ପିଏମଇଣ୍ଡିଆ
ମୋର ପ୍ରିୟ ଭାଇ ଓ ଭଉଣୀମାନେ,
ମୋର ସବୁବେଳେ ପ୍ରୟାସ ରହି ଆସିଛି କି ଭିନ୍ନ-ଭିନ୍ନ ଯୋଜନା ଦ୍ୱାରା ସାଧାରଣ ଲୋକଙ୍କ ଜୀବନରେ ଯେଉଁ ପରିବର୍ତ୍ତନ ଆସିଛି, ସେହି ଅନୁଭବ ଗୁଡ଼ିକୁ ସିଧାସଳଖ ସେହି ଲୋକମାନଙ୍କ ସହିତ କଥାବାର୍ତ୍ତା କରି, ମୁଁ ହେଉଛି ଜନତା, ଆଉ ଏଥିପାଇଁ ମୁଁ ଅଧିକାଂଶ ସମୟ ଏଭଳି ହିତାଧିକାରୀଙ୍କ ସହିତ ସିଧାସଳଖ ଦେଖା ସାକ୍ଷାତ କରିବାକୁ ପ୍ରୟାସ କରୁଛି । ଠିକ୍ ହେଉ, ଭୁଲ ହେଉ, ଭଲ ହେଉ ମନ୍ଦ ହେଉ, ସମସ୍ୟାଗୁଡିକ ଆସୁଛି, ସହାୟତା ମିଳିବା ଆବଶ୍ୟକ । ଏସବୁ ବିଷୟରେ ସିଧାସଳଖ ଆପଣମାନଙ୍କ ଭଳି ଲୋକମାନଙ୍କଠାରୁ ଜାଣିବା ହେଉଛି ବହୁତ ମହତ୍ୱପୂର୍ଣ୍ଣ ।
ସରକାରରେ ଅଫିସରମାନଙ୍କ ଦ୍ୱାରା ରିପୋର୍ଟ ପ୍ରସ୍ତୁତ ହୋଇଥାଏ । ତାହାର ନିଜର ଏକ ମହତ୍ୱ ରହିଛି । କିନ୍ତୁ ପ୍ରତ୍ୟକ୍ଷ ଭାବେ ଯାହାଙ୍କୁ ଲାଭ ମିଳିଲା ଏବଂ ଯେଉଁମାନଙ୍କୁ ଲାଭ ମିଳିଲା, ସେମାନଙ୍କ ସହିତ ଯେତେବେଳେ ଭାବ ବିନିମୟ କରି ନୂତନ କଥା ସବୁ ଶୁଣିଲି ଯେପରି ଉଜ୍ଜ୍ୱଳା ଯୋଜନା, ଗ୍ୟାସ ସଂଯୋଗ । ମୁଁ ସେହି ଉଜ୍ଜ୍ୱଳା ପାଇଁ ବହୁତ କିଛି କଥା କହୁଥିଲି । କିନ୍ତୁ ଯେତେବେଳେ ଉଜ୍ଜ୍ୱଳାର ହିତାଧିକାରୀଙ୍କ ସହିତ ଦେଖା କଲି ତ ସେମାନେ ମୋତେ ବଡ଼ ମଜାଦାର କଥା କିଛି କହିଲେ, ସେମାନେ କହିଲେ ଆମର ପାଣି ସଂଚୟ ହୋଇଗଲା, ମୁଁ କହିଲି ପାଣି କିପରି ସଂଚୟ ହେଲା? ତ କହିଲେ କି ପ୍ରଥମେ କାଠ ଚୂଲାରେ ଖାଦ୍ୟ ରାନ୍ଧୁଥିଲୁ ତ ସବୁ ବାସନ କଳା ହୋଇ ଯାଉଥିଲା ଆଉ ଦିନରେ ଚାରି ଚାରି ଥର ବାସନ ମାଜିବା ପାଇଁ ବହୁତ ପାଣି ଲାଗୁଥିଲା । ଏବେ ଗ୍ୟାସର ଚୂଲା ଆସିଗଲା ତ ଆମକୁ ସେସବୁ କରିବାକୁ ପଡ଼ୁନାହିଁ । ଏବେ ସେହି କଥାକୁ ମୁଁ ମାନୁ ନାହିଁ କି ମୁଁ ସେମାନଙ୍କ ସହିତ କଥାବାର୍ତ୍ତା ହୋଇ ନଥିଲେ ଏ କଥା ମୋତେ ବୁଝା ପଡ଼ି ନ ଥାଆନ୍ତା, ଏଭଳି ବହୁତଗୁଡ଼ିଏ କଥା ରହିଛି । ଯେତେବେଳେ ମୁଁ ନିଜେ କଥା ହୁଏ ଆଉ ସେହି ଧାରାରେ ଆଜି ମୋତେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଯେଉଁ ହିତାଧିକାରୀ ଅଛନ୍ତି, କିମ୍ବା ସେହି ଲୋକମାନେ ଯାହାଙ୍କ ସାମ୍ନାରେ ଘର ତିଆରି ହେଉଛି, ଘର ତିଆରି କରିବାରେ ଲାଗିଛନ୍ତି । ଯେଉଁମାନଙ୍କୁ କିଛି ସମୟ ପରେ ଘର ମିଳିବା ସୁନିଶ୍ଚିତ । ଏଭଳି ସମସ୍ତ ଲୋକଙ୍କ ସହିତ ମୁହାଁମୁହିଁ ହେବାର, ସେମାନଙ୍କ ସହିତ କଥାବାର୍ତ୍ତା ହେବାର ଏକ ସୁଯୋଗ ମିଳିଛି ।
ଆପଣମାନେ ଜାଣନ୍ତି, ପ୍ରତ୍ୟେକ ବ୍ୟକ୍ତିଙ୍କ ମନରେ ସଦାସର୍ବଦା ଗୋଟିଏ ଇଚ୍ଛା ରହିଥାଏ ଯେ ମୋର ନିଜର ଖଣ୍ଡିଏ ଘର ଥିବ । ଗରିବରୁ ଅତି ଗରିବ ଲୋକଟିକୁ ମଧ୍ୟ ଲାଗିଥାଏ କି ଭାଇ ମୋର ନିଜର ଘର ଖଣ୍ଡିଏ ଥିବ । ହୁଏତ ତାହା ଛୋଟିଆ ଘରଟିଏ ହୋଇ ଥାଉ ନା କାହିଁକି ଆଉ ନିଜର ଖଣ୍ଡିଏ ଘର ହେବାର ଯେଉଁ ସୁଖଦ ଅନୁଭୂତି ରହିଛି, ତାହା… ଯାହାଙ୍କୁ ଘର ମିଳିଛି ସେହି ଜାଣିଛନ୍ତି ଆଉ କେହି ଜାଣି ନ ଥାଆନ୍ତି । ଆଉ ମୁଁ ଯେଉଁ ଆପଣମାନଙ୍କୁ ଟିଭି ମାଧ୍ୟମରେ ଦେଖୁଛି । ଟେକ୍ନୋଲଜି ମାଧ୍ୟମରେ ଦେଖୁଛି । ଆପଣମାନଙ୍କ ମୁଖମଣ୍ଡଳରେ ଖୁସିର ଯେଉଁ ଝଲକ ରହିଛି, ଗୋଟିଏ ସନ୍ତୋଷର ଭାବ ରହିଛି । ଜୀବନ ଜୀଇଁବାର ଏକ ନୂତନ ଉତ୍ସାହ ସୃଷ୍ଟି ହୋଇଛି । ଏହା ମୁଁ ଦେଖୁଛି । ଆଉ ଯେତେବେଳେ ମୁଁ ଆପଣମାନଙ୍କର ଉତ୍ସାହ ଏବଂ ଉଦ୍ଦୀପନାକୁ ନିଜ ଆଖି ଆଗରେ ଦେଖୁଛି ତ ମୋର ଉତ୍ସାହ ଏବଂ ଉଦ୍ଦୀପନା ମଧ୍ୟ ଦଶଗୁଣ ବଢ଼ିଯାଉଛି । ପୁଣି ମୋର ମଧ୍ୟ ମନ କରିଥାଏ କି ଆହୁରି ଅଧିକ କାମ କରିବି । ଆପଣମାନଙ୍କ ପାଇଁ ଆହୁରି ଅଧିକ ପରିଶ୍ରମ କରିବି । କାହିଁକି ନା ଆପଣମାନଙ୍କର ମୁଖମଣ୍ଡଳରେ ଯେଉଁ ଖୁସି ମୋତେ ଦେଖିବାକୁ ମିଳୁଛି ଆଉ ତାହା ହେଉଛି ମୋ ଖୁସିର ମଧ୍ୟ କାରଣ ।
