିବ ଦୁଃଖୀ ବନ୍ଧୁମାନଙ୍କ ପାଇଁ? ନିଜର ଆବଶ୍ୟକତାଗୁଡ଼ିକୁ ପୂରଣ କରିବା ପାଇଁ ଅବା ଦେଶର ଆବଶ୍ୟକତାଗୁଡ଼ିକୁ ପୂରଣ କରିବା ପାଇଁ ।
ମୁଁ ମୋର ଯୁବ ବନ୍ଧୁମାନଙ୍କ ସମ୍ମୁଖରେ ଏହି ପ୍ରଶ୍ନ ଜାଣି ଶୁଣି ରଖିଛି । ଆନ୍ତର୍ଜାତୀୟ ଗେଜେଟ ମଧ୍ୟରେ, ପତ୍ରିକା ମଧ୍ୟରେ ବୈଜ୍ଞାନିକ ଜ୍ଞାନ କୌଶଳର ଦୁନିଆରେ ଆମର ସନ୍ଦର୍ଭ ଛପା ହୋଇଯିବ କିନ୍ତୁ ସନ୍ତୋଷ ସେତେବେଳେ ମିଳିବ କି ମୋର କୌଣସି ଜିନିଷ ଯଦି ଦେଶର କାମରେ ଆସିବା ଭଳି ହେବ, ଆଉ ଏଥିପାଇଁ ଏ ଦିଗରେ ମଧ୍ୟ ଚିନ୍ତା କରାଯିବା ଦରକାର କି ଏଭଳି ନବସୃଜନ କ’ଣ ହେବା ଦରକାର ଯାହା ଦେଶ ପାଇଁ କାମରେ ଆସିବ । ଏହି ଦେଶର ସମସ୍ୟାଗୁଡ଼ିକୁ ସମାଧାନ କରନ୍ତୁ ।
ଏହି ଦେଶରେ ବହୁମୁଖୀ ହାକାଥନ ମଧ୍ୟ ଏକ ପଦକ୍ଷେପ ମଧ୍ୟ ହୋଇ ପାରିବ । ଯେଭଳି ସ୍ୱାସ୍ଥ୍ୟ-ହାକାଥନ, ଆଇନ-ହାକାଥନ, ସ୍ଥପତି-ହାକାଥନ, କୃଷି-ହାକାଥନ, ଆଉ ଗ୍ରାମୀଣ-ହାକାଥନ । ଏଭଳି ଅନେକ ଜିନିଷ ଆମେ ବାହାର କରି ପାରିବା । ଆମ ଦେଶକୁ ଭିନ୍ନ ଭାବୁଥିବା ସୃଜନଶୀଳ ଭାବୁଥିବା କୃଷି ବିଶେଷଜ୍ଞ ହୁଅନ୍ତୁ, ସ୍ଥପତି ହୁଅନ୍ତୁ, ଡାକ୍ତର ହୁଅନ୍ତୁ, ଆଇନଜୀବୀ ହୁଅନ୍ତୁ, ମ୍ୟାନେଜର ହୁଅନ୍ତୁ ସେମାନଙ୍କର ଆବଶ୍ୟକତା ଅଛି ।
ମୋର ବିଶ୍ୱାସ ରହିଛି କି ଏହି ହାକାଥନ ନୂତନ ପ୍ରତିଭାମାନଙ୍କୁ ମଧ୍ୟ ଏକ ମଞ୍ଚ ଦେବାର ଏକ ବଡ଼ ମାଧ୍ୟମ ହୋଇ ପାରିବ । ଏହା ମାଧ୍ୟମରେ ଘରୋଇ ପରିବହନ ସହିତ ଜଡ଼ିତ, ପରିମଳ ଏବଂ ବର୍ଜ୍ୟ ପରିଚାଳନା ସହିତ ଜଡ଼ିତ, ସ୍ୱଚ୍ଛତା ସହିତ ଜଡ଼ିତ, ନବସୃଜନକୁ ମଧ୍ୟ ଆମେ ଆଗକୁ ଆଣି ପାରିବା ।
ଏହା ଦ୍ୱାରା ଦେଶର ଲୋକଙ୍କ ସାମ୍ନାରେ ନିତି ଦିନିଆ ଆବଶ୍ୟକତା ତ କମ୍ ହେବ, ସେମାନଙ୍କ ଜୀବନ ମଧ୍ୟ ସହଜ ହେବ । ଏହା ବ୍ୟତୀତ ଆପରମାନଙ୍କର ନବସୃଜନ ଦେଶର ସେବା କରିବାର କାର୍ଯ୍ୟରେ ମଧ୍ୟ ଆସିବ ।
ମୋତେ ଯେପରି ଅବଗତ କରାଯାଇଛି କି ଆପଣ ସମସ୍ତେ ଏହି ହାକାଥନରେ ଉଚ୍ଚ ସ୍ପଷ୍ଟତା(High Resolution) ଯୁକ୍ତ ଚିତ୍ର ଉତ୍ତୋଳନ ପାଇଁ କିପରି ଦ୍ରୋନର ବ୍ୟବହାର କରାଯିବ; ଏହା ଉପରେ ମଧ୍ୟ କାର୍ଯ୍ୟ କରୁଛନ୍ତି । ଏବେ ଏହା ସହିତ ଜଡ଼ିତ କୌଣସି ମଧ୍ୟ ନବସୃଜନ ଦେଶର ବହୁତ ବଡ଼ ସେବା ହେବ ।
ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ କି ଦ୍ରୋନ ଦ୍ୱାରା ନିଆ ଯାଉଥିବା ଚିତ୍ରକୁ କିଭଳି ଆମ ସରକାର ଯୋଜନା ଗୁଡ଼ିକର ଅନୁଧ୍ୟାନ ସହିତ ଯୋଡ଼ି ଦେଇଛନ୍ତି । ଆଜି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଯେଉଁ ଘର ତିଆରି ହେଉଛି, ପ୍ରଧାନମନ୍ତ୍ରୀ ସିଂଚାଇ ପ୍ରକଳ୍ପ ଅଧୀନରେ ଯେଉଁ ଅଧା ପଡ଼ିଥିବା ପ୍ରକଳ୍ପ ଗୁଡ଼ିକ ସଂପୂର୍ଣ୍ଣ କରାଯାଉଛି, ମନରେଗା ଅଧୀନରେ ଯେଉଁ କାର୍ଯ୍ୟ କରାଯାଉଛି, ତାହାର ଜିଓ-ଟ୍ୟାଗିଂ ଏବଂ ମ୍ୟାପିଂରେ ଏହାର ବହୁତ ବଡ଼ ଭୂମିକା ଅଛି ।
ବିଗତ ମାସର କଥା କି ଯେତେବେଳେ ପ୍ରଗତିର ବୈଠକ ସମୟରେ ଆମେ ଦ୍ରୋନ କ୍ୟାମେରା ମାଧ୍ୟମରେ ସିଧାସଳଖ ସମୀକ୍ଷା କରିଥିଲୁ କି କେଦାର ଘାଟୀରେ ନିର୍ମାଣ କାର୍ଯ୍ୟ କେତେ ଶେଷ ହୋଇଛି । ଛାଡ଼ନ୍ତୁ, ସେଠାରେ ବରଫ ବର୍ଷା ଲାଗି ରହିଥିଲା, ଟେକ୍ନୋଲଜି ଯୋଗାଯୋଗରେ କିଛି ଅସୁବିଧା ମଧ୍ୟ ଥିଲା, କିନ୍ତୁ ପୁଣି ମଧ୍ୟ ଏକ ଚିତ୍ର ମୋ ସମ୍ମୁଖରେ ପ୍ରସ୍ତୁତ ହେଲା । ଦିଲ୍ଲୀରେ ବସି ମୁଁ ତାହାକୁ ନିଜେ ସଂପୂର୍ଣ୍ଣ ଅନୁଧ୍ୟାନ କରିପାରିଲି । ଏବେ ଆପଣ ସମସ୍ତେ କିଛି ନବସୃଜନ କରିବେ ତ ଆଗାମୀ ଦିନରେ ଏଭଳି ଜିନିଷର ବ୍ୟବହାର କରିବା ମଧ୍ୟ ବହୁତ ସାଧାରଣ ହୋଇଯିବ ।
ମୋର ଯେଉଁ ଯୁବ ବନ୍ଧୁମାନଙ୍କୁ ପ୍ରଗତି ବୈଠକ ବିଷୟରେ ଜଣା ନାହିଁ, ସେମାନଙ୍କୁ ମୁଁ କହିବାକୁ ଚାହୁଁଛି କି ଆମ ସରକାର ଅନୁଧ୍ୟାନ ବା ସମୀକ୍ଷାର ଏକ ଆଧୁନିକ ବ୍ୟବସ୍ଥା ବିକଶିତ କରିଛନ୍ତି । ଏଥିରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଆମେମାନେ ବୈଠକରେ ବସୁ, ରାଜ୍ୟଗୁଡ଼ିକର ଅଧିକାରୀ ମାନେ ସାଟେଲାଇଟ୍ ଜରିଆରେ ଆମ ସହିତ ଯୋଡ଼ି ହୁଅନ୍ତି, ଆଉ ଯୋଜନାଗୁଡ଼ିକର ପ୍ରକୃତ ସମୟ କାର୍ଯ୍ୟ ପ୍ରଗତି ଅନୁଧ୍ୟାନ କରାଯାଇଥାଏ । ଯୋଜନା ଶେଷ ହେବାରେ କାହିଁକି ଡେରି ହେଉଛି, କ’ଣ ଅସୁବିଧା ଅଛି, କେତେ କାମ ହୋଇଛି, କେତେ ବାକି ଅଛି, ଏହି ସମସ୍ତ ଆଲୋଚନା ଆମ ସାମ୍ନାରେ ହୋଇଥାଏ ।
ସାଥୀଗଣ,
ପରିବର୍ତ୍ତିତ ସମୟରେ ଏବେ କୌଣସି ମଧ୍ୟ ଦେଶର ଆର୍ଥିକ ପ୍ରଗତି ତାଙ୍କର ନବସୃଜନ ଅନୁପାତ ଉପରେ ନିର୍ଭର କରିଥାଏ । ଆମ ଦେଶରେ ସାଧନର ଅଭାବ ନାହିଁ; ଆପଣ ମାନଙ୍କ ଭଳି ଯୁବକମାନଙ୍କ ପାଖରେ ଭରପୂର ସାମର୍ଥ୍ୟ ଅଛି । ମୋର ନିଶ୍ଚିତ ଭବେ ଗୋଟିଏ ଅନୁରୋଧ ରହିଛି । ଯେତେ ସ୍ୱପ୍ନ ଆପଣ ଦେଖିବାକୁ ଚାହୁଁଛନ୍ତି, ତାହା ଦେଖନ୍ତୁ, କିନ୍ତୁ ତାକୁ ପୂରଣ କରିବା ପାଇଁ ଅବଶ୍ୟ ପଦକ୍ଷେପ ମଧ୍ୟ ଉଠାନ୍ତୁ । କୌଣସି ସ୍ୱପ୍ନକୁ ମଧ୍ୟ ମରିଯିବାକୁ ଦିଅନ୍ତୁ ନାହିଁ । ଯେତେବେଳେ ସ୍ୱପ୍ନ ପୂରଣ କରିବା ପାଇଁ ଇଚ୍ଛାଶକ୍ତି ଅଛି, କିଛି କରିଯିବା ପାଇଁ ଅଛି, ସେତେବେଳେ ଆପଣ ଲକ୍ଷ୍ୟକୁ ମଧ୍ୟ ପ୍ରାପ୍ତ କରି ପାରିବେ ।
