ପିଏମଇଣ୍ଡିଆ

ଭାରତ ମାତା କୀ ଜୟ,
ଏତେ ବିଶାଳ ସଂଖ୍ୟାରେ ଆସିଥିବା ମୋର ପ୍ରିୟ ଭାଇ ଓ ଭଉଣୀମାନେ ।
ଚାରି ବର୍ଷ ପୂର୍ବେ ଆପଣମାନେ ଅପାର ସମର୍ଥନ ସହିତ ମୋତେ ସମଗ୍ର ଦେଶର ସେବା କରିବାର ସୁଯୋଗ ଦେଇଥିଲେ । ମଇ ମାସର ଏହି ଗରମରେ ଆଉ ଦ୍ୱିପ୍ରହରରେ ଯେତେବେଳେ ସୂର୍ଯ୍ୟ ଏତେ ପରିମାଣରେ ତାତି ଉଠୁଛି । ଆପଣମାନେ ଏତେ ବଡ଼ ସଂଖ୍ୟାରେ ଆମ ସମସ୍ତଙ୍କୁ ଆଶୀର୍ବାଦ ଦେବା ପାଇଁ ଆସିବା ହେଉଛି ଏହି କଥାର ପ୍ରମାଣ ଯେ ଚାରି ବର୍ଷରେ ଆମ ସରକାର ଦେଶକୁ ସଠିକ ଦିଗକୁ ନେଇ ଯିବାକୁ ସମର୍ଥ ହୋଇଛନ୍ତି । ଭାଇ ଓ ଭଉଣୀମାନେ, ଏତେ ସ୍ନେହ, ଏତେ ଭଲ ପାଇବା ସେତେବେଳେ ହୋଇଥାଏ, ଯେତେବେଳେ ସେବକଠାରେ ତା’ର ବିଧାତା ଖୁସି ହୋଇଥାଏ । ଆଜି ଭାରତୀୟ ଜନତା ପାର୍ଟିର ନେତୃତ୍ୱରେ ଏନଡିଏ ସରକାରଙ୍କର ଚାରି ବର୍ଷ ପୂରଣ ହେବା ସମୟରେ ଆପଣଙ୍କର ଏହି ପ୍ରଧାନ ସେବକ ପୁଣି ଥରେ ଆପଣମାନଙ୍କ ସମ୍ମୁଖରେ ନତମସ୍ତକ ହୋଇ ଶହେ ପଚିଶ କୋଟି ଦେଶବାସୀଙ୍କର ଅଭିବାଦନ କରୁଛି ।
ସାଥୀଗଣ, ଆଜି ବାଗପତ୍ ପଶ୍ଚିମ ଉତ୍ତରପ୍ରଦେଶ ଏବଂ ଦିଲ୍ଲୀ ଏନସିଆର ବାଲାଙ୍କ ପାଇଁ ହେଉଛି ଏକ ବହୁତ ବଡ଼ ଦିବସ । ଆଜି ଦୁଇଟି ବଡ଼ ସଡ଼କ ପ୍ରକଳ୍ପର ଲୋକାର୍ପଣ କରାଯାଇଛି । ଗୋଟିଏ ହେଉଛି ‘ଦିଲ୍ଲୀ-ମିରଟ ଏକ୍ସପ୍ରେସ-ୱେ’ ର ପ୍ରଥମ ପର୍ଯ୍ୟାୟ ଏବଂ ଅନ୍ୟଟି ‘ଇଷ୍ଟର୍ଣ୍ଣ ପେରିଫେରଲ ଏକ୍ସପ୍ରେସ-ୱେ’ ।
ଇଷ୍ଟର୍ଣ୍ଣ ପେରିଫେରଲ ଏକ୍ସପ୍ରେସ-ୱେରେ 11 ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଯେତେବେଳେ କି ଦିଲ୍ଲୀ-ମିରଟ ଏକ୍ସପ୍ରେସ-ୱେ ର ବର୍ତ୍ତମାନର ପ୍ରଥମ ପର୍ଯ୍ୟାୟ ପାଇଁ ସାଢ଼େ 800 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହି ସମଗ୍ର ପ୍ରକଳ୍ପ ପାଇଁ ପ୍ରାୟ ମୋଟ୍ 5000 କୋଟି ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି । ଆଜି ଯେତେବେଳେ ମୋତେ ଏଇ ନୂଆ ସଡ଼କ ଉପରେ ଚାଲିବାର ସୁଯୋଗ ମିଳିଲା ତ ଅନୁଭବ କଲି କି 14 ଲେନ୍ ଯାତ୍ରା ଦିଲ୍ଲୀ ଏନସିଆରର ଲୋକମାନଙ୍କର ଜୀବନକୁ କେତେ ସୁଗମ କରିବାକୁ ଯାଉଛି । କୌଣସିଠାରେ କୌଣସି ପ୍ରକାରର ପ୍ରତିବନ୍ଧକ ନାହିଁ । ଗୋଟିଏରୁ ବଳି ଆଉ ଗୋଟିଏ ଆଧୁନିକ ଜ୍ଞାନ କୌଶଳର ବ୍ୟବହାର କରି କଂକ୍ରିଟ ସହିତ ସବୁଜିମାର ସମ୍ମିଶ୍ରଣ କରାଯାଇଛି ।
ଭାଇ ଓ ଭଉଣୀମାନେ, କେବଳ 18 ମାସରେ ଏହାର କାମ ସଂପୂର୍ଣ୍ଣ କରାଯାଇଛି । ଆଜି 14 ଲେନ୍ ର 9 କିଲୋମିଟରର ସଡ଼କର ଲୋକାର୍ପଣ କରାଯାଇଛି । କିନ୍ତୁ ଏହି ନଅ କିଲୋମିଟରର ମଧ୍ୟ କେତେ ମହତ୍ୱ ରହିଛି । ତାହା ଦିଲ୍ଲୀର ପଟପଇଗଞ୍ଜ, ମୟୂରବିହାର, ଗାଜିଆବାଦ, ଇନ୍ଦ୍ରାପୁରମ୍, ବୈଶାଳୀ ଏବଂ ନୋଏଡ଼ାର ଲୋକ ମାନଙ୍କୁ ଭଲ ଭାବେ ଜଣାଅଛି । ଭାଇ ଓ ଭଉଣୀମାନେ, ଯେଉଁ ଗତିରେ ଏହି 9 କିଲୋମିଟରର ସଡ଼କ ତିଆରି କରାଯାଇଛି । ସେହି ଗତିରେ ମିରଟ ପର୍ଯ୍ୟନ୍ତ ଏହି ସଂପୂର୍ଣ୍ଣ ଏକ୍ସପ୍ରେସ-ୱେ ର କାର୍ଯ୍ୟ ଶେଷ କରି ଖୁବଶୀଘ୍ର ହିଁ ଦ୍ୱିତୀୟ ପର୍ଯ୍ୟାୟକୁ ମଧ୍ୟ ଜନତାଙ୍କ ପାଇଁ ସମର୍ପିତ କରାଯିବ । ଆଉ ଯେତେବେଳେ ଏହା ସଂପୂର୍ଣ୍ଣ ହୋଇଯିବ, ମିରଟରୁ ଦିଲ୍ଲୀ ପର୍ଯ୍ୟନ୍ତ ଦୂରତା କେବଳ 40-50 ମିନିଟ୍ ମଧ୍ୟରେ ରହିଯିବ ।
ସାଥୀଗଣ, ଦିଲ୍ଲୀ ଏନସିଆରରେ କେବଳ ଟ୍ରାଫିକ ହିଁ ସମସ୍ୟା ରହିନାହିଁ, ପ୍ରଦୂଷଣର ମଧ୍ୟ ଏକ ବହୁତ ବଡ଼ ସମସ୍ୟା ରହିଛି । ଯାହାକି ବର୍ଷକୁ ବର୍ଷ ଆହୁରି ବିକଟାଳ ରୂପ ନେଇ ଚାଲିଛି । ପ୍ରଦୂଷଣ ସମସ୍ୟାର ଏକ କାରଣ ଦିଲ୍ଲୀକୁ ଯିବା ଆସିବା କରୁଥିବା ଗାଡ଼ିଗୁଡ଼ିକ ଏବଂ ଦୀର୍ଘ ସମୟ ଧରି ଟ୍ରାଫିକ୍ ଜାମ୍ । ଆମ ସରକାର ଏହି ସମସ୍ୟାକୁ ଗମ୍ଭୀରତାର ସହ ଗ୍ରହଣ କରି ଦିଲ୍ଲୀର ଚାରିପଟକୁ ଏକ୍ସପ୍ରେସ-ୱେ ଦ୍ୱାରା ଘେରେଇ ଦେବା ପାଇଁ ଦାୟିତ୍ୱ ନେଇଛନ୍ତି । ଏହା ଦୁଇଟି ପର୍ଯ୍ୟାୟରେ ତିଆରି କରାଯାଉଛି । ଏଥିରୁ ଗୋଟିଏ ପର୍ଯ୍ୟାୟ ଅର୍ଥାତ ଇଷ୍ଟର୍ଣ୍ଣ ପେରିଫେରଲ ଏକ୍ସପ୍ରେସ-ୱେ । ଏବେ କିଛି ସମୟ ପୂର୍ବରୁ ମୋତେ ଲୋକାର୍ପଣ କରିବାର ଅବସର ମିଳିଲା । ଭାଇ ଓ ଭଉଣୀମାନେ, ଦିଲ୍ଲୀ ମଧ୍ୟକୁ ଆଜି ଯେତିକି ଗାଡ଼ି ଆସି ପହଂଚୁଛି, ସେଥିରୁ ଏବେ ପ୍ରାୟ 30 ପ୍ରତିଶତ ହ୍ରାସ ଘଟିବ । ସେଗୁଡ଼ିକ ବାହାରୁ ବାହାରକୁ ପଳାଇଯିବେ । ନା କେବଳ ବଡ଼ ଗାଡ଼ିସବୁ ଏବଂ ଟ୍ରକ ବରଂ 50 ହଜାରରୁ ଅଧିକ କାର୍ ଗୁଡ଼ିକୁ ମଧ୍ୟ ଏବେ ଦିଲ୍ଲୀ ସହର ମଧ୍ୟରେ ପ୍ରବେଶ କରିବାର ଆବଶ୍ୟକତା ପଡ଼ିବ ନାହିଁ । ଏଭଳି ବ୍ୟବସ୍ଥା ଏଠାରେ ନିର୍ମାଣ କରାଯାଇଛି । କେବଳ ଏତିକି ହିଁ ନୁହେଁ ଇଷ୍ଟର୍ଣ୍ଣ ପେରିଫେରଲ ଏକ୍ସପ୍ରେସ-ୱେ ହେଉଛି ନିଜକୁ ନିଜ ମଧ୍ୟରେ ଦେଶର ପ୍ରଥମ ଏକ୍ସପ୍ରେସ-ୱେ ଯାହା ଏକ୍ସିସ କଂଟ୍ରୋଲର ଗ୍ରୀନ ଫିଲ୍ଡ ଏକ୍ସପ୍ରେସ-ୱେ । ଏହି ସଡ଼କ କେବଳ 500 ଦିନରେ ତିଆରି ହୋଇ ପ୍ରସ୍ତୁତ ହୋଇଛି । ସାଥୀଗଣ, ଏଇ ଯେଉଁ ଦୁଇଟି ବଡ଼ ପ୍ରକଳ୍ପ ଆଜି ଆପଣମାନଙ୍କ ସେବା ପାଇଁ ପ୍ରସ୍ତୁତ ହୋଇ ରହିଛି, ଏହା ସଂପୂର୍ଣ୍ଣ ଭାବେ ଆଧୁନିକ ଜ୍ଞାନ କୌଶଳରେ ପରିପୂର୍ଣ୍ଣ । ବିଜୁଳିର ଆବଶ୍ୟକତା ଏଠାରେ ମଧ୍ୟ ସୌର ଶକ୍ତି ଏବଂ ଉର୍ଜ୍ଜା ଦ୍ୱାରା ପୂରଣ କରାଯିବ । ଅର୍ଥାତ ସମୟର ସଂଚୟ, ପ୍ରଦୂଷଣ ହ୍ରାସ, ଇନ୍ଧନ ମଧ୍ୟ କମ୍ ଖର୍ଚ୍ଚ ହେବ । ପଶ୍ଚିମ ୟୁପିରୁ ଦିଲ୍ଲୀକୁ କ୍ଷୀର, ପନିପରିବା, ଖାଦ୍ୟଶସ୍ୟ ପହଂଚାଇବା ମଧ୍ୟ ଏବେ ସହଜ ହୋଇଯିବ ।
ଭାଇ ଓ ଭଉଣୀମାନେ, ଶହେ ପଚିଶ କୋଟି ଦେଶବାସୀଙ୍କ ଜୀବନ ସ୍ତରକୁ ଉପରକୁ ଉଠାଇବାରେ ଦେଶର ଆଧୁନିକ ଭିତ୍ତିଭୂମିର ବହୁତ ବଡ଼ ମହତ୍ୱପୂର୍ଣ୍ଣ ଭୂମିକା ରହିଛି ଆଉ ଏହା ହେଉଛି ସମସ୍ତଙ୍କ ସହିତ ସମସ୍ତଙ୍କର ବିକାଶର ରାସ୍ତା । କାରଣ ଭିତ୍ତିଭୂମି ଜାତି-ଅଜାତି, ପନ୍ଥ, ସମ୍ପ୍ରଦାୟ, ଉଚ୍ଚ-ନିଚ୍ଚ, ଧନୀ-ଗରିବ, ଏହା କାହା ମଧ୍ୟରେ ଭେଦଭାବ କରି ନଥାଏ । ଏହାଦ୍ୱାରା ସମସ୍ତଙ୍କ ପାଇଁ ସମାନତାର ସୁଯୋଗ ସୃଷ୍ଟି ହୋଇଥାଏ । ଏଥିପାଇଁ ଆମ ସରକାର ରାଜପଥ, ରେଳପଥ, ଆକାଶପଥ, ଜଳପଥ, ରାଜପଥ ଆଉ ବିଜୁଳି ସହିତ ଜଡ଼ିତ ଭିତ୍ତିଭୂମି ଉପରେ ସବୁଠାରୁ ଅଧିକ ଧ୍ୟାନ ଦେଇଛନ୍ତି । ସାଥୀଗଣ, ବିଗତ ଚାରି ବର୍ଷରେ ଆମେ ତିନି ଲକ୍ଷ କୋଟିରୁ ଅଧିକ ବ୍ୟୟ କରି 28 ହଜାର କିଲୋମିଟରରୁ ଅଧିକ ନୂତନ ରାସ୍ତା ନିର୍ମାଣ କରିଛୁ । ଚାରି ବର୍ଷ ପୂର୍ବରୁ ଯେଉଁଠି ଗୋଟିଏ ଦିନରେ ମୁଁ ଚାହିଁବି କି ଆପଣ ଏହି କଥାକୁ ଧ୍ୟାନର ସହିତ ଶୁଣନ୍ତୁ ଆଉ ମୋ ଦେଶର ନାଗରିକମାନେ ମଧ୍ୟ ଶୁଣନ୍ତୁ । ଚାରି ବର୍ଷ ପୂର୍ବରୁ ଯେଉଁଠି ଗୋଟିଏ ଦିନରେ କେବଳ 12 କିଲୋମିଟର ସଡ଼କ ନିର୍ମାଣ ହେଉଥିଲା । ଆଜି ପ୍ରାୟ 27 କିଲୋମିଟର ସଡ଼କ ଗୋଟିଏ ଦିନରେ ନିର୍ମାଣ ହେଉଛି । ଏହି ବର୍ଷର ବଜେଟରେ ଭାରତମାଳା ପ୍ରକଳ୍ପ ଅଧୀନରେ ପାଞ୍ଚ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଏହା ଅଧୀନରେ ପ୍ରାୟ 35 ହଜାର କିଲୋମିଟର ରାଜପଥର ନିର୍ମାଣ ହେଉଛି । କେବଳ ରାଜପଥର କାମ ହିଁ ନୁହେଁ, ରେଳପଥରେ ମଧ୍ୟ ଅଦ୍ଭୁତପୂର୍ବ କାମ ହେଉଛି । ଯେଉଁଠାରେ ରେଳପଥର ସଂଯୋଗ ନଥିଲା, ସେଠାରେ ଦ୍ରୁତ ଗତିରେ ରେଳ ନେଟୱାର୍କ ବିଛା ଯାଉଛି । ଗୋଟିକିଆ ଲାଇନ୍କୁ ଦୁଇଟିକିଆ ଲାଇନରେ ପରିବର୍ତ୍ତନ କରିବା, ମିଟର ଗେଜକୁ ବ୍ରଡ଼୍ ଗେଜରେ ପରିବର୍ତ୍ତନ କରିବା, ଏହି କାମକୁ ଦ୍ରୁତ ଗତିରେ ଆମେ କରୁଛୁ । ରେଳ ଗୁଡ଼ିକର ଗତି ମଧ୍ୟ ବଢ଼ାଯାଉଛି । ପ୍ରାୟ ସାଢ଼େ ପାଞ୍ଚ ହଜାର ମାନବ ବିହୀନ ରେଳ ଫାଟକକୁ ବିଗତ ଚାରି ବର୍ଷରେ ଆମେ ହଟେଇ ଦେଇଛୁ । ଭାଇ ଓ ଭଉଣୀମାନେ, ବିମାନ ସେବାକୁ ଶସ୍ତା କରିବା ପାଇଁ ଆଉ ଦେଶରେ ନୂତନ ବିମାନ ପଥ ଆରମ୍ଭ କରିବା ପାଇଁ ଉଡ଼ାଣ ଯୋଜନା ଚାଲୁ କରାଯାଇଛି । ଗତ ବର୍ଷ ପ୍ରାୟ ଦଶ କୋଟି ଲୋକ ବିମାନ ଯାତ୍ରା କରିଥିଲେ ଅର୍ଥାତ୍ ଏସି ଟ୍ରେନରେ ରେଲୱେର ଶୀତତାପ ନିୟନ୍ତ୍ରିତ ବଗିରେ ଯେତିକି ଲୋକ ଯାତ୍ରା କରିଥିଲେ, ତା’ଠାରୁ ଅଧିକ ଲୋକ ବିମାନ ଯାତ୍ରା କରିଛନ୍ତି । ଏହା ମୁଁ ହିନ୍ଦୁସ୍ଥାନର ଚାରି ବର୍ଷର କଥାକୁ ଜଣାଇ ଆପଣ ମାନଙ୍କୁ କହୁଛି । ହାୱାଇ ଚପଲ ପିନ୍ଧୁଥିବା ଲୋକ ମଧ୍ୟ (ହାୱାଇ ଜାହାଜ) ବିମାନରେ ବସି ଯାତ୍ରା କରନ୍ତୁ, ଏହି ସ୍ୱପ୍ନ ନେଇ କାମ କରୁଛୁ । ଦେଶର ଜଳ ଶକ୍ତିର ମଧ୍ୟ ସମ୍ପୂର୍ଣ୍ଣ ବ୍ୟବହାର କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ଦେଶରେ ଶହେରୁ ଅଧିକ ନୂତନ ଜଳପଥ ନିର୍ମାଣ କରାଯାଉଛି । ଏଠାରେ ୟୁପିରେ ମଧ୍ୟ ଗଙ୍ଗାମାତାଙ୍କ ମଧ୍ୟ ଦେଇ ଜାହାଜ ଚଳାଚଳ କରିବାରେ ଲାଗିଛି । ଗଙ୍ଗାମାତାଙ୍କ ମାଧ୍ୟମରେ ୟୁପି ସିଧାସଳଖ ସମୁଦ୍ର ସହିତ ଯୋଡ଼ି ହେବାକୁ ଯାଉଛି । ଖୁବ୍ ଶୀଘ୍ର ମାଲବାହୀ ଜାହାଜ ୟୁପିରୁ ତିଆରି ହେଉଥିବା ଜିନିଷ ବଡ଼-ବଡ଼ ବନ୍ଦର ପର୍ଯ୍ୟନ୍ତ ପହଂଚାଇବା ପାଇଁ ସାମର୍ଥ୍ୟବାନ ହୋଇଯିବ । ଗଙ୍ଗାମାତାଙ୍କ ଭଳି ଯମୁନା ମାତାଙ୍କୁ ନେଇ ମଧ୍ୟ ଗୋଟିଏ ପରେ ଗୋଟିଏ ନୂତନ ଯୋଜନା ପ୍ରସ୍ତୁତ କରାଯାଉଛି ।
ସାଥୀଗଣ, ଯେଉଁଠି ଯେଉଁଠି ପରିବହନର ସୁବିଧା ସୃଷ୍ଟି କରାଯାଉଛି । ସେଠାରେ ନୂତନ ଉଦ୍ୟୋଗର ସୁଯୋଗ ମଧ୍ୟ ପ୍ରସ୍ତୁତ କରାଯାଉଛି । ଏହି ଚିନ୍ତାଧାରା ସହିତ ଚଳିତ ବର୍ଷ ବଜେଟରେ ଉତ୍ତର ପ୍ରଦେଶରେ ପ୍ରତିରକ୍ଷା ଉଦ୍ୟୋଗ କରିଡରର ନିର୍ମାଣ ପାଇଁ ମଧ୍ୟ ଘୋଷଣା କରାଯାଇଛି । ଏହି କରିଡରର ସମ୍ପ୍ରସାରଣ ଆଗ୍ରା, ଆଲିଗଡ଼, ଲକ୍ଷ୍ନୌ, କାନପୁର, ଝାନ୍ସୀ ଏବଂ ଚିତ୍ରକୁଟ ପର୍ଯ୍ୟନ୍ତ ଏହାର ସମ୍ପ୍ରସାରଣ ହେବ । କେବଳ ଏହି କରିଡରେ ପାଖାପାଖି ଅଢ଼େଇ ଲକ୍ଷ ଲୋକଙ୍କ ପାଇଁ ରେଜଗାରର ନୂତନ ଅବସର ସୃଷ୍ଟି କରିବ ।
ସାଥୀଗଣ, ନିଉ ଇଣ୍ଡିଆର ସମସ୍ତ ନୂତନ ବ୍ୟବସ୍ଥା ଗୁଡ଼ିକ ଦେଶର ଯୁବକ, ମଧ୍ୟମବର୍ଗଙ୍କ ଆଶା ଏବଂ ଆକାଂକ୍ଷା ଆଧାରରେ ନିର୍ମାଣ କରାଯାଉଛି । ଦେଶର ପ୍ରତ୍ୟେକ ଗାଁକୁ ଇଣ୍ଟରନେଟ ସହିତ ଯୋଡ଼ିବା ପାଇଁ ଭାରତ ନେଟ୍ ଯୋଜନା ଅଧୀନରେ କାମ ଦ୍ରୁତ ଗତିରେ ଆଗକୁ ବଢ଼ୁଛି । ଆମ ସରକାରଙ୍କ ଗତିର ଅନୁମାନ ଆପଣ ଏହା ସହିତ ଲଗାଇ ପାରିବେ କି କଂଗ୍ରେସ ସରକାର ଯେତେବେଳେ ନିଜ ଚାରି ବର୍ଷରେ ଏହା ମଧ୍ୟ ଯେପରି ମୁଁ ଆପଣମାନଙ୍କୁ ରାଜପଥ ନିର୍ମାଣର ପରିସଂଖ୍ୟାନ ଦେଇଥିଲି, ଏହି ପରିସଂଖ୍ୟାନ ମଧ୍ୟ ଟିକେ ଲେଖି ରଖିବା ଭଳି । କଂଗ୍ରେସର ୟୁପିଏ ସରକାର ନିଜ ଚାରିବର୍ଷ କାର୍ଯ୍ୟକାଳ ମଧ୍ୟରେ 59 ପଂଚାୟତ ଅର୍ଥାତ୍ ପ୍ରାୟ 60 ପଂଚାୟତ ଯାଏଁ ହିଁ ଅପ୍ଟିକାଲ ଫାଇବର ସହିତ ତାହାକୁ ଯୋଡ଼ି ପାରିଥିଲେ । କେଉଁଠି ଚାରି ବର୍ଷରେ 60ରୁ ମଧ୍ୟ କମ୍ ଗାଁ, ଏବଂ କେଉଁଠି ଚାରି ବର୍ଷରେ ଏକ ଲକ୍ଷ ଗାଁ । କାମ କିପରି ହୋଇଥାଏ । ମୋ ଦେଶ ଭଲ ଭାବରେ ଅନୁଭବ କରୁଛି । ମେକ୍ ଇନ୍ ଇଣ୍ଡିଆ ମାଧ୍ୟମରେ ଦେଶରେ ବିନିର୍ମାଣ ଉତ୍ପାଦନକୁ ପ୍ରୋତ୍ସାହନ ଦିଆଯାଉଛି । ଏହାର ପରିଣାମ ଏହା ହେଲା କି ଚାରିବର୍ଷ ପୂର୍ବେ ଦେଶରେ କେବଳ ଦୁଇଟି ମୋବାଇଲ ଫୋନ୍ ନିର୍ମାଣ କରିବା ଭଳି କାରଖାନା ଥିଲା । ଆପଣ ଅନୁମାନ କରି ପାରିବେ କି ଆଜି ଆମେ କେଉଁଠାରେ ପହଂଚି ପାରିଛୁ । ଆପଣ ମାନେ ଜାଣି ଖୁସି ହେବେ । ସେମାନଙ୍କ ସମୟରେ ଦୁଇଟି କାରଖାନା ମୋବାଇଲ ଫୋନ୍ ନିର୍ମାଣ କରୁଥିଲେ । ଆଜି 120ଟି କାରଖାନା ମୋବାଇଲ ଫୋନ୍ ନିର୍ମାଣ କରୁଛନ୍ତି । ଆଉ ସେଥିମଧ୍ୟରୁ ତ ଅନେକ ଏହି ଏନସିଆରରେ ହିଁ ଅଛନ୍ତି । ଯାହାଦ୍ୱାରା ଅନେକ ଯୁବକଙ୍କୁ ମଧ୍ୟ ରୋଜଗାର ମିଳିଛି । ସେମାନଙ୍କ ମଧ୍ୟରୁ ତ କେତେକ ବୋଧହୁଏ ଏଠାରେ ଉପସ୍ଥିତ ଅଛନ୍ତି ।
ସାଥୀଗଣ, ରୋଜଗାର ସୃଷ୍ଟି କରିବାରେ ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ଯାହାକୁ ଆମେ ଏମ୍ଏସଏମ୍ଇ ମଧ୍ୟ କହୁଛୁ । ସେମାନଙ୍କର ବହୁତ ବଡ଼ ଯୋଗଦାନ ଅଛି । ଚାଷବାସ ପରେ ଏମ୍ଏସଏମ୍ଇ କ୍ଷେତ୍ରରେ ହିଁ ରୋଜଗାରର ସବୁଠାରୁ ଅଧିକ ସୁଯୋଗ ଉପଲବ୍ଧ ହୋଇଥାଏ । ଆଉ ୟୁପିରେ ତ ପାଖାପାଖି 50 ଲକ୍ଷ ଛୋଟ-ଛୋଟ ଲଘୁ ଉଦ୍ୟୋଗ ଜାଲ ଭଳି ବିଛେଇ ହୋଇ ରହିଛି । ଏହି ଉଦ୍ୟୋଗ ଗୁଡ଼ିକର ଆହୁରି ଅଧିକ ସଂପ୍ରସାରଣ ହେଉ, ଏଥିପାଇଁ କେନ୍ଦ୍ର ଆଉ ଉତ୍ତରପ୍ରଦେଶ ସରକାର ମିଳିମିଶି କାର୍ଯ୍ୟ କରୁଛନ୍ତି । କେନ୍ଦ୍ର ସରକାର ଏମ୍ଏସଏମ୍ଇ କ୍ଷେତ୍ରକୁ ଟିକସରେ ମଧ୍ୟ ବଡ଼ ରିହାତି ଦେଇଛନ୍ତି । ଉତ୍ତରପ୍ରଦେଶର ବିଜେପି ସରକାର ଏକ ବଡ଼ ମହତ୍ୱପୂର୍ଣ୍ଣ ପଦକ୍ଷେପ ଯୋଗୀ ମହାଶୟଙ୍କ ସରକାର ନେଇଛନ୍ତି । ‘ଗୋଟିଏ ଜିଲ୍ଲା ଗୋଟିଏ ପ୍ରକଳ୍ପ’ ଯୋଜନା ନିଜକୁ ନିଜ ମଧ୍ୟରେ ହେଉଛି ବହୁତ ମହତ୍ୱପୂର୍ଣ୍ଣ । ଉତ୍ତରପ୍ରଦେଶ ସରକାରଙ୍କର ଏହି ଯୋଜନାକୁ କେନ୍ଦ୍ର ସରକାରଙ୍କର ସ୍କିଲ ଇଣ୍ଡିଆ ମିଶନ, ଷ୍ଟାଣ୍ଡ୍ ଅପ୍ ଇଣ୍ଡିଆ, ଷ୍ଟାର୍ଟ୍ ଅପ୍ ଇଣ୍ଡିଆ ମିଶନ ଏବଂ ପ୍ରଧାନମନ୍ତ୍ରୀ ରୋଜଗାର ପ୍ରୋତ୍ସାହନ ଯୋଜନା ସହିତ ଆମେ ତାକୁ ସହଯୋଗ କରିବା ପାଇଁ ସଂପୂର୍ଣ୍ଣ ମାର୍ଗ ଚିତ୍ର ପ୍ରସ୍ତୁତ କରିଛୁ । ସାଥୀଗଣ, ଭଲ ବ୍ୟବସାୟ ଏବଂ କାରବାର ସେତେବେଳେ ହୋଇଥାଏ, ଯେତେବେଳେ ସୁରକ୍ଷା ବ୍ୟବସ୍ଥା ସଠିକ୍ ଥିବ । ଏଠାରେ ପଶ୍ଚିମ ଉତ୍ତରପ୍ରଦେଶରେ ତ ଆପଣ ସାକ୍ଷାତ ମୁକସାକ୍ଷୀ ଅଟନ୍ତି କି ପୂର୍ବରୁ ସ୍ଥିତି କ’ଣ ଥିଲା । କିନ୍ତୁ ଆଜି ଯୋଗୀ ମହାଶୟଙ୍କ ନେତୃତ୍ୱାଧୀନ ସରକାରରେ ଖୋଦ ଅପରାଧୀ ନିଜେ ଆତ୍ମସମର୍ପଣ କରୁଛନ୍ତି । ଏବେ ଅପରାଧୀ ନିଜେ ଆଗକୁ କୌଣସି ଅପରାଧ ନ କରିବେ ତାହାର ଶପଥ ନେବାକୁ ଲାଗିଲେଣି । ଆଉ ମୁଁ ଯୋଗୀ ମହାଶୟ ଏବଂ ମନୋହର ଲାଲ ମହାଶୟ ଉଭୟଙ୍କୁ ଏହି କଥା ପାଇଁ ଶୁଭେଚ୍ଛା ଜଣାଉଛି । ସେ ଉତ୍ତରପ୍ରଦେଶରେ ଆଉ ମନୋହର ଲାଲ ମହାଶୟ ହରିୟାଣାରେ ଆଇନଶୃଙ୍ଖଳା ପ୍ରସଙ୍ଗରେ ଏତେ ଭଲ ସଂକଳନ କରିଛନ୍ତି, ଜଣେ ଅନ୍ୟ ଜଣଙ୍କୁ କେତେ ବଢ଼ିଆ ସମ୍ପର୍କର ସୂତ୍ରରେ ଯୋଡ଼ିଛନ୍ତି କି ପୂର୍ବରୁ ଅପରାଧୀ ଏଠାରେ ଖେଳ ଖେଳୁଥିଲେ ସେଠାକୁ ପଳାଇ ଯାଉଥିଲେ । ସେଠାରେ ଖେଳ ଖେଳୁଥିଲେ ଏଠାରେ ଶରଣ ନେଉଥିଲେ । ଏବେ ସେମାନଙ୍କର ସମସ୍ତ ରାସ୍ତା ଏହି ଦୁଇଜଣ ବନ୍ଦ କରି ଦେଇଛନ୍ତି । ମୁଁ ଦୁଇଜଣଙ୍କୁ ଶୁଭେଚ୍ଛା ଜଣାଉଛି ।