କୌଣସି ମଧ୍ୟ ଆବାସ ଯୋଜନାର ଅର୍ଥ କେବଳ ଏହା ହୋଇ ନଥାଏ କି ଲୋକମାନଙ୍କୁ କେବଳ ମୁଣ୍ଡ ଗୁଞ୍ଜିବାକୁ ମାତ୍ର ସ୍ଥାନ ଦେବାର ଅଛି । ଆବାସର ଅର୍ଥ ହେଉଛି ଘର କେବଳ ଚାରି କାନ୍ଥ ଆଉ ଛାତକୁ ନେଇ ନୁହେଁ । ଘର ଅର୍ଥାତ ସେହି ସ୍ଥାନ… ଯେଉଁଠି ଜୀବନ ଜୀଇଁବା ଅନୁରୂପ ହୋଇଥିବ, ସମସ୍ତ ସୁଖ ସୁବିଧା ଉପଲବ୍ଧ ରହିଥିବ । ଯେଉଁଠାରେ ପରିବାରର ଖୁସି ସନ୍ନିହିତ ହୋଇ ରହିଥିବ । ଯେଉଁଥିରେ ପରିବାରର ପ୍ରତ୍ୟେକ ବ୍ୟକ୍ତିଙ୍କର ସ୍ୱପ୍ନ ଯୋଡ଼ି ହୋଇ ରହିଥିବ ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମୂଳରେ ମଧ୍ୟ ଏହି ଭାବନା ରହିଛି । ନିଜର ଗୋଟିଏ ଘର କରିବା – ଏହା ପ୍ରତ୍ୟେକଙ୍କର ଏକ ସ୍ୱପ୍ନ । ଗରିବରୁ ଗରିବ ବ୍ୟକ୍ତିଙ୍କ ମନରେ ମଧ୍ୟ ଏହି ଇଚ୍ଛା ରହିଥାଏ କି ତା’ ପାଖରେ ନିଜର ଏକ ପକ୍କା ଘର ଥାଉ । କିନ୍ତୁ ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଗରିବଟିର ଏହି ଇଚ୍ଛା ଅସଂପୂର୍ଣ୍ଣ ହୋଇ ରହିଛି । ଏହି ସରକାର ସଂକଳ୍ପ ନେଲେ ଆଉ ସ୍ଥିର କଲେ କି 2022, ଯେତେବେଳେ ଆମ ସ୍ୱାଧୀନତାର 75 ବର୍ଷ ହୋଇଯିବ ତ କିଛି ଆମେ, ଏଭଳି ଅବସର ହୋଇଥାଏ କି ଯେତେବେଳେ ସମସ୍ତଙ୍କୁ ଦୌଡ଼ିବାର ମନ ହୋଇଥାଏ । ଚାଲ ଭାଇ, ସ୍ୱାଧୀନତାର 75 ବର୍ଷ ହୋଇଯିବ, କିଛି କାମ କରିଯିବା, ଅଧିକ କରିବା, ଭଲ କାମ କରିବା, ସବୁ ଲୋକ ମାନଙ୍କର ମଙ୍ଗଳ ପାଇଁ କିଛି କରିବା ।
ଆମେ ମଧ୍ୟ ଚେଷ୍ଟା କରିଛୁ କି 2022 ସ୍ୱାଧୀନତାର 75 ବର୍ଷ ଆମକୁ ଏହି ପାଂଚ ବର୍ଷ, ଚାରି ବର୍ଷ ଯାହା କିଛି ମଧ୍ୟ ସମୟ ମିଳିଛି । ଦୌଡ଼ିବାର ସାହସ ଆସିଯାଉ, କାମ କରିବାର ସାହସ ଆସିଯାଉ । ଆଉ ସେ ଗୋଟିଏ ସ୍ୱପ୍ନ ନେଇଛନ୍ତି 2022, ସ୍ୱାଧୀନତାର 75 ବର୍ଷ, ହିନ୍ଦୁସ୍ଥାନର ପ୍ରତ୍ୟେକ ପରିବାର ପାଖରେ ଗରିବରୁ ଅତି ଗରିବ ହେଉ, ଗାଁ ହେଉ, ସହର ହେଉ, ବସ୍ତି-ଝୋପଡ଼ିରେ ରହିଥାଉ, ରାସ୍ତାକଡରେ ରହିଥାଉ, ଯେଉଁଠାରେ ମଧ୍ୟ ରହିଥାଉ । ସେହି ପରିବାର ପାଖରେ ନିଜର ନିଜସ୍ୱ ପକ୍କା ଘର ଥାଉ । ଆଉ କେବଳ ଘର ହିଁ ନୁହେଁ, ସେଥିରେ ବିଜୁଳି ଥାଉ, ନଳ ଥାଉ.. ନଳରେ ଜଳ ଥାଉ, ଗ୍ୟାସର ଚୂଲି ଥାଉ, ସୌଭାଗ୍ୟର ବିଜୁଳି ଥାଉ, ଶୌଚାଳୟ ଥାଉ, ଅର୍ଥାତ୍ ଗୋଟିଏ ପ୍ରକାରରେ ତାହାଙ୍କୁ ଅନୁଭବ ହେବା ଦରକାର କି ନାହିଁ, ଏବେ ଜୀବନ ଜୀଇଁବାର ଯୋଗ୍ୟ ହୋଇ ଯାଇଛି । ଏବେ ଆଉ କିଛି କରି ଆଗକୁ ବଢ଼ିବାର ରାସ୍ତା ପ୍ରସ୍ତୁତ ହେଉ, ଗରିବରୁ ଅତି ଗରିବ ଲୋକଙ୍କୁ ମଧ୍ୟ କେବଳ ବିଶ୍ରାମ କରିବା ପାଇଁ ହିଁ ସ୍ଥାନ ନୁହେଁ ବରଂ ମାନ ସମ୍ମାନ ଏବଂ ପରିବାରର ଗାରିମା ବୃଦ୍ଧି କରିବାର ଅବସର ମିଳୁ । ହାଉସିଂ ଫର ଅଲ୍, ସମସ୍ତଙ୍କ ପାଇଁ ଘର ଏହା ହେଉଛି ଆମର ସ୍ୱପ୍ନ ଏବଂ ସଂକଳ୍ପ ମଧ୍ୟ । ଅର୍ଥାତ୍ ଆପଣଙ୍କର ସ୍ୱପ୍ନ, ମୋର ସ୍ୱପ୍ନ, ଆପଣଙ୍କର ସ୍ୱପ୍ନ ମଧ୍ୟ ହେଉଛି ଦେଶର ସରକାରଙ୍କର ସ୍ୱପ୍ନ ।