ମନେ ରଖନ୍ତୁ- ମୁଁ ଯେଉଁ ପିଢିରେ ଅଛି, ଆପଣ ଯେଉଁ ପିଢିରେ ଅଛନ୍ତି, ଆମେ ସେହି ଲୋକ ଅଟୁ, ଯେଉଁମାନଙ୍କୁ ସ୍ୱାଧୀନତା ପାଇଁ ଲଢ଼ିବାର ସୁଯୋଗ ମିଳି ନଥିଲା, ଜେଲରେ ଜୀବନ କାଟିବାର ସୁଯୋଗ ମିଳି ନଥିଲା, ନିଜ ଯୌବନ ଦେଶ ପାଇଁ ସମର୍ପଣ କରିବାର ଅବସର ମିଳି ନ ଥିଲା, ଦେଶ ପାଇଁ ମରିବାର ସୁଯୋଗ ମିଳି ନ ଥିଲା, କିନ୍ତୁ ଆମେ ସମସ୍ତଙ୍କୁ ଦେଶ ପାଇଁ ଜୀଇଁବାର ସୌଭାଗ୍ୟ ପ୍ରାପ୍ତ ହୋଇଛି । ମରିବାର ସୁଯୋଗ ଆସିଲା ନାହିଁ କିନ୍ତୁ ଜୀଇଁବାର ଅବସର ମିଳିଛି । ଦେଶ ପାଇଁ ଜୀଇଁବାର ସୁଯୋଗ ମିଳିଛି । ଗରିବ ସାଧାରଣ ବ୍ୟକ୍ତିଙ୍କ ଜୀବନ ପାଇଁ ଜୀଇଁବାର ଅବସର ମିଳିଛି ଆଉ ଏଥିପାଇଁ ନିଜର ପ୍ରତିଭା, ନିଜର ସାମର୍ଥ୍ୟ ଦେଶ ପାଇଁ ଲଗାନ୍ତୁ । ଟେକ୍ନୋଲଜିର ବହୁଳ ବ୍ୟବହାର କିପରି ଦେଶ ପାଇଁ ହୋଇ ପାରିବ, ଏହି ଦିଗରେ ନିରନ୍ତର ଚିନ୍ତା କରନ୍ତୁ, ପ୍ରୟାସ ଜାରି ରଖନ୍ତୁ ।
ବନ୍ଧୁଗଣ, ମୁଁ ଦେଖୁଛି କି ଆପଣ ସକାଳୁ ବସିଛନ୍ତି ଆଉ କାଲି ରାତି ପର୍ଯ୍ୟନ୍ତ ବସିବେ, 36 ଘଣ୍ଟା ବହୁତ ହୋଇଥାଏ । ମୁଁ ମଧ୍ୟ ଆଜି ଆପଣଙ୍କର ଅନୁଭବ ଶୁଣିବାକୁ ଚାହିଁବି । ଆପଣମାନଙ୍କୁ ଏତେ ଚିନ୍ତାଗ୍ରସ୍ତ ଅବସ୍ଥାରେ ଏଠାରେ ଆପଣମାନଙ୍କୁ କିଛି ସମୟ ଚିନ୍ତାମୁକ୍ତ କରିବା ପାଇଁ କିଛି ପ୍ରାଣାୟାମ ମଧ୍ୟ କରି ନେବେ, ଟିକେ ଗଭୀର ପ୍ରଶ୍ୱାସ ମଧ୍ୟ ନେଇ ନେବେ ଅଥବା ହାତ ପାଦ ଉପରକୁ କରି ଟିକେ ଯୋଗର ମଧ୍ୟ ସ୍ୱାଦ ନେଇ ଯାଉଥିବେ । ଫଳରେ ଟିକେ ମାନସିକ ସନ୍ତୁଳନ ଆସିଯିବ ତ ଦ୍ରୁତ ଗତିରେ ନୂଆ-ନୂଆ ଚିନ୍ତାଧାରା ଆସିଥାଏ ଆଉ ଆପଣ ଯେଉଁ କାର୍ଯ୍ୟକୁ କରୁଛନ୍ତି ସେହି କାର୍ଯ୍ୟର ବୀଜରୋପଣ ମୁଁ ମଧ୍ୟ ଆପଣମାନଙ୍କ ଭିତରେ କରୁଛି ।
ସର୍ବ ପ୍ରଥମେ ମୁଁ ଯେତେବେଳେ ଆପଣମାନଙ୍କ ମଧ୍ୟକୁ ଆସିଛି ତ ଚାହିଁବି କି ଆପଣମାନଙ୍କର କିଛି ଅନୁଭବ ଶୁଣିବି । ଭିନ୍ନ-ଭିନ୍ନ କ୍ଷେତ୍ରକୁ ଯିବି । ମୋତେ ଅବଗତ କରାଯାଇଥିଲା କି ବୋଧହୁଏ ସର୍ବ ପ୍ରଥମେ ପାନିପଥର ଯୁବକମାନଙ୍କ ସହିତ କଥା ହେବାର ସୁଯୋଗ ମିଳୁଛି I
****
I am happy to see young minds thinking about ways to take our nation forward. It is a delight to be among smart innovators of smart India: PM @narendramodi
— PMO India (@PMOIndia) March 30, 2018
