Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କ ମଧ୍ୟପ୍ରଦେଶ ଗସ୍ତ : ମୋହନପୁରା ଜଳସେଚନ ପ୍ରକଳ୍ପ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ

ପ୍ରଧାନମନ୍ତ୍ରୀଙ୍କ ମଧ୍ୟପ୍ରଦେଶ ଗସ୍ତ : ମୋହନପୁରା ଜଳସେଚନ ପ୍ରକଳ୍ପ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ

ପ୍ରଧାନମନ୍ତ୍ରୀଙ୍କ ମଧ୍ୟପ୍ରଦେଶ ଗସ୍ତ : ମୋହନପୁରା ଜଳସେଚନ ପ୍ରକଳ୍ପ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ

ପ୍ରଧାନମନ୍ତ୍ରୀଙ୍କ ମଧ୍ୟପ୍ରଦେଶ ଗସ୍ତ : ମୋହନପୁରା ଜଳସେଚନ ପ୍ରକଳ୍ପ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମୋହନପୁରା ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ଏହି ପ୍ରକଳ୍ପ ମାଧ୍ୟମରେ ରାଜଗଡ଼ ଜିଲ୍ଲାର କୃଷି କ୍ଷେତ୍ରକୁ ଜଳଯୋଗାଣ ହୋଇପାରିବ । ଏହା ମଧ୍ୟ ଗ୍ରାମାଂଚଳରେ ଜଳଯୋଗାଣରେ ସହାୟକ ହେବ । ପ୍ରଧାନମନ୍ତ୍ରୀ ମଧ୍ୟ ବିଭିନ୍ନ ପାନୀୟ ଜଳଯୋଗାଣ ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।

ମୋହନପୁରାରେ ଆୟୋଜିତ ଏକ ଜନସଭାରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ତାଙ୍କ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ କଥନର ସ୍ମରଣ କରି ସେ କହିଥିଲେ ଯେ ନିଜସ୍ୱ ଶକ୍ତି ଏବଂ ପ୍ରୟାସ ଦ୍ୱାରା ରାଷ୍ଟ୍ର ସୁରକ୍ଷିତ ହୋଇପାରିବ । ଶିଳ୍ପନୀତି, ଶିକ୍ଷା ଏବଂ ନାରୀ ସଶକ୍ତିକରଣ ଭଳି ବିଭିନ୍ନ କ୍ଷେତ୍ରରେ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଯୋଗଦାନକୁ ସେ ସ୍ମରଣ କରିଥିଲେ । ସେ କହିଥିଲେ ଯେ ଡ. ମୁଖାର୍ଜୀ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ନିରାପତ୍ତା ଉପରେ ବିଶେଷ ଗୁରୁତ୍ୱାରୋପ କରୁଥିଲେ । ସେ କହିଥିଲେ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ଯଥା ସ୍କିଲ ଇଣ୍ଡିଆ ମିଶନ, ଷ୍ଟାର୍ଟଅପ୍ ଇଣ୍ଡିଆ, ମୁଦ୍ରା ଯୋଜନା ଏବଂ ମେକ ଇନ ଇଣ୍ଡିଆରେ ଡ. ମୁଖାର୍ଜୀଙ୍କ ଦୂରଦୃଷ୍ଟି ରହିଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାରଙ୍କ ଦ୍ୱାରା ଚିହ୍ନଟ କରାଯାଇଥିବା ଅଭିଳାଷୀ ଜିଲ୍ଲାଗୁଡ଼ିକ ମଧ୍ୟରୁ ରାଜଗଡ଼ ଜିଲ୍ଲା ଅନ୍ୟତମ, ଏବଂ ଏଠାରେ ଏବେ ଠାରୁ ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ୱିତ ହେବ । ଦେଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହାର ସାମର୍ଥ୍ୟ ଉପରେ ବିଶ୍ୱାସ ରଖିଛନ୍ତି ଏବଂ ଏହାକୁ ଏକବିଂଶ ଶତାବ୍ଦୀର ନୂତନ ଉଚ୍ଚତା ଦିଗରେ ନେଇଯିବା ଲାଗି ଚାହୁଁଛନ୍ତି ବୋଲି ସେ କହିଥିଲେ । କୃଷି କ୍ଷେତ୍ରରେ କରିଥିବା କାର୍ଯ୍ୟ ଏବଂ ଏହାର ବିକାଶମୂଳକ କାର୍ଯ୍ୟକ୍ରମ ପାଇଁ ମଧ୍ୟପ୍ରଦେଶ ସରକାରଙ୍କୁ ସେ ପ୍ରଶଂସା କରିଥିଲେ । ସେ କହିଥିଲେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହ କାନ୍ଧକୁ କାନ୍ଧ ମିଳାଇ ରାଜ୍ୟର ଜଳସେଚନ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେବେ । ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା ଅନ୍ତର୍ଗତ 14ଟି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ସେ ଆହୁରି କହିଥିଲେ ଯେ କ୍ଷୁଦ୍ର ଜଳସେଚନ ପ୍ରତି ମଧ୍ୟ ଗୁରୁତ୍ୱ ଦିଆଯାଉଛି ।

ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, ଫସଲ ବୀମା ଯୋଜନା, ଇ-ନାମ ଆଦି କୃଷି କ୍ଷେତ୍ରର ଉନ୍ନତି ଲାଗି କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ମଧ୍ୟ ଉଜ୍ଜ୍ୱଳା ଯୋଜନା ଏବଂ ମୁଦ୍ରା ଯୋଜନାର ଲାଭ ବିଷୟରେ କହିଥିଲେ ।

**********