କୋଟି କୋଟି ଲୋକଙ୍କର ଏହି ବିଶାଳ ଦେଶରେ ଏହି ସଂକଳ୍ପକୁ ପୂରଣ କରିବା କୌଣସି ଏକ ଛୋଟିଆ କାମ ନୁହେଁ । ଆହ୍ୱାନ ହେଉଛି ବହୁତ ବଡ଼, ବହୁତ କଠିନ । ଆଉ ସ୍ୱାଧୀନତାର ଏତେ ବର୍ଷ ପରର ଅନୁଭବ ଏହା କହୁଛି କି ଏ ସବୁ ସମ୍ଭବ ହିଁ ନୁହେଁ । କିନ୍ତୁ ଏହା ପରେ ମଧ୍ୟ ଏହା ହେଉଛି ଗରିବର ଜୀବନ । ବିନା ଘରରେ ରହୁଥିବା ଲୋକଙ୍କର ହେଉଛି ଜୀବନ । ଯିଏ ମୋତେ ଏହି ନିର୍ଣ୍ଣୟ ନେବାର ଶକ୍ତି ଦେଇଛି । ଆପଣଙ୍କ ପ୍ରତି ଭଲ ପାଇବା, ଆପଣମାନଙ୍କ ପ୍ରତି ମୋ ହୃଦୟରେ ଯେଉଁ ଭାବନା ରହିଛି ସେହି କାରଣରୁ ଏତେ ବଡ଼ ନିର୍ଣ୍ଣୟ ନେଇଛି । ଏବେ ନିର୍ଣ୍ଣୟକୁ ସଂପୂର୍ଣ୍ଣ କରିବାରେ ସରକାରୀ କଳ, ଅନ୍ୟ ସମସ୍ତ ଲୋକମାନେ ମଧ୍ୟ ସାହାଯ୍ୟ କରିବା ପାଇଁ ଅଛନ୍ତି । କାମ ହେଉଛି । କିନ୍ତୁ ଏହା ସେତେବେଳେ ହୋଇଥାଏ, କେବଳ ଇଚ୍ଛା ଶକ୍ତି ଦ୍ୱରା କ’ଣ ହୋଇପାରେ । ସେଥିପାଇଁ ଯୋଜନା ଦରକାର, ସେଥିପାଇଁ ଗତି ଦରକାର । ଜନତାଙ୍କର ବିଶ୍ୱାସ ଏବଂ ସମର୍ଥନର ଆବଶ୍ୟକତା ରହିଛି । ଜନତାଙ୍କ ପାଇଁ ସମର୍ପଣର ଭାବନା ରହିଥିବା ଆବଶ୍ୟକ । ଏହି ଆହ୍ୱାନର ମୁକାବିଲା କରିବା ପାଇଁ ପୂର୍ବରୁ ରହିଥିବା ସରକାରଙ୍କର ଯେଉଁ କାମ-କାର୍ଯ୍ୟ ରହିଥିଲା, କିପରି କାମ ହେଉଥିଲା, କିପରି ଆରମ୍ଭ କରୁଥିଲେ । କେଉଁଠି ଯାଇ ପହଂଚୁଥିଲେ । ଆପଣ ମାନେ ସମସ୍ତେ ଜାଣିଛନ୍ତି ।
ମୁଁ ବୁଝୁଛି କି ଆଜି ସେଥିରେ ଏକ ବହୁତ ବଡ଼ ପରିବର୍ତ୍ତନ ଆସିଛି । ଆଜି ଆମେ କେଉଁଠି ମନ୍ଦିର, ଗୋଷ୍ଠୀ ନାମରେ, କେଉଁଠି ବସ୍ତି-ଝୋପଡ଼ି ନାମରେ ଘର ତିଆରି କରିବା କାମ ଆରମ୍ଭ କଲୁ, କିନ୍ତୁ ବର୍ଦ୍ଧିଷ୍ଣୁ ଜନ ସଂଖ୍ୟା ନାମରେ ଏହି ପ୍ରୟାସ ବିଫଳ ବୋଲି ହିଁ ପ୍ରମାଣିତ ହେଲା । ପରେ ଏସବୁ ଯୋଜନା ବ୍ୟକ୍ତିଙ୍କ ନାମରେ ତିଆରି ହେବାକୁ ଲାଗିଲା, ପରିବାରର ନାମରେ ତିଆରି ହେବାକୁ ଲାଗିଲା । ସ୍ୱାଭାବିକ ଭାବେ ଏହାର ଉଦ୍ଦେଶ୍ୟ ସାଧାରଣ ନାଗରିକଙ୍କୁ ଘର ଦେବା ବଦଳରେ ରାଜନୈତିକ ହିତ ଗୁଡ଼ିକୁ ସାଧନ କରିବାର ମାତ୍ରା ଅଧିକ ହୋଇ ଯାଇଥିଲା । ଦଲାଲଙ୍କର ବହୁତ ବଡ଼ ଫୌଜ ତିଆରି ହୋଇ ଯାଇଥିଲା ଆଉ ଠିକାଦାର ଯେତେବେଳେ ମାଲାମାଲ ହୋଇ ଚାଲୁଥିଲା । ସେତେବେଳେ ଆମେ ଏକ ଭିନ୍ନ ଦୃଷ୍ଟିଭଙ୍ଗୀ ନେଇ ଏହି ଆହ୍ୱାନ ଉପରେ କାମ ଆରମ୍ଭ କଲୁ । ଭାଗ-ଭାଗ କରି ଚିନ୍ତା କରିବା ବଦଳରେ ମିଶନ ମୋଡ଼ରେ କାମ କରିବାର ସଂକଳ୍ପ ନେଇ ନେଲୁ । ଆମେ ସ୍ଥିର କରିଛୁ କି 2022 ପର୍ଯ୍ୟନ୍ତ ଗ୍ରାମୀଣ କ୍ଷେତ୍ରରେ ତିନି କୋଟି ଆଉ ସହରାଂଚଳରେ ଏକ କୋଟି ଘର ନିର୍ମାଣ କରିବୁ । ଯେତେବେଳେ ଲକ୍ଷ୍ୟ ହେଉଛି ଏତେ ବଡ଼ ତ ସେତେବେଳେ ସ୍ୱାଭାବିକ କଥା ହେଉଛି କି ବଜେଟ୍ ମଧ୍ୟ ବଡ଼ ହେବା ଆବଶ୍ୟକ । ଗୋଟିଏ ସମୟ ଥିଲା ଯେତେବେଳେ ବଜେଟର ଆବଂଟନ ଅନୁସାରେ ଲକ୍ଷ୍ୟ ନିର୍ଦ୍ଧାରିତ କରା ଯାଉଥିଲା । କିନ୍ତୁ ଏବେ ଆମେ ପ୍ରଥମେ ଲକ୍ଷ୍ୟ ସ୍ଥିର କରୁଛୁ । ଦେଶକୁ ପ୍ରଥମେ କାହାର ଆବଶ୍ୟକତା ରହିଛି, କେତେ ଆବଶ୍ୟକତା ରହିଛି ସେହି ଆଧାରରେ ଲକ୍ଷ୍ୟ ସ୍ଥିର କରୁଛୁ । ପୁଣି ସେହି ଅନୁସାରେ ଲକ୍ଷ୍ୟ ସ୍ଥିର କରୁଛୁ । ପୁଣି ସେହି ଅନୁସାରେ ବଜେଟ ନିର୍ଦ୍ଧାରିତ କରୁଛୁ । ଏହାର ହିଁ ପରିଣାମ ହେଉଛି କି ସହରାଂଚଳ କ୍ଷେତ୍ର କଥା ମୁଁ କହିବି ତ ଆମ ପୂର୍ବର ଯେଉଁ ସରକାର ଥିଲେ ସେ ଗରିବଙ୍କ ନାମରେ ହିଁ ଖେଳ ଖେଳି ଚାଲିଥିଲେ ।
