Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବିଶ୍ଵ ସ୍ୱାସ୍ଥ୍ୟ ଦିବସରେ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ଵ ସ୍ୱାସ୍ଥ୍ୟ ଦିବସ ପାଳନ ଅବସରରେ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, “ଉତ୍ତମ ସ୍ୱାସ୍ଥ୍ୟ ହେଉଛି ମାନବ ପ୍ରଗତିର ପ୍ରକୃତ ଆଧାର । ଆଜିର ବିଶ୍ଵ ସ୍ୱାସ୍ଥ୍ୟ ଦିବସରେ ସମସ୍ତଙ୍କ ଉତ୍ତମ ସ୍ୱାସ୍ଥ୍ୟ ମନାସିବା ସହ ଅଭିବୃଦ୍ଧିର ଶୀର୍ଷ ସୋପାନରେ ପହଞ୍ଚିବା ଲାଗି ଶୁଭକାମନା ଜଣାଉଛି ।

ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଏବଂ ଅନ୍ୟ ସଂସ୍ଥାମାନଙ୍କ ଦ୍ଵାରା ବଛାଯାଇଥିବା ବିଷୟବସ୍ତୁ ‘ସାର୍ବଜନୀନ ସ୍ୱାସ୍ଥ୍ୟ ସେବା : ସବୁରି ପାଇଁ ସବୁଠାରେ’ କୁ ମୁଁ ସ୍ଵାଗତ କରୁଛି । ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ – ଏହି ଆକାଂକ୍ଷା ଆମକୁ, ଆୟୁଷ୍ମାନ ଭାରତ ଭଳି ବିଶ୍ଵର ସର୍ବବୃହତ ସ୍ୱାସ୍ଥ୍ୟସେବା ଯୋଜନା ଆରମ୍ଭ କରିବା ଦିଗରେ ଅନୁପ୍ରେରିତ କରିଛି ।”