ଭାଇ ଓ ଭଉଣୀମାନେ, ଆମେ ମହିଳା ମାନଙ୍କର ସମ୍ମାନ ଏବଂ ସଶକ୍ତିକରଣ ଏହି କଥାକୁ ଆମେ ପ୍ରାଥମିକତା ଦେଉଛୁ । ସ୍ୱଚ୍ଛ ଭାରତ ଅଭିଯାନ ମାଧ୍ୟମରେ ଆମେ ଦେଶରେ ସାଢ଼େ 7 କୋଟି ଶୌଚାଳୟ ନିର୍ମାଣ କରାଇଛୁ । ଉଜ୍ଜ୍ୱଳା ଯୋଜନା ଅଧୀନରେ ଦିଆ ଯାଇଥିବା ଚାରି କୋଟି ଗ୍ୟାସ ସଂଯୋଗ ହେଉ । ଏହା ମହିଳା ମାନଙ୍କର ଜୀବନକୁ ସହଜ ଓ ସରଳ କରିବାରେ ବହୁତ ସେବା କରୁଛି । ସେହିପରି ମୁଦ୍ରା ଯୋଜନା ଅଧୀନରେ ପାଖାପାଖି ଯେଉଁ 13 କୋଟି ଋଣ ଦିଆଯାଇଛି, ସେଥିରୁ 75 ପ୍ରତିଶତରୁ ଅଧିକ ମହିଳା ଉଦ୍ୟମୀଙ୍କୁ ଋଣ ମିଳିଛି । କେହି କଳ୍ପନା କରି ପାରିବେ । ହିନ୍ଦୁସ୍ଥାନରେ ମୁଦ୍ରା ଯୋଜନା ଅଧୀନରେ 13 କୋଟି ଋଣ ନେଲାବାଲାଙ୍କ ମଧ୍ୟରୁ 75 ପ୍ରତିଶତରୁ ଅଧିକ ହେଉଛନ୍ତି ମୋ ଦେଶର ଝିଅ, ଭଉଣୀ ଏବଂ ମାଆମାନେ । ବିଗତ ଚାରି ବର୍ଷରେ ଆମେ ଝିଅ ମାନଙ୍କୁ ସମ୍ମାନ ଦେଇଛୁ । ଆଉ ସେମାନଙ୍କୁ ଆହୁରି ସଶକ୍ତ କରିଛୁ । ସାଥୀଗଣ, ମହିଳାଙ୍କ ସହିତ ଦଳିତ ଏବଂ ପଛୁଆ ବର୍ଗର ସଶକ୍ତୀକରଣ ଦିଗରେ ଏବଂ ସେମାନଙ୍କର ସମ୍ମାନ ପାଇଁ ବିଗତ ଚାରି ବର୍ଷରେ ଆମେ ଗୋଟିଏ ପରେ ଗୋଟିଏ ମହତ୍ୱପୂର୍ଣ୍ଣ ପଦକ୍ଷେପ ଉଠାଇଛୁ । ସେ ସ୍ୱରୋଜଗାର ହେଉ, ଅବା ସାମାଜିକ ସୁରକ୍ଷା, ଆଜି ଅନେକ ଯୋଜନା ଏହି ଦିଗରେ କାର୍ଯ୍ୟ କରୁଛି । ମୁଦ୍ରା ଯୋଜନା ମାଧ୍ୟମରେ ଯେଉଁ ଋଣ ଦିଆଯାଇଛି, ସେଥିରୁ ଅର୍ଦ୍ଧାଧିକ ଋଣ ଦଳିତ ଏବଂ ପଛୁଆ ବର୍ଗର ଲୋକଙ୍କୁ ମିଳିଛି । ଷ୍ଟାଣ୍ଡ୍ ଅପ୍ ଇଣ୍ଡିଆ ମାଧ୍ୟମରେ ମଧ୍ୟ ଦଳିତ ମାନଙ୍କୁ, ମହିଳା ମାନଙ୍କୁ ଉଦ୍ୟମୀର ଏକ ନୂତନ ଯୋଜନାରୁ ଲାଭ ମିଳିଛି । ଏହା ଆମ ସରକାରଙ୍କ ପାଇଁ ସୌଭାଗ୍ୟର କଥା ହେଉଛି କି ଆମେ ବାବା ସାହେବ ଆମ୍ବେଦକର ମହାଶୟଙ୍କ ସହିତ ଜଡ଼ିତ ପାଂଚୋଟି ସ୍ଥାନକୁ ପଞ୍ଚ ତୀର୍ଥ ଭାବେ ବିକଶିତ କରିଛୁ । ସାଥୀଗଣ, ମୁଁ ଆପଣ ମାନଙ୍କୁ ଅନୁଭବ ଆଧାରରେ କହି ପାରୁଛି କି ଯେଉଁ ମାନଙ୍କ ମନରେ ସ୍ୱାର୍ଥ ଅଛି, ସେମାନେ କେବଳ କୁମ୍ଭୀର କାନ୍ଦଣା ଭଳି ରାଜନୀତି କରି ଆସୁଛନ୍ତି । ସେମାନେ ଲୋକ ଦେଖାଣିଆ ରାଜନୀତି କରି ଆସୁଛନ୍ତି । କିନ୍ତୁ ଯେଉଁମାନେ ପ୍ରକୃତ ଅର୍ଥରେ ଦଳିତ, ପୀଡିତ, ଶୋଷିତ, ବଂଚିତ, ଉପେକ୍ଷିତ, ଯଦି ସେମାନଙ୍କ ହିତ ପାଇଁ ଚିନ୍ତା କରୁଥାଆନ୍ତେ ତ, ସେମାନେ ଲୋକ ହିତ ପାଇଁ ରାଜନୀତି କରି ଥାଆନ୍ତି, ଲୋକରଂଜକ ରାଜନୀତି କରି ନ ଥାଆନ୍ତେ । ଦଳିତ ଏବଂ ପଛୁଆ ବର୍ଗ ଭାଇ ଭଉଣୀ ମାନଙ୍କ ପାଇଁ ସୁଯୋଗ ସହିତ ସେମାନଙ୍କର ସୁରକ୍ଷା ଏବଂ ନ୍ୟାୟ ପାଇଁ ମଧ୍ୟ ବିଗତ ଚାରି ବର୍ଷରେ କେତେକ ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
ଦଳିତ ଏବଂ ଆଦିବାସୀମାନଙ୍କ ଉପରେ ଅତ୍ୟାଚାର ଆଇନକୁ ଆମେ ଆହୁରି କଠୋର କରିଛୁ । ଦଳିତ ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ସୂଚୀରେ 22 ଭିନ୍ନ-ଭିନ୍ନ ଉପଧାରାକୁ ବୃଦ୍ଧି କରି 47 ପର୍ଯ୍ୟନ୍ତ ଆମେ ତାହାର ସମ୍ପ୍ରସାରଣ କରିଛୁ । ଦଳିତ ମାନଙ୍କ ଅତ୍ୟାଚାର ସହିତ ଜଡ଼ିତ ମାମଲା ଗୁଡ଼ିକର ଶୀଘ୍ର ଶୁଣାଣି କରିବା ପାଇଁ ସ୍ୱତନ୍ତ୍ର କୋର୍ଟ ଗଠନ କରାଯାଉଛି ।
ଭାଇ ଓ ଭଉଣୀମାନେ, ସରକାର ପଛୁଆ ବର୍ଗ ଜାତି ଗୁଡ଼ିକର ଉପ ବର୍ଗୀକରଣ ପାଇଁ ଏକ କମିଶନ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସରକାର ଚାହୁଁଛନ୍ତି କି ଓବିସି ସମୁଦାୟରେ ଯେଉଁମାନେ ଅତି ପଛୁଆ ଅଛନ୍ତି, ସେମାନଙ୍କୁ ସରକାର ଏବଂ ଶିକ୍ଷା ସଂସ୍ଥାନ ଗୁଡ଼ିକରେ ସ୍ଥିରୀକୃତ ସୀମା ମଧ୍ୟରେ ସଂରକ୍ଷଣର ଆହୁରି ଅଧିକ ଲାଭ ପ୍ରାପ୍ତ ହେଉ । ଆଉ ଏଥିପାଇଁ ଓବିସି ସମୁଦାୟରେ ଉପ ବର୍ଗୀକରଣ କରିବା ପାଇଁ ଆମେ କମିଶନ ଗଠନ କରିବାକୁ ନିଷ୍ପତ୍ତି ନେଇଛୁ । ସାଥୀଗଣ, ସରକାର ଓବିସି କମିଶନକୁ ସାମ୍ବିଧାନିକ ମର୍ଯ୍ୟାଦା ଦେବାକୁ ଚାହୁଁଥିଲେ ଆଉ ଓବିସି ସମାଜର ଏହି ଦାବି ବିଗତ 20-25 ବର୍ଷ ଧରି ଚାଲିଥିଲା । କିନ୍ତୁ ତାହା ୟୁପିଏରେ ଥିବା ସରକାର ଉପରେ କୌଣସି ପ୍ରଭାବ ପକାଇ ପାରି ନଥିଲା । ଆମେ ସେଥିପାଇଁ ଆଇନ ଆଣିଲୁ । ସଂସଦରେ ଓବିସି କମିଶନକୁ ସାମ୍ବିଧାନିକ ଅଧିକାର ମିଳୁ, ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଆଇନ୍ ଆଣିଲୁ । କିନ୍ତୁ କଂଗ୍ରେସ ଦଳର ଲୋକଙ୍କ ପାଇଁ ଏହା ଗ୍ରହଣ ଯୋଗ୍ୟ ନ ଥିଲା । ଆଉ ଏଥିପାଇଁ ସେମାନେ ପ୍ରତିବନ୍ଧକ ସାଜି ଠିଆ ହୋଇଗଲେ । ଆଉ ସେହି ଆଇନକୁ ଏ ପର୍ଯ୍ୟନ୍ତ ଅଟକାଇ ବସିଛନ୍ତି । କିନ୍ତୁ ମୁଁ ଓବିସି ସମାଜକୁ ବିଶ୍ୱାସ ଦେଉଛି । ଯେଉଁ ପଦକ୍ଷେପ ଉଠାଇଛୁ ତାହାକୁ ମୋଦି ସଂପୂର୍ଣ୍ଣ କରି ହିଁ ରହିବେ । ଭାଇ ଓ ଭଉଣୀମାନେ, ଏହା ହେଉଛି ସତ୍ୟ କି ଗରିବମାନଙ୍କ ପାଇଁ ଦଳିତ, ପଛୁଆ ବର୍ଗ, ଆଦିବାସୀମାନଙ୍କ ପାଇଁ ମଧ୍ୟ ଯେଉଁ କାର୍ଯ୍ୟ କରାଯାଉଛି, କଂଗ୍ରେସ ଆଉ ତା’ସହିତ ଚାଲୁଥିବା ଦଳ ସେଥିରେ ପ୍ରତିବନ୍ଧକ ସୃଷ୍ଟି କରିବାରେ ଲାଗିଛନ୍ତି ଅଥବା ସେମାନଙ୍କୁ ଦେଶର ବିକାଶ ମଧ୍ୟ ପରିହାସ ଭଳି ଲାଗୁଛି । ସେମାନଙ୍କୁ ସ୍ୱଚ୍ଛ ଭାରତ ପାଇଁ କରାଯାଉଥିବା କାର୍ଯ୍ୟ ପରିହାସ ଭଳି ଲାଗୁଛି, ସେମାନଙ୍କୁ ଗରିବ ମହିଳାଙ୍କ ପାଇଁ ତିଆରି କରାଯାଉଥିବା ଶୌଚାଳୟ ପରିହାସ ଭଳି ଲାଗୁଛି । ଯେତେବେଳେ ଆମ ସରକାର ଗରିବ ମହିଳା ମାନଙ୍କୁ ମାଗଣାରେ ଗ୍ୟାସ ସଂଯୋଗ ଦେଉଛନ୍ତି, ତାହାକୁ ମଧ୍ୟ ସେମାନେ ପରିହାସରେ ଉଡ଼ାଇ ଦେଉଛନ୍ତି । ଯେତେବେଳେ ଗରିବଙ୍କର ବ୍ୟାଙ୍କ ଖାତା ଖୋଲା ଯାଉଛି ତ ମଧ୍ୟ ଗରିବ ବିରୋଧି ମାନସିକତା ରଖୁଥିବା ଲୋକମାନେ ତାହାକୁ ମଧ୍ୟ ପରିହାସ କରୁଛନ୍ତି । ପିଢି ପରେ ପିଢି ପରିବାରରେ କ୍ଷମତା ଦେଖିବାରେ ଅଭ୍ୟସ୍ତ ଏହି ଲୋକ ଗରିବଙ୍କ ପାଇଁ କରାଯାଉଥିବା କାର୍ଯ୍ୟକୁ ପରିହାସ ଭଳି ଭାବୁଛନ୍ତି । କ୍ୟାବିନେଟରେ ଦସ୍ତାବିଜକୁ ଫାଡ଼ି ଫୋପାଡ଼ୁଥିବା ଲୋକ ସଂସଦରେ ସର୍ବସମ୍ମତରେ ଗୃହୀତ ହୋଇଥିବା ଆଇନକୁ ସମ୍ମାନ ଦେବା ଉଚିତ ମାନୁ ନାହାଁନ୍ତି ।