ୟୁପିଏ ସରକାର ଦଶ ବର୍ଷରେ ଯେତିକି ଘର, ନିର୍ମାଣକୁ ମଞ୍ଜୁରି ମଧ୍ୟ ଦେଇ ନାହଁନ୍ତି ବିଗତ ଚାରି ବର୍ଷରେ ଆମେ ତାହାର ପାଖାପାଖି ଚାରି ଗୁଣ ଅଧିକ ମଞ୍ଜୁରି ଦେଇଛୁ । ୟୁପିଏ ସରକାର ଦଶ ବର୍ଷରେ ମୋଟ ସାଢ଼େ ତେର ଲକ୍ଷ ଘର ନିର୍ମାଣକୁ ମଞ୍ଜୁରି ଦେଇଥିଲେ ଯେତେବେଳେ କି ଆମ ସରକାରଙ୍କ ଅମଳରେ ବିଗତ ଚାରି ବର୍ଷରେ 47 ଲକ୍ଷ ଅର୍ଥାତ୍ ପାଖାପାଖି 47 ଲକ୍ଷ, ଗୋଟିଏ ପ୍ରକାରରେ 50 ଲକ୍ଷ ଅତିକ୍ରମ କରି ପହଂଚାଇ ଦେବାର ଅଧିକ ଘର ନିର୍ମାଣକୁ ମଞ୍ଜୁରି ଦେଇଛୁ । ଏଥିରୁ 7 ଲକ୍ଷ ଘର ନୂତନ ଟେକ୍ନୋଲଜି ଦ୍ୱାରା ନିର୍ମାଣ କରାଯାଉଛି ।
ଏବେ ଗୃହ ନିର୍ମାଣ କ୍ଷେତ୍ରରେ ନୂତନ ଟେକ୍ନୋଲଜିକୁ ପ୍ରୋତ୍ସାହନ ଦେବା ପାଇଁ ବିଶ୍ୱ ସ୍ତରୀୟ ନିର୍ମାଣ ଟେକ୍ନୋଲଜିର ଆହ୍ୱାନ (Global Housing Technology Challenge) ଏହାକୁ ଆରମ୍ଭ କରିଛୁ । ଫଳରେ କମ୍ ଖର୍ଚ୍ଚରେ ଘର(Low Cost Housing)ର ନବୀନତମ ଟେକ୍ନୋଲଜିର ଉପଯୋଗ କରିହେବ । ଏହା ମାଧ୍ୟମରେ ଯଦି ଆମେ ଗାଁର କଥା କହିବା ତ ପୂର୍ବ ସରକାରଙ୍କର ଶେଷ ଚାରି ବର୍ଷରେ ଗାଁରେ ସମଗ୍ର ହିନ୍ଦୁସ୍ଥାନରେ ପ୍ରାୟ ସାଢ଼େ 25 ଲକ୍ଷ ଘରର ନିର୍ମାଣ କରାଯାଇଥିଲା । ସେଠି ଆମ ସରକାର ବିଗତ ଚାରି ବର୍ଷରେ ଏକ କୋଟିରୁ ଅଧିକ ଘର ନିର୍ମାଣ କରିଛନ୍ତି । ଅର୍ଥାତ୍ ଶହେ ପଚିଶ ପ୍ରତିଶତରୁ ମଧ୍ୟ ଅଧିକ ବୃଦ୍ଧି । ଆଗରୁ ଘର ତିଆରି କରିବା ପାଇଁ 18 ମାସ ସମୟ ସ୍ଥିର ହୋଇଥିଲା । କିନ୍ତୁ ଆମେ ଏହାକୁ ହ୍ରାସ କରି ଏହାର ଗୁରୁତ୍ୱକୁ ବୁଝି, ଗତିକୁ ବୃଦ୍ଧି କରି 18 ମାସର କାମକୁ 12 ମାସରେ ସଂପୂର୍ଣ୍ଣ କରିବାର ସଂକଳ୍ପ କରି ଆମେ ଆଗକୁ ବଢ଼ି ଚାଲିଛୁ ।
ଏବେ ସ୍ଥିତି ଏହା ରହିଛି କି ଏକ ବର୍ଷରୁ ମଧ୍ୟ କମ୍ ସମୟରେ ଘର ତିଆରି ହୋଇ ପ୍ରସ୍ତୁତ ହୋଇ ଯାଉଛି, ଆଜି ଘରର ନିର୍ମାଣରେ ଗତି ଆସିଛି, ଆଉ ଏହା ଦେଖନ୍ତୁ କିପରି ଆସୁଛି । କେବଳ ଇଟା ଆଉ ପଥର ଦ୍ରୁତ ଗତିରେ ଆମେ ପକାଇ ଦେଲେ ଘର ନିର୍ମାଣ ହୋଇ ପ୍ରସ୍ତୁତ ହୋଇଯିବ, ଏଭଳି ନୁହେଁ । ଏଥିପାଇଁ ସବୁ ସ୍ତରରେ ଯୋଜନାବଦ୍ଧ ଉପାୟରେ ଦୃଢ଼ ପଦକ୍ଷେପ ଉଠାଇବା ଆବଶ୍ୟକ । ସ୍କେଲ ହିଁ ନୁହେଁ, ଆକାରକୁ ନେଇ ମଧ୍ୟ ପରିବର୍ତ୍ତନ କରାଯାଇଛି । ଗାଁରେ ଆଗରୁ ଘର ତିଆରି କରିବା ପାଇଁ ସର୍ବନିମ୍ନ କ୍ଷେତ୍ରଫଳ 20 ବର୍ଗମିଟର ଥିଲା ଯେତେବେଳେ କି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଏବେ ଆମେ ମାନେ ଆସି ଏହାକୁ 20 ବର୍ଗମିଟର ସ୍ଥାନ ବଦଳରେ 25 ବର୍ଗମିଟର କରି ଦେଇଛୁ । ଆପଣମାନଙ୍କୁ ଲାଗୁଥିବ କି ଏହି 5 ବର୍ଗମିଟରର ହିଁ ଫରକକୁ ନେଇ ଜାଗା ବଢ଼ିଗଲେ କ’ଣ ହେବ । ସବୁଠାରୁ ବଡ଼ ଲାଭ ଏହା ହେବ କି ଅଲଗା ସଫା ସୁତୁରା ରୋଷେଇ ଘର ଏହା ସହିତ ଯୋଡ଼ି ହୋଇ ଯାଇଛି ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଆଗରୁ 70-75 ହଜାର ଟଙ୍କାର ସହାୟତା ଦିଆ ଯାଉଥିଲା । ଯାହାକୁ ଆମେ ଏବେ ବଢ଼ାଇ ଲକ୍ଷେ ପଚିଶ ହଜାର କରି ଦେଇଛୁ । ଆଜି ହିତାଧିକାରୀଙ୍କୁ ମନରେଗା ଦ୍ୱାରା 90-95 ଦିନ ପର୍ଯ୍ୟନ୍ତ ପରିଶ୍ରମର ମଜୁରୀ ମଧ୍ୟ ସେମାନଙ୍କ ଖାତାରେ ଜମା ହେଉଛି ।
ଏହା ବ୍ୟତୀତ ଆଜି ଶୌଚାଳୟ ନିର୍ମାଣ କରିବା ପାଇଁ 12 ହଜାର ଟଙ୍କା ସ୍ୱତନ୍ତ୍ର ଭାବେ ଦିଆଯାଉଛି । ଆଗରୁ ଦେଖିବାକୁ ମିଳୁଥିଲା କି ମଧ୍ୟସ୍ଥିଙ୍କର ନେତା ମାନଙ୍କର ଘର ତ ତିଆରି ହୋଇ ଯାଉଥିଲା । କିନ୍ତୁ ଗରିବଙ୍କର ଘର ତିଆରି ହୋଇ ପାରୁ ନ ଥିଲା । ଗରିବଙ୍କ ପଇସାରେ କେହି ହାତ ନ ମାରୁ, ତାହାକୁ ଆଉ କେହି ନେଇ ନ ଯାଉ, ସେଥିପାଇଁ ଆମେ ସୁଦୃଢ଼ ବ୍ୟବସ୍ଥା ପ୍ରସ୍ତୁତ କରିଛୁ ।