Glad to see today's younger generation immerse themselves in nation building. Such efforts give strength to the efforts to build a New India: PM @narendramodi https://t.co/khZNRVGKaI
— PMO India (@PMOIndia) March 30, 2018
There is so much to learn from the youth of India: PM @narendramodi https://t.co/khZNRVGKaI
— PMO India (@PMOIndia) 30 March 2018
Nobody is blessed with all the knowledge in the world. This applies to Governments too...the biggest mistake governments make is to think they alone can bring about change.
— PMO India (@PMOIndia) 30 March 2018
What brings about change is participative governance: PM @narendramodi https://t.co/khZNRVGKaI
The biggest assets of any nation are Shram Shakti and Iccha Shakti. Once the people decide to bring about change, everything is possible: PM @narendramodi
— PMO India (@PMOIndia) 30 March 2018
I am happy that over half the projects selected during last year's Hackathon have been completed and more are nearing completion in the near future: PM @narendramodi
— PMO India (@PMOIndia) 30 March 2018
Essential to know the root of every problem and think about 'out of the box' ways to solve them: PM @narendramodi https://t.co/khZNRVGKaI
— PMO India (@PMOIndia) March 30, 2018
Am told youngsters are working on how we can strengthen our efforts for flood relief and relief in the wake of forest fires: PM @narendramodi https://t.co/khZNRVGKaI
— PMO India (@PMOIndia) March 30, 2018
Innovation is not merely a word. Nor is it restricted to events or occasions. Innovation is a continuous process. Questioning is an important aspect of innovation. Never shy away from questioning: PM @narendramodi https://t.co/khZNRVGKaI
— PMO India (@PMOIndia) 30 March 2018