ଆଜି ଦେଶର ଲୋକ ଦେଖୁଛନ୍ତି କି ନିଜର ରାଜନୈତିକ ଲାଭ ପାଇଁ ଏହି ଲେକ ସୁପ୍ରିମକୋର୍ଟଙ୍କ ଆଦେଶ ଉପରେ ମଧ୍ୟ ଖୋଲାଖୋଲି ଭାବେ ମିଥ୍ୟା କହିବାକୁ ସାହସ କରୁଛନ୍ତି । ଏହି ଲୋକମାନେ ଏହା ମଧ୍ୟ ଭାବୁ ନାହାନ୍ତି କି ସେମାନଙ୍କ ମିଥ୍ୟା କଥା ଯୋଗୁଁ ଦେଶରେ କିଭଳି ଅସ୍ଥିରତାର ବାତାବରଣ ସୃଷ୍ଟି ହୋଇପାରେ । ଦଳିତଙ୍କ ଉପରେ ଅତ୍ୟାଚାର ସହିତ ଜଡିତ ଆଇନ କଥା ହେଉ ଅବା ସଂରକ୍ଷଣର କଥା ହେଉ, ମିଛ କହି, ଅପପ୍ରଚାର କରି ଏମାନେ ଲେକମାନଙ୍କୁ ଭ୍ରମିତ କରିବାର ଷଡ଼ଯନ୍ତ୍ର କରୁଛନ୍ତି । ମୁଁ ତ ଶୁଣିବାକୁ ପାଉଛି ଏବେ ସେମାନେ ମୈଦାନକୁ କିଛି ନୂଆ ମିଥ୍ୟା କଥା ଆଣିଛନ୍ତି । ଆଉ ବୋଧ ହୁଏ ଏହି କ୍ଷେତ୍ରର ଲୋକଙ୍କ ପର୍ଯ୍ୟନ୍ତ ମଧ୍ୟ ଏହା ପହଂଚି ଯାଇଥିବ । ଆଉ ସେମାନେ ମିଥ୍ୟା କହିବାରେ ଲାଗିଛନ୍ତି । ଆଉ ତାହା ସେମାନେ କୃଷକଙ୍କ ପାଖରେ ପହଂଚାଇବାରେ ଲାଗିଛନ୍ତି । ଆଉ ଏପରି ମିଥ୍ୟା ପ୍ରଚାର କରୁଛନ୍ତି ଯେ, ଯେଉଁ କୃଷକ ଭାଗଚାଷ ଅବା ଠିକା ଚାଷ ପାଇଁ ଜମି ଦେବେ, ସେମାନଙ୍କଠାରୁ 18 ପ୍ରତିଶତ ଜିଏସଟି ଆଦାୟ କରାଯିବ । ନିର୍ବାଚନରେ ପରାଜିତ ହୋଇଥିବା ଲୋକ ରାଜନୀତି କରିବା ପାଇଁ କିଛି ତ ସୀମାରେ ରୁହନ୍ତୁ । ଏତେ ମିଛ… ମୋ ଦେଶର କୃଷକମାନଙ୍କୁ ବାଟବଣା କରୁଛ । ଆପଣମାନଙ୍କୁ ଜଣା ନାହିଁ ଆପଣ କେତେ ବଡ଼ ପାପ କରୁଛନ୍ତି । ମୁଁ ନିଜର କୃଷକ ଭାଇମାନଙ୍କୁ କହିବାକୁ ଚାହୁଁଛି ଏଭଳି କିଛି ଅପପ୍ରଚାରରେ ଧ୍ୟାନ ଦିଅନ୍ତୁ ନାହିଁ, ବରଂ ଯେଉଁମାନେ ଅପପ୍ରଚାର କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ଅଭିଯୋଗ କରନ୍ତୁ । ଆଉ ମୁଁ ଆପଣମାନଙ୍କୁ ପ୍ରତିଶ୍ରୁତି ଦେଉଛି ଏଭଳି ମିଥ୍ୟା ଖେଳ ଖେଳୁଥିବା ଲୋକଙ୍କ ବିରୁଦ୍ଧରେ ଆଇନ ତା କାମ କରି ରହିବ ।
ସାଥୀଗଣ, ଆମ ସରକାର ଗ୍ରାମୋଦୟରୁ ଭାରତ ଉଦୟର ଚିନ୍ତାଧାରା ଉପରେ କାର୍ଯ୍ୟ କରୁଛନ୍ତି । ଯେତେବେଳେ ଆମେ ଗ୍ରାମୋଦୟ ବିଷୟରେ କହୁ, ତ ତାହାର କେନ୍ଦ୍ରବିନ୍ଦୁ ହୋଇଥାନ୍ତି ମୋ ଦେଶର ଅନ୍ନଦାତା, ମୋର କୃଷକ । ମୋ ଗାଁରେ ଛୋଟ କାରିଗର ରହିଛନ୍ତି, ବିଲବାଡିରେ କାମ କରୁଥିବା ଶ୍ରମିକ ରହିଛନ୍ତି । ଚଳିତ ବର୍ଷ ବଜେଟରେ ଗାଁ ଏବଂ ଚାଷବାସ ସହିତ ଜଡିତ ଭିତିଭୂମିକୁ ସୁଦୃଢ କରିବା ପାଇଁ 14 ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ।
ଏହା ବ୍ୟତିତ ୟୁରିଆକୁ ଶତ ପ୍ରତିଶତ ନିମ ଲେପିତ କରିବା, ପ୍ରଧାନମନ୍ତ୍ରୀ ସିଂଚାଇ ପରିଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ପରିସରକୁ ସଂପ୍ରସାରଣ କରାଯିବା ଦ୍ୱାରା ଏହା ମଧ୍ୟ କୃଷକମାନଙ୍କୁ ଏକ ଗ୍ୟାରେଣ୍ଟି ଦେଇଛି ଲାଭବାନ କରାଇଛି । କୃଷକମାନଙ୍କୁ ଚାଷବାସ ପାଇଁ ଖର୍ଚ୍ଚର ଦେଢ଼ଗୁଣା ସର୍ବନିମ୍ନ ସହାୟକ ମୂଲ୍ୟ ଦେବା ପାଇଁ ମଧ୍ୟ ଆମ ସରକାର ସୁନିଶ୍ଚିତ କରିବାକୁ ସ୍ଥିର କରିଛନ୍ତି । ଆଉ ମୁଁ ଆମର ଦୁଇ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଉଛି କି ସେମାନେ ଏନସିଆରର ନୂତନ ନିୟମ ଅଧୀନରେ କୃଷକମାନଙ୍କର ଯେତେ ଜିନିଷ କିଣା ଯାଇ ପାରିବ, କିଣିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି; ଅତୀତର ସମସ୍ତ ରେକର୍ଡ ଅତିକ୍ରମ କରି ଦେଇଛନ୍ତି । ଉଭୟ ଆମ କୃଷକମାନଙ୍କୁ ସମର୍ପିତ ସରକାରର ଦୁଇ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଉଛି ।
କ୍ଷେତରୁ ବାହାରି ବଜାରରେ ପହଂଚିବା ପୂର୍ବରୁ କୃଷକର ଉତ୍ପାଦିତ ଶସ୍ୟ ନଷ୍ଟ ନ ହେଉ, ଏଥିପାଇଁ 6 ହଜାର କୋଟି ଟଙ୍କାର ନିବେଶରେ ପ୍ରଧାନମନ୍ତ୍ରୀ କିଷାନ ସମ୍ପଦା ଯୋଜନା ଉପରେ କାର୍ଯ୍ୟ କରାଯାଉଛି । ଏହି ଯୋଜନା ପଶ୍ଚିମ ଉତ୍ତରପ୍ରଦେଶର ଆଳୁ ଉତ୍ପାଦନ କରୁଥିବା ଯେଉଁ କୃଷକମାନେ ଅଛନ୍ତି, ସେମାନଙ୍କୁ ସବୁଠାରୁ ଅଧିକ ସହାୟତା କରିବାର ଶକ୍ତି ରଖିଛି । ଚଳିତ ବଜେଟରେ ଯେଉଁ ଅପରେସନ୍ ଗ୍ରୀନର ଘୋଷଣା କରାଯାଇଛି, ତାହା ମଧ୍ୟ ନୂତନ ଯୋଗାଣ ଶୃଙ୍ଖଳ ବ୍ୟବସ୍ଥା ସହିତ ଯୋଡ଼ି ହୋଇଛି । ଏହା ଫଳ, ଫୁଲ ଏବଂ ପନିପରିବା ଉତ୍ପାଦନ କରିବା ବାଲା ଏଠାକାର କୃଷକମାନଙ୍କ ପାଇଁ ବହୁତ ବଡ଼ ଉପଯୋଗୀ ପ୍ରମାଣିତ ହେବ ।
ଭାଇ ଓ ଭଉଣୀମାନେ, ଜୈବିକ କୃଷି, ମହୁମାଛି ପାଳନ, ସୌର ଫାର୍ମ, ଏଭଳି ଅନେକ ଆଧୁନିକ ବିକଳ୍ପ ଗୁଡ଼ିକୁ ପ୍ରୋତ୍ସାହନ ଦିଆଯାଉଛି । ଚାଷବାସର ଏହି ସମସ୍ତ କ୍ଷେତ୍ରରେ କାମ କରୁଥିବା କୃଷକମାନଙ୍କୁ ଋଣ ମିଳିବାରେ ଆହୁରି ସୁବିଧା ହେଉ, ଏହି ଦିଗରେ ମଧ୍ୟ ବିସ୍ତୃତ ଭାବେ ଯୋଜନା ଗୁଡ଼ିକ ପ୍ରସ୍ତୁତ କରାଯାଇଛି ।
ଏଠାକାର ଆଖୁ ଚାଷୀମାନଙ୍କ ପାଇଁ ମଧ୍ୟ ଆମ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି । ବିଗତ ବର୍ଷ ହିଁ ଆମେ ଆଖୁର ସମର୍ଥନ ମୂଲ୍ୟ ପ୍ରାୟ 11 ପ୍ରତିଶତ ବଢ଼ାଇଥିଲୁ । ଏହାଦ୍ୱାରା ଆଖୁ ଚାଷ କରୁଥିବା 5 କୋଟି କୃଷକମାନଙ୍କୁ ସିଧା ସଳଖ ଲାଭ ମିଳିଥିଲା । ଇଥେନଲ ସହିତ ଜଡ଼ିତ ନୀତିରେ ବଡ଼ ପରିବର୍ତ୍ତନ କରି ଏବେ ପେଟ୍ରୋଲରେ ଇଥେନଲର 10 ପ୍ରତିଶତ ବ୍ଲୋଣ୍ଡିଂକୁ ମଞ୍ଜୁରୀ ଦିଆଯାଇ ସାରିଛି । ଆଖୁ ଚାଷୀଙ୍କୁ ଚିନି କଳରୁ ବକେୟା ମିଳିବାରେ ବିଳମ୍ବ ନ ହେଉ, ଏହା ସହିତ ଜଡ଼ିତ ଏକ ବଡ଼ ନିଷ୍ପତି ନିକଟରେ ନିଆଯାଇଛି । ସରକାର ସ୍ଥିର କରିଛନ୍ତି କି ପ୍ରତି କୁଇଂଟାଲ ଆଖୁ ଉପରେ ଟ.5.50 ପଇସା ଆର୍ଥିକ ସହାୟତା ଚିନି କଳକୁ ଦିଆଯିବ । କିନ୍ତୁ ଏହା ଚିନି କଳର ମାଲିକଙ୍କ ହାତକୁ ଯିବନାହିଁ । ଏଥିରେ ମଧ୍ୟ କି ପ୍ରକାରର ଖେଳ ହେଉଥିଲା, ଏହା ଆମ ସମସ୍ତକୁ ଜଣାଅଛି । ଆଉ ଏଥିପାଇଁ ଆମେ ସ୍ଥିର କଲୁ କି, ଏହି ରାଶି ଚିନି କଳକୁ ଦେବା ପରିବର୍ତ୍ତେ ସିଧା ସଳଖ ଆଖୁଚାଷୀଙ୍କ ବ୍ୟାଙ୍କ ଜମା ଖାତାରେ ଜମା କରି ଦିଆଯିବ । ଏହାଦ୍ୱାରା ଆଖୁଚାଷୀଙ୍କ ପ୍ରାପ୍ୟ ଚିନି କଳ ଉପରେ ପଡ଼ି ରହିବ ନାହିଁ । ମୁଁ ଏଠାକାର ଆଖୁଚାଷୀଙ୍କୁ ଆଶ୍ୱସ୍ତ କରିବାକୁ ଚାହୁଁଛି କି ସରକାର ସେମାନଙ୍କ ଅସୁବିଧା ପ୍ରତି ସମ୍ବେଦନଶୀଳ ଅଛନ୍ତି ଆଉ ବହୁତ ଦୃଢ଼ତାର ସହିତ ଆଖୁଚାଷୀଙ୍କ ସମସ୍ୟା ଦୂର କରିବା ପାଇଁ ପ୍ରତିବଦ୍ଧ ଅଟନ୍ତି ।