ଆଜି ଡିବିଟି (ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର) ପ୍ରଚଳନ ଦ୍ଵାରା ମଧ୍ୟସ୍ଥିଙ୍କ ଯୁଗ ଶେଷ ହୋଇଛି । ଆଉ ହିତାଧିକାରୀଙ୍କୁ ରିହାତି ଏବଂ ସହାୟତା ରାଶି ସିଧାସଳଖ ସେମାନଙ୍କ ଖାତାକୁ ଦିଆ ଯାଉଛି । ପ୍ରଥମେ ଜନ ଧନ ଖାତା ଖୋଲିଲୁ, ଏବେ ଟଙ୍କା ପଠାଇବା ଆରମ୍ଭ କଲୁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକ୍ରମର ଅଗ୍ରଗତିର ଅନୁଧ୍ୟାନ କରିବା ପାଇଁ ଯେଉଁ ଘର ନିର୍ମାଣ କରାଯାଉଛି, ଯେଉଁ ଆବାସ ନିର୍ମାଣ ହେଉଛି । ସେଗୁଡ଼ିକର ଜିଓ ଟ୍ରାକିଙ୍ଗର ବ୍ୟବସ୍ଥା କରା ଯାଇଛି । ଫଳରେ ପାରଦର୍ଶିତା ବଜାୟ ରହିବ । ଏହି କାମ ଗୁଡ଼ିକୁ ମଧ୍ୟ ଦିଶା ପୋର୍ଟାଲ ସହିତ ଯୋଡ଼ା ଯାଇଛି । ଯେଉଁଠାରେ ଏହା ଦେଖା ଯାଉଛି କି ଆପଣ ଅନୁଧ୍ୟାନ କରି ପାରିବେ । ମୁଁ ମୋ ଅଫିସରେ ଅନୁଧ୍ୟାନ କରୁଛି କି କେତେ କାମ ହୋଇଛି, କେଉଁଠି କେଉଁଠି ହୋଇଛି, ତାହାର ସଂପୂର୍ଣ୍ଣ ବିସ୍ତୃତ ତଥ୍ୟ ମୁଁ ମୋ କାର୍ଯ୍ୟାଳୟରେ ବସି ଦେଖି ପାରୁଛି ।
ୟୁପିଏ କାର୍ଯ୍ୟକାଳରେ ହିତାଧିକାରୀ ଚୟନର ଯେଉଁ ପୁରୁଣା ରାଜନେତା ମାନେ ପ୍ରସ୍ତୁତ କରିଥିବା ବିପିଏଲ ତାଲିକାରୁ କରାଯାଉଥିଲା, ଆଜି ଆମେମାନେ ସାମାଜିକ, ଅର୍ଥନୈତିକ, ଜାତିଗତ ଜନଗଣନା ମାଧ୍ୟମରେ ଆରମ୍ଭ କଲୁ । ସେହି କାରଣରୁ ପ୍ରଥମେ ଯେଉଁମାନେ ବାଦ ପଡ଼ିଥିଲେ, ଏବେ ସେମାନଙ୍କୁ ମଧ୍ୟ ଆମେ ଯୋଡ଼ି ଦେଲୁ । ଆଉ ଏହି କାରଣରୁ ଅଧିକରୁ ଅଧିକ ଲୋକ ଯୋଡ଼ିକରି ସେମାନଙ୍କୁ ଲାଭାନ୍ୱିତ କରାଇଛୁ ।
ପ୍ରତ୍ୟେକ କ୍ଷେତ୍ର, ପ୍ରତ୍ୟେକ ବର୍ଗର ଲୋକଙ୍କୁ ଏହାର ଲାଭ ମିଳୁଛି ।
ଘର କେବଳ ଆବଶ୍ୟକତା ନୁହେଁ, ଘର ମଧ୍ୟ ସମ୍ମାନ ସହିତ ଯୋଡ଼ି ହୋଇଥାଏ, ସ୍ୱାଭିମାନ ସହିତ ଯୋଡ଼ି ହୋଇଥାଏ । ଆଉ ଥରେ ନିଜର ଘର ନିର୍ମାଣ ହୋଇଯାଇଥାଏ ତ ଘରର ପ୍ରତ୍ୟେକ ସଦସ୍ୟଙ୍କ ଚିନ୍ତାଧାରା ବଦଳି ଯାଇଥାଏ । ଆଗକୁ ବଢ଼ିବାର ନୂଆ ଉତ୍ସାହ ସୃଷ୍ଟି ହୋଇଥାଏ ।
ଆମର ପ୍ରୟାସ ହେଉଛି କି ପ୍ରତ୍ୟେକ ପରିବାରର ଏହି ଆବଶ୍ୟକତାକୁ ପୂରଣ କରିବା ଆଉ ତାହାର ସମ୍ମାନକୁ ବୃଦ୍ଧି କରିବା ଆଉ ଏଥିପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କେନ୍ଦ୍ରବିନ୍ଦୁ ବିଶେଷ କରି ସମାଜର ଦୁର୍ବଳ ବର୍ଗ ଆଉ ମହିଳା ମାନଙ୍କ ଉପରେ ହିଁ ଆମେ କେନ୍ଦ୍ରିତ କରିଛୁ । ଆଦିବାସୀ ହୁଅନ୍ତୁ, ଦଳିତ ହୁଅନ୍ତୁ, ପଛୁଆ ବର୍ଗର ହୁଅନ୍ତୁ, SC, ST, ସଂଖ୍ୟାଲଘୁ ଆଉ ଆମର ଦିବ୍ୟାଙ୍ଗ ଭାଇ-ଭଉଣୀ ସେମାନଙ୍କୁ ଆମେ ପ୍ରାଥମିକତା ଦେଉଛୁ ।
ଏହିଭଳି ଭାବରେ ଯୋଜନାବଦ୍ଧ ଉପାୟରେ ବ୍ୟାପକ ସ୍ତରରେ କରାଯାଉଥିବା ଏହି ପ୍ରୟାସର ପରିଣାମ ହେଉଛି କି ଆଜି ଦ୍ରୁତ ଗତିରେ ଘର ଗୁଡ଼ିକର ନିର୍ମାଣ ହେଉଛି । ଆମେ ହେଉଛୁ ମାଟି ସହିତ ଯୋଡ଼ି ହୋଇ ରହିଥିବା ଲୋକ । ସାଧାରଣ ଜନତାଙ୍କର ସମସ୍ୟା ଗୁଡ଼ିକୁ, ସେମାନଙ୍କର କଷ୍ଟକୁ ଆମେ ଭଲ ଭାବେ ଜାଣିଛୁ, ବୁଝିଛୁ ଆଉ ଏହା ହେଉଛି କାରଣ କି ଆମେ ଲୋକ ମାନଙ୍କର ଆବଶ୍ୟକତାକୁ ଧ୍ୟାନରେ ରଖି କାର୍ଯ୍ୟ କରୁଛୁ । ସରକାରରେ ଏହା ହିଁ ଚାଲି ଆସିଛି କି ପ୍ରତ୍ୟେକ ଯୋଜନା ଭିନ୍ନ-ଭିନ୍ନ କାର୍ଯ୍ୟ କରୁଛି । ପ୍ରଥମେ ମନ୍ତ୍ରଣାଳୟ ମଧ୍ୟରେ, ଦୁଇଟି ବିଭାଗ ମଧ୍ୟରେ, ଦୁଇଟି ଯୋଜନା ମଧ୍ୟରେ ସମନ୍ୱୟ ରହୁ ନଥିଲା ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ବିଭିନ୍ନ ସରକାରୀ ଯୋଜନାକୁ ଏକାଠି କରାଯାଇଛି, ଯୋଡ଼ି ଦିଆଯାଇଛି । ନିର୍ମାଣ ଏବଂ ରୋଜଗାର ପାଇଁ ଏହାକୁ ମନରେଗା ସହିତ ଯୋଡ଼ାଗଲା । ଘରେ ଶୌଚାଳୟ, ବିଜୁଳି, ପାଣି ଏବଂ ଏଲପିଜି ଗ୍ୟାସର ସୁବିଧା ହେଉ, ଏହା ଉପରେ ବିଶେଷ ଧ୍ୟାନ ଦିଆ ଯାଇଛି । ଘରେ ଶୌଚାଳୟ ହେଉ, ଏଥିପାଇଁ ସ୍ୱଚ୍ଛ ଭାରତ ମିଶନ ସହିତ ଯୋଡ଼ାଗଲା । ଘରେ ବିଜୁଳିର ସୁବିଧା ହେଉ, ଏଥିପାଇଁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନା ଏବଂ ସୌଭାଗ୍ୟ ଯୋଜନାକୁ ଏହା ସହିତ ସଂଯୋଗ କରି ଦିଆଗଲା । ପାଣିର ସୁବିଧା ପାଇଁ ଏହାକୁ ଗ୍ରାମୀଣ ପାନୀୟ ଜଳ କାର୍ଯ୍ୟକ୍ରମ ସହିତ ଯୋଡ଼ାଗଲା । ଏଲପିଜିର ବ୍ୟବସ୍ଥା ହେଉ, ଏଥିପାଇଁ ଉଜ୍ଜ୍ୱଳା ଯୋଜନାକୁ ଏହା ସହିତ ଯୋଡ଼ାଗଲା । ଏହି ଆବାସ ଯୋଜନା କେବଳ ମାତ୍ର ଗୋଟିଏ ଘର ମଧ୍ୟରେ ସୀମିତ ନାହିଁ, ବରଂ ଏହା ହେଉଛି ସଶକ୍ତିକରଣର ମଧ୍ୟ ଏକ ମାଧ୍ୟମ । ସହରରେ ଯେଉଁମାନଙ୍କୁ ଘରର ସୁବିଧା ମିଳିଛି, ସେଥି ମଧ୍ୟରୁ 70 ପ୍ରତିଶତ ମହିଳାଙ୍କ ନାମରେ ଅଛି ।
ଆଜି ଯେତେବେଳେ ପୂର୍ବ ତୁଳନାରେ କେତେ ଅଧିକ ଘର ନିର୍ମାଣ ହେଉଛି ତ ଏହାଦ୍ୱାରା ରୋଜଗାରର ଅବସର ମଧ୍ୟ ସୃଷ୍ଟି ହେଉଛି ।
ସ୍ଥାନୀୟ ସ୍ତରରେ ଇଟା, ବାଲି, ସିମେଂଟଠାରୁ ନେଇ ପ୍ରତ୍ୟେକ ପ୍ରକାରର ନିର୍ମାଣ ସାମଗ୍ରୀର ବ୍ୟବସାୟ ବୃଦ୍ଧି ପାଉଛି । ସ୍ଥାନୀୟ ଶ୍ରମିକମାନଙ୍କୁ, କାରିଗରମାନଙ୍କୁ ମଧ୍ୟ କାମ ମିଳୁଛି । ଏହା ସହିତ ଗାଁରେ ଗୁଣବତା ପୂର୍ବକ କାର୍ଯ୍ୟ ପାଇଁ ସରକାର ଏକ ଲକ୍ଷ ରାଜ ମିସ୍ତ୍ରୀଙ୍କୁ ପ୍ରଶିକ୍ଷଣ ଦେବାର କାମ ଆରମ୍ଭ କରିଛନ୍ତି, ରାଜମିସ୍ତ୍ରୀମାନଙ୍କୁ ଆଉ ଆପଣମାନେ ଏହା ଜାଣି ଖୁସି ହେବେ କି ଆଉ କେତେକ ରାଜ୍ୟରେ ରାଜମିସ୍ତ୍ରୀମାନଙ୍କ ଭଳି ରାଣୀ ମିସ୍ତ୍ରୀମାନଙ୍କୁ ମଧ୍ୟ ପ୍ରଶିକ୍ଷଣ ଦିଆ ଯାଉଛି । ଏହା ହେଉଛି ମହିଳା ସଶକ୍ତିକରଣ ଆଡ଼କୁ ଏକ ବହୁତ ବଡ଼ ପଦକ୍ଷେପ ।
ସହରାଂଚଳରେ ଅଧିକରୁ ଅଧିକ ଲୋକଙ୍କୁ ଏହି ଯୋଜନା ଅଧୀନରେ ସମ୍ମିଳିତ କରିବା ପାଇଁ ସରକାର ଚାରୋଟି ମଡେଲ ଉପରେ କାର୍ଯ୍ୟ କରୁଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ସହରାଂଚଳରେ ହିତାଧିକାରୀମାନଙ୍କୁ ଘର ନିର୍ମାଣ ଅଥବା ତାହାର ସମ୍ପ୍ରସାରଣ ପାଇଁ ପ୍ରତ୍ୟେକ ଘର ପିଛା ଦେଢ଼ ଲକ୍ଷ ଟଙ୍କାର ସହାୟତା ଦିଆ ଯାଉଛି ।
ଲିଙ୍କ ରିହାତି ଯୋଜନା ଅଧୀନରେ ଘର ନିର୍ମାଣ ପାଇଁ କରାଯାଇଥିବା ଋଣ ଉପରେ ସୁଧ ଦରରେ 3 ରୁ 6 ପ୍ରତିଶତ ରିହାତି ଦିଆ ଯାଉଛି । ସଂପୃକ୍ତ ଅଂଚଳର ବିକାଶ ପାଇଁ ସରକାର ଘର ପିଛା 1 ଲକ୍ଷ ଟଙ୍କାର ସହାୟତା ଦେଉଛନ୍ତି । କିମ୍ବା ଘରୋଇ କ୍ଷେତ୍ର ସହିତ ସହ ଭାଗିତାରେ ସୁଲଭ ଗୃହ, ସୁଲଭ ମୂଲ୍ୟର ଗୃହ ପାଇଁ ଆର୍ଥôକ ଦିଗରୁ ପଛୁଆ ଲୋକଙ୍କୁ ଘର ପିଛା ଦେଢ଼ ଲକ୍ଷ ଟଙ୍କାର ସହାୟତା ଦିଆ ଯାଉଛି । ପୂର୍ବରୁ ଦେଖିବାକୁ ମିଳୁଥିଲା କି ବିଲଡର ମାନେ ତ ଟଙ୍କା ନେଇ ଯାଉଥିଲେ । କିନ୍ତୁ ବର୍ଷ ବର୍ଷ ପର୍ଯ୍ୟନ୍ତ କାମ ଆରମ୍ଭ ହେଉ ନ ଥିଲା, ଇଟା ଖଣ୍ଡିଏ ମଧ୍ୟ ଯୋଡ଼ା ଯାଇ ନ ଥିଲା । ଗରିବ ଏବଂ ମଧ୍ୟମ ବର୍ଗଙ୍କୁ ଲାଭ ହେଉ, ଘର