Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ମେ 25 ରେ ଗସ୍ତ କରିବେ ପଶ୍ଚିମବଙ୍ଗ ଓ ଝାଡଖଣ୍ଡ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମେ 25 ରେ ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ଗସ୍ତ କରିବେ ।

ଶାନ୍ତିନିକେତନରେ ଥିବା ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସେ ଯୋଗଦେବେ । ଶାନ୍ତିନିକେତନଠାରେ ଭାରତ ଓ ବାଂଲାଦେଶ ମଧ୍ୟରେ ସାଂସ୍କୃତିକ ସମ୍ପର୍କର ପ୍ରତୀକ – ବାଂଲାଦେଶ ଭବନକୁ ସେ ଉଦଘାଟନ କରିବେ । ଉଭୟ ଉତ୍ସବରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହାସିନା ଉପସ୍ଥିତ ରହିବେ ।

ଏହାପରେ ଝାଡଖଣ୍ଡର ସିନ୍ଦ୍ରିଠାରେ ଆୟୋଜିତ ଏକ ଉତ୍ସବରେ ପ୍ରଧାନମନ୍ତ୍ରୀ ଭାରତ ସରକାର ଓ ଝାଡଖଣ୍ଡ ସରକାରଙ୍କ ବିଭିନ୍ନ ପ୍ରକଳ୍ପର ଆଧାରଶିଳା ସ୍ଥାପନ କରିବେ । ଏଗୁଡ଼ିକ ହେଉଛି –

  • ସିନ୍ଦ୍ରିଠାରେ ଥିବା ସାର ପ୍ରକଳ୍ପ – ହିନ୍ଦୁସ୍ତାନ ଉର୍ବରକ ଏବଂ ରସାୟନ ଲିମିଟେଡକୁ ପୁନଃ କାର୍ଯ୍ୟକ୍ଷମ କରାଇବା;
  • ଜିଏଆଇଏଲ ଦ୍ୱାରା ରାଞ୍ଚି ସହର ଗ୍ୟାସ ବଣ୍ଟନ ପ୍ରକଳ୍ପ
  • ଅଖିଳଭାରତ ଆୟୁର୍ବିଜ୍ଞାନ ବିଜ୍ଞାନ ପ୍ରତିଷ୍ଠାନ (ଏଆଇଆଇଏମଏସ), ଦେଓଘର
  • ଦେଓଘର ବିମାନବନ୍ଦରର ଉନ୍ନୟନ
  • ପତ୍ରାତୁ ସୁପର ତାପଜ ଶକ୍ତି ପ୍ରକଳ୍ପ (3 x 8୦୦ ମେଗାୱାଟ)

ପ୍ରଧାନମନ୍ତ୍ରୀ ଏହି ଅବସରରେ ଜନ ଔଷଧି କେନ୍ଦ୍ରଗୁଡ଼ିକ ପାଇଁ ବୁଝାମଣା ପତ୍ର ବିନିମୟ କାର୍ଯ୍ୟକ୍ରମ ସମୟରେ ଉପସ୍ଥିତ ରହିବେ ।

ସେଠାରେ ପ୍ରଧାନମନ୍ତ୍ରୀ ଏକ ସମ୍ମିଳନୀକୁ ମଧ୍ୟ ସମ୍ବୋଧିତ କରିବେ ।

ପରେ ପ୍ରଧାନମନ୍ତ୍ରୀ ରାଞ୍ଚିଠାରେ ଝାଡଖଣ୍ଡର ସମସ୍ତ ଅଭିଳାଷୀ ଜିଲ୍ଲା(Aspirational District)ର ଜିଲ୍ଲାପାଳମାନଙ୍କ ସହ ଭାବ ବିନିମୟ କରିବେ ।

 

*************