ଭାଇ ଓ ଭଉଣୀମାନେ, ଗାଁର ବିକାଶ ସହିତ ଆମେ ଆମ ସହରକୁ ମଧ୍ୟ ଏକବିଂଶ ଶତାବ୍ଦୀ ହିସାବରେ ପ୍ରସ୍ତୁତ କରୁଛୁ । ସ୍ମାର୍ଟ ସିଟି ମିଶନ, ଅମୃତ ଯୋଜନା ମାଧ୍ୟମରେ ସହରର ଭିତିଭୂମିକୁ ସୁଦୃଢ଼ କରାଯାଉଛି । ସହରରେ ରହୁଥିôବା ଗରିବ-ମଧ୍ୟମବର୍ଗର ଲୋକଙ୍କୁ ନିଜସ୍ୱ ଘର ମିଳୁ, ଏଥିପାଇଁ ଉଚ୍ଚ ସ୍ତରରେ ପ୍ରୟାସ କରୁଛୁ, କଂଗ୍ରେସ ସରକାର ତୁଳନାରେ କେତେ ଅଧିକ ଗତିରେ ଆମେ ଏହି କାମ କରୁଛୁ । 2004 ଆର୍ଥିକ ବର୍ଷରୁ ନେଇ 2014 ପର୍ଯ୍ୟନ୍ତ 10 ବର୍ଷରେ ମୋଟ ସାଢ଼େ 13 ଲକ୍ଷ ଘର ସହରରେ ନିର୍ମାଣ ପାଇଁ ମଞ୍ଜୁର କରାଯାଇଥିଲା, କିନ୍ତୁ ବିଗତ ଚାରି ବର୍ଷରେ ଆମେ 46 ଲକ୍ଷ ଘର ମଞ୍ଜୁର କରିଦେଇଛୁ । ଏହା ପାଖାପାଖି ପଚାଶ ଲକ୍ଷରେ ପହଂଚି ଯାଇଛି । କଂଗ୍ରେସ ସରକାରର 10 ବର୍ଷ ଠାରୁ ଅର୍ଥାତ୍ ତିନି ଗୁଣରୁ ଅଧିକ କାମ ଆମେ କରିଛୁ । କଂଗ୍ରେସ ସରକାରର 10 ବର୍ଷରେ ସାଢ଼େ 5 ଲକ୍ଷ ଘରର ଚାବି ସହରର ଲୋକଙ୍କୁ ଦେଇଥିଲା । ଯେତେବେଳେ କି ଆମ ସରକାର କେବଳ ଚାରି ବର୍ଷ ମଧ୍ୟରେ 8 ଲକ୍ଷରୁ ଅଧିକ ସହରାଂଚଳ ହିତାଧିକାରୀଙ୍କୁ ରହିବା ପାଇଁ ଘରର ଚାବି ଦେଇ ଦେଇଛି ।
ଭାଇ ଓ ଭଉଣୀମାନେ, କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ଭଳି ଆହ୍ୱାନର ମୁକାବିଲା ପାଇଁ ମଧ୍ୟ ସହରାଂଚଳ ବ୍ୟବସ୍ଥା ଗୁଡ଼ିକୁ ପ୍ରସ୍ତୁତ କରାଯାଉଛି । ଗୋଟିଏ ପରିବାରର 38 ବର୍ଷର ଶାସନରେ କିଭଳି ସହରର ବେହିସାବୀ ବିକାଶ ହେଲା, ବିନା ଯୋଜନାରେ ଯୋଜନା ସବୁ ବଢ଼ି ଚାଲିଲା, ଏହି ଦେଶରେ ସମସ୍ୟା ଗୁଡ଼ିକର ମୂଳ କେଉଁଠି ଅଛି, ଏହା ଭଲ ଭାବେ ଦେଖିଛୁ । ସହର ଗୁଡ଼ିକରୁ ସ୍ୱରେଜ ପାଣି ନିସ୍କାସନର ବ୍ୟବସ୍ଥା, ନା ପାଣି ପରିଷ୍କାର କରିବାର । ଆମର ନଦୀ ଗୁଡ଼ିକର ସ୍ଥିତି କ’ଣ ହୋଇଛି, ସହରର ଅପରିଷ୍କାରକୁ ବୋହି ନେଇ ସମୁଦ୍ର ପର୍ଯ୍ୟନ୍ତ ନଦୀ ଗୁଡ଼ିକ ଟାଣି ନେଇ ଯାଉଛନ୍ତି । ବିଶେଷ କରି ଆମର ମାଆ ଗଙ୍ଗା ତ କ୍ରମବର୍ଦ୍ଧିଷ୍ଣୁ ଜନ ସଂଖ୍ୟା ଏବଂ ବୃଦ୍ଧି ପାଉଥିବା ଔଦ୍ୟୋଗିକ ପ୍ରଦୂଷଣ ଦ୍ୱାରା ଆବର୍ଜନାରେ ପରିପୂର୍ଣ୍ଣ ହୋଇ ପଡ଼ି ରହିଥିଲା । ଏଥିପାଇଁ ଏହି ସରକାର ନମାମୀ ଗଙ୍ଗେ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ସରକାର କେବଳ ଗଙ୍ଗାର ସଫେଇ କରିବା ପାଇଁ ହିଁ ପ୍ରାଥମିକତା ଦେଇ ନାହାଁନ୍ତି ବରଂ ଏବେ ଏହା ମଧ୍ୟ ସୁନିଶ୍ଚିତ କରାଯାଉଛି କି ସହରରୁ ବାହାରୁଥିବା ଆବର୍ଜନା ମଧ୍ୟ ଗଙ୍ଗାକୁ ଯିବା ଉଚିତ ନୁହେଁ । ସରକାରଙ୍କ ଦ୍ୱାରା ଏ ପର୍ଯ୍ୟନ୍ତ ପ୍ରାୟ 11 ହଜାର କୋଟିର 200ରୁ ଅଧିକ ପ୍ରକଳ୍ପକୁ ମଞ୍ଜୁରି ଦିଆଯାଇ ସାରିଛି । ଏହା ବ୍ୟତୀତ ଗଙ୍ଗାକୂଳରେ ଥିବା ଗାଁକୁ ପ୍ରାଥମିକତା ଆଧାରରେ ଖୋଲା ଶୌଚମୁକ୍ତ କରାଯାଉଛି । ଉତରାଖଣ୍ଡ, ଉତ୍ତର ପ୍ରଦେଶ, ବିହାର, ଝାଡଖଣ୍ଡ, ଏବଂ ପଶ୍ଚିମ ବଙ୍ଗ ଯେଉଁ ପାଂଚଟି ରାଜ୍ୟ ଦେଇ ଗଙ୍ଗାମାତା ପ୍ରବାହିତ ହେଉଛନ୍ତି, ସେଠାରେ ଗଙ୍ଗା ନଦୀ କୂଳରେ ଥିବା ଅନେକ ଗାଁରେ ଏହି ମିଶନ ସଫଳ ହୋଇଛି ।
ସାଥୀଗଣ, ଗଙ୍ଗା ପରିଷ୍କାର ଉପରେ ଦେଶରେ ପୂର୍ବରୁ ମଧ୍ୟ ବହୁତ ବଡ଼ ବଡ଼ କଥା ହୋଇଛି । କିନ୍ତୁ ଏହି ସରକାର କଥାରେ ନୁହେଁ, କାମରେ କରି ତାହାକୁ ସିଦ୍ଧି କରିବା ଉପରେ ଗୁରୁତ୍ୱ ଦେଉଛନ୍ତି । ଏହା ହେଉଛି ଆମର କାର୍ଯ୍ୟ ସଂସ୍କୃତି, ଏହା ହେଉଛି ଆମର ପୁଞ୍ଜି । ଲୋକଙ୍କ ଆୟର ଗୋଟିଏ-ଗୋଟିଏ ପଇସା ଲୋକଙ୍କ ପାଇଁ ଖର୍ଚ୍ଚ ହେଉ, ଏହାର ଧ୍ୟାନ ରଖାଯାଉଛି । ଏଥିପାଇଁ, ଆମେ ଏହା ମଧ୍ୟ ସୁନିଶ୍ଚିତ କରୁଛୁ କି ଯେଉଁ ସିୱେଜ ପରିଚାଳନା ପ୍ଳାଣ୍ଟ ନିର୍ମାଣ କରାଯିବ, ତାହା ସଠିକ୍ ଭାବେ ଚାଲିବ, କାରଣ ଏହା ମଧ୍ୟ ଏକ କଂଗ୍ରେସ ସଂସ୍କୃତି ରହି ଆସିଛି କି ପ୍ଳାଣ୍ଟ ତ ନିର୍ମାଣ କରାଯାଇଥିଲା, କିନ୍ତୁ ନା ତ ନିଜ କ୍ଷମତା ସହିତ କାମ କରୁଥିଲା ଆଉ ନା ହିଁ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲି ପାରୁଥିଲା, ଗଙ୍ଗାମାତାଙ୍କ ସହିତ ଜଡ଼ିତ ପ୍ରକଳ୍ପ ଗୁଡ଼ିକ ସହିତ ମଧ୍ୟ ଏବେ କଂଗ୍ରେସ ସଂସ୍କୃତିକୁ ହଟାଇବାର କାର୍ଯ୍ୟ କରାଯାଉଛି ।
ସାଥୀଗଣ, ଏବେ ଯେକୌଣସି ମଧ୍ୟ ପ୍ଳାଣ୍ଟ ନିର୍ମାଣ କରାଯାଉଛି, ତାହା ସହିତ ଏହା ସୁନିଶ୍ଚିତ କରାଯାଉଛି କି ତାହା 15 ବର୍ଷ ପର୍ଯ୍ୟନ୍ତ ଆବଶ୍ୟକତାକୁ ଧ୍ୟାନରେ ରଖି କରାଯାଉଛି । ଅର୍ଥାତ୍ ଆମର ଗରୁତ୍ୱ ନା କେବଳ ସ୍ୱରେଜ ପରିଚାଳନା ପ୍ଲାଂଟ ନିର୍ମାଣ କରିବା ଉପରେ ରହିଛି, ତା’ ନୁହେଁ । ବରଂ ତାକୁ ଚଲାଇ ରଖିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି ।
ଭାଇ ଓ ଭଉଣୀମାନେ, ଯେଉଁମାନେ 70 ବର୍ଷ ଦେଶ ସହିତ, ଦେଶର ଗରିବଙ୍କ ସହିତ, ମଧ୍ୟମବର୍ଗଙ୍କ ସହିତ, କୃଷକ, ଯୁବକଙ୍କ ସହିତ ଛଳନା କରିଛନ୍ତି, ସେମାନଙ୍କୁ ଭ୍ରମିତ କରି ରଖିଛନ୍ତି, ସେମାନଙ୍କୁ ଧୋକା ଦେଇଛନ୍ତି, ସେମାନେ ଏବେ ଏନଡିଏ ସରକାର ଉପରେ ଜନତାଙ୍କ ବିଶ୍ୱାସକୁ ଦେଖି ବହୁତ ବିଚଳିତ ହୋଇ ଯାଇଛନ୍ତି । ସେମାନଙ୍କୁ ଚିନ୍ତା ହେଉଛି କି ଚାରି ବର୍ଷ ପରେ ଏତେ ଗରମରେ ଏତେ ବଡ଼ ଜନ ସମୁଦ୍ର ତାଙ୍କୁ ଶୋଇବାକୁ ଦେଉ ନାହିଁ । ସତ୍ୟ ଏହା ହେଉଛି କି ସେମାନଙ୍କୁ ନା କେବେ ଦେଶର ଲୋକତନ୍ତ୍ର ଉପରେ ବିଶ୍ୱାସ ରହିଛି ଆଉ ନା ହିଁ ସମ୍ବିଧାନ ଆଧାରରେ ଚାଲୁ ରହିଥିବା ସଂସ୍ଥା ଉପରେ ବିଶ୍ୱାସ । ବିଗତ ଚାରି ବର୍ଷରେ ବାରମ୍ବାର ସେମାନଙ୍କର ମାନସିକତା ଖୋଲାଖୋଲି ଭାବେ ସାମ୍ନାକୁ ଆସିଛି । ଦେଶର ସର୍ବୋଚ୍ଚ ଅଦାଲତ ଉପରେ କିଭଳି ଏହି ଲୋକଙ୍କର ବିଶ୍ୱାସର ସଙ୍କଟ ଠିଆ କରାଇଦେଲେ, ଏହା ଦେଶ ବିଗତ ଦିନରେ ଦେଖିଛି ।
ଦେଶର ନିର୍ବାଚନ କମିଶନଙ୍କୁ, ଇଭିଏମକୁ କିଭଳି ସେମାନେ ସନ୍ଦେହ ଦୃଷ୍ଟିରେ ଠିଆ କରାଇଲେ, ଏହା ମଧ୍ୟ ଦେଶ ଭଲ ଭାବେ ଜାଣିଛି । ଦେଶର ରିଜର୍ଭ ବ୍ୟାଙ୍କକୁ, ତାହାର ନୀତି ଉପରେ ମଧ୍ୟ ସେମାନେ କିପରି ପ୍ରଶ୍ନବାଚୀ ଉଠାଇଲେ । ବିଶ୍ୱାସର ସଙ୍କଟ ଉତ୍ପନ୍ନ କରି ଏମାନେ ପାପ କରିଛନ୍ତି, ତା’ ମଧ୍ୟ ଆମେ ଦେଖିଛୁ । ଦେଶର ଯେଉଁ ସଂସ୍ଥାଗୁଡ଼ିକ, ସେମାନଙ୍କର କଳା କାରନାମାର ଯାଞ୍ଚ କରୁଛନ୍ତି, ସେମାନେ ମଧ୍ୟ ତାହାକୁ କାଠଗଡ଼ାରେ ଠିଆ କରାଉଛନ୍ତି । ଆହୁରି ତ ଅଧିକ, ଏବେ ତ ସେମାନଙ୍କୁ ଦେଶର ମିଡ଼ିଆ ପକ୍ଷପାତୀ ବୋଲି ଦୃଷ୍ଟିଗୋଚର ହେଉଛି ।
ଭାଇ ଓ ଭଉଣୀମାନେ, ଗୋଟିଏ ପରିବାରର ପୂଜା କରିବାବାଲା କେବେ ଗଣତନ୍ତ୍ରର ପୂଜା କରି ପାରିବେ ନାହିଁ । ଏମାନେ ସର୍ଜିକାଲ ଷ୍ଟ୍ରାଇକ୍ କରିଥିବା ଦେଶର ସେନାର ସାହସକୁ ମଧ୍ୟ ଅସ୍ୱୀକାର କରୁଛନ୍ତି । ଯେତେବେଳେ ଅନ୍ତରାଷ୍ଟ୍ରୀୟ ସଂସ୍ଥାଗୁଡ଼ିକ ଭାରତର ପ୍ରଶଂସା କରୁଛନ୍ତି, ତ ଏମାନେ ସେମାନଙ୍କ ଉପରକୁ ମଧ୍ୟ ଲାଠି ଧରି ଦୌଡ଼ୁଛନ୍ତି । ଦେଶର ଯେଉଁ ସଂସ୍ଥାଗୁଡ଼ିକ ସେମାନଙ୍କ ସମୟରେ ବିକାଶର ପରିସଂଖ୍ୟାନ ଦେଉଥିଲେ, ସେହି ସଂସ୍ଥା ଯେବେ ସେହିଭଳି ଭାବେ ନୂଆ ସରକାରଙ୍କୁ ପରିସଂଖ୍ୟାନ ଦେଉଛନ୍ତି, ତ କହୁଛନ୍ତି କି ଦେଶରେ ଦ୍ରୁତ ଗତିରେ ବିକାଶ ହେଉଛି ତ ଏମାନେ ସେମାନଙ୍କ ବିଶ୍ୱାସନୀୟତା ଉପରେ ମଧ୍ୟ ପ୍ରଶ୍ନ ଉଠାଇବାରେ ଲାଗୁଛନ୍ତି । ଏପରିକି ବିଦେଶରୁ ଆସିଥିବା କୌଣସି ଅତିଥି ମଧ୍ୟ ଯଦି ଏହି ସରକାରଙ୍କୁ ପ୍ରଶଂସା କରି କିଛି କହି ଦେଉଛନ୍ତି, ତ ସମସ୍ତ ମର୍ଯ୍ୟାଦା ଭୁଲିଯାଇ ତାହା ଉପରେ ମଧ୍ୟ ଏମାନେ ପ୍ରଶ୍ନ ଲଗାଇ ଦେଉଛନ୍ତି, ସମାଲୋଚନା କରି ଦେଉଛନ୍ତି ।