କିଣୁଥିବା ଲୋକଙ୍କର ହିତର ସୁରକ୍ଷା ହେଉ । ମଧ୍ୟମ ବର୍ଗର ପରିବାରର ଜୀବନର ସମସ୍ତ ରୋଜଗାର ଘର ନିର୍ମାଣରେ ଲାଗିଥାଏ । ତାହାକୁ କେହି ଲୁଟି ନ ନେଉ । ଏଥିପାଇଁ ଆମେ ରେରା- ରିୟଲ ଇଷ୍ଟେଟ୍ ନିୟନ୍ତ୍ରଣ ଆଇନ (RERA- Real Estate Regulation Act) ଲାଗୁ କରିଛୁ । ଏହି ଆଇନ ଦ୍ୱାରା ପାରଦର୍ଶି ଆସିବା ସହିତ କ୍ରେତାମାନଙ୍କୁ ସେମାନଙ୍କର ଅଧିକାର ମିଳୁଛି । ଆଉ ବିଲଡରମାନେ ମଧ୍ୟ କ୍ରେତା ମାନଙ୍କ ସହିତ କୌଣସି ପ୍ରକାରର ଠକାମୀ କରିବାକୁ ଡରୁଛନ୍ତି ।
ଆଜି ଦେଶରେ ଏଭଳି ଅନେକ ଉଦାହରଣ ରହିଛି, ଯେଉଁମାନଙ୍କର ଆଶା ଆକାଂକ୍ଷାଗୁଡ଼ିକୁ ଏହି ଯୋଜନା ପର ଲଗାଇ ଦେଇଛି । ଘର ହେବାରୁ ସମୃଦ୍ଧି ଆଉ ସୁରକ୍ଷା ତ ବଢ଼ିଥାଏ । ଆଉ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ । ନିଜସ୍ୱ ଘର ହେବା, ସମସ୍ତଙ୍କର ହେଉଛି ପ୍ରଥମ ପ୍ରାଥମିକତା, ପୂର୍ବରୁ ମଧ୍ୟ ହେଉଥିଲା । କିନ୍ତୁ, ଦୁର୍ଭାଗ୍ୟର କଥା ଥିଲା କି ପୂର୍ବରୁ ଏହା ସବୁଠାରୁ ଶେଷରେ ପୂରଣ ହେଉଥିଲା । ଆଉ କେବେ-କେବେ ଅଧାରେ ହିଁ ରହି ଯାଉଥିଲା । କିନ୍ତୁ ଏବେ ଏପରି ହେଉ ନାହିଁ ।
ଆମେ ସମସ୍ତେ ସବୁବେଳେ ଶୁଣି ଆସୁଛେ କି ଗୋଟିଏ ଜୀବନ ଅତିବାହିତ ହୋଇ ଯାଇଥାଏ, ନିଜର ଘର ନିର୍ମାଣ କରିବାରେ । ଶୁଣିଛନ୍ତି ଏହି ଲୋକକଥା, ସମଗ୍ର ଜୀବନ ବିତି ଯାଇଥାଏ, ନିଜର ଘର ନିର୍ମାଣ କରିବାରେ । ଏବେ ଏହି ସରକାର ହେଉଛନ୍ତି ଭିନ୍ନ ଧରଣର । ଏବେ ଲୋକକଥା ମଧ୍ୟ ବଦଳୁଛି, ଦେଶ ବଦଳୁଛି, ଲୋକକଥା ମଧ୍ୟ ବଦଳୁଛି । ଆଉ ଲୋକକଥାକୁ ବଦଳାଇବାର ସମୟ ଆସି ଯାଇଛି । ଏବେ ସମୟ ଆସି ଯାଇଛି କି ଯେତେବେଳେ ଆମ ଅନ୍ତର ମଧ୍ୟରୁ ସ୍ୱର ଶୁଭିବ କି ଏବେ ନିଜ ଜୀବନ ନିଜ ଛାତ ତଳେ ବିତୁଛି ।
ମୁଁ ମାନୁଛି କି ଯେତେବେଳେ ଏତେ ବଡ଼ ବ୍ୟବସ୍ଥା ରହିଛି ତ ଏବେ ମଧ୍ୟ କିଛି ଲୋକ ଥିବେ, ଯେଉଁମାନଙ୍କର ପୁରୁଣା ଅଭ୍ୟାସ ବଦଳି ନ ଥିବ । ଆଉ ଏଥିପାଇଁ ମୋର ଆପଣ ମାନଙ୍କୁ ଅନୁରୋଧ କି ଏହି ଯୋଜନା ଅଧୀନରେ କୌଣସି ପ୍ରକାରର ଲାଭ ପହଂଚାଇବା ପାଇଁ ଯଦି ଆପଣ ମାନଙ୍କୁ କେହି ଟଙ୍କା ଅବା କିଛି ଅନାବଶ୍ୟକ ଜିନିଷ ଦାବି କରୁଥା’ନ୍ତି ତ ଆପଣ ବିନା ଦ୍ୱିଧାରେ ଏହାର ଅଭିଯୋଗ କରନ୍ତୁ । ଏଥିପାଇଁ ଆପଣ ଜିଲ୍ଲାପାଳ ଅଥବା ମନ୍ତ୍ରୀଙ୍କ ପାଖରେ ନିଜର ଅଭିଯୋଗ ଦାଖଲ କରି ପାରିବେ ।
ମୁଁ ପ୍ରଥମରୁ ମଧ୍ୟ କହିଛି କି ଭାରତର ସ୍ୱପ୍ନ ଆଉ ଆକାଂକ୍ଷା ଗୁଡ଼ିକ ଏତିକିରେ ହିଁ ପୂରଣ ହେବ ନାହିଁ । ଆମେ ଏକ ସୁଦୃଢ଼ କ୍ଷେତ୍ର ପ୍ରସ୍ତୁତ କରିଛୁ ଆଉ ଆମ ସାମ୍ନାରେ ଏକ ଅସୀମ ଆକାଶ ରହିଛି । ସମସ୍ତଙ୍କ ପାଇଁ ଘର, ସମସ୍ତଙ୍କ ପାଇଁ ବିଜୁଳି, ସମସ୍ତଙ୍କ ପାଇଁ ବ୍ୟାଙ୍କ, ସମସ୍ତଙ୍କ ପାଇଁ ବୀମା, ସମସ୍ତଙ୍କ ପାଇଁ ଗ୍ୟାସ ସଂଯୋଗ, ଏହା ଏହି ନିଉ ଇଣ୍ଡିଆର ସଂପୂର୍ଣ୍ଣତାର ପ୍ରତିଛବି ।
ଆଧୁନିକ ସୁବିଧା ସହିତ ଜଡ଼ିତ ଗାଁ ଆଉ ସମାଜ ଦିଗରେ ଆମେ ଦ୍ରୁତ ଗତିରେ ଆଗକୁ ବଢ଼ୁଛୁ ଆଉ ଏଥିପାଇଁ କେତେ ବଡ଼ ସଂଖ୍ୟାରେ ମୋର ଭାଇ ଓ ଭଉଣୀମାନେ, ଆଜି ମୋତେ ସୁଯୋଗ ମିଳିଛି କଥା ହେବା ପାଇଁ… ଗୋଟିଏ ଛୋଟ ଭିଡିଓ ମୁଁ ଆପଣ ମାନଙ୍କୁ ଦେଖାଇବାକୁ ଚାହୁଁଛି । ଏହା ପରେ ମୁଁ ଆପଣମାନେ କହୁଥିବା କଥା ମଧ୍ୟ ଶୁଣିବାକୁ ଚାହିଁବି ।
