Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କ ସହ ଭିଡିଓ ବ୍ରିଜ ଜରିଆରେ ମତବିନିମୟ କଲେ ପ୍ରଧାନମନ୍ତ୍ରୀ


ଭିଡିଓ ବ୍ରିଜ ଜରିଆରେ ସାରା ଦେଶରେ ଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଲୋଚନା କରିଥିଲେ । ସରକାରୀ ଯୋଜନାର ବିଭିନ୍ନ ହିତାଧିକାରୀମାନଙ୍କ ସହିତ ଭିଡିଓ ବ୍ରିଜ ଜରିଆରେ ପ୍ରଧାନମନ୍ତ୍ରୀଙ୍କର ଏହା ହେଉଛି ତୃତୀୟ ଆଲୋଚନା ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀମାନଙ୍କ ସହିତ ଆଲୋଚନା ପାଇଁ ପ୍ରସନ୍ନତା ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏପରି ଆଲୋଚନା ଦ୍ୱାରା ଯୋଜନାର ବିଭିନ୍ନ ଦିଗକୁ ବୁଝିବାରେ ସହାୟତା ମିଳିପାରିବ, ବିଶେଷ କରି ସଂସ୍କାର ଆବଶ୍ୟକତା ଥିବା କ୍ଷେତ୍ରରେ ଉନ୍ନତ କାର୍ଯ୍ୟ କରାଯାଇପାରିବ । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେବଳ ଇଟା ଏବଂ କାନ୍ଥ ଯୋଡ଼ିବା ପ୍ରସଙ୍ଗ ନୁହେଁ ଏହା ଲୋକମାନଙ୍କ ଜୀବନରେ ଉନ୍ନତି ଆଣୁଛି ଏବଂ ସେମାନଙ୍କ ସ୍ୱପ୍ନ ପୂରଣ କରିବାରେ ସହାୟକ ହେଉଛି ।

ହିତାଧିକାରୀମାନଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିତବଲେ ଯେ ଗତ 4 ବର୍ଷ ହେବ ସରକାର ସମସ୍ତଙ୍କୁ ଆବାସ ଯୋଗାଇ ଦେବା ଲାଗି ମିଶନ ଭାବନା ନେଇ କାର୍ଯ୍ୟ କରୁଛନ୍ତି । ଭାରତ ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ଅର୍ଥାତ 2022 ସୁଦ୍ଧା ପ୍ରତ୍ୟେକ ଭାରତୀୟଙ୍କୁ ସୁନିଶ୍ଚିତ ଆବାସ ଯୋଗାଇ ଦେବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ସରକାର ଗ୍ରାମାଞ୍ଚଳରେ ତିନି କୋଟି ଏବଂ ସହରାଞ୍ଚଳରେ ଏକ କୋଟି ଆବାସ ନିର୍ମାଣ କରିବା ଲାଗି ଲକ୍ଷ୍ୟ ରଖିଛନ୍ତି । ସରକାର ବର୍ତ୍ତମାନ ସୁଦ୍ଧା ସହରାଞ୍ଚଳରେ 47 ଲକ୍ଷ ବାସଗୃହ ନିର୍ମାଣ କରିସାରିଛନ୍ତି, ଯାହା ଗତ ସରକାରଙ୍କ 10 ବର୍ଷ କାଳରେ ଅନୁମୋଦନ ହୋଇଥିବା ବାସଗୃହ ତୁଳନାରେ 4 ଗୁଣ ଅଧିକ । ସେହିପରି ଗତ ସରକାରଙ୍କ ଅମଳରେ ଗ୍ରାମାଞ୍ଚଳରେ ମାତ୍ର 25 ଲକ୍ଷ ବାସଗୃହ ନିର୍ମାଣ ପାଇଁ ସହାୟତା ଦିଆଯାଇଥିବା ବେଳେ ଗତ ଚାରି ବର୍ଷ ମଧ୍ୟରେ ଏ ସରକାରଙ୍କ ସମୟରେ ଏକ କୋଟି ବାସଗୃହ ନିର୍ମାଣ ଲାଗି ସହାୟତା ଦିଆଯାଇସାରିଛି । ଗୃହ ନିର୍ମାଣ ପାଇଁ ଆବଶ୍ୟକ ସମୟକୁ ସରକାର 18 ମାସରୁ 12 ମାସକୁ ଖସାଇ ଦେଇଛନ୍ତି, ଫଳରେ 6 ମାସର ସମୟ ସଞ୍ଚୟ ହୋଇପାରିଛି ।

ବର୍ତ୍ତମାନର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କରିଥିବା ପରିବର୍ତ୍ତନ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆବାସ ଯୋଜନାରେ ଗୃହର ଆକାର 20 ବର୍ଗମିଟରରୁ ବୃଦ୍ଧି କରି 25 ବର୍ଗ ମିଟର କରିଦିଆଯାଇଛି । ସେହିପରି ଏହି ଯୋଜନାରେ ଆର୍ଥିକ ସହାୟତା ପୂର୍ବରୁ 70ରୁ 75 ହଜାର ଟଙ୍କା ରହିଥିବା ବେଳେ ଏବେ ଏହା ବୃଦ୍ଧି ପାଇ 125000 କରିଦିଆଯାଇଛି ।

ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନାଗରିକମାନଙ୍କ ସମ୍ମାନ ସହ ଯୋଡ଼ି ଦିଆଯାଇଛି ଏବଂ ଏହି ଯୋଜନା ଅଧିକରୁ ଅଧିକ ମହିଳା, ଦିବ୍ୟାଙ୍ଗ ଭାଇ ଭଉଣୀ, ଏସସି, ଏସଟି, ଓବିସି ଏବଂ ସଂଖ୍ୟାଲଘୁଙ୍କ ପାଇଁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି ।

ହିତାଧିକାରୀମାନଙ୍କ ସହିତ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମସ୍ତଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି । ଯୋଜନାକୁ ସୁଦୃଢ଼ କରିବା ଲାଗି, ବାସଗୃହର ମାନ ଏବଂ ଏହାର ନିର୍ମାଣ ପ୍ରକ୍ରିୟାରେ ସୁଧାର ଆଣିବା ପାଇଁ ସରକାର ଦକ୍ଷତା ବିକାଶ ଦିଗରେ କାର୍ଯ୍ୟ କରୁଛନ୍ତି । ଏହାର ଅଂଶବିଶେଷ ସ୍ୱରୂପ, ସରକାର ଏକ ଲକ୍ଷ ରାଜମିସ୍ତ୍ରୀଙ୍କୁ ତାଲିମ ଦେବା ଆରମ୍ଭ କରିଛନ୍ତି । ଏଥିସହିତ, ସରକାର କେତେ ରାଜ୍ୟରେ ମହିଳା ରାଜମିସ୍ତ୍ରୀଙ୍କୁ ତାଲିମ ଦେବା ଆରମ୍ଭ କରିଛନ୍ତି ଯାହା ନାରୀ ସଶକ୍ତିକରଣକୁ ପ୍ରୋତ୍ସାହିତ କରିଛି ।

ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା କରି ହିତାଧିକାରୀମାନେ ସନ୍ତୋଷ ବ୍ୟକ୍ତ କରିଥିଲେ ଯେ ସେମାନେ ଏବେ ବାସଗୃହ ପାଇପାରିଛନ୍ତି, ଯାହା ସେମାନଙ୍କ ପାଇଁ ଦିନେ ସ୍ୱପ୍ନ ଥିଲେ । ଏହା ସେମାନଙ୍କ ଜୀବନ ଏବଂ ଜୀବନଧାରଣର ମାନକୁ କିଭଳି ବଦଳାଇ ଦେଇଛି ତାହା ସେମାନେ ବର୍ଣ୍ଣନା କରିଥିଲେ ।

***