ସାଥୀଗଣ, ଦେଶର ଜନତାଙ୍କର ବିଶ୍ୱାସ ଯେଉଁ ଲୋକଙ୍କ ଉପରୁ ଉଠି ଯାଇଛି, ସେମାନେ ଏତେ ବିଚଳିତ ହୋଇଯିବେ, ସେମାନଙ୍କର ଚିନ୍ତାର କାରଣ ଆପଣ ମଧ୍ୟ ଜାଣିଛନ୍ତି, ମୁଁ ମଧ୍ୟ ଜାଣିଛି । ମୋଦିଙ୍କ ବିରୁଦ୍ଧରେ ଦେଶକୁ ବିରୋଧ କରିବାରେ ଲାଗିବେ, ଏହି ଆଶା ଅତି କମ୍ରେ ମୋତେ ମଧ୍ୟ ନ ଥିଲା । କିନ୍ତୁ ଯେଉଁମାନଙ୍କ ସହିତ ଆପଣଙ୍କ ବିଶ୍ୱାସ ଅଛି, ଆପଣଙ୍କର ଆଶୀର୍ବାଦ ଅଛି, ଦେଶର ଶହେ ପଚିଶ କୋଟି ଲୋକଙ୍କର ବିଶ୍ୱାସ ଅଛି, ସେମାନେ ଏହି ଲୋକଙ୍କ ଦ୍ୱାରା ଲକ୍ଷ ଲକ୍ଷ ଆକ୍ରମଣରେ ମଧ୍ୟ କେବେ ହେଲେ ବିଚଳିତ ହୁଅନ୍ତି ନା କେବେ ଥକି ଯାଆନ୍ତି ନାହିଁ ।
ସାଥୀଗଣ, ମୋ ଦେଶବାସୀଗଣ, ଆପଣମାନେ ପ୍ରତ୍ୟେକ ଜିନିଷକୁ ବାରମ୍ବାର ନିରିଖି ଦେଖି ନିଅନ୍ତୁ ସେପଟରେ କେଉଁ ଲୋକ ଅଛନ୍ତି ଏପଟେ କେଉଁ ଲୋକ ଅଛନ୍ତି । ଟିକେ ଭଲଭାବେ ଯାଞ୍ଚ କରି ଦେଖି ନିଅନ୍ତୁ ସେପଟରେ ସେହି ଲୋକ ଅଛନ୍ତି । ସେମାନଙ୍କ ପାଇଁ, ସେମାନଙ୍କ ପରିବାର ହିଁ ହେଉଛି ଦେଶ, ମୋ ପାଇଁ ମୋ ଦେଶ ହିଁ ହେଉଛି ମୋର ପରିବାର । ଶହେ ପଚିଶ କୋଟି ଲୋକ ହିଁ ହେଉଛନ୍ତି ମୋର ପରିବାରର ସଦସ୍ୟ । ଆୟ କରିବା ନିମନ୍ତେ ମୋ ପାଇଁ କେବଳ ଆପଣମାନଙ୍କର ଆଶୀର୍ବାଦ ହିଁ ଅଛି, ଆପଣଙ୍କର ଭଲ ପାଇବା ହିଁ ଅଛି, ଆପଣଙ୍କର ବିଶ୍ୱାସ ହିଁ ଅଛି । ଆଉ ମୋ ପାଖରେ କେବଳ ଦେଶବାସୀଙ୍କର ସେବା ହିଁ କରିବା ପାଇଁ ଅଛି । ଆପଣ ସମସ୍ତଙ୍କର ସହଯୋଗରେ, ଶହେ ପଚିଶ କୋଟି ଦେଶବାସୀଙ୍କ ସହିତ କାନ୍ଧରେ କାନ୍ଧ ମିଳାଇ ଚାଲିବା ଦ୍ୱାରା ଏକ ଭାରତ-ଶ୍ରେଷ୍ଠ ଭାରତର ସଂକଳ୍ପ ଆହୁରି ସୁଦୃଢ଼ ହୋଇ ରହିବ । ଆପଣମାନେ ବହୁ ସଂଖ୍ୟାରେ ଏଠାକୁ ଆସିଲେ, ଏଥିପାଇଁ ମୁଁ ଆପଣମାନଙ୍କୁ ବହୁତ-ବହୁତ ଧନ୍ୟବାଦ ଦେଉଛି । ଆଜି ଯେଉଁ ସଡ଼କର ଲୋକାର୍ପଣ ହେଲା ଏହାର ମହତ୍ୱ କେବଳ ଏହି ଅଂଚଳର ନୁହେଁ, ଏକବିଂଶ ଶତାବ୍ଦୀର ହିନ୍ଦୁସ୍ଥାନ କିପରି ହୋଇ ପାରିବ, ଏ ହେଉଛି ମଡେଲ, ଉଦାହରଣ, ଯାହା ଆପଣଙ୍କର ଘର ପାଖରେ ହିଁ ରହିଛି ।
ବହୁତ-ବହୁତ ଧନ୍ୟବାଦ ।
*****
इतना स्नेह तब होता है, जब सेवक से उसका विधाता खुश हो। आज भारतीय जनता पार्टी के नेतृत्व में एनडीए सरकार के 4 साल पूरे होने पर आपका ये प्रधानसेवक फिर आपके सामने नतमस्तक है: PM @narendramodi
— PMO India (@PMOIndia) May 27, 2018
आज बागपत, पश्चिम यूपी और दिल्ली-NCR वालों के लिए बहुत बड़ा दिन है। दो बहुत बड़ी सड़क परियोजनाओं का आज लोकार्पण किया गया है: PM @narendramodi
— PMO India (@PMOIndia) May 27, 2018
आज जब इस नई सड़क पर चलने का अवसर मुझे मिला तो अनुभव किया कि 14 लेन का सफर दिल्ली-NCR के लोगों के जीवन को कितना सुगम बनाने वाला है। कहीं कोई रुकावट नहीं, एक से एक आधुनिक तकनीक का इस्तेमाल, कंक्रीट के साथ हरियाली का भी मेल: PM @narendramodi
— PMO India (@PMOIndia) May 27, 2018
जिस रफ्तार से ये 9 किलोमीटर सड़क बनी है, उसी रफ्तार से मेरठ तक इस पूरे एक्सप्रेसवे का काम करके, जल्द ही दूसरे चरण को भी जनता के लिए समर्पित किया जाएगा। और जब ये हो जाएगा तो मेरठ से दिल्ली सिर्फ 45 मिनट रह जाएगी: PM @narendramodi
— PMO India (@PMOIndia) May 27, 2018
दिल्ली-NCR में सिर्फ जाम की ही समस्या नहीं है, प्रदूषण की भी एक बड़ी समस्या है। जो साल दर साल और विकराल रूप लेती जा रही है। प्रदूषण की समस्या का एक कारण दिल्ली में आने-जाने वाली गाड़ियों और लंबे ट्रैफिक जाम हैं: PM @narendramodi
— PMO India (@PMOIndia) May 27, 2018
हमारी सरकार ने इस समस्या को गंभीरता से लेते हुए दिल्ली के चारों ओर Expressway का एक घेरा बनाने का बीड़ा उठाया। ये दो चरणों में बनाया जा रहा है। इसमें से एक चरण यानि Eastern Peripheral Express way का भी थोड़ी देर पहले लोकार्पण किया गया है: PM @narendramodi
— PMO India (@PMOIndia) May 27, 2018
दिल्ली के अंदर आज जितनी गाड़ियां पहुंचती हैं, उसमें से अब लगभग 30 प्रतिशत की कमी आ जाएगी। ना सिर्फ बड़ी गाड़ियां और ट्रक बल्कि 50 हज़ार से अधिक कारों को भी अब दिल्ली शहर के अंदर एंट्री की जरूरत नहीं पड़ेगी, ऐसी व्यवस्था बनाई गई है: PM @narendramodi
— PMO India (@PMOIndia) May 27, 2018
सवा सौ करोड़ देशवासियों का जीवन स्तर ऊपर उठाने में देश के आधुनिक इंफ्रास्ट्रक्चर की बहुत महत्वपूर्ण भूमिका है। यही सबका साथ, सबका विकास का रास्ता है, क्योंकि इंफ्रास्ट्रक्चर जात-पात, पंथ-संप्रदाय, ऊंच-नीच, अमीर-गरीब में भेद नहीं करता: PM @narendramodi
— PMO India (@PMOIndia) May 27, 2018
इससे सबके लिए बराबरी के अवसर पैदा होते हैं। इसलिए हमारी सरकार ने हाईवे, रेलवे, एयरवे, वॉटरवे, आईवे और बिजली से जुड़े इंफ्रास्ट्रक्चर पर सबसे अधिक ध्यान दिया है: PM @narendramodi
— PMO India (@PMOIndia) May 27, 2018
बीते चार वर्षों में 3 लाख करोड़ से अधिक खर्च कर 28 हज़ार किलोमीटर से अधिक के नए हाईवे बनाए चुके हैं। चार वर्ष पहले तक जहां एक दिन में सिर्फ 12 किलोमीटर हाईवे बनते थे, आज लगभग 27 किलोमीटर हाईवे बनाए जा रहे हैं: PM @narendramodi
— PMO India (@PMOIndia) May 27, 2018
इस वर्ष के बजट में भारतमाला प्रोजेक्ट के तहत 5 लाख करोड़ रुपए का प्रावधान किया गया है। इसके तहत लगभग 35 हज़ार किलोमीटर हाईवे बनाए जा रहे हैं: PM @narendramodi
— PMO India (@PMOIndia) May 27, 2018
हाईवे ही नहीं, रेलवे में अभूतपूर्व काम हो रहा है। जहां रेलवे की कनेक्टिविटी नहीं थी, वहां तेज़ी से रेल नेटवर्क बिछाया जा रहा है: PM @narendramodi