**********
Pradhan Mantri Awas Yojana beneficiaries shared extremely touching life stories, about how this initiative has changed their lives. Their journey and blessings inspire us to work even harder to ensure every Indian has a home by 2022. https://t.co/BmOjepBpQ6
— Narendra Modi (@narendramodi) June 5, 2018
A house is not merely about four walls, it is a centre of happiness and dignity for people. During today’s interaction with PMAY beneficiaries, I listed ways in which the NDA Government is adding strength to the housing sector with a focus on technology and skill development.
— Narendra Modi (@narendramodi) June 5, 2018
Chhattisgarh's Phulmati Ji says people are very happy to see her have her own house. pic.twitter.com/86f7sX0WhF
— Narendra Modi (@narendramodi) June 5, 2018
I thank these PMAY beneficiaries from Madhya Pradesh’s Chhindwara for their kind words. pic.twitter.com/RIBk8iPNWS
— Narendra Modi (@narendramodi) June 5, 2018
Awas Yojana beneficiaries from Lucknow share how the initiative has led to a positive change in their lives. pic.twitter.com/RmagNJWCqF
— Narendra Modi (@narendramodi) June 5, 2018
Usha Bai Gond Ji from Madhya Pradesh got her home a year ago and she says due to that she gets a a good sleep! pic.twitter.com/4p2kDFNg9G
— Narendra Modi (@narendramodi) June 5, 2018
Begambee Kadarbek Ji from Tamil Nadu expressed delight on the fact that her experience of getting a house was corruption free.
— Narendra Modi (@narendramodi) June 5, 2018
Our Government will never tolerate any corruption. We will ensure the fruits of development reach the poorest of the poor. pic.twitter.com/YeToqmdFdQ
The Pradhan Mantri Awas Yojana is transforming the lives of these people in Assam.
— Narendra Modi (@narendramodi) June 5, 2018
The children can study with greater ease due to the Pradhan Mantri Awas Yojana, says one of the beneficiaries. pic.twitter.com/jiTu5I1o3R
A particularly interesting interaction with PMAY beneficiaries in Jharkhand. You would be amazed to know that these women have benefitted from Mudra loans and Ujjwala Yojana. It is wonderful to see several of the NDA government’s schemes touch the lives of many. pic.twitter.com/XaNjDl1HHP
— Narendra Modi (@narendramodi) June 5, 2018