ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଔଷଧିୟ ବୃକ୍ଷ କ୍ଷେତ୍ରରେ ସହଯୋଗ ଲାଗି ଭାରତ ଏବଂ ଇକ୍ଵେଟରିଆଲ ଗୁଏନା ମଧ୍ୟରେ ବୁଝାମଣାକୁ ପିଛିଲା ଭାବେ ଅନୁମୋଦନ କରିଛନ୍ତି ।
ବୁଝାମଣାପତ୍ର ଦ୍ୱାରା ଦୁଇ ଦେଶ ମଧ୍ୟରେ ଔଷଧିୟ ବୃକ୍ଷ କ୍ଷେତ୍ରରେ ସହଯୋଗକୁ ଆହୁରି ପ୍ରୋତ୍ସାହନ ମିଳିପାରିବ । ସହଯୋଗ ଅନ୍ତର୍ଗତ ଗବେଷଣା କାର୍ଯ୍ୟ, ପ୍ରଶିକ୍ଷଣ ପାଠ୍ୟକ୍ରମ, ସମ୍ମିଳନୀ ଏବଂ ବୈଠକ ଆୟୋଜନ ଲାଗି ଆବଶ୍ୟକ ଆର୍ଥିକ ସମ୍ବଳ ଆୟୁଷ ମନ୍ତ୍ରଣାଳୟ ଅଧୀନରେ ଗଠିତ ଜାତୀୟ ଔଷଧିୟ ବୃକ୍ଷ ବୋର୍ଡ ଲାଗି ଆବଂଟିତ ବଜେଟ ଏବଂ ଯୋଜନାରୁ ହାସଲ କରାଯିବ ।
****