ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟକୁ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ନିରନ୍ତର ସହର ବିକାଶ କ୍ଷେତ୍ରରେ ହୋଇଥିବା ବୁଝାମଣା ସମ୍ପର୍କରେ ଅବଗତ କରାଯାଇଛି । ଏହି ବୁଝାମଣା 5 ବର୍ଷର ଅବଧି ପର୍ଯ୍ୟନ୍ତ ଲାଗୁ ରହିବ ।
ବିବରଣୀ
ଏହି ବୁଝାମଣାର ଉଦ୍ଦେଶ୍ୟ ସ୍ମାର୍ଟ ସିଟି, ସହରାଞ୍ଚଳ ସାଧାରଣ ପରିବହନ ବ୍ୟବସ୍ଥାର ବିକାଶ, ସହର ବ୍ୟବସ୍ଥା ଏବଂ ସୁବିଧା (ଜଳ ଯୋଗାଣ ଏବଂ ସ୍ୱେରେଜ ବ୍ୟବସ୍ଥା), କଠିନ ବର୍ଜ୍ୟବସ୍ତୁ ପରିଚାଳନା ଏବଂ ଥଇଥାନ, ଆବର୍ଜନା ପୋତିବା ସ୍ଥାନରେ ସୁଧାର, ଅଣ ରାଜସ୍ୱ ଜଳ ପରିଚାଳନା, ଜଳର ପୁନଃଉପଯୋଗ ଏବଂ ପୁନଃଚକ୍ରଣ, ବୈଷୟିକ ପରିବର୍ତ୍ତନ, ଜଳଦାୟୀ ସ୍ତରର କୃତ୍ରିମ ରୂପରେ ପୁନଃକରଣ ଦ୍ୱାରା ସ୍ୱଚ୍ଛ ଜଳ ସଂରକ୍ଷଣ, ବୃତ୍ତୀୟ ଅର୍ଥବ୍ୟବସ୍ଥା, ସାମୁହିକ ଆବାସ, ପରିବେଶ ଅନୁକୂଳ ଆବାସ, ସହରୀ ନିୟୋଜନ, ଐତିହ୍ୟ, ମାନବ ସମ୍ବଳ ବିକାଶ, କ୍ଷମତା ନିର୍ମାଣ ଏବଂ ଉଭୟ ପକ୍ଷର ଆପୋସ ସହଯୋଗ ଜଡ଼ିତ ଅନ୍ୟ କ୍ଷେତ୍ରରେ ବୈଷୟିକ ସହଯୋଗକୁ ପ୍ରୋତ୍ସାହନ ଦେବା ଅଟେ ।
ଏହି ବୁଝାମଣା ଅନ୍ତର୍ଗତ ସହଯୋଗ ଉପରେ କାର୍ଯ୍ୟକ୍ରମ ରଣନୀତି ପ୍ରସ୍ତୁତ କରିବା ଏବଂ କାର୍ଯ୍ୟାନ୍ୱୟନ ଲାଗି ଏହାର ସ୍ୱରୂପ ଅନ୍ତର୍ଗତ ମିଳିତ କାର୍ଯ୍ୟ ଦଳ (ଜେଡବ୍ଲୁଜି) ଗଠନ କରାଯିବ । ମିଳିତ କାର୍ଯ୍ୟ ଦଳ ବର୍ଷକୁ ଗୋଟିଏ ଥର ବୈଠକ ଆୟୋଜନ କରିବ, ଯାହା ଥର ଥର କରି ଭାରତ ଏବଂ ଫ୍ରାନ୍ସରେ ଆୟୋଜିତ ହେବ ।
ପ୍ରମୁଖ ପ୍ରଭାବ
ଏହି ଏମଓୟୁ ଉଭୟ ଦେଶ ମଧ୍ୟରେ ନିରନ୍ତର ସହରୀ ବିକାଶ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ତା ପ୍ରଦାନ ଲାଗି ପ୍ରୋତ୍ସାହିତ କରିବ ।
ହିତାଧିକାରୀ :
ଏହି ଏମଓୟୁ ଦ୍ୱାରା ସ୍ମାର୍ଟ ସିଟି ବିକାଶ, ସହରାଞ୍ଚଳ ସାଧାରଣ ପରିବହନ ପ୍ରଣାଳୀ, ସହର ବ୍ୟବସ୍ଥା ଏବଂ ସୁବିଧାଜନକ ଜଳଯୋଗାଣ ଏବଂ ସ୍ୱେରେଜ ବ୍ୟବସ୍ଥା, କଠିନ ଓ ତରଳ ବର୍ଜ୍ୟ ପରିଚାଳନା ଓ ଥଇଥାନ, ଆବର୍ଜନା ପୋତିବାରେ ସୁଧାର, ଶସ୍ତା ଆବାସ, ସହରୀ ବାତାବରଣ ଏବଂ ଐତିହ୍ୟ ସଂରକ୍ଷଣ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି ।
*********