— PMO India (@PMOIndia) May 27, 2018
सिंगल लाइनों को ब्रॉडगेज में बदलने का काम तीव्र गति से चल रहा है। ट्रेनों की स्पीड बढाई जा रही है। लगभग साढ़े 5 हज़ार मानवरहित क्रॉसिंग को बीते चार वर्षों में हटाया जा चुका है: PM @narendramodi
— PMO India (@PMOIndia) May 27, 2018
देश के जल शक्ति का भी पूरा इस्तेमाल करने पर जोर दिया जा रहा है। देश में 100 से ज्यादा नए वॉटरवेज बनाए जा रहे हैं। यहां यूपी में ही गंगा जी में जहाज़ चलने लगे हैं। गंगा जी के माध्यम से यूपी समंदर से जुड़ने वाला है: PM @narendramodi
— PMO India (@PMOIndia) May 27, 2018
जल्द ही मालवाहक जहाज़ यूपी में बना सामान बड़े-बड़े पोर्ट तक पहुंचाएंगे। गंगा जी की तरह यमुना जी को लेकर भी योजनाएं बनाई जा रही हैं: PM @narendramodi
— PMO India (@PMOIndia) May 27, 2018
जहां-जहां ट्रांसपोर्ट की ये सुविधाएं खड़ी की जा रही हैं, वहां-वहां नए उद्योगों के अवसर भी तैयार किए जा रहे हैं। इसी सोच के साथ इस साल बजट में यूपी में डिफेंस इंडस्ट्रियल कॉरिडोर के निर्माण का भी ऐलान किया गया है: PM @narendramodi
— PMO India (@PMOIndia) May 27, 2018
New India की तमाम नई व्यवस्थाएं देश के युवाओं, मध्यम वर्ग की आशाओं-अपेक्षाओं के आधार पर खड़ी की जा रही हैं: PM @narendramodi
— PMO India (@PMOIndia) May 27, 2018
हमारी सरकार की रफ्तार का अंदाजा आप इसी से लगा सकते हैं कि कांग्रेस सरकार जहां अपने चार साल में सिर्फ 59 पंचायतें ही ऑप्टिकल फाइबर से जोड़ पाई , वहीं हमने एक लाख से अधिक पंचायतों को ऑपटिकल फाइबर से जोड़ दिया है: PM @narendramodi
— PMO India (@PMOIndia) May 27, 2018
मेक इन इंडिया के माध्यम से देश में मैन्युफेक्चरिंग को बढ़ावा दिया जा रहा है। इसका परिणाम ये हुआ कि चार वर्ष पहले तक जहां देश में सिर्फ 2 मोबाइल फोन बनाने वाली फैक्ट्रियां थीं, आज 120 फैक्ट्रियां हैं। इनमें से कई तो यहां NCR में ही हैं जिनसे अनेक युवाओं को रोजगार भी मिला है: PM
— PMO India (@PMOIndia) May 27, 2018
बेहतर बिजनेस और कारोबार तब होता है जब सुरक्षा व्यवस्था सही होती है। यहां पश्चिम यूपी में तो आप साक्षात गवाह रहे हैं कि क्या स्थिति थी। लेकिन अब योगी जी के नेतृत्व वाली सरकार में अपराधी खुद सरेंडर कर रहे हैं, कभी भी अपराध ना करने की शपथ लेने लगे हैं: PM @narendramodi
— PMO India (@PMOIndia) May 27, 2018
हम महिलाओं के सम्मान और सशक्तिकरण के लिए भी निरंतर काम कर रहे हैं। स्वच्छ भारत अभियान के तहत बने देश में साढ़े 7 करोड़ शौचालय हो या फिर उज्जवला योजना के तहत दिए गए 4 करोड़ गैस कनेक्शन, इन्होंने महिलाओं के जीवन को आसान बनाने का काम किया है: PM @narendramodi
— PMO India (@PMOIndia) May 27, 2018
वहीं मुद्रा योजना के तहत जो लगभग 13 करोड़ लोन दिए गए हैं, उनमें से 75 प्रतिशत से अधिक महिला उद्यमियों को मिले हैं। बीते चार वर्ष में हमने बेटियों को सम्मान दिया और सशक्त बनाया है: PM @narendramodi
— PMO India (@PMOIndia) May 27, 2018
दलितों और पिछड़ों के सशक्तिकरण और सम्मान के लिए बीते चार वर्षों में एक के बाद एक कई कदम उठाए गए हैं। चाहे वो स्वरोज़गार हो या फिर सामाजिक सुरक्षा, आज अनेक योजनाएं इस दिशा में काम कर रही हैं: PM @narendramodi
— PMO India (@PMOIndia) May 27, 2018
ये हमारी सरकार के लिए सौभाग्य की बात है कि हम बाबा साहब आंबेडकर से जुड़े पांच स्थानों को पंच तीर्थ के तौर पर विकसित कर रहे हैं: PM @narendramodi
— PMO India (@PMOIndia) May 27, 2018
मैं आपको अनुभव के आधार पर कह सकता हूं, कि जिनके मन में स्वार्थ है वो सिर्फ घड़ियाली आंसू बहाने वाली राजनीति करता है। वो लोकलुभाव राजनीति करता है। लेकिन जो सही मायनों में आपके हित में सोचता है, वो लोकहित की राजनीति करता है: PM @narendramodi
— PMO India (@PMOIndia) May 27, 2018
दलित और पिछड़े भाई-बहनों के लिए अवसरों के साथ-साथ उनकी सुरक्षा और न्याय के लिए भी बीते चार वर्षों में कई काम किए गए हैं। दलितों पर अत्याचार के कानून को हमने और कड़ा किया है: PM @narendramodi
— PMO India (@PMOIndia) May 27, 2018
दलितों के अत्याचार से जुड़े मामलों की तेज सुनवाई के लिए Special Courts का गठन किया जा रहा है: PM @narendramodi
— PMO India (@PMOIndia) May 27, 2018
सरकार ने पिछड़ी जातियों के सब-कैटेगराइजेश के लिए कमीशन के गठन का निर्णय भी किया है। सरकार चाहती है कि OBC समुदाय में जो अति पिछड़े हैं, उन्हें सरकार और शिक्षण संस्थाओं में तय सीमा में रहते हुए आरक्षण का और ज्यादा फायदा मिले: PM @narendramodi
— PMO India (@PMOIndia) May 27, 2018
सच्चाई ये है कि गरीबों के लिए, दलितों-पिछड़ों-आदिवासियों के लिए जो भी कार्य किया जाता है, कांग्रेस और उसके साथ चलने वाले दल या तो उसमें रोड़े अटकाने लगते हैं, या उसका मजाक उड़ाते हैं: PM @narendramodi
— PMO India (@PMOIndia) May 27, 2018