What will drive innovation is IPPP- Innovate, Patent, Produce, and Prosper.
— PMO India (@PMOIndia) 30 March 2018
We should innovate more, patent them, make their production easier and take it to the people. This is what brings prosperity: PM @narendramodi https://t.co/khZNRVGKaI
An innovative mindset augurs well for students.
— PMO India (@PMOIndia) March 30, 2018
After an innovative mindset comes the desire for research: PM @narendramodi
After the Second World War, the nations that emphasised on higher education witnessed greater prosperity.
— PMO India (@PMOIndia) March 30, 2018
We want to give more autonomy to our higher education sector. Work is being done to create institutions of eminence: PM @narendramodi
Innovation has the power to overcome the challenges our world faces: PM @narendramodi
— PMO India (@PMOIndia) March 30, 2018
The world is talking about @makeinindia! Today, the number of factories where mobile phones are made has significantly shot up: PM @narendramodi
— PMO India (@PMOIndia) March 30, 2018
One feels happy when one's work is published but at the same time, we should think about how our innovation transforms the lives of our fellow citizens: PM @narendramodi
— PMO India (@PMOIndia) 30 March 2018
Schools give character certificates to students when they pass out. However, have you noticed, that even those in jail have a 'character certificate.'
— PMO India (@PMOIndia) March 30, 2018
Why not think about an aptitude certificate instead: PM @narendramodi
What our young minds are doing today will benefit the nation in the coming years: PM @narendramodi
— PMO India (@PMOIndia) March 30, 2018