ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ଵର୍ଣ୍ଣ ପଦକ ବିଜୟୀ ମହିଳା ଭାରୋତ୍ତୋଳନକାରୀ କେ.ସଞ୍ଜିତା ଚାନୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, “ଭାରତକୁ ଦ୍ଵିତୀୟ ସ୍ଵର୍ଣ୍ଣ ପଦକ! 53 କିଲୋଗ୍ରାମ ମହିଳା ଭାରୋତ୍ତୋଳନରେ ସ୍ଵର୍ଣ୍ଣ ପଦକ ବିଜୟିନୀ କେ.ସଞ୍ଜିତା ଚାନୁଙ୍କୁ ଅଭିନନ୍ଦନ । ତାଙ୍କ ଦୃଷ୍ଟାନ୍ତମୂଳକ କ୍ରୀଡା ନୈପୁଣ୍ୟରେ ଦେଶ ଆଜି ଅତ୍ୟନ୍ତ ଆନନ୍ଦିତ ।”
ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟ ନଗରୀରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା 2018ରେ ମହିଳା ଭାରୋତ୍ତୋଳନକାରୀ ଖୁମୁକଚାମ ସଞ୍ଜିତା ଚାନୁ ଭାରତ ପାଇଁ ଦ୍ଵିତୀୟ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି ।
****
A second Gold for India! Congratulations to K Sanjita Chanu on winning the Gold Medal in the Women’s 53 kg weightlifting event. The nation is overjoyed by this exemplary performance: PM @narendramodi #GC2018 @GC2018 pic.twitter.com/nGcRymiry8
— PMO India (@PMOIndia) April 6, 2018