इन्हें देश का विकास भी मजाक लगता है। उन्हें स्वच्छ भारत के लिए किया गया काम मजाक लगता है, उन्हें गरीब महिला के लिए बनाया गया शौचालय मजाक लगता है: PM @narendramodi
— PMO India (@PMOIndia) May 27, 2018
जब हमारी सरकार गरीब महिलाओं को मुफ्त गैस कनेक्शन देती है, तो भी ये उसका मजाक उड़ाते हैं। जब गरीब के लिए बैंक खाते खुलते हैं, तब भी इन्हें मजाक लगता है। पीढ़ी दर पीढ़ी परिवार में सत्ता देखने के आदी ये लोग गरीब के लिए किए जा रहे हर काम को मजाक समझते हैं: PM @narendramodi
— PMO India (@PMOIndia) May 27, 2018
आज देश के लोग देख रहे हैं कि अपने सियासी फायदे के लिए ये लोग सुप्रीम कोर्ट के आदेश पर भी खुलेआम झूठ बोल जाते हैं: PM @narendramodi
— PMO India (@PMOIndia) May 27, 2018
ये तक नहीं सोचते कि उनके झूठ की वजह से देश में किस तरह की अस्थिरता पैदा हो सकती है। चाहे दलितों पर अत्याचार से जुड़े कानून की बात हो या फिर आरक्षण की बात, झूठ बोलकर, अफवाह फैलाकर ये लोगों को भ्रमित करने की साजिश करते रहे हैं: PM @narendramodi
— PMO India (@PMOIndia) May 27, 2018
मैं तो सुन रहा हूं कि अब किसानों के बीच भी एक झूठ फैलाया जा रहा है कि जो किसान खेत ठेके पर या बंटाई पर देगा, उससे 18 प्रतिशत जीएसटी लिया जाएगा। मैं अपने किसान भाइयों से कहना चाहता हूं कि ऐसी किसी अफवाह पर ध्यान नहीं दें, बल्कि जो अफवाह फैलाए, उसकी प्रशासन से शिकायत भी करें: PM
— PMO India (@PMOIndia) May 27, 2018
हमारी सरकार ग्रामोदय से भारत उदय की अवधारणा पर काम कर रही है। जब हम ग्रामोदय की बात करते हैं तो उसका केंद्र बिंदु मेरे देश का अन्नदाता, मेरा किसान है। इस वर्ष बजट में गांव और खेती से जुड़े इंफ्रास्ट्रक्चर को मजबूत करने के लिए 14 लाख करोड़ का प्रावधान किया गया है: PM
— PMO India (@PMOIndia) May 27, 2018
इसके अलावा यूरिया की सौ प्रतिशत नीम कोटिंग, प्रधानमंत्री सिंचाई परियोजना, प्रधानमंत्री फसल बीमा योजना के दायरे में विस्तार से भी किसान को लाभ पहुंचा है। किसान को लागत का डेढ़ गुणा समर्थन मूल्य भी हमारी सरकार ने सुनिश्चित करना तय किया है: PM @narendramodi
— PMO India (@PMOIndia) May 27, 2018
खेत से निकलकर बाजार तक पहुंचने से पहले किसानों की उपज बर्बाद न हो, इसके लिए 6 हजार करोड़ रुपए के निवेश वाली प्रधानमंत्री किसान संपदा योजना पर काम किया जा रहा है। ये योजना पश्चिम यूपी के आलू पैदा करने वाले किसानों की भी मदद करेगी: PM @narendramodi
— PMO India (@PMOIndia) May 27, 2018
यहां के गन्ना किसानों के लिए भी हमारी सरकार निरंतर कार्य कर रही है। पिछले वर्ष ही हमने गन्ने का समर्थन मूल्य लगभग 11 प्रतिशत बढ़ाया था: PM @narendramodi
— PMO India (@PMOIndia) May 27, 2018
इससे गन्ने के 5 करोड़ किसानों को सीधा लाभ हुआ था। इथेनॉल से जुड़ी पॉलिसी में बड़ा बदलाव करते हुए अब पेट्रोल में इथेनॉल की 10 प्रतिशत ब्लेन्डिंग को भी स्वीकृति दी जा चुकी है: PM @narendramodi
— PMO India (@PMOIndia) May 27, 2018
गन्ना किसानों को चीनी मिलों से बकाया मिलने में देरी न हो, इससे जुड़ा एक बड़ा फैसला हाल में लिया गया है। सरकार ने तय किया है कि प्रति क्विंटल गन्ने पर 5 रुपए 50 पैसे की आर्थिक मदद चीनी मिलों को दी जाएगी: PM @narendramodi
— PMO India (@PMOIndia) May 27, 2018
लेकिन हमें पता है कि इसमें किस तरह का खेल होता है, इसलिए ये राशि चीनी मिलों को न देकर सीधे गन्ना किसानों के खाते में ट्रांसफर की जाएगी। इससे गन्ना किसानों का पैसा चीनी मिलों में फंसेगा नहीं: PM @narendramodi
— PMO India (@PMOIndia) May 27, 2018
मैं यहां के गन्ना किसानों को आश्वस्त करना चाहता हूं कि सरकार उनकी दिक्कतों के प्रति संवेदनशील है और बहुत कड़ाई के साथ गन्ना किसानों की समस्याओं को दूर करने के लिए प्रतिबद्ध है: PM @narendramodi
— PMO India (@PMOIndia) May 27, 2018
गंगा सफाई पर देश में पहले भी बहुत बड़ी-बड़ी बातें हुई हैं। लेकिन ये सरकार बातों में नहीं, काम करके दिखाने में भरोसा रखती है। यही हमारी कार्यसंस्कृति है, यही हमारी पूंजी है। जनता की कमाई का एक एक पैसा जनता पर खर्च हो, इसका ध्यान रखा जा रहा है: PM @narendramodi
— PMO India (@PMOIndia) May 27, 2018
एक परिवार की पूजा करने वाले कभी लोकतंत्र की पूजा नहीं कर सकते। ये सर्जिकल स्ट्राइक करने वाली देश की सेना के साहस को भी नकारते हैं। जब अंतरराष्ट्रीय एजेंसियां भारत की तारीफ करती हैं, तो ये उन्हें भी डंडा लेकर दौड़ पड़ते हैं: PM @narendramodi
— PMO India (@PMOIndia) May 27, 2018
देश की जो एजेंसिया इनके समय में विकास के आंकड़े देती थीं, वही एजेंसियां जब, उसी तरीके से नए आंकड़े जारी करती हैं, कहती हैं कि देश में तेजी से विकास हो रहा है, तो ये उनकी विश्वनीयता पर भी सवाल उठाने लगते हैं: PM @narendramodi
— PMO India (@PMOIndia) May 27, 2018
आप सभी के सहयोग से, सवा सौ करोड़ देशवासियों के कंधों से कंधा मिलाकर एक भारत, श्रेष्ठ भारत का हमारा संकल्प और मजबूत होगा: PM @narendramodi
— PMO India (@PMOIndia) May 27, 2018