Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନୂଆଦିଲ୍ଲୀରେ ବୁଦ୍ଧ ଜୟନ୍ତୀ ସମାରୋହରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀରେ ବୁଦ୍ଧ ଜୟନ୍ତୀ ସମାରୋହରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀରେ ବୁଦ୍ଧ ଜୟନ୍ତୀ ସମାରୋହରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀରେ ବୁଦ୍ଧ ଜୟନ୍ତୀ ସମାରୋହରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ


ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମଠାରେ ଆଜି ଆୟୋଜିତ ବୁଦ୍ଧ ଜୟନ୍ତୀ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ ।

ସେ ସଂଘ ଦାନ ଅର୍ପଣ କରିଥିଲେ । ସେ ସାରନାଥସ୍ଥିତ Central Institute of Higher Tibetan Studies ଏବଂ ବୋଧ ଗୟାର ସର୍ବଭାରତୀୟ ଭିକ୍ଷୁ ସଂଘକୁ ବୈଶାଖ ସମ୍ମାନ ପ୍ରଶସ୍ତିପତ୍ର ପ୍ରଦାନ କରିଥିଲେ ।

ଉପସ୍ଥିତ ଜନସଭାରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଏକ ଅଭିନବ ଐତିହ୍ୟର ସ୍ଥାନ ଯେଉଁଠି ପରସ୍ପର ବିରୋଧୀ ବିଚାର ସବୁବେଳେ ମାନବ ସମାଜକୁ ଲାଭ ପହଞ୍ଚାଇଥାଏ । ସେ କହିଥିଲେ ଯେ ଭଗବାନ ବୁଦ୍ଧଙ୍କ ବାଣୀ ଅନେକ ରାଷ୍ଟ୍ର ନିର୍ମାଣ କରିଛି । ସେ କହିଥିଲେ ଭାରତ କେବେ ହେଲେ ଆକ୍ରମଣକାରୀ ହୋଇ ରହିନାହିଁ ।

ଭଗବାନ ବୁଦ୍ଧଙ୍କ ଦ୍ୱାରା ପ୍ରଦର୍ଶିତ ଅଷ୍ଟାଙ୍ଗ ମାର୍ଗ ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରି କହିଥିଲେ ଯେ ଏହି ମାର୍ଗ ଅନୁସରଣ କରିବା ଦ୍ୱାରା ଆମେ ଜୀବନରେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ସମ୍ଭବ ହୋଇପାରିବ ।

ବୁଦ୍ଧଙ୍କ ପ୍ରେମ ଏବଂ କରୁଣାର ବାର୍ତ୍ତା ଆଜିର ବିଶ୍ୱକୁ ବ୍ୟାପକ ଭାବେ ଲାଭାନ୍ୱିତ କରିପାରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ତେଣୁ ଯେଉଁମାନେ ବୁଦ୍ଧଙ୍କଠାରେ ବିଶ୍ୱାସ କରୁଛନ୍ତି ସେମାନେ ଏହି ମହାନ ଉଦ୍ଦେଶ୍ୟ ପୂର୍ତ୍ତି ପାଇଁ ସେମାନଙ୍କୁ ଏକଜୁଟ ହେବା ଲାଗି ସେ ଗୁରୁତ୍ୱାରୋପ କରିଥିଲେ ।

ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଭଗବାନ ବୁଦ୍ଧଙ୍କ ଦ୍ୱାରା ପ୍ରଦର୍ଶିତ ମାର୍ଗକୁ ଅନୁସରଣ କରି ଲୋକମାନଙ୍କ ସେବା କରିବା ଲାଗି ସରକାର କରୁଣାଭାବ ନେଇ କାର୍ଯ୍ୟ କରୁଛନ୍ତି । ସେ ମଧ୍ୟ କହିଥିଲେ ଯେ ଭଗବାନ ବୁଦ୍ଧଙ୍କ ସହ ଜଡ଼ିତ ଐତିହ୍ୟ ସହିତ ଭାରତର ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଲାଗି କେନ୍ଦ୍ର ସରକାର ଏକ ବିସ୍ତୃତ ସଂକଳ୍ପ ନେଇ କାର୍ଯ୍ୟ କରୁଛନ୍ତି । ବୌଦ୍ଧ ପର୍ଯ୍ୟଟନ ବଳୟ ପାଇଁ 360 କୋଟି ଟଙ୍କା ଅନୁମୋଦନ କରାଯାଇଛି ।

ଦେଶ ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ଉପଲକ୍ଷେ 2022ରେ ନୂତନ ଭାରତ ଗଠନ ଲାଗି ଯୋଗଦାନ ଦେବାକୁ ପ୍ରଧାନମନ୍ତ୍ରୀ ଉପସ୍ଥିତ ଜନସଭାକୁ ଆହ୍ୱାନ କରିଥିଲେ । ଏହି ତାରିଖ ସୁଦ୍ଧା ପୂରଣ କରିବା ଲାଗି କିଛି କାର୍ଯ୍ୟ ନିର୍ଦ୍ଧାରଣ କରିବା ପାଇଁ ସଂକଳ୍ପ ନେବା ନିମନ୍ତେ